Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ । ମଙ୍ଗଳ ନିଜ ରାଶିରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ବାଣିଜ୍ୟ ବ୍ୟବସାୟରେ ଟେନ୍‌ସନ ଲାଗି ରହିବ । ଅତି ନିକଟରେ ରହୁଥିବା ଲୋକଟିଏ ଅନ୍ୟର ନିର୍ଦ୍ଦେଶରେ କାମ କରୁଥିବାର ସନ୍ଦେହ ମନକୁ ଆସିପାରେ ।
ବୃଷ
ବୃଷ

କେତୁ ନକ୍ଷତ୍ରସ୍ଥ ମଙ୍ଗଳ ଯୋଗୁ ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଅର୍ଥ ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବେ ।

ମିଥୁନ
ମିଥୁନ
ବଳବାନ୍‌ ରାହୁଙ୍କ ପ୍ରଭାବରେ ଦକ୍ଷତାର ସହ କାର୍ଯ୍ୟକରି ପ୍ରଶଂସିତ ହେବେ । ଜମା ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ କୂଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ । ବହୁ ଯୁକ୍ତିତର୍କ ପରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କଳା,ସାହିତ୍ୟ,ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ ।
କର୍କଟ
କର୍କଟ
ଶନି ଦୃଷ୍ଟ ଚନ୍ଦ୍ର ଓ ବୁଧ ହେତୁ ଥଣ୍ଡା ସହ ଗଳାରେ ପୀଡ଼ା ଅନୁଭବ କରିପାରନ୍ତି ।  ବାରମ୍ବାର ଚେଷ୍ଟାକରି ମଧ୍ୟ ଅଟକି ରହିଯାଉଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।  ଏଣେ ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ ।  ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ।
ସି˚ହ
ସି˚ହ
ରାଶ୍ୟାଧିପ ଭାଗ୍ୟସ୍ଥାନରୁ ଚତୁର୍ଥଭାବକୁ ପୂର୍ଣ୍ଣଦୃଷ୍ଟି ଦେଉଥିବାରୁ ଘର,ପରିବାର, ଯାନବାହନ ଓ ଲୋକସମ୍ପର୍କାଦି ଭଲ ରହିବ ।  ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କେତେକାଂଶରେ ଉପକୃତ ହେବେ ।  ବୁଦ୍ଧିଜୀବୀମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଖୁସିହେବେ ।  ପ୍ରାପ୍ୟଧନରେ ବାଧା ସୃଷ୍ଟିହେବ ।
କନ୍ୟା
ସ୍ବଗୃହୀ ଦ୍ୱାଦଶସ୍ଥ ଓ କେତୁନକ୍ଷତ୍ରଗତ ରବିଙ୍କ ଯୋଗୁ ପ୍ରଶାସନିକ ସ୍ତରରେ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହେବେ ।  ଅବଶ୍ୟ ସହକର୍ମୀମାନଙ୍କ ଦ୍ୱାରା ସହଜରେ କାମ ହାସଲ କରିପାରିବେ ।  ସତ୍ୟ ପ୍ରକାଶକରି ବିବାଦଗ୍ରସ୍ତ ହୋଇପାରନ୍ତି ।
ତୁଳା
ତୁଳା
ଅନ୍ୟ ଦ୍ୱାରା ପ୍ରେରିତ ସପ୍ତମ କେନ୍ଦ୍ରସ୍ଥ ମଙ୍ଗଳ ଯୋଗୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।  ପରିବାରରେ ସାଧାରଣ କଥାକୁ ନେଇ ତର୍କବିତର୍କ ଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବ ।  ସଙ୍ଗୀତ,ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ ।  ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ ।
ବିଛା
ବିଛା
ରାଶି ପ୍ରତି ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ, କିନ୍ତୁ ମାନସିକ ସ୍ଥିତି ପୂର୍ବପରି ଦ୍ୱନ୍ଦ୍ୱଯୁକ୍ତ ରହିବ ।  ନିଜର ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ।  ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ଆଶ୍ୱସ୍ତି ଲାଭ କରିବେ ।
ଧନୁ
ଧନୁ
ତୃତୀୟସ୍ଥ ଶନି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟକଲେ ସଫଳତା ପାଇବେ ।  ବୃହସ୍ପତି ପାପଯୁକ୍ତ ହେତୁ ଅଧିକାଂଶ ସମୟ ସ୍ବାସ୍ଥ୍ୟ ସମସ୍ୟାରେ ଚିନ୍ତିତ ରହିପାରନ୍ତି ।  ଶତ୍ରୁ ଆପଣଙ୍କ ପଛରେ ଛାଇ ଭଳି ଲାଗି ରହିବେ ।  ଶିଳ୍ପ,ବାଣିଜ୍ୟରେ ଲାଭାଂଶ ବଢ଼ିପାରେ ।
ମକର
ମକର

 ଛୋଟ ଛୋଟ କଥାରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।  ଚାରୋଟି ଗ୍ରହ ସ୍ବଗୃହୀ ହେତୁ ଯେକୌଣସି କାମ ହେଉନା କାହିଁକି ଆଖିଦୃଶିଆ ସଫଳତା ପାଇବେ ।  ଅବଶ୍ୟ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ହେବ ।  ସଫଳତା ହାସଲ କରିବେ ।  ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ।

କୁମ୍ଭ
କୁମ୍ଭ
ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ ଯାହାକି କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିପାରେ ।  ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ ନ କମିଲେ ମଧ୍ୟ ଚିନ୍ତାଜନକ ହେବ ନାହିଁ ।  ଶିଳ୍ପ ,ବାଣିଜ୍ୟରେ ଚନ୍ଦ୍ରଯୁକ୍ତ ବୁଧ ହେତୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ ।  ପ୍ରଶାସନିକ ସ୍ତରରେ କାମ ଠିକ୍‌ ଭାବରେ ଚାଲିବ।
ମୀନମୀନ

ରବି ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହୁଥିବାରୁ ଅଫିସିଆଲ କାମରେ ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ ।  ମିତ୍ର ଈର୍ଷାପରାୟଣ ହୋଇପାରନ୍ତି ।  ସାମାଜିକ ସ୍ତରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।  କଚେରି ମାମଲା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ ।  କିନ୍ତୁ ପରିବାରରେ ଝଡ଼ ଉଠିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri