ମେଷ

ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ ଅଶାନ୍ତ ରହିବେ। ବାଣିଜ୍ୟ, ପରିବହନ ଓ ବ୍ୟବସାୟ କ୍ଷେତ୍ରରେ କେତେକ ସୁବିଧା ସୁଯୋଗ ପାଇବେ।
ବୃଷ

ସ୍ନେହ, ଶ୍ରଦ୍ଧା, ସହାନୁଭୂତି ଓ ସୈାହାର୍ଦ୍ଦ୍ୟ ମଧ୍ୟରେ ଆଜିର ପାରିବାରିକ କ୍ଷେତ୍ରଟି ସନ୍ତୋଷଜନକ ରହିବ। ଗୃହ, ଯାନାବାହନ, ମୂଲ୍ୟବାନ୍ ଦ୍ରବ୍ୟ, କ୍ରୟ କରିବା ସକାଶେ ମନ ବଳାଇପାରନ୍ତି। ସଭାସମିତି,ଆନୁଷ୍ଠାନିକ ,ସଂଗଠନ,ରାଜନୀତି କ୍ଷେତ୍ରରେ ଫଳପ୍ରଦ ଆଲୋଚନା କରିବେ। ଶିକ୍ଷା, ସନ୍ତାନ, ଆଲୋଚନାଦି ପାଇଁ ମଧ୍ୟ ଦିନଟି ମନ୍ଦ ହେବନି।
ମିଥୁନ

ବନ୍ଧୁମାନଙ୍କ ସାହାଯ୍ୟ, ସହଯୋଗ ନେଇ ଚେଷ୍ଟା କରୁଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିବେ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା ଓ କ୍ରୀଡା କ୍ଷେତ୍ର ପ୍ରୀତିପ୍ରଦ ହେବ। ସରକାରୀ ସ୍ତରରେ ଅଟକିଥିବା କାମ ଓ ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ପାଇବେ। ପାରିବାରିକ କ୍ଷେତ୍ରରେ ସବୁ ଜାଣିଥିଲେ ମଧ୍ୟ ଚୁପ୍ ରହିବାକୁ ବାଧ୍ୟ ହେବେ।
କର୍କଟ

ପୂର୍ବରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲେ ମଧ୍ୟ ଶେଷ ସମୟରେ ଯାତ୍ରା ବାତିଲ୍ ହୋଇଯିବ। ଅତୀତ ଘଟଣାଗୁଡିକ ମାନସିକ ସ୍ତରରେ ଆଲୋଡନ ସୃଷ୍ଟିକରିପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ଋଣ ସୂତ୍ରରେ ଅର୍ଥଲାଭ କରିବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ସି˚ହ

ପରିସ୍ଥିତିର ଜଟିଳତା ମନକୁ ବିଷାଦିତ କରି ରଖିଥିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନକୁ ବୁଝାଇ ନେଇ ପାରନ୍ତି। ସ୍ବାସ୍ଥ୍ୟ ସମସ୍ୟା, ଯାତ୍ରାସକାଶେ କିମ୍ବା ବାଣିଜ୍ୟରେ ଅର୍ଥ ବିନିଯୋଗ ଦିଗରେ ଅର୍ଥସଂକଟ ଦେଖାଦେବ। ପରିବାରରେ ଅଶାନ୍ତି ରହିଥିଲେ ମଧ୍ୟ କର୍ମକ୍ଷେତ୍ରରେ ରହିଥବା ସମସ୍ୟା ସମାଧାନ ହୋଇଯିବ।
କନ୍ୟା

ପୂର୍ବନିଷ୍ପତ୍ତି ପ୍ରକାରେ ଯାହା ପାଇବା କଥା ତାହା କୈାଣସି ପ୍ରତିବନ୍ଧକ ମଧ୍ୟରେ ଅଟକି ରହିଯାଇପାରେ। ପରୋକ୍ଷ ଶତ୍ରୁତାର ପରିଣାମ ସ୍ବରୂପ ପାରିବାରିକ ପରିସ୍ଥିତି ଗମ୍ଭୀର ରହିବ। ଅଫିସରେ ଭାବପ୍ରବଣତା ବଶତଃ କୈାଣସି ମନ୍ତବ୍ୟ ଦେଇ ବିବାଦୀୟ ହୋଇପାରନ୍ତି। ବ୍ୟବସାୟ, ପରିବହନ କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢିପାରେ।
ତୁଳା

ଆଜି ଯାହା କରନ୍ତୁନା କାହିଁକି କୌଣସି କାମ ଶୀଘ୍ର କିମ୍ବା ସହଜରେ ହେବା କଷ୍ଟକର ହେବ। କିନ୍ତୁ ଆପଣ ପ୍ରତ୍ୟେକ ପ୍ରକାରର ପ୍ରତିଦ୍ୱନ୍ଦିତାରେ ସଫଳ ହେବେ ଓ ପ୍ରଶଂସା ଲାଭ କରିବେ। ବନ୍ଧୁ ମାନଙ୍କ ଜରିଆରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ସହାୟତାରୁ ଉପକୃତ ହେବ।
ବିଛା

ଆପଣଙ୍କ ନୂତନ କର୍ମ,ଚିନ୍ତା,ଯୋଜନା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ଉପରେ ଅଯଥା ରାଗ କିମ୍ବା ଅଭିମାନ କରି ଚୁପ୍ ରହିଲେ ଲାଭ ବଦଳରେ କ୍ଷତିରେ ପଡିବେ। ସବୁ ସମୟରେ ଅଯଥା କଥା ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ। ଅନ୍ୟ ମାନଙ୍କ କଥା ଓ କାମ ମନକୁ ନପାଇଲେ ମଧ୍ୟ କିଛି କରି ପାରିବେ ନାହିଁ।
ଧନୁ

ସାଧାରଣ କଥାରେ ଉତ୍କ୍ଷିପ୍ତ ହୋଇ ସାଙ୍ଗ,ସାଥୀ ମାନଙ୍କ ସହ ତର୍କ କରିବା ଠିକ୍ ହେବନାହିଁ । ପଡୋଶୀଙ୍କ ସହାୟତାରେ ପାରିବାରିକ ଅସ୍ଥିରତା ଦୂର ହେବା ସଙ୍ଗକୁ ମନର ବଳ ଖୁବ୍ ଟାଣ ରହିବ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ଭାତୃ ସମ୍ପର୍କ କିମ୍ବା ଆର୍ଥିକ ଦିଗରୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ।
ମକର

ଗମ୍ଭୀର ପରିବେଶକୁ ସରଳ,ସୁନ୍ଦର କରିବାରେ ଆପଣଙ୍କ ମିଠାକଥା ଓ କିଛି ମନଲୋଭା ପ୍ରତିଶୃତି କାମକୁ ଆସିବ। ଯାତ୍ରା ସମୟରେ ଜିନିଷ ପତ୍ର ପ୍ରତି ସତର୍କ ରହନ୍ତୁ,ନତୁବା ଅଦଳବଦଳ ହୋଇଯାଇପାରେ। ଆନୁଷ୍ଟାନିକ କାମରୁ ଖୁସି ରହିବେ ଏବଂ ପ୍ରଶଂସିତ ମଧ୍ୟ ହୋଇପାରନ୍ତି। ଘର କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇ ପାରନ୍ତି।
କୁମ୍ଭ

ବିବାଦୀୟ ଘଟଣା, ଅର୍ଥ ପ୍ରାପ୍ତିର ଦିଗ, ବିରୋଧ କରୁଥିବା ବନ୍ଧୁଙ୍କ ସମ୍ପର୍କରେ ଆଲୋଚନା କରିପାରନ୍ତି। ଆଜି ଆପଣ ଯେଉଁ କାମରେ ବାହାରିଛନ୍ତି ସେଥିରେ କୈାଣସି ପ୍ରକାରର ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ସମସ୍ୟା ବୃଦ୍ଧି କାରଣରୁ ପାରିବାରିକ ଭାବପ୍ରବଣତା ଆପଣଙ୍କୁ କେତେମାତ୍ରାରେ ବିବ୍ରତ କରିବ।
ମୀନ
ଆଜି ମାପିଚୁପି କହିବା ଓ ପ୍ରସଙ୍ଗ ବହିର୍ଭୁତ କଥା ନକହିବାହିଁ ସବୁଠାରୁ ଭଲ ହେବ। ଦିନଟିରେ ଅର୍ଥ ଓ ସମ୍ମାନ ପାଇବାରେ ନିଜ ଲୋକ ମାନଙ୍କ ସାହଯ୍ୟ ଅବିସ୍ମରଣୀୟ ରହିବ। ଆକସ୍ମିକ ଭାବରେ ବନ୍ଧୁ ମାନଙ୍କ ସହ ଦୂରଯାତ୍ରାର ସୁଯୋଗ ପାଇବେ। ଅଫିସ୍ କାମରେ ବ୍ୟସ୍ତ ରହି ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.