Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରିବେ । ମଙ୍ଗଳ ନିଜ ରାଶିରେ ଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ, କିନ୍ତୁ ବାଣିଜ୍ୟ ବ୍ୟବସାୟରେ ଟେନ୍‌ସନ ଲାଗି ରହିବ । ଅତି ନିକଟରେ ରହୁଥିବା ଲୋକଟିଏ ଅନ୍ୟର ନିର୍ଦ୍ଦେଶରେ କାମ କରୁଥିବାର ସନ୍ଦେହ ମନକୁ ଆସିପାରେ ।
ବୃଷ
ବୃଷ

କେତୁ ନକ୍ଷତ୍ରସ୍ଥ ମଙ୍ଗଳ ଯୋଗୁ ଆଜିର ଯାତ୍ରା ସମୟରେ ଅଜଣା ବ୍ୟକ୍ତି ପ୍ରତି ସତର୍କ ରୁହନ୍ତୁ । ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନି ଘଟିପାରେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ । ଅର୍ଥ ପାଇଁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରିବେ ।

ମିଥୁନ
ମିଥୁନ
ବଳବାନ୍‌ ରାହୁଙ୍କ ପ୍ରଭାବରେ ଦକ୍ଷତାର ସହ କାର୍ଯ୍ୟକରି ପ୍ରଶଂସିତ ହେବେ । ଜମା ଭଲ ସମ୍ପର୍କ ନ ଥିବା ବନ୍ଧୁଙ୍କ କୂଟିଳ ଚିନ୍ତାଧାରା ଅତିଷ୍ଠ କରିପାରେ । ବହୁ ଯୁକ୍ତିତର୍କ ପରେ ବାକି ପଡ଼ିଥିବା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ । କଳା,ସାହିତ୍ୟ,ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦୂରହୋଇପାରେ ।
କର୍କଟ
କର୍କଟ
ଶନି ଦୃଷ୍ଟ ଚନ୍ଦ୍ର ଓ ବୁଧ ହେତୁ ଥଣ୍ଡା ସହ ଗଳାରେ ପୀଡ଼ା ଅନୁଭବ କରିପାରନ୍ତି ।  ବାରମ୍ବାର ଚେଷ୍ଟାକରି ମଧ୍ୟ ଅଟକି ରହିଯାଉଥିବା ଅପୂରଣୀୟ ଆଶା ମନରେ ଦୁଃଖ ଦେଇପାରେ ।  ଏଣେ ଭଲ ସମ୍ପର୍କ ନ ଥିବା ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିବେ ।  ସ୍ଥାନାନ୍ତର କିମ୍ବା ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବ ।
ସି˚ହ
ସି˚ହ
ରାଶ୍ୟାଧିପ ଭାଗ୍ୟସ୍ଥାନରୁ ଚତୁର୍ଥଭାବକୁ ପୂର୍ଣ୍ଣଦୃଷ୍ଟି ଦେଉଥିବାରୁ ଘର,ପରିବାର, ଯାନବାହନ ଓ ଲୋକସମ୍ପର୍କାଦି ଭଲ ରହିବ ।  ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବା ଦ୍ୱାରା କେତେକାଂଶରେ ଉପକୃତ ହେବେ ।  ବୁଦ୍ଧିଜୀବୀମାନଙ୍କ ପ୍ରଶଂସା ଓ ପ୍ରୋତ୍ସାହନ ପାଇ ଖୁସିହେବେ ।  ପ୍ରାପ୍ୟଧନରେ ବାଧା ସୃଷ୍ଟିହେବ ।
କନ୍ୟା
ସ୍ବଗୃହୀ ଦ୍ୱାଦଶସ୍ଥ ଓ କେତୁନକ୍ଷତ୍ରଗତ ରବିଙ୍କ ଯୋଗୁ ପ୍ରଶାସନିକ ସ୍ତରରେ ମନ ମୁତାବକ କାମ ନ ହେବା ଯୋଗୁ କ୍ଷୁବ୍ଧ ହେବେ ।  ଅବଶ୍ୟ ସହକର୍ମୀମାନଙ୍କ ଦ୍ୱାରା ସହଜରେ କାମ ହାସଲ କରିପାରିବେ ।  ସତ୍ୟ ପ୍ରକାଶକରି ବିବାଦଗ୍ରସ୍ତ ହୋଇପାରନ୍ତି ।
ତୁଳା
ତୁଳା
ଅନ୍ୟ ଦ୍ୱାରା ପ୍ରେରିତ ସପ୍ତମ କେନ୍ଦ୍ରସ୍ଥ ମଙ୍ଗଳ ଯୋଗୁ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।  ପରିବାରରେ ସାଧାରଣ କଥାକୁ ନେଇ ତର୍କବିତର୍କ ଜନିତ ସ୍ତ୍ରୀଙ୍କ ସହ ମନୋମାଳିନ୍ୟ ଘଟିବ ।  ସଙ୍ଗୀତ,ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରୁ ପ୍ରଶଂସିତ ହେବେ ।  ସତର୍କରେ ନ ଚଳିଲେ ବିବାଦ ଘେରରେ ପଡ଼ିବେ ।
ବିଛା
ବିଛା
ରାଶି ପ୍ରତି ମଙ୍ଗଳଙ୍କ ପ୍ରଭାବରୁ ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ହୋଇପାରେ, କିନ୍ତୁ ମାନସିକ ସ୍ଥିତି ପୂର୍ବପରି ଦ୍ୱନ୍ଦ୍ୱଯୁକ୍ତ ରହିବ ।  ନିଜର ଅବହେଳା କାରଣରୁ ଅଟକି ରହିଥିବା କାମ ସକାଶେ ବିଭିନ୍ନ କ୍ଷେତ୍ରରୁ ଅଭିଯୋଗ ଆସିପାରେ ।  ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ ଓ ଆଶ୍ୱସ୍ତି ଲାଭ କରିବେ ।
ଧନୁ
ଧନୁ
ତୃତୀୟସ୍ଥ ଶନି ହେତୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ପରାମର୍ଶରେ କାର୍ଯ୍ୟକଲେ ସଫଳତା ପାଇବେ ।  ବୃହସ୍ପତି ପାପଯୁକ୍ତ ହେତୁ ଅଧିକାଂଶ ସମୟ ସ୍ବାସ୍ଥ୍ୟ ସମସ୍ୟାରେ ଚିନ୍ତିତ ରହିପାରନ୍ତି ।  ଶତ୍ରୁ ଆପଣଙ୍କ ପଛରେ ଛାଇ ଭଳି ଲାଗି ରହିବେ ।  ଶିଳ୍ପ,ବାଣିଜ୍ୟରେ ଲାଭାଂଶ ବଢ଼ିପାରେ ।
ମକର
ମକର

 ଛୋଟ ଛୋଟ କଥାରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ ।  ଚାରୋଟି ଗ୍ରହ ସ୍ବଗୃହୀ ହେତୁ ଯେକୌଣସି କାମ ହେଉନା କାହିଁକି ଆଖିଦୃଶିଆ ସଫଳତା ପାଇବେ ।  ଅବଶ୍ୟ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଉନ୍ନତି ହେବ ।  ସଫଳତା ହାସଲ କରିବେ ।  ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ।

କୁମ୍ଭ
କୁମ୍ଭ
ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ ଯାହାକି କାର୍ଯ୍ୟକ୍ଷେତ୍ରକୁ ମନ୍ଥର କରିପାରେ ।  ଶତ୍ରୁ ଉପଦ୍ରବ ସମ୍ପୂର୍ଣ୍ଣ ଭାବେ ନ କମିଲେ ମଧ୍ୟ ଚିନ୍ତାଜନକ ହେବ ନାହିଁ ।  ଶିଳ୍ପ ,ବାଣିଜ୍ୟରେ ଚନ୍ଦ୍ରଯୁକ୍ତ ବୁଧ ହେତୁ ହଠାତ୍‌ କାହାର କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ ।  ପ୍ରଶାସନିକ ସ୍ତରରେ କାମ ଠିକ୍‌ ଭାବରେ ଚାଲିବ।
ମୀନମୀନ

ରବି ଓ ଶନି ଷଡ଼ାଷ୍ଟକ ସ୍ଥିତିରେ ରହୁଥିବାରୁ ଅଫିସିଆଲ କାମରେ ମଧ୍ୟାହ୍ନରେ ଟେନ୍‌ସନ ବଢ଼ିପାରେ ।  ମିତ୍ର ଈର୍ଷାପରାୟଣ ହୋଇପାରନ୍ତି ।  ସାମାଜିକ ସ୍ତରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିପାରେ ।  କଚେରି ମାମଲା କିମ୍ବା ବିବାଦୀୟ ଘଟଣାରେ ବିଜୟୀ ହେବେ ।  କିନ୍ତୁ ପରିବାରରେ ଝଡ଼ ଉଠିପାରେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜି ମଙ୍ଗଳ ସହ ଶନିଙ୍କ ସଂଯୋଗ ହେତୁ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ବ୍ୟବସାୟ,ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ସାଧନ ପାଇଁ କୌଣସି...

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ନିଜ ପରିବେଶରେ ବନ୍ଧୁମାନଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଅର୍ଥନୈତିକ ଅଭିବୃଦ୍ଧିଜନିତ ବୈଷୟିକ ସୁଖ, ସମୃଦ୍ଧି ପାଇପାରିବେ। ଆଲୋଚନା ସଭାରେ ଅନ୍ୟମାନଙ୍କ...

ରାଶିଫଳ: ବୁଧବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମନକୁ ସୁହାଇଲା ଭଳି କଥାରୁ ପ୍ରଶଂସିତ ହେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ମାନର ଆଲୋଚନା କାରଣରୁ ଖୁସି...

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଯୁକ୍ତ କେତୁ କାରଣରୁ ମାନସିକ ସ୍ବାସ୍ଥ୍ୟହାନି ଅଶାନ୍ତ ରହିପାରନ୍ତି। ପାରିବାରିକ କ୍ଷେତ୍ରରେ ସୁସମ୍ପର୍କ ଅଭାବଜନିତ ଦୁଶ୍ଚିନ୍ତା ସୃଷ୍ଟିହୋଇପାରେ। କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ...

ରାଶିଫଳ: ସୋମବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆପଣଙ୍କ ରାଶିରେ ମଙ୍ଗଳ ସ୍ବାସ୍ଥ୍ୟକୁ ନିୟନ୍ତ୍ରଣ ମଧ୍ୟରେ ରଖିବ। ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରଖିବା ସକାଶେ ଚେଷ୍ଟା କରି ବିଫଳ...

ରାଶିଫଳ: ରବିବାର, ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ ସାମାଜିକ ସ୍ତରରେ ନିଜର ପ୍ରାଧାନ୍ୟ ବୃଦ୍ଧି କରିପାରିବେ। କର୍ମକ୍ଷେତ୍ର, ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା...

ରାଶିଫଳ: ଶନିବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ କାମକୁ ତ୍ୱରାନ୍ବିତ କରିବାରେ ସହାୟ ହେବ। ଖାଦ୍ୟପେୟର ଅନିୟମିତତା କାରଣରୁ ସ୍ବାସ୍ଥ୍ୟରେ ବ୍ୟତିକ୍ରମ ଦେଖାଦେବ। ଆର୍ଥିକ ସ୍ବଚ୍ଛଳତା ଫେରିପାଇବେ...

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଉତ୍ସାହର ସହ କାମ କରିବାରେ ସମର୍ଥ ହେବେ। ଭୁଲ୍‌ ବୁଝାମଣା କାରଣରୁ ସବୁ ସୁବିଧା ଥିଲେ ମଧ୍ୟ ପାରିବାରିକ ଶାନ୍ତି ବ୍ୟାହତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri