ମେଷ

ଆଜିର ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ରର ପରିସ୍ଥିତି ସ୍ବାଭାବିକ ରହିବ। ନିକଟରେ ରହୁ ନ ଥିବା ପିଲାଙ୍କ ସ୍ବାସ୍ଥ୍ୟ ସକାଶେ ଏବଂ ସଭାସମିତି ଓ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି। ସ୍ବାର୍ଥସାଧନ ମାନସରେ ନିଜ ଲୋକ ଅସୁବିଧାରେ ପକାଇପାରନ୍ତି। ବାଣିଜ୍ୟ, ବ୍ୟୟ ଅଟକଳ, ଜମିଜମା କ୍ରୟବିକ୍ରୟ କ୍ଷେତ୍ର ବୁଝାମଣା ଭିତ୍ତିରେ ଶୃଙ୍ଖଳିତ ରହିବ।
ବୃଷ

ଆବଶ୍ୟକତାର ଅଭିବୃଦ୍ଧି ସଙ୍ଗକୁ ଆର୍ଥିକ ସମସ୍ୟା, ପାରିବାରିକ ଆବଶ୍ୟକତାକୁ ଅଟକାଇଦେଇପାରେ। ନିର୍ମାଣ, ବ୍ୟବସାୟ, ସାମ୍ବାଦିକତା, ଏଜେନ୍ଶିପ୍, ମାଲିମକଦ୍ଦମା ସନ୍ତୋଷଜନକ ରହିବ। ସାମାଜିକ କ୍ଷେତ୍ରରେ, ସାଂଗଠନିକ ସ୍ତରରେ ଲୋକପ୍ରିୟତା ବଢ଼ିବ। ପଡ଼ୋଶୀଙ୍କ ମନ୍ତ୍ରଣାରେ ପାରିବାରିକ କଳହର ସୂତ୍ରପାତ ହୋଇପାରେ।
ମିଥୁନ

ଧନାଧିପ ସପ୍ତମ ସ୍ଥାନସ୍ଥ ହେତୁ ଅର୍ଥ ଲାଭ କାରଣରୁ ମନ ଖୁସୀ ରହିବ। କିନ୍ତୁ ମୃଗଶିରା ନକ୍ଷତା୍ରଧିପତି ଦୁର୍ବଳ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ଲାଗିରହିପାରେ। ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି। ଏକ ଆଧ୍ୟାତ୍ମିକ ପରିବେଶରେ ନିକଟ ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
କର୍କଟ

କର୍ମକ୍ଷେତ୍ରରେ କଥାବାର୍ତ୍ତାରେ ସଂଯମତା ଅବଲମ୍ବନ ନ କଲେ କଳହ ଲାଗିବାର ସମ୍ଭାବନା ରହିଛି । ଭୁଲ୍ ବୁଝାମଣା କାରଣରୁ ଅତିପ୍ରିୟ ବନ୍ଧୁଙ୍କ ସହ ମନାନ୍ତର ହୋଇପାରେ। ଘରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିପାରନ୍ତି। ପରିଜନଙ୍କ ସହିତ ଦୂରଯାତ୍ରାର ସୁଯୋଗ ପାଇବା ସହ ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିପାରନ୍ତି।
ସି˚ହ

ଆଜି ଆପଣ ଆତ୍ମୀୟମାନଙ୍କ ସହଯୋଗରେ ଅଟକି ରହିଥିବା କାମଗୁଡିକୁ ସମ୍ପନ୍ନ କରିବେ। ଆର୍ଥିକ ଦୁରବସ୍ଥା ଲାଗି ରହିବା ସହ ପରିବାରରେ ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। କର୍ମକ୍ଷେତ୍ରରେ ମନକଥା ମନରେ ରଖି ପିଠି ଥାପୁଡ଼େଇ କାମ ହାସଲ କରିବେ। କ୍ରନିକ୍ ରୋଗର ପୀଡ଼ା ବୃଦ୍ଧି ଘଟିପାରେ।
କନ୍ୟା

ନିଜ ଲୋକଙ୍କ ଦ୍ୱାରା କାମରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା ଯୋଗୁ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ପରିବାରର ଆବଶ୍ୟକତାନୁସାରେ ଗୃହୋପକରଣ କ୍ରୟ କରିବାକୁ ବାଧ୍ୟ ହୋଇପାରନ୍ତି। ପରୋକ୍ଷଶତ୍ରୁତା ସଙ୍ଗକୁ ବିବାଦୀୟ ସ୍ଥିତି ଉପୁଜିବା କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ।
ତୁଳା

ଆତ୍ମୀୟମାନଙ୍କ ସାହାଯ୍ୟ ସହଯୋଗରୁ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ କରିପାରିବେ। ସାମାଜିକ ସ୍ତରରେ ବନ୍ଧୁମାନଙ୍କୁ ଉପଯୁକ୍ତ ପ୍ରେରଣା ଦେଇ ପ୍ରଶଂସିତ ହେବେ। ଆଜି ଦିନଟିରେ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ହୋଟେଲ, ରେସ୍ତୋଁରା, ଆମଦାନୀ କାରବାର, ବ୍ୟବସାୟ ଓ ପରିବହନ କ୍ଷେତ୍ର ପ୍ରାୟତଃ ଭଲ ରହିବ।
ବିଛା

ମନ ଚାହୁଁଥିବା ପ୍ରକାରେ କାମ ନ ହେବା କାରଣରୁ ମାନସିକ ସ୍ତରରେ ଚିନ୍ତିତ ରହିପାରନ୍ତି। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ବନ୍ଧୁ ଓ ପରିଜନମାନଙ୍କୁ ସନ୍ତୁଷ୍ଟ କରିପାରିବେ। ସରକାରୀ ସ୍ତରରେ ଆଶା କରୁଥିବା ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇ ଖୁସି ହେବେ। ବିରକ୍ତି ହେତୁ ବାକ୍ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ।
ଧନୁ

କୌଣସି ବିଶେଷ ଅସୁବିଧା ନ ଥିଲେ ମଧ୍ୟ ଆଜି ଅତୀତର କୌଣସି ଘଟଣା ମନକୁ ବେଶି ବିବ୍ରତ କରିବ। ଯାତ୍ରା କାଳରେ କିମ୍ବା ଜନଗହଳି ରାସ୍ତାରେ ସତର୍କତା ଅଭାବରୁ କୌଣସି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। କୌଣସି ପ୍ରିୟବନ୍ଧୁଙ୍କ ଆଗମନ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ଅସୁସ୍ଥତା ଅନୁଭବ କରିପାରନ୍ତି।
ମକର

ପାରିବାରିକ ସମସ୍ୟା ଯୋଗୁ ମନ ଭାରାକ୍ରାନ୍ତ ରହିବ। ଅର୍ଥସଂକଟ ଦୁଶ୍ଚିନ୍ତାକୁ ବଢାଇବ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସୁସମ୍ପର୍କ ଅଭାବରୁ ନିର୍ଦ୍ଦିଷ୍ଟ ସମୟରେ କାର୍ଯ୍ୟସମ୍ପନ୍ନ ହେବନାହିଁ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟ ଅତିକ୍ରମ କରିଥିବାରୁ ଖୁସି ହେବେ।
କୁମ୍ଭ

ସହକର୍ମୀଙ୍କ ସହ ତର୍କବିତର୍କ ଯୋଗୁ ମତ ପାର୍ଥକ୍ୟ ଦେଖାଦେବ। ନିଜ ବ୍ୟବହାର୍ଯ୍ୟ ଜିନିଷ ପରକୁ ଦେଇ ଆବଶ୍ୟକ ସମୟରେ ଅପଦସ୍ଥ ହୋଇପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯିବାରୁ କୌଣସି କାମରେ ଆଗଭର ହୋଇପାରିବେ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରା ଫଳପ୍ରଦ ହେବା ସହ ଲକ୍ଷ୍ୟ ହାସଲ କରିପାରିବେ।
ମୀନ
କର୍ମକ୍ଷେତ୍ରରେ ଗତକାଲିର ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ। କଚେରି ମାମଲାରେ ସଫଳତା ହାସଲ କରି ଆଶ୍ୱସ୍ତି ଲାଭ କରିବେ। ଦିନଟିରେ ଯଦିଓ ଦେହ ଭଲ ରହିବ ମାତ୍ର ଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ବନ୍ଧୁମାନଙ୍କ ନିମନ୍ତ୍ରଣ କ୍ରମେ ଆନୁଷ୍ଠାନିକ କିମ୍ବା ଧାର୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.