Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ ହସ୍ତକ୍ଷେପ ଦ୍ୱାରା ସମାଧାନ ହେବାର ଆଶା କରାଯାଇପାରେ। ଆର୍ଥିକ ସ୍ଥିତି, ବ୍ୟବସାୟ, ଆନୁଷ୍ଠାନିକ କାମ ପାଇଁ ଅସୁବିଧା ହେବନାହିଁ।
ବୃଷ
ବୃଷ
ପାରିବାରିକ କଳହକୁ ନେଇ ମାନସିକ ଅଶାନ୍ତି ସୃଷ୍ଟି ହେବ। ପ୍ରକାଶନ, ଆଇନ ଅଦାଲତ, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ବିଶେଷ ମନ୍ଦ ହେବନି। ସାଙ୍ଗସାଥୀ କିମ୍ବା ବନ୍ଧୁ ହୁଅନ୍ତୁ, ସେମାନେ କହିବେ ବହୁତ କିନ୍ତୁ କାମ କଲା ବେଳକୁ କିଏ ପାଖ ମାଡ଼ିବେ ନାହିଁ। ଆଜିର ଯାତ୍ରା, ବାଣିଜ୍ୟ ସଙ୍ଗକୁ ବନ୍ଧୁସମ୍ପର୍କ ଦିଗରୁ ଲାଭବାନ୍‌ ହେବେ।
ମିଥୁନ
ମିଥୁନ
ପରିସ୍ଥିତିବଶତଃ ଅପ୍ରିୟସତ୍ୟ କହିବା ଅଯଥା କଳହର କାରଣ ହୋଇପାରେ। ପରିବାରରେ ଭୁଲ୍‌ ବୁଝାମଣା, ଟଙ୍କା ପଇସା ସମ୍ପର୍କିତ ଝମେଲା କିମ୍ବା ସନ୍ତାନ ହେତୁକ ମାନସିକ ଆଘାତ ପାଇ ପାରନ୍ତି। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗକୁ ହାତଛଡ଼ା କରି ନ ପାରନ୍ତି।
କର୍କଟ
କର୍କଟ
ଆଜି ବନ୍ଧୁଙ୍କ ନିକଟରୁ ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇପାରନ୍ତି। କେତୁଙ୍କ ପ୍ରଭାବରୁ କେତେକ କ୍ଷେତ୍ରରେ ସଠିକ୍‌ ସିଦ୍ଧାନ୍ତ ନେଇପାରିବେ ନାହିଁ। ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହୋଇପାରନ୍ତି। ସଭାସମିତି କିମ୍ବା ସାଂଗଠନିକ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
କୌଣସି ଖବର ପାଇ ଦୂରଯାତ୍ରା କରିବାକୁ ବାଧ୍ୟ ହେବେ। ରହୁଥିବା ପରିବେଶରେ କୌଣସି ବ୍ୟତିକ୍ରମ ଜନିତ ଆପଣଙ୍କ କାମ ଅଟକି ରହିଯିବାର ଆଶଙ୍କା ଉପୁଜିପାରେ। ଚଳିତ ପରିସ୍ଥିତିରେ ଆପଣ ଉପସ୍ଥିତ ବୁଦ୍ଧି ଖଟାଇ କାର୍ଯ୍ୟସାଧନ କରପାରିିବେ। ସଭାସମିତିରେ କିମ୍ବା ଗଠନମୂଳକ କାଯର୍‌ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ।
କନ୍ୟା
ଆଜିର ଗ୍ରହସ୍ଥିତି ଆପଣଙ୍କ ପ୍ରତ୍ୟେକ କାମ ସକାଶେ ଅନୁକୂଳ ରହିବ। ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିପାରନ୍ତି। ସ୍ତ୍ରୀଙ୍କ ବରାଦ, ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାଜନିତ ଦୁଶ୍ଚିନ୍ତା ବଢ଼ିପାରେ। କଠିନ ଶ୍ରମ ସଙ୍ଗକୁ ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି।
ତୁଳା
ତୁଳା
ସାମାଜିକ ସ୍ତରରେ ନୂଆ ନୂଆ କାମ କରିବା ପାଇଁ ମାନସିକ ସ୍ତରରେ ନିଷ୍ପତ୍ତି ନେଇପାରନ୍ତି। ଆନୁଷଙ୍ଗିକ ସହଯୋଗ ପାଇବା ସକାଶେ ବେଶି କଷ୍ଟ କରିବାକୁ ପଡିବନାହିଁ। କିନ୍ତୁ ଆପଣଙ୍କର କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପଡ଼ିବ। ନିଜ ଲୋକମାନେ ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
ବିଛା
ବିଛା
ପରିସ୍ଥିତିକୁ ଅନୁଧ୍ୟାନ କରି ପୂର୍ବ ସ୍ଥିରୀକୃତ ମତ ଓ କାମକୁ ବଦଳାଇପାରନ୍ତି। ଭୁଲ୍‌ ବୁଝାମଣାଜନିତ ସମ୍ପର୍କୀୟଙ୍କ ଘରୋଇ କଳହରେ ସାମିଲ୍‌ ହେବାକୁ ପଡ଼ିପାରେ। କର୍ମକ୍ଷେତ୍ରରେ ଶୁକ୍ର ପାରିବାରିକ ଓ କର୍ମକ୍ଷେତ୍ରରେ ଆଶା ପୂରଣରେ ସାହାଯ୍ୟ କରିପାରନ୍ତି। କ୍ରୀଡା, ସାହିତ୍ୟ, ସାମ୍ବାଦିକତା ସ୍ତରରେ ସମସ୍ୟା ସମାଧାନ ହୋଇଯିବ ।
ଧନୁ
ଧନୁ
ମନରେ ଜିଦ୍‌ ଓ କ୍ରୋଧ ରହିଥିଲେ ମଧ୍ୟ ସମୟୋଚିତ ପଦକ୍ଷେପ ନେବାରେ ଭୁଲ୍‌କରିବେ ନାହିଁ। ଅର୍ଥନୈତିକ ସ୍ଥିତି, ବନ୍ଧୁ ସମ୍ପର୍କ, ଚେଷ୍ଟା କରୁଥିବା କାମ କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ କ୍ଷେତ୍ରରେ ଆପଣଙ୍କ କଥାର ଓଜନ ବୃଦ୍ଧିପାଇବା ସହ ଅନ୍ୟମାନଙ୍କର ସମର୍ଥନ ହାସଲ କରିବାରେ ଅସୁବିଧା ହେବନାହିଁ।
ମକର
ମକର
କର୍ମକ୍ଷେତ୍ରରେ ଭୁଲ ବୁଝାମଣା ଦୂର ହେବାରେ ବନ୍ଧୁଙ୍କ ଅବଦାନକୁ ଭୁଲିପାରିବେ ନାହିଁ। ରପ୍ତାନି ବାଣିଜ୍ୟ, ହୋଟେଲ,ରେଷ୍ଟୁରାଣ୍ଟ,ଲୌହତୈଳାଦି ବ୍ୟବସାୟ ପ୍ରଭୃତି ଆଜି ଭଲ ରହିବ। ପରିବାରରେ କେତେକ ଅଟକି ରହିଥିବା କାମକୁ ଆଜି ହିଁ ପୂର୍ଣ୍ଣାଙ୍ଗ କରିବାରେ ଯନତ୍ବାନ୍‌ ହେବାର ଆଶା ରହିଛି।
କୁମ୍ଭ
କୁମ୍ଭ
ଆପଣଙ୍କ ମୁହଁ ସାମ୍‌ନାରେ କିଏ କିଛି କହିବାକୁ ସାହସ କରିପାରିବେ ନାହିଁ ମାତ୍ର ପଛରେ ବହୁତ ସମାଲୋଚନା ଶୁଣିପାରିବେ। ନିଆଁରେ ଘିଅ ଢାଳିଲା ପରି ନିଜର ଲୋକମାନଙ୍କ କାର୍ଯ୍ୟ କଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସକାଳ ସମୟରେ ଦୀର୍ଘଦିନରୁ ପ୍ରତୀକ୍ଷା କରିଥିବା କୌଣସି ଶୁଭ ଖବର ପାଇବାର ସୂଚନା ରହିଛି।
ମୀନମୀନ
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିଥିବାରୁ ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ବହୁତ ଦିନରୁ ଅଟକି ରହିଥିବା କାମଗୁଡିକ ଆଜି ଅପରାହ୍ନେ ଠିକ୍‌ ଭାବରେ ସମ୍ପନ୍ନ ହେବ। ଅଯଥା ତର୍କ ଓ ବିବାଦ କାରଣରୁ ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୮ ତାରିଖ – Daily Horoscope

ମେଷ ଆଜି ଆର୍ଥିକ ଅସଙ୍ଗତି ଦୂରକରିବା ସହ ଆଲୋଚନାକୁ ଅଗ୍ରଗାମୀ କରାଇବାରେ ସହାୟକ ହେବେ। ପୂର୍ବାଲୋଚନା ଅନୁଯାୟୀ ଆଜିର ଯାତ୍ରା, ନୂତନ କର୍ମାରମ୍ଭ, ପ୍ରଶାସନିକ ନିଷ୍ପତ୍ତିରେ ସଫଳତା…

ରାଶିଫଳ: ସୋମବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା…

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri