

ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ଯୋଗୁ ବିଚଳିତବୋଧ କରିପାରନ୍ତି। ପରକଥାରେ ମୁଣ୍ଡ ପୂରାଇ କାମକଲେ ଅସୁବିଧାର ସମ୍ମୁଖୀନ ହେବେ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ଅଧିକାଂଶ ସମୟ ନିଃସଙ୍ଗତାବୋଧ କରିପାରନ୍ତି।








ଅତୀତ କଥାକୁ ଚିନ୍ତା କରି ଭାବପ୍ରବଣତା ବୃଦ୍ଧିପାଇବା ଯୋଗୁ ମାନସିକ ଭାରସାମ୍ୟ ହରାଇବେ। ପାପଗ୍ରହଯୁକ୍ତ କର୍ମାଧିପତି ଯୋଗୁ କର୍ମ କ୍ଷେତ୍ରରେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ମନଭୁଲାଣିଆ କଥା କହି ପଡୋଶୀ ସ୍ବାର୍ଥସାଧନ କରିବେ। ସହମତି ଭିତ୍ତିରେ ଯାହାକଲେ ମଧ୍ୟ ସଫଳତା ମିଳିପାରିବ।


ଶୁକ୍ର ପାପଗ୍ରହ ରାହୁଯୁକ୍ତ ହେତୁ ବନ୍ଧୁମାନଙ୍କ ସହ ଭୁଲ୍ ବୁଝାମଣା ସୃଷ୍ଟିହେବାର ଆଶଙ୍କା ରହିଛି। ସାମାଜିକ ଜୀବନର ଦୈନିକଚର୍ଯ୍ୟା ମଧ୍ୟରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତିର ପୂର୍ଣ୍ଣ ଆଶା ରହିଛି। ବାଣିଜ୍ୟ,ବ୍ୟବସାୟ, ଭ୍ରମଣ ରାଜନୀତି ଓ ପ୍ରଶାସନ ପାଇଁ ଦିନଟି ଭଲ।

