Posted inRasifala

ରାଶିଫଳ: ସୋମବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ
ବ୍ୟୟଭାବରେ ମଙ୍ଗଳଥିବାରୁ ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ଅଟକି ରହିଥିବା କାମ ତ୍ୱରାନ୍ବିତ ହେବ । ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ହାସଲ କରିବେ । ଆମତ୍ୀୟସ୍ବଜନଙ୍କ ପାଇଁ ଚିନ୍ତା ବଢିପାରେ । ପାରିବାରିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ ।
ବୃଷ
ବୃଷ
ଲାଭସ୍ଥାନରେ ଚନ୍ଦ୍ର ଥିବାରୁ ସକାଳୁ ସକାଳୁ ଶୁଭ ଖବର ପାଇ ମନ ଖୁସୀ ହୋଇଯିବ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ହଠାତ୍‌ ପ୍ରକାଶ କରିବା ଠିକ୍‌ ନ ହୋଇପାରେ । ସରକାରୀ ସୂତ୍ରରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି । ପାଖ ପଡୋଶୀଙ୍କଠାରୁ ସାହାଯ୍ୟଲାଭ କରି କାର୍ଯ୍ୟ ହାସଲ କରିବେ ।
ମିଥୁନ
ମିଥୁନ

ଦୀର୍ଘଦିନରୁ ବହୁ ପ୍ରତୀକ୍ଷିତ ଖବରଟି ଅପରାହ୍ନେ ପାଇପାରନ୍ତି । ଆର୍ଥିକ ଅନଟନ ଦୂରେଇବା କ୍ଷେତ୍ରରେ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ । କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ପ୍ରଭୃତିରେ ଉନ୍ନତି କରିବେ । ଉଚ୍ଚଶିକ୍ଷା, ସନ୍ତାନଙ୍କ ସମସ୍ୟା, ଯାନ୍ତ୍ରିକ ତ୍ରୁଟି, ଜମିଜମା କାରବାର କେତେକାଂଶରେ ଭଲ ରହିବ ।

କର୍କଟ
କର୍କଟ
କର୍ମାଧିପ ଭାଗ୍ୟସ୍ଥ ହେତୁ ଦୀର୍ଘଦିନର ପ୍ରତୀକ୍ଷା ପରେ ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରିବେ ।  ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ ।  ଖଳଲୋକମାନଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି ।  ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ପ୍ରତିଦ୍ୱନ୍ଦ୍ୱିତା ବଢିପାରେ ।
ସି˚ହ
ସି˚ହ
ଗୁରୁଜନମାନଙ୍କ ପରାମର୍ଶ ଓ ସହଯୋଗରୁ ପାରିବାରିକ ସମସ୍ୟା ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡିପାରେ । ବନ୍ଧୁଙ୍କ ନିକଟରୁ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ । ଆଗାମୀ ମାଙ୍ଗଳିକ କାମ ସକାଶେ ବ୍ୟସ୍ତତା ଅନୁଭବ ବୃଦ୍ଧି ପାଇବ ।
କନ୍ୟା
ବୁଧାଦିତ୍ୟ ଯୋଗ ପ୍ରଭାବରେ କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ । ଭଦ୍ରଲୋକମାନଙ୍କ ସହାୟତାରେ ଦୀର୍ଘଦିନର ଶତ୍ରୁତା ସଙ୍ଗକୁ ଜମିଜମା ବିବାଦର ଅବସାନ ଘଟିବ । ହଠାତ୍‌ ଦୂରଯାତ୍ରା କରିବାକୁ ପଡିପାରେ । କର୍ମକ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ନେବାକୁ ପଡିବାର ସମ୍ଭାବନା ରହିଛି ।
ତୁଳା
ତୁଳା
ଶନି ଓ ଚନ୍ଦ୍ରଙ୍କ ସମ୍ବନ୍ଧ କାରଣରୁ ପୂର୍ବସ୍ଥିରୀକୃତ କାର୍ଯ୍ୟକ୍ରମ ଅନୁଯାୟୀ ବନ୍ଧୁ ମିଳନ ସହିତ କାର୍ଯ୍ୟ ସମ୍ପନ୍ନ କରିବେ । ପାଖପଡୋଶୀ ଓ ଆମତ୍ୀୟମାନଙ୍କ ଠାରୁ ଆବଶ୍ୟକୀୟ ସାହାଯ୍ୟ ପାଇବାରେ କୌଣସି ଅସୁବିଧା ହେବନାହିଁ । ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ଆଶା ଅନୁରୂପ ଫଳ ପାଇବେ ।
ବିଛା
ବିଛା

ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି ଘଟିବା ସହ ପ୍ରତ୍ୟେକ କ୍ଷେତ୍ରରେ ଜୟଯୁକ୍ତ ହେବେ । ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ସ୍ବାର୍ଥବାଦୀ ହେବାରୁ ମାନସିକ ଆଘାତ ଲାଗିପାରେ । ଶୃଙ୍ଖଳାବିହୀନ କାର୍ଯ୍ୟକଳାପ ପାଇଁ ସମାଲୋଚିତ ହୋଇପାରନ୍ତି । ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିବେ ।

ଧନୁ
ଧନୁ

ରାଶିରେ କେତୁ ଯୁକ୍ତ ବୃହସ୍ପତି କାରଣରୁ ଶାରୀରିକ ଅସୁ୍‌ସ୍ଥତା ସହ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ । ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗଁୁ ଅଗ୍ରଗତି ହୋଇପାରିବ ନାହିଁ । ପରକଥାରେ ପ୍ରଭାବିତ ହୋଇ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚତ୍ବ ।

ମକର
ମକର

ଶନିଙ୍କ ଦୃଷ୍ଟିରେ ଚନ୍ଦ୍ର ଓ ମଙ୍ଗଳ ଥିବାରୁ ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସରକାରୀ କ୍ଷେତ୍ରରୁ ଲାଭର ଆଶା କେତେକାଂଶରେ ମନକୁ ହାଲୁକା କରିଦେବ । କେତେକ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି । ସ୍ଥଗିତ କାମକୁ ପୂରାଦମ୍‌ରେ କରିବା ପାଇଁ ନିଷ୍ପତ୍ତି ନେବେ ।

କୁମ୍ଭ
କୁମ୍ଭ
କର୍ମାଧିପ ପାପଗ୍ରହ ଦୃଷ୍ଟିରେ ଥିବାରୁ ଯୁକ୍ତିତର୍କ ଜନିତ ଭଲ ସମ୍ପର୍କ ଥିବା ବନ୍ଧୁଟି ଭୁଲ୍‌ ବୁଝିବେ । ଆଜି ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବାର ସୂଚନା ରହିଛି । ଆର୍ଥିକ ସଂକଟ ମଧ୍ୟଦେଇ ଗତି କରିବାକୁ ପଡିପାରେ । ପରୋକ୍ଷ ଶତ୍ରୁତା କାରଣରୁ ଅଶାନ୍ତ ରହିପାରନ୍ତି
ମୀନମୀନ

ପ୍ରତ୍ୟେକ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି । ପାପଯୁକ୍ତ ରାଶ୍ୟାଧିପତିଜନିତ ଅସୁସ୍ଥତା କାରଣରୁ ସ୍ନାୟବିକ ଦୁର୍ବଳତା ଅନୁଭବ କରିବେ । ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବାର ଆଶା କରାଯାଇପାରେ । କଳା, ସାହିତ୍ୟ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହେବ


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri