

ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବାର ସମ୍ଭାବନା ରହିଛି । ଶୁକ୍ରଙ୍କ ତୃତୀୟସ୍ଥ ରବିଙ୍କ ଯୋଗୁ ଏହି ସମୟରେ ସରକାରୀ ସ୍ତରରେ ହାରିଗୁହାରି କିଏ ବୁଝିବେ ନାହିଁ । ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ । ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି ।




କଠିନ ପରିଶ୍ରମ ଜନିତ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ । ପ୍ରତ୍ୟେକ କ୍ଷେତ୍ରରେ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ । ଘରେ ବନ୍ଧୁ ମିଳନ ଆମୋଦ ପ୍ରମୋଦର ସୁଅ ଛୁଟିବ ।




ଦିନର ଅଧିକାଂଶ ସମୟ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ । ପାରିବାରିିକ ପରିସ୍ଥିତି ପୂର୍ବପରି ରହିବ, ଯାହା କି କାମ ପାଇଁ ମନୋବଳ ସୃଷ୍ଟି କରିବ । ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍ ହେବନି । ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଯାତ୍ରାରେ ଲକ୍ଷ୍ୟ ହାସଲ କରିବେ ।


ଅର୍ଥଲାଭ ସଙ୍ଗକୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ । ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ମଧ୍ୟ ଭଲ ରହିବ ନାହିଁ । ଅସଫଳ କାମଗୁଡିକର ସମୀକ୍ଷା କରିବେ ଓ ଅସଂଗତି ଦୂର କରିବାର ପ୍ରଯନତ୍ କରିବେ । ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍ କରିପାରନ୍ତି ।

