Posted inRasifala

ରାଶିଫଳ: ମଙ୍ଗଳବାର , ଜୁଲାଇ ୧୪ ତାରିଖ – Daily Horoscope

ମେଷ
ଆଜି ତୃତୀୟଭାବରେ ତିନୋଟି ଗ୍ରହଙ୍କ ସଂଯୋଗ କାରଣରୁ ବନ୍ଧୁମିଳନ,ଧାର୍ମିକ କାର୍ଯ୍ୟ ଏବଂ ଭ୍ରମଣସୌଖ୍ୟ ଲାଭ କରିବେ। ପାରିବାରିକ ଓ ପରିବହନ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମର ଆଶଙ୍କା କରାଯାଇପାରେ। ପରିସ୍ଥିତିବଶତଃ ଅତ୍ୟଧିକ ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହୋଇପାରନ୍ତି।
ବୃଷ
ବୃଷ
ଶୁଭଯୁକ୍ତ ଧନଭାବ ଯୋଗୁ ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ ନିଜ ଲୋକମାନଙ୍କ ସାହଚର୍ଯ୍ୟରେ କାର୍ଯ୍ୟ ସମ୍ପନ୍ନ କରିପାରିବେ। ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇବା କାରଣରୁ ସମସ୍ୟା ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖି ଭୁଲ୍‍ ବୁଝାମଣାଜନିତ ମାନସିକ ସ୍ଥିରତା ରହି ନ ପାରେ।
ମିଥୁନ
ମିଥୁନ
ବୃହସ୍ପତିଙ୍କ ସୁପ୍ରଭାବରେ ଆନୁଷ୍ଠାନିକ କିମ୍ବା ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିବେ। ଆଜିର ଯାତ୍ରା, ବାଣିଜ୍ୟ ଯଥାରୀତି ଚାଲୁ ରହିବାରେ କୌଣସି ଅସୁବିଧା ରହିବ ନାହିଁ। ବନ୍ଧୁ କିମ୍ବା ପରିଜନଙ୍କ ସହ ଭ୍ରମଣ ସୁଯୋଗ ଆକସ୍ମିକ ଭାବରେ ଜୁଟିପାରେ। ପ୍ରକାଶନ, ଆନୁଷ୍ଠାନିକ କାର୍ଯ୍ୟ ଏବଂ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ।
କର୍କଟ
କର୍କଟ
ଭାଗ୍ୟାଧିପ ରାଶିରେ ଅବସ୍ଥାନ କରିଥିବାରୁ ସାହାଯ୍ୟ,ସହଯୋଗ ଲାଭପୂର୍ବକ କାର୍ଯ୍ୟ ହାସଲ କରାଇବେ। ଧନ ସ୍ଥାନ ପାପଗ୍ରହଯୁକ୍ତ କାରଣରୁ ଆର୍ଥିକ ଅନଟନ ଲାଗି ରହିଲେ ମଧ୍ୟ ପରିସ୍ଥିତିକୁ ସମ୍ଭାଳି ନେବେ। ପାରିବାରିକ କ୍ଷେତ୍ର,ଆର୍ଥତ୍କ ପରିସ୍ଥିତି ଏବଂ ବନ୍ଧୁସମ୍ପର୍କ କ୍ଷେତ୍ରରେ ସାମାନ୍ୟ ବ୍ୟତିକ୍ରମ ଆଶଙ୍କା ରହିଛି।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ବିଶିଷ୍ଟ ବ୍ୟକ୍ତି ଅନୁକମ୍ପା ପ୍ରଦାନ କରିବେ ତଥାପି ସମସ୍ୟାରୁ ମୁକ୍ତିପାଇବା ସହଜସାଧ୍ୟ ନ ହୋଇପାରେ। ପରିସ୍ଥିତିବଶତଃ ପରିବାରର ଦୈନିକ ଖର୍ଚ୍ଚ ପରିମାଣ ବଢ଼ିଯିବାରୁ ଚିନ୍ତିତ ରହିବେ। ଚତୁର୍ଥଭାବ ମଙ୍ଗଳଙ୍କ ଦୃଷ୍ଟିରୁ ପ୍ରିୟଜନଙ୍କ ସହ ପୂର୍ବାଲୋଚନା ଅନୁଯାୟୀ ଦୂରଯାତ୍ରା କରିପାରନ୍ତି।
କନ୍ୟା
ଏକାଦଶ ସ୍ଥାନରେ ବୃହସ୍ପତିଙ୍କ ସ୍ଥିତି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିନେବାରେ ସାହାଯ୍ୟ କରିବ। ସାଙ୍ଗଠନିକ କାର୍ଯ୍ୟ,ସାମାଜିକ କାମ ଓ ବନ୍ଧୁଙ୍କୁ ସାହାଯ୍ୟ କରି ଆମତ୍ତୃପ୍ତି ଲାଭ କରିପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପାରୁ କର୍ମକ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଭାଇଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି।
ତୁଳା
ତୁଳା
ଆଜିର ଗ୍ରହ ସ୍ଥିତି ପ୍ରାୟତଃ ଭଲ ରହିଥିବାରୁ ପ୍ରତି କାମ ସୁରୁଖୁରୁରେ ସମ୍ପନ୍ନ କରିପାରିବେ। ଧନାଧିପତି ଧନ ସ୍ଥାନକୁ ଅବଲୋକନ କରୁଥିବାରୁ ଆଶା କରୁଥିବା ଦିଗରୁ ଅର୍ଥ ସାହାଯ୍ୟ ନିଶ୍ଚିତ ପାଇବେ। ପ୍ରତୀକ୍ଷିତ ଖବର ସରକାରୀ ସ୍ତରରୁ ପାଇ ଖୁସି ହେବେ। ଉପରିସ୍ଥଙ୍କ ଆଦେଶରୁ ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ।
ବିଛା
ବିଛା
ରାଶ୍ୟାଧିପତି ମଙ୍ଗଳଙ୍କ ସ୍ବଗୃହକୁ ଦୃଷ୍ଟିର ପ୍ରଭାବରେ ଶାରୀରିକ ସ୍ବାସ୍ଥ୍ୟ ଅବଶ୍ୟ ଭଲ ରହିବ। ଆଜିର ଯାତ୍ରା ସମୟରେ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ଯୋଗୁ କ୍ଷୋଭ ପ୍ରକାଶ କରିବେ। ଉତ୍ତମ ବୁଝାମଣା ଯୋଗୁ ପାରିବାରିକ ଜୀବନରେ ମାନସିକ ଅବସାଦ ଦୂର ହେବ। ଭଲ ସମ୍ପର୍କ ନ ଥିବା ବନ୍ଧୁମାନେ ବିରୋଧ କରିପାରନ୍ତି।
ଧନୁ
ଧନୁ
ଏକାଧିକ ଗ୍ରହ ସପ୍ତମ କେନ୍ଦ୍ରରେ ଅବସ୍ଥାନ କରିଥିବାରୁ ଯାତ୍ରା, ବାଣିଜ୍ୟ, ବନ୍ଧୁମିଳନ, ଅର୍ଥ ସମ୍ପର୍କରେ ସମସ୍ୟା ଆସିପାରେ। ଉତ୍ତରାଷାଢ଼ା ନକ୍ଷତ୍ର ସକାଶେ ଆଜିର ସମସ୍ତ କାର୍ଯ୍ୟ ସାଧନରେ କୌଣସି ପ୍ରକାର ଅସୁବିଧା ହେବନାହିଁ। ନିର୍ମାଣାଧୀନ କାମ, ନୂତନ ଚୁକ୍ତିପତ୍ର, ସଭାସମିତି, ଆନୁଷ୍ଠାନିକ କାମରେ ପ୍ରତିବନ୍ଧକର ସୂଚନା ରହିଛି ା
ମକର
ମକର
ଦେବଗୁରୁ ବୃହସ୍ପତିଙ୍କ ଶୁଭ ସମ୍ପର୍କରୁ ଦୀର୍ଘଦିନର ଅଭିଳାଷ ପୂରଣ ହେବାରୁ ମନ ହାଲୁକା ରହିବ। ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ କମି କମି ଯିବ। ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ ଓ କାର୍ଯ୍ୟକ୍ଷେତ୍ରରେ ସହଯୋଗ ପାଇପାରିବେ।
କୁମ୍ଭ
କୁମ୍ଭ
କର୍ମାଧିପତି ଶୁଭଦୃଷ୍ଟିରୁ ହାତକୁ ନେଇଥିବା କାମଗୁଡ଼ିକ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇଯିବ। ବୁଧଗ୍ରହ ଷଷ୍ଠଭାବରେ ଅବସ୍ଥାନ କରିଥିବାରୁ ପିଲାଙ୍କ ପଢ଼ା ସମସ୍ୟା ନେଇ ଚିନ୍ତିତ ରହିବେ। ଆଲୋଚନା ସ୍ତରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‍ ହେବନାହିଁ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମୀନମୀନ
କୋଣଭାବ ଶୁଭଗ୍ରହଯୁକ୍ତ ହୋଇଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବ। ପରିବାରର ଆବଶ୍ୟକତାନୁଯାୟୀ ଅଳଙ୍କାର, ଔଷଧପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟକରିପାରନ୍ତି। ବୁଝାମଣାର ଭିନ୍ନତା ଯୋଗୁ ଅନ୍ୟର ଉପକାର କଲେ ମଧ୍ୟ ପ୍ରତିଦାନରେ କିଛି ପାଇବେ ନାହିଁ। ସାହିତ୍ୟ,ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ ଏବଂ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ…

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri