Posted inRasifala

ରାଶିଫଳ: ଶୁକ୍ରବାର, ଜୁନ୍ ୨୬ ତାରିଖ – Daily Horoscope

ମେଷ
ଆଜିର ସପ୍ତମସ୍ଥ ଚନ୍ଦ୍ର ପାପଗ୍ରହ ରାହୁଙ୍କ ଦୃଷ୍ଟିରେ ଥିବାରୁ ଆପଣଙ୍କ ଯାତ୍ରା, ପରିବାର, ଯାନବାହନ କ୍ଷେତ୍ରରେ ସତର୍କ ରହିବା ଭଲ। ପ୍ରତିବନ୍ଧକ କିମ୍ବା କଞ୍ଚାମାଲର ଅଭାବଜନିତ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇପାରେ। ଅବଶ୍ୟ ସଭାସମିତି, ଆନୁଷ୍ଠାନିକ କାମ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।
ବୃଷ
ବୃଷ
ରାଶ୍ୟାଧିପତି ଶୁକ୍ରଙ୍କ ସହିତ ବୁଧ ଏବଂ ବୃହସ୍ପତି ଥିବାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲ। ବନ୍ଧୁମିଳନ ଓ ମନୋରଞ୍ଜନ କାର୍ଯ୍ୟକ୍ରମରୁ ଖୁସି ରହିବେ। ଶନିଦୃଷ୍ଟ ମଙ୍ଗଳ ଯୋଗୁ ସୁସମ୍ପର୍କରେ ବୈରିମନୋଭାବ, ଜମିଜମା କାରବାରରେ କଳହର ସମ୍ମୁଖୀନ ହେବେ। ପ୍ରତିଦ୍ୱନ୍ଦ୍ୱିତା ହେତୁ ବ୍ୟବସାୟରେ ସାମାନ୍ୟ ସମସ୍ୟା ଦେଖାଦେବ।
ମିଥୁନ
ମିଥୁନ
ତୃତୀୟାଧିପ ରାଶିରେ ଅବସ୍ଥାନ କରିଥିବାରୁ ନିଜ ପରିସରର ଲୋକଙ୍କ ସାହାଯ୍ୟରୁ କାମ ଅଟକିବ ନାହିଁ। କିନ୍ତୁ ଜମିଜମା କିମ୍ବା ଗୃହସୀମାକୁ କେନ୍ଦ୍ରକରି ବନ୍ଧୁଙ୍କ ସହ ଭୁଲ୍‍ ବୁଝାମଣା ସୃଷ୍ଟି ହୋଇପାରେ। ବନ୍ଧୁମିଳନ, ଗବେଷଣା, ସଭାସମିତି, ସାହିତ୍ୟ ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ। କର୍ମାରମ୍ଭ ସକାଶେ ପ୍ରେରଣା ଯୋଗାଇବ।
କର୍କଟ
କର୍କଟ
ଆଜି ରାଶିରେ ଗୁରୁ ଏବଂ ଶୁକ୍ରଙ୍କ ସନ୍ନିବେଶରୁ ଭୋଗ ବିଳାସ, କଳା ସହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ଓ ମଉଜ , ମଜଲିସ୍‍ ସକାଶେ ମନ ବଳାଇବେ। କର୍ମକ୍ଷେତ୍ରରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ତଥାପି ରାହୁଙ୍କ କୁପ୍ରଭାବରୁ କାରଣ ବିହୀନ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
କେତୁଜନିତ ସମସ୍ୟା ଲାଗିରହିଲେ ମଧ୍ୟ ରବି ଏକାଦଶସ୍ଥ ଯୋଗୁ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ମଙ୍ଗଳଙ୍କ ବ୍ୟୟସ୍ଥାନକୁ ଦୃଷ୍ଟି ଯୋଗୁ ବିକ୍ରି ହୋଇପାରୁ ନ ଥିବା ଜମିଜମା ଆଲୋଚନାରେ ଅଗ୍ରଗତି ଘଟିବ। ବିବାଦୀୟ ଘଟଣାରେ ବିଜୟ ଲାଭ କରିବେ। କର୍ମଜଞ୍ଜାଳ ମଧ୍ୟରେ ମାନସିକ ଅସ୍ଥିରତା ଲାଗିରହିପାରେ।
କନ୍ୟା
ଆଜିର ଅନୁକୂଳ ଗ୍ରହସ୍ଥିତି ଶିକ୍ଷା, ପରୀକ୍ଷା, ସନ୍ତାନଙ୍କ କୃତିତ୍ୱ ସାଙ୍ଗକୁ ସୁସ୍ଥ ପାରିବାରିକ ଜୀବନଯାପନରେ ସହାୟକ ହେବ। ରାହୁଦୃଷ୍ଟ ଚନ୍ଦ୍ରଙ୍କ ଯୋଗୁ ଭୁଲ୍‍ ନିଷ୍ପତ୍ତି ନେଇ ଅନୁତପ୍ତ ହେବେ। ପୂର୍ବଶତ୍ରୁତାରୁ ଖଳ ଲୋକଙ୍କ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ । ବୃହସ୍ପତିଙ୍କ ସୁପ୍ରଭାବ ବାଣିଜ୍ୟରେ ଉନ୍ନତି ସହ ଆଲୋଚନାକୁ ଅମୀମାଂସିତ ରଖିପାରେ।
ତୁଳା
ତୁଳା
ଜନ୍ମ ଚନ୍ଦ୍ର ଯୋଗୁ ସନ୍ତାନହେତୁକ ଅଥବା କର୍ମସମ୍ବନ୍ଧୀୟ ସମସ୍ୟାଜନିତ ମାନସିକ ଅସ୍ଥିରତା ସୃଷ୍ଟି ହେବ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଉପକୃତ ହେବେ। ସ୍ବାସ୍ଥ୍ୟହାନି କାରଣରୁ କାମ କରିବା ପାଇଁ ନିସ୍ପୃହତା ଅନୁଭବ କରିପାରନ୍ତି। ଅବଶ୍ୟ ଆର୍ଥିକ ଦିଗଟି ଭଲ ରହିବା ଯୋଗୁ ଏକପ୍ରକାର ଆଶ୍ୱସ୍ତି ଅନୁଭବ କରିବେ।
ବିଛା
ବିଛା
ରାଶ୍ୟାଧିପତି ମଙ୍ଗଳଙ୍କ ସ୍ବଗୃହକୁ ଦୃଷ୍ଟି ପ୍ରଭାବରୁ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ଧତ୍ମେଇ ଯାଇଥିବା ବନ୍ଧୁସମ୍ପର୍କ ବୃଦ୍ଧିରେ ହିତୈଷୀ ମଧ୍ୟସ୍ଥତା କରିପାରନ୍ତି। ସହକର୍ମୀ ଈର୍ଷାପରାୟଣ ହୋଇ ଅସହଯୋଗ ପୂର୍ବକ ପଛରୁ ଗୋଡ଼ ଟାଣି ପାରନ୍ତି। ବିଭିନ୍ନ ସମସ୍ୟା ଥିଲେ ମଧ୍ୟ ନିର୍ମାଣ, ପରିବହନ, ମରାମତି, ଜମିଜମା କାମରେ ସାହାଯ୍ୟ ପାଇବେ।
ଧନୁ
ଧନୁ
ଗ୍ରହସ୍ଥିତିର ପ୍ରତିକୂଳତା ପରିବାର ଓ କର୍ମକ୍ଷେତ୍ରକୁ ପ୍ରଭାବିତ କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଆଶା କରୁଥିବା ଦିଗରୁ ଅର୍ଥ ଓ ସହଯୋଗ ଆଶା ଭଣ୍ଡୁର ହୋଇପାରେ। ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ତଥାପି କର୍ମକ୍ଷେତ୍ରରେ ନିଜର ଦକ୍ଷତାନୁସାରେ ସମ୍ମାନଜନକ ସ୍ଥିତି ଊଣା ହେବନାହିଁ।
ମକର
ମକର
ଅନୁକୂଳ ଗ୍ରହ ପ୍ରଭାବରୁ ଆଶା ପୂରଣ ସହ କର୍ମାରମ୍ଭ ପ୍ରୀତିଦାୟକ ହେବ। କର୍ମକ୍ଷେତ୍ରରେ ତରବରିଆ ଭାବେ କୌଣସି କାମ କଲେ ଓଲଟା ଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ, ନତୁବା ଅଦଳବଦଳ ହୋଇଯାଇପାରେ। ଏକ ଗୁରୁତ୍ୱପୂର୍ଣ୍ଣ କାମରେ ଯାଇଥିବା ବନ୍ଧୁଙ୍କ ଫେରିବା ବିଳମ୍ବତାକୁ ଲକ୍ଷ୍ୟକରି ବ୍ୟସ୍ତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ରାଶିରେ ରାହୁ ଏବଂ ଦ୍ୱିତୀୟସ୍ଥ ଶନି ଆପଣଙ୍କ ଜୀବନଯାତ୍ରାକୁ ସମସ୍ୟାବହୁଳ କରିପାରନ୍ତି। ସାହାଯ୍ୟ ପରିପ୍ରେକ୍ଷୀରେ ବନ୍ଧୁଙ୍କ ସକାଶେ ଅଯଥା କଷ୍ଟ ଅନୁଭବ କରିବାକୁ ପଡିପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ ଓ ସାଧାରଣ କଥାକୁ ଅସାଧାରଣ ଭାବେ ଚିନ୍ତାକରିବେ। ଯାତ୍ରା ଓ ବ୍ୟବସାୟରେ ସଫଳତା ହାସଲ କରିବେ।
ମୀନମୀନ
ଦୁଃସ୍ଥାନସ୍ଥ ଚନ୍ଦ୍ର ମାନସିକ ଅସ୍ଥିରତା ସୃଷ୍ଟିକଲେ ମଧ୍ୟ ଆର୍ଥିକସ୍ଥିତିକୁ ମଜଭୁତ କରି ରଖିପାରନ୍ତି। ପରିବାର ସ୍ଥାନରେ ପାପଗ୍ରହଜନିତ ପାରିବାରିକ ସମସ୍ୟାରୁ ମୁକ୍ତି ମିଳିବା କଷ୍ଟକର ହେବ। ପ୍ରତ୍ୟୁଷ ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ ଅସୁବିଧା ହେବ ନାହିଁ। କୋଣଭାବରେ ଗୁରୁ ସମେତ ବୁଧ ଏବଂ ଶୁକ୍ରଙ୍କ ସ୍ଥିତି ରେବତୀ ନକ୍ଷତ୍ର ସକାଶେ ପ୍ରୀତିପଦ ହେବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଜୁନ୍ ୨୫ ତାରିଖ – Daily Horoscope

ମେଷ ପାରିବାରିକ ଓ କର୍ମକ୍ଷେତ୍ରର ସମସ୍ୟା ସୁଧାରିବା କ୍ଷେତ୍ରରେ ସଫଳତା ହାସଲ କରିବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ପାରିପାର୍ଶ୍ୱିକ ପରିସ୍ଥିତି ସେତେଟା ଭଲ ରହି ନ ପାରେ।…

ରାଶିଫଳ: ବୁଧବାର, ଜୁନ୍ ୨୪ ତାରିଖ – Daily Horoscope

ମେଷ ଆଜିର ସପ୍ତମଚନ୍ଦ୍ର ଜୀବନଯାତ୍ରାକୁ ପ୍ରୀତିପ୍ରଦ କରାଇବ। ବନ୍ଧୁସମ୍ପର୍କ ଭଲ ରହିବା ସହ ଆଶା କରୁଥିବା ଜିନିଷ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। କିନ୍ତୁ ଦୀର୍ଘ ଦିନରୁ…

ରାଶିଫଳ: ମଙ୍ଗଳବାର , ଜୁନ୍ ୨୩ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଏବଂ ବୈଷୟିକ ଅଭିବୃଦ୍ଧି ସାଙ୍ଗକୁ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନକରି ଖୁସି ରହିବେ। ପୂର୍ବ ସ୍ଥିରୀକୃତ ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନ, ବନ୍ଧୁବାନ୍ଧବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri