Posted inRasifala

ରାଶିଫଳ: ଶୁକ୍ରବାର , ଫେବୃୟାରୀ ୨୬ ତାରିଖ – Daily Horoscope

ମେଷ
ଆଜିର ସ୍ବଗୃହୀ ଚନ୍ଦ୍ର ଅର୍ଥ ଓ ସମ୍ମାନ ପ୍ରଦାନ କରିବାରେ ଅବହେଳା କରିବ ନାହିଁ। କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ଶନିଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁଁ ପରିବାରରେ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ ପ୍ରତିଶ୍ରୁତି ଦେବା ସହିତ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହୋଇପାରନ୍ତି।
ବୃଷ
ବୃଷ
ପରାକ୍ରମ ସ୍ଥାନସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ଉଚ୍ଚ ମନୋବଳ ପ୍ରତ୍ୟେକ କାମରେ ଉସତ୍ାହ, ଉଦ୍ଦୀପନା ସୃଷ୍ଟି କରିବ। କୌଣସି ଦ୍ରବ୍ୟପ୍ରାପ୍ତିରେ ବିଜାତୀୟ ବ୍ୟକ୍ତି ଜଣେ ସହଯୋଗ କରିପାରେ। ସାହିତ୍ୟ, ସଙ୍ଗୀତ, କ୍ରୀଡା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶା କରୁଥିବା ଫଳ ନିଶ୍ଚିତ ପାଇବେ। ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ମିଥୁନ
ମିଥୁନ
ମାନସିକ ଦ୍ୱନ୍ଦର ଅବସାନ ଘଟିବା ସଙ୍ଗକୁ ଆର୍ଥିକ ସ୍ଥିତି ମଜ୍‌ବୁତ ରହିବ। ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପରାମର୍ଶକୁ ଗ୍ରହଣ କରିବେ। ମାଙ୍ଗଳିକ କାମରେ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।
କର୍କଟ
କର୍କଟ
ଦୀର୍ଘ ଦିନରୁ ଭଟ୍ଟା ପଡିଯାଇଥିବା ସମ୍ପର୍କ ପୁନଃ ପ୍ରତିଷ୍ଠିତ ହେବ। ଆଲୋଚନା କ୍ଷେତ୍ରରେ ଭାବପ୍ରବଣ ବଶତଃ ଓଲଟା କଥା କହି ଅପଦସ୍ତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ନିକଟ ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ସି˚ହ
ସି˚ହ
ଆବଶ୍ୟକତା ଅନୁଯାୟୀ ହଠାତ୍‌ ବହୁତ୍‌ ଟଙ୍କା ଖର୍ଚ୍ଚ କରି ଦୁଃଖିତ ହେବେ। ମଘା ନକ୍ଷତ୍ରର ମାନସିକ ଅବସାଦ ଯୋଗଁୁ କୌଣସି କାମ ଉସତ୍ାହପ୍ରଦ ହେବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମନକୁ ଆତଙ୍କିତ କରିବ। ବ୍ୟବସାୟରେ ଲାଭ ପରିମାଣ କୌଣସି ପ୍ରକାରେ ଉଣା ହେବ ନାହିଁ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରଁରେ ଆଶାଜନକ ଫଳ ପାଇବେ। ପ୍ରକାଶନ, ରଚନାମତ୍କ କାର୍ଯ୍ୟ, ଯୋଗଯୋଗ ତଥା ଏଜେନ୍ସିପ୍‌ରୁ ଖୁସି ରହିବେ। ସରକାରୀ ସ୍ତରରୁ ଅଚାନକ ଭାବରେ ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ତୁଳା
ତୁଳା
ଆଲୋଚନା ମାଧ୍ୟମରେ ସମ୍ଯଯା ସମାଧାନ ହେବାର ମାର୍ଗ ଉନ୍ମୁକ୍ତ ହେବ। ଋଣ ପରିଶୋଧର ଲକ୍ଷ୍ୟ ନେଇ ବିଭିନ୍ନ ସୂତ୍ରରୁ ରୋଜଗାର କରିବେ। ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବାର ସମ୍ଭାବନା ରହିଛି। ଭରଷା କର ଅପେକ୍ଷାରେ ଥିଲେ ମଧ୍ୟ ବନ୍ଧୁମାନେ ଠିକ ଖବର ଦେବାରେ ହେଳା କରିପାରନ୍ତି।
ବିଛା
ବିଛା
ଆଜି ମାଙ୍ଗଳିକ କାମରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପାରିବେଶିକ କୁପ୍ରଭାବରୁ ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ। ଦାମ୍ପତ୍ୟ ଜୀବନରେ ବୃଥା ସନ୍ଦେହ ଅଶାନ୍ତିର କାରଣ ପାଲଟିଯିବ। ରାଜନୈତିକ ସ୍ଥିତି ମଜ୍‌ବୁତ୍‌ ରହିବା ସଙ୍ଗକୁ ସାମାଜିକ ପ୍ରତିଷ୍ଠା ବଢିବ।
ଧନୁ
ଧନୁ
ସ୍ଥଗିତ କାର୍ଯ୍ୟରେ ଆଶା ପୂରଣ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଉତରାଷାଢା ନକ୍ଷତ୍ର ପାଇଁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢିପାରେ। ସରଳ ବିଶ୍ୱାସ କରି କୌଣସି ଅଜଣା ବ୍ୟକ୍ତି ଦ୍ୱାରା ପ୍ରତାରିତ ହୋଇ ପାରନ୍ତି। ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରହିବ ଏବଂ ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ।
ମକର
ମକର
ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟିର ଆଶଙ୍କା ରହିଛି। ପରୋକ୍ଷ ଶତ୍ରୁତା ନିଶ୍ଚିତ କାମକୁ ଅନିଶ୍ଚିତତା ଭିତରକୁ ଠେଲି ଦେଇପାରେ। ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଅନ୍ୟମାନଙ୍କ ଭୁଲ୍‌ ଧାରଣା ଯୋଗଁୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିପାରନ୍ତି।
କୁମ୍ଭ
କୁମ୍ଭ
ପରକଥାରେ ମୁଣ୍ଡ ପୁରାନ୍ତୁ ନାହିଁ , ଯାହାକି ବିନା କାରଣରେ ଅଶାନ୍ତି ସୃଷ୍ଟି କରିପାରେ। ସ୍ବାସ୍ଥ୍ୟହାନୀ ହେତୁ ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ। ଶିଳ୍ପ, ବାଣିଜ୍ୟ, ଶେୟାରବଜାର କ୍ଷେତ୍ରରେ କ୍ଷତିର ଆଶଙ୍କା ରହିଛି। ବହୁତ ଦିନରୁ ଭଲ ସମ୍ପର୍କ ନଥିବା ଭ୍ରାତୃ ସମ୍ପର୍କରେ ଉନ୍ନତି ଘଟିବ।
ମୀନମୀନ
ନିକଟ ସମ୍ପର୍କୀୟମାନଙ୍କ ଈର୍ଷା ଓ ଅସୂୟାର କୁପରିଣାମ ଭୋଗ କରିବାକୁ ପଡିପାରେ। ଯେତେ ଭଲ କାମ କଲେ ମଧ୍ୟ ଖଳ ଲୋକ ମାନଙ୍କ ଦ୍ୱାରା ସମାଲୋଚିତ ହେବେ। ପାରିବାରିକ କ୍ଷେତ୍ରରେ ମାଲିମକଦ୍ଦମାରୁ ଚିନ୍ତାକୂଳ ହେବେ। ନିର୍ମାଣକୁ କେନ୍ଦ୍ରକରି ଜମିଜମା ବିବାଦ ସୃଷ୍ଟି ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ…

ରାଶିଫଳ: ଗୁରୁବାର, ଜୁଲାଇ ୩୦ ତାରିଖ – Daily Horoscope

ମେଷ ଆଜିର ଗ୍ରହଯୋଗ ଆପଣଙ୍କୁ ଅର୍ଥ,ବିଳାସବ୍ୟସନ, ସନ୍ତାନସୁଖ,ନୂତନମୈତ୍ରୀ ସୃଷ୍ଟିକରି ମୁହଁରେ ହସ ଫୁଟାଇବେ। ସାମାନ୍ୟ କଥାରୁ ପାରିବାରିକ ସମସ୍ୟା ଦେଖାଦେଇପାରେ। ଶନି ପ୍ରଭାବରୁ ବିଭିନ୍ନ ଝାମେଲା ମଧ୍ୟରେ…

ରାଶିଫଳ: ବୁଧବାର, ଜୁଲାଇ ୨୯ ତାରିଖ – Daily Horoscope

ମେଷ ବିଭିନ୍ନ ସମସ୍ୟା ମଧ୍ୟରେ କର୍ମକ୍ଷେତ୍ରରେ ଅସ୍ଥିରତା ଲାଗିରହିବ। ପାରିବାରିକ କ୍ଷେତ୍ରରେ ମତାନ୍ତର ଓ ବିତର୍କ ଜନିତ ଅଶାନ୍ତ ପରିସ୍ଥିତିର ଆଶଙ୍କା ଦେଖାଦେବ। ନିଜ ପରିସରର ଭଦ୍ରବ୍ୟକ୍ତିଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri