Posted inRasifala

ରାଶିଫଳ: ସୋମବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ
ଆଜି ମନ ଭଲ ରହିବା ସାଙ୍ଗକୁ ପ୍ରତ୍ୟେକ କାମରେ ନିଜକୁ ନିମଜ୍ଜିତ କରି ରଖିବେ। କେନ୍ଦ୍ରସ୍ଥ ବୃହସ୍ପତି ଯାତ୍ରା, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ରହିବ ନାହିଁ। କିନ୍ତୁ ସାଙ୍ଗସାଥୀଙ୍କ ସହିତ ସାଧାରଣ କଥାକୁ କେନ୍ଦ୍ରକରି ମନ ଉତ୍ତେଜନାପୂର୍ଣ୍ଣ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଓ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
ବୃଷ
ବୃଷ
ବନ୍ଧୁଙ୍କ ସହଯୋଗରୁ ନୂଆ କରି କୌଣସି କାମ ଆରମ୍ଭ କରିପାରନ୍ତି। ଦୀର୍ଘଦିନରୁ କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ କାମ ଅଟକିବ ନାହିଁ। ପରିବାର ମଧ୍ୟରେ କେତେକ ଅସଂଗତି ପୂର୍ବରୁ ରହିଥିଲେ ମଧ୍ୟ ତାହା ଉଦ୍‌ବେଗଜନକ ହେବନାହିଁ । ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁ ଠିକ୍‌ ସମୟରେ ଆସି ଆପଣଙ୍କୁ ସାହାଯ୍ୟ କରିବେ।
ମିଥୁନ
ମିଥୁନ
ଅନୁଚିତ ବିଚାରଧାରାକୁ କେନ୍ଦ୍ରକରି ସମ୍ପର୍କୀୟଙ୍କ ସହ କଳହର ସମ୍ମୁଖୀନ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କମାନଙ୍କ ସହଯୋଗରୁ ଅର୍ଥ ଓ ସମ୍ମାନ ପାଇବେ। ସରକାରୀସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ଜରିଆରେ ପାଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟ ଧରି କର୍ମ କରି ଚାଲିଲେ ଅବଶ୍ୟ ଉପକୃତ ହେବେ।
କର୍କଟ
କର୍କଟ
କାର୍ଯ୍ୟବ୍ୟସ୍ତତା ମଧ୍ୟରେ ମାନସିକ ଓ ଶାରୀରିକ ସୁସ୍ଥତା ରହିବନାହିଁ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲହେବ। ପାରସ୍ପରିକ ଯୁକ୍ତିତର୍କ ସହିତ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। କୌଣସି ବ୍ୟକ୍ତିଙ୍କ କଥାରେ ପ୍ରଭାବିତ ହୋଇ ଭୁଲ୍‌ ବୁଝାମଣାଜନିତ ଅଶାନ୍ତ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି।
ସି˚ହ
ସି˚ହ
ବ୍ୟୟବୃଦ୍ଧି ସାଙ୍ଗକୁ ଦୂରଯାତ୍ରା କିମ୍ବା ସ୍ଥାନାନ୍ତରଜନିତ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ତରବରିଆ ଜଗି ରଖି ଚଳିବା ଭଲ ହେବ। ସମସ୍ୟାର ସମାଧାନ ପରିପ୍ରେକ୍ଷୀରେ ହିତୈଷୀମାନଙ୍କ ସାହାଯ୍ୟ ଓ ସହଯୋଗରୁ ସମସ୍ୟା ସମାଧାନ ହୋଇଯିବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ।
କନ୍ୟା
କୌଣସି ଜିନିଷ ପ୍ରାପ୍ତି ଆଶାରେ ବନ୍ଧୁଙ୍କ ସାହାଯ୍ୟ ପାଇଁ ଅନୁରୋଧ କରିପାରନ୍ତି। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆବିର୍ଭାବ ପରିସ୍ଥିତିକୁ ଏପଟ ସେପଟ କରିଦେଇପାରେ। କାର୍ଯ୍ୟରେ ସଫଳତା ହାସଲ କରିବେ, କିନ୍ତୁ ଏଥିପାଇଁ ବହୁତ ସଂଘର୍ଷ କରିବାକୁ ପଡିବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ସରକାରୀ କାମରେ ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ।
ତୁଳା
ତୁଳା
ଉଦ୍ଦେଶ୍ୟ ମହତ୍‌ ଥିଲେ ମଧ୍ୟ ଅନ୍ୟମାନଙ୍କ ଭୁଲ୍‌ ଧାରଣା ଆପଣଙ୍କ କାମରେ ଅନର୍ଥ ସୃଷ୍ଟିକରିବ। ଆଜି କର୍ମକ୍ଷେତ୍ରର ଚାପ ଏତେଦୂର ବଢିଯିବ ଯେ ଶାନ୍ତିରେ ରହିପାରିବେ ନାହିଁ। ଘର ଲୋକଙ୍କ କାମରେ ଅସନ୍ତୁଷ୍ଟ ହେଲେ ସୁଦ୍ଧା ପାଟି ଫିଟାଇବାର ରାସ୍ତା ନ ଥିବ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ପରିସ୍ଥିତିକୁ ଅନୁଧ୍ୟାନ କରି ପଦକ୍ଷେପ ନେବା ବୁଦ୍ଧିମାନର କାମହେବ। ସମସ୍ୟା ମଧ୍ୟରେ କାମ ବହୁତ କରିବେ ସତ କିନ୍ତୁ କୌଣସିଟା ପୂର୍ଣ୍ଣାଙ୍ଗ ହେବନାହିଁ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟିର କାର୍ଯ୍ୟକଳାପ ମନରେ ସନ୍ଦେହ ସୃଷ୍ଟିକରିବ। ବ୍ୟବସାୟ, ସଭାସମିତି, ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା କ୍ଷେତ୍ରରେ କେତେକାଂଶରେ ଶୁଭଫଳ ପାଇବେ।
ଧନୁ
ଧନୁ
ପଡୋଶୀଙ୍କ ମିତ୍ରତା ମାନସିକ ଅସୁସ୍ଥତାକୁ ଦୂରେଇବାରେ ସମର୍ଥ ହେବ। ଘରର ଅପ୍ରକାଶ୍ୟ କେତେକ ଘଟଣା ସବୁ ଶୁଣିବେ ସିନା କାହାକୁ କିଛି କହି ପାରିବେ ନାହିଁ। ନୂତନ କାମରେ ପ୍ରତିବନ୍ଧକ ଲାଗିରହିବାରୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିପାରନ୍ତି। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ନିକଟରୁ ଧାର କରିବାକୁ ପଡିପାରେ।
ମକର
ମକର
କାର୍ଯ୍ୟବ୍ୟସ୍ତତା ସାଙ୍ଗକୁ ଅନ୍ୟମାନଙ୍କର ଅଭିଯୋଗ ମାନସିକ ଅସ୍ଥିରତାକୁ ବୃଦ୍ଧି କରିପାରେ। କର୍ମକ୍ଷେତ୍ରରେ ବିନା କାରଣରେ ସନ୍ଦେହ ଓ ଭୁଲ୍‌ବୁଝାମଣା ସୃଷ୍ଟିହେବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବରେ ପରିବର୍ତ୍ତନ ମନକୁ ସାନ୍ବନା ଦେବାରେ ସହାୟକ ହୋଇପାରିବ। ବନ୍ଧୁଙ୍କ ପ୍ରେରଣାରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ।
କୁମ୍ଭ
କୁମ୍ଭ
ପ୍ରତ୍ୟେକ କ୍ଷେତ୍ରରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ସମର୍ଥହେବ। ବନ୍ଧୁଙ୍କ ପାରିବାରିକ ସମସ୍ୟା ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଭୁଲ୍‌ କାର୍ଯ୍ୟପଦ୍ଧତି ଅନୁସରଣ କଲେ ଅଫିସ୍‌ରେ ଉତ୍ତରଦାୟୀ ହେବାକୁ ପଡିବ ା ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱୀଙ୍କ ସହ ଆପୋସ ଆଲୋଚନା ଦ୍ୱାରା ସମାଧାନର ଆଶା କରାଯାଇପାରେ।
ମୀନମୀନ
କର୍ମକ୍ଷେତ୍ରରେ ବିଫଳତା ଲାଗିରହିବାରୁ ମନରେ ବିଭିନ୍ନ କଳ୍ପନା ଜାଗ୍ରତ ହେବ। ବ୍ୟବସାୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି। ପାଖ, ପଡୋଶୀଙ୍କ ସହ ସମ୍ପର୍କକୁ କେନ୍ଦ୍ରକରି ପାରିବାରିକ କ୍ଷେତ୍ରରେ ଅଶାନ୍ତି ସୃଷ୍ଟି ହେବାର ସୂଚନା ରହିଛି। ସାମୟିକ ଭାବରେ ସ୍ନାୟବିକ ଦୁର୍ବଳତାଜନିତ ଅସୁସ୍ଥତା ଅନୁଭବ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୨୬ ତାରିଖ – Daily Horoscope

ମେଷ ସାମାଜିକ ସ୍ତରରେ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇନେବେ। ଯାତ୍ରା ସମୟରେ ଅନ୍ୟମନସ୍କ କାରଣରୁ ଅର୍ଥହାନି ଘଟିପାରେ। ଆନୁଷ୍ଠାନିକ କାମରେ କଳହର ସମ୍ମୁଖୀନ…

ରାଶିଫଳ: ଶନିବାର, ଜୁଲାଇ ୨୫ ତାରିଖ – Daily Horoscope

ମେଷ ଅପୂରଣୀୟ ଅଭିଳାଷ ମାନସିକ ଅସନ୍ତୋଷ ବୃଦ୍ଧି କରିବା ସହ ପୁରାତନ ରୋଗ ପୀଡ଼ା ଜନିତ ବିଷାଦିତ ରହିପାରନ୍ତି। ଆଶା କରିଥିବା ମୂଲ୍ୟବାନ ଦ୍ରବ୍ୟଟି ବନ୍ଧୁଙ୍କ ଜରିଆରେ…

ରାଶିଫଳ: ଶୁକ୍ରବାର, ଜୁଲାଇ ୨୪ ତାରିଖ – Daily Horoscope

ମେଷ ଆଜି ଆପଣଙ୍କ ସକାଶେ ପାରିବେଶିକ କୁପ୍ରଭାବ ମାନସିକ ଓ ଶାରୀରିକ ଦିଗ ପାଇଁ ପ୍ରତିକୂଳ ପ୍ରଭାବ ପକାଇବ। ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ, ଧର୍ମୀୟ ଭାବନା, ବନ୍ଧୁମିଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri