Posted inRasifala

ରାଶିଫଳ: ସୋମବାର, ଜୁନ୍ ୨୯ ତାରିଖ – Daily Horoscope

ମେଷ
ବ୍ୟୟଭାବସ୍ଥ ମଙ୍ଗଳ ଆପଣଙ୍କ ଶାରୀରିକ ଅସୁସ୍ଥତା,ବ୍ୟୟବୃଦ୍ଧି ଓ ଆକସ୍ମିକ ଅନିଚ୍ଛାକୃତ ଯାତ୍ରା ଜନିତ ଚିନ୍ତିତ କରାଇବ । ଅବଶ୍ୟ ଚନ୍ଦ୍ର ଓ ମଙ୍ଗଳଙ୍କ ସ୍ଥିତି ହେତୁ ସାମାଜିକ ସ୍ତରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ରହିଥିଲେ ମଧ୍ୟ ପରକଥା ଶୁଣି ମାନସିକ ଶାନ୍ତି ବ୍ୟାହତ ହୋଇପାରେ ।
ବୃଷ
ବୃଷ
ବକ୍ରୀ ଶନିଙ୍କ ପ୍ରଭାବରୁ ଆନୁଷ୍ଠାନିକ କ୍ଷେତ୍ରରେ, ବନ୍ଧୁତ୍ୱ ସ୍ଥାପନରେ, ଲେଖାପଢ଼ାରେ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ । ଶେଷପର୍ଯ୍ୟାୟରେ ବିବାଦୀୟ ଘଟଣା ଅମୀମାଂସିତ ରହିଯାଇପାରେ । ବ୍ୟବସାୟ, ବାଣିଜ୍ୟ ଓ ପରିବହନାଦି ବିଭିନ୍ନ ଦିଗରୁ ସମସ୍ୟା ମୁକ୍ତ ରହିପାରନ୍ତି ।
ମିଥୁନ
ମିଥୁନ
ପାପାକ୍ରାନ୍ତ ରହିଲେ ମଧ୍ୟ ସ୍ବଗୃହୀ ବୁଧ ହେତୁ ସ୍ବାସ୍ଥ୍ୟ ସମସ୍ୟା ସମ୍ପୂର୍ଣ୍ଣ ନିୟନ୍ତ୍ରିତ ରହିବ । ଘରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବ୍‌ଧ ହେବେ । ଅଫିସ୍‌ରେ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି ।
ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବାରେ ଜଣେ ଅଜଣା ବନ୍ଧୁଙ୍କ ଅବଦାନ ରହିପାରେ ।
କର୍କଟ
କର୍କଟ
ସପ୍ତମଭାବ ପ୍ରତିଦ୍ୱନ୍ଦ୍ୱିତାର ପ୍ରତିନିଧିତ୍ୱ କରୁଥିବାରୁ ବିବାଦୀୟ ମନ୍ତବ୍ୟ ଦେଲେ ସମାଲୋଚିତ ହେବାକୁ ପଡିପାରେ । ତଥାପି ନିଜର ପ୍ରତ୍ୟୁପତ୍ନ୍ନମତିତା କାରଣରୁ ପ୍ରତ୍ୟେକ ଅସଜଡା ପରିସ୍ଥିତିର ମୁକାବିଲା କରିବାରେ ସମର୍ଥ ହେବେ । ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡିପାରନ୍ତି ।
ସି˚ହ
ସି˚ହ
ଭାଗ୍ୟସ୍ଥାନରେ ସ୍ବଗୃହୀ ଶୁକ୍ରଥିବାରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେଇ କୃତକାର୍ଯ୍ୟ ହେବେ । ଅତୀତର ବିବାଦୀୟ ଘଟଣାରେ ଆଶଙ୍କା ସୃଷ୍ଟି ହେଲେ ମଧ୍ୟ ସେମିତି କିଛି ହେବ ନାହିଁ । କର୍ମକ୍ଷେତ୍ରରେ ପ୍ରିୟ କଥା କହି ସମସ୍ୟାକୁ ସୁଧାରି ନେବେ । ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି ।
କନ୍ୟା
କର୍ମଭାବସ୍ଥ ପାପଗ୍ରହଜନିତ ଯେତେ ଭଲକାମ କଲେ ମଧ୍ୟ ଅନ୍ୟମାନଙ୍କୁ ସନ୍ତୁଷ୍ଟ କରାଇ ପାରିବେ ନାହିଁ । ସାହିତ୍ୟ, କଳା, କ୍ରୀଡା,ଚଳଚ୍ଚିତ୍ର ଓ ଗବେଷଣା, ଅନୁସନ୍ଧାନକ୍ଷେତ୍ରରୁ ସଫଳତା ମିଳିବ । ଭାବପ୍ରବଣତାବଶତଃ ବନ୍ଧୁଙ୍କ ସହ ରୁଚିହୀନ ବାର୍ତ୍ତାଳାପ କରି ଅପଦସ୍ଥ ହୋଇପାରନ୍ତି ।
ତୁଳା
ତୁଳା
ପାପଗ୍ରହ ମଧ୍ୟସ୍ଥ ଚନ୍ଦ୍ରଙ୍କ ସ୍ଥିତିରୁ ଚାପର ବଶବର୍ତ୍ତୀ ହୋଇ ଇଚ୍ଛାବିରୁଦ୍ଧ କାର୍ଯ୍ୟ ଅନୁତାପର କାରଣ ହୋଇପାରେ । ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ଭିନ୍ନାର୍ଥରେ ଗ୍ରହଣ କରିପାରନ୍ତି । ଅଭାବ ନ ଥିଲେ ମଧ୍ୟ ଯାହା ଚାହୁଁଛନ୍ତି ତାହା ନ ପାଇବା କାରଣରୁ ମାନସିକ ଅବସାଦ ଲାଗି ରହିବ ।
ବିଛା
ବିଛା
ଆଜିର ଦୈନିକ ଚର୍ଯ୍ୟାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ । ଶିଳ୍ପ,ବାଣିଜ୍ୟ ଓ ବ୍ୟବସାୟ, ପ୍ରକାଶନ, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକ ଦୂରେଇଯିବ । ଯେତେ ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି । ମାଲିମକଦ୍ଦମା ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ ।
ଧନୁ
ଧନୁ
ଗୁରୁକ୍ଷେତ୍ରସ୍ଥ ମଙ୍ଗଳଗ୍ରହ ପ୍ରଭାବରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ । ରାଜନୀତି, ପ୍ରକାଶନ କିମ୍ବା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଅର୍ଥ ସମ୍ପର୍କକୁ ନେଇ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି ।
ମକର
ମକର

ରାଶ୍ୟାଧିପଙ୍କ ସବଳତା କାରଣରୁ ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ ଅନିଷ୍ଟ କରିପାରିବେନାହିଁ । ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ, ରାଜନୀତିରେ, ସାଂସ୍କୃତିକ କାମରେ ପ୍ରଶଂସିତ ହେବେ । କିନ୍ତୁ ଅଫିସରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।

କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ । ଆଦୌ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ବିଶେଷଙ୍କ କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ । ମୁଖଭାବସ୍ଥ ମଙ୍ଗଳ ଯୋଗୁ ନିକଟ ସମ୍ପର୍କୀୟ କିମ୍ବା ଆତ୍ମୀୟ ସ୍ବଜନମାନଙ୍କ ପକ୍ଷପାତିତାକୁ ନାପସନ୍ଦ କରିପାରନ୍ତି ।
ମୀନମୀନ

ବହୁ ଆକାଂକ୍ଷିତ ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିପାରନ୍ତି । ଆନୁଷ୍ଠାନିକ କାମରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସୀ ହେବେ । ନିଜ ଚତୁଃପାର୍ଶ୍ୱରେ ରହୁଥିବା ବ୍ୟକ୍ତିବିଶେଷଙ୍କ କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, କଳା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ଲାଭବାନ୍‌...

ରାଶିଫଳ: ରବିବାର, ନଭେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ, ପରିବାରରେ, ମିତ୍ର ବନ୍ଧୁରେ ଆନନ୍ଦମୟ ପରିବେଶ ସୃଷ୍ଟି କରିବ। କିନ୍ତୁ ଲେଖାପଢ଼ାରେ ଆଳସ୍ୟ ଓ ଅବହେଳା ପ୍ରଦର୍ଶନ କରି ସମାଲୋଚିତ ହେବେ।...

ରାଶିଫଳ: ସୋମବାର, ଏପ୍ରିଲ୍‌ ୨୬ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ କୌଣସି ଗ୍ରହର ଦୃଷ୍ଟିପଥାରୂଢ଼ ନ ହେଉଥିବାରୁ ସ୍ବାସ୍ଥ୍ୟ ଯେମିତି ଭଲ ରହିବ ତାହାଠାରୁ ମନ ମଧ୍ୟ ଆହୁରି ଅଧିକ ଭଲ ରହିବ।...

ରାଶିଫଳ: ସୋମବାର, ଏପ୍ରିଲ୍‌ ୧୯ ତାରିଖ – Daily Horoscope

ମେଷ ନିଜ ରାଶିରେ ଗ୍ରହସନ୍ନିବେଶଜନିତ ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି, କଳା,...

ରାଶିଫଳ: ସୋମବାର, ଅକ୍ଟୋବର ୧୨ ତାରିଖ – Daily Horoscope

ମେଷ ଅନ୍ୟମାନଙ୍କ ପ୍ରରୋଚନାରେ ଆପଣ ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାନ୍ତେ ଅନୁତାପ କରିବାକୁ ପଡିପାରେ । ସାମାନ୍ୟ ବିଳମ୍ବିତ ସମୟରେ ଚେଷ୍ଟା କରୁଥିବା ଦିଗରୁ ଧନ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ପ୍ରତ୍ୟେକ କାମରେ କିଛିଟା ଦ୍ୱନ୍ଦ୍ୱ ଓ ଆଶଙ୍କା ମଧ୍ୟରେ ମନ ହଲଚଲ ହୋଇପାରେ। ସେହି କାମଟି ବାଧ୍ୟ ହୋଇ କରିବେ, କିନ୍ତୁ...

ରାଶିଫଳ: ରବିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ଆଜି ଗୋଟିଏ ନକ୍ଷତ୍ରରେ ରାହୁ ଓ ରାଶ୍ୟାଧିପ ମଙ୍ଗଳ ଅବସ୍ଥାନ କରିଥିବାରୁ ଆକସ୍ମିକ ଭାବରେ କୌଣସି ସମସ୍ୟାରେ ଛନ୍ଦି ହେବେ। ପୂର୍ବ କଳହକୁ କେନ୍ଦ୍ରକରି...

ରାଶିଫଳ: ଶନିବାର, ଅଗଷ୍ଟ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପ ଯୁକ୍ତ ରାହୁ ହେତୁ କେତେକ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ସହକର୍ମୀଙ୍କ ସହିତ କର୍ମକ୍ଷେତ୍ରରେ ଝଗଡ଼ା ଲାଗିପାରେ। ଗଠନମୂଳକ ପ୍ରେରଣା ଦେଇ...

Advertisement
Archives

Model This Week