Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ
ଆଜି ସମ୍ପର୍କୀୟ ଭାଇ, ବନ୍ଧୁ, ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ନାହିଁ। ଆନୁଷ୍ଠାନିକ କାମରେ ଠିକ୍‌ ପରାମର୍ଶ ଦେଇ ଅନ୍ୟ ମାନଙ୍କ ପ୍ରଶଂସାର ପାତ୍ର ହେବେ। ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ଅନ୍ୟଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡିପାରେ।
ବୃଷ
ବୃଷ
ଆଜିର ଯାତ୍ରା,ବାଣିଜ୍ୟ,ବ୍ୟବସାୟ ଓ ନୂତନ କର୍ମାରମ୍ଭ ଭଲ ରହିବ। ଆଲୋଚନା କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେବାରେ ସମର୍ଥ ହେବେ। ବେପରୁଆ କାର୍ଯ୍ୟକଳାପ ସକାଶେ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଦାୟୀ ହେବାକୁ ପଡିପାରେ।
ମିଥୁନ
ମିଥୁନ
ପରିବାରରେ ଅଭାବ ଅସୁବିଧା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକି ରହିବନାହିଁ। ବିଶେଷ କଷ୍ଟ ସ୍ବୀକାର କରିବା ପରେ କାମଟି ବିଳମ୍ବରେ ହେବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି। ପରୋକ୍ଷ ଶତ୍ରୁତା ଓ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ତିରସ୍କୃତ ହୋଇପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ନିଜ ଦକ୍ଷତାରୁ ଉଚ୍ଚ ସମ୍ମାନ ପାଇବେ ଏବଂ ବୁଦ୍ଧିଜୀବୀମାନଙ୍କ ସାନ୍ନିଧ୍ୟରେ ଆସିବେ। ଅଫିସ୍‌ରେ ଯେତେଟା ପରିସ୍ଥିତିକୁ ଜଟିଳ ମନେ କରୁଛନ୍ତି ବାସ୍ତବରେ ସେପରି କିଛି ହେବନି। ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଆବଶ୍ୟକ ମନେକରୁଥିବା ଜିନିଷ ସମୂହକୁ କିଣିବାରେ ସକ୍ଷମ ହେବେ।
ସି˚ହ
ସି˚ହ
ପରିସ୍ଥିତିବଶତଃ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଅବହେଳା କରିପାରନ୍ତି। କେତେକ ଗୁରୁ‌ତ୍ୱପୂର୍ଣ୍ଣ କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସହକର୍ମୀଙ୍କ ସାହାଯ୍ୟ, ସହଯୋଗରୁ ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ବନ୍ଧୁମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ପଡିବ।
କନ୍ୟା
ପ୍ରତିକୂଳ ପରିସ୍ଥିତି ଯୋଗୁଁ କର୍ମକ୍ଷେତ୍ରରେ କାମଗୁଡିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ପରିବାରରେ ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ। ନିକଟ ସମ୍ପର୍କୀୟ ମାନଙ୍କ ସାହାଯ୍ୟରେ କିଛି ନୂତନ କାମ ଆରମ୍ଭ କରିପାରନ୍ତି।
ତୁଳା
ତୁଳା
ଦ୍ୱନ୍ଦ୍ୱରେ ପଡି କୌଣସି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବାର ସମ୍ଭାବନା ରହିଛି। କାର୍ଯ୍ୟବ୍ୟସ୍ତ ଯୋଗୁ ଅବସର ପାଇବେ ନାହିଁ କିମ୍ବା ଖାଦ୍ୟପେୟରେ ମଧ୍ୟ ଠିକ୍‌ ରହିବ ନାହିଁ। ପାରିବାରିକ ସମସ୍ୟା ବଡ ଚିନ୍ତାର କାରଣ ହୋଇପାରେ।
ବିଛା
ବିଛା
ସବୁ ଥାଇ ମଧ୍ୟ କିଛି ନ ଥିଲା ଭଳି ପରିସ୍ଥିତି ଅନୁଭବ କରିପାରନ୍ତି। ସମସ୍ତଙ୍କୁ ସରଳଭାବରେ ଗ୍ରହଣ କରିବା ଅସୁବିଧାର କାରଣ ହୋଇପାରେ। ଯାତ୍ରା ସମୟରେ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ପାରିବାରିିକ ସମସ୍ୟାର ସମାଧାନ କରିବା ସକାଶେ ବନ୍ଧୁମାନଙ୍କ ସହଯୋଗ ଭିକ୍ଷା କରିପାରନ୍ତି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ଖଳ ଲୋକମାନଙ୍କ ଦ୍ୱାରା ପ୍ରାୟୋଜିତ ଅପମାନଜନକ ସ୍ଥିତିରୁ ଖସି ଯାଇପାରନ୍ତି। ଯାତ୍ରାକାଳୀନ ଅପରିଚିତ ବ୍ୟକ୍ତି ଜଣକ ସକାଶେ ବ୍ୟସ୍ତତା ବୃଦ୍ଧି ପାଇପାରେ। ଆନୁଷ୍ଠାନିକ କାମରେ ଭୁଲ୍‌ ପଦକ୍ଷେପ ନେଇ ସମାଲୋଚିତ ହେବେ।
ମକର
ମକର

ଆନୁଷଙ୍ଗିକ ସାହାଯ୍ୟ ଲାଭକରି ସ୍ଥଗିତ କାମଟିକୁ ତ୍ୱରାନ୍ବିତ କରିପାରିବେ। ପରିବାରରେ ଭ୍ରାତୃପ୍ରୀତି ମିଳିପାରେ, ଯାହା କି ସହଯୋଗ ରୂପେ ପ୍ରାପ୍ତ ହେବ। ବହୁତ ଦିନରୁ ରହିଯାଇଥିବା ବକେୟା ଟଙ୍କା ଆଜି ପାଇବେ। ନିଜର ସୀମା ଭିତରେ ଜଗି ରଖି ଚଳିବା ଭଲହେବ, ନତୁବା କଳହ ଭିତରକୁ ଟାଣି ହୋଇପାରନ୍ତି।

କୁମ୍ଭ
କୁମ୍ଭ
ମନ କଥା ମନ ଭିତରେ ରଖି ବନ୍ଧୁଙ୍କ ସହ ମିଶିପାରିଲେ ସୁଯୋଗ ଆପଣା ଛାଏଁ ଆସିବ। କର୍ମକ୍ଷେତ୍ରରୁ ଯାହା ଓ ଯେତିକି ପାଇବା ନିଶ୍ଚିତ ପାଇ ପାରିବେ। ସାମ୍ବାଦିକତା ଓ ସଭାସମିତିରେ ସଫଳତା ମିଳିବ। ପରିବାରରେ ସ୍ତ୍ରୀଙ୍କ ଅଭିଯୋଗ ଅମୂଳକ ନୁହେଁ,ଏହାର ପୁନର୍ବିଚାର କରିବା ଭଲ ହେବ।
ମୀନମୀନ

ଆଜି ହାତକୁ ନେଇଥିବା କାର୍ଯ୍ୟ ଅବଶ୍ୟ ସୁବିଧାରେ ହୋଇଯିବ। ମାଙ୍ଗଳିକ କାମ ଓ ସାମ୍ବାଦିକତାରେ ପ୍ରଶଂସିତ ହେବେ। ଈର୍ଷା ପରାୟଣ ବ୍ୟକ୍ତିମାନେ ପ୍ରତିଷ୍ଠା ଓ ପ୍ରଶଂସାକୁ ସହି ନ ପାରି ପରୋକ୍ଷଶତ୍ରୁତା କରିପାରନ୍ତି। କାମ ହାସଲ ସକାଶେ ନୀତି ବହିର୍ଭୂତ କାମ କରି ସମାଲୋଚିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?