Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଶୁକ୍ର ଓ ଚନ୍ଦ୍ର ଧନ ଏବଂ ଲାଭଭାବସ୍ଥ ହେତୁ ଆର୍ଥିକ ଉନ୍ନତି ସହ ମାନସିକ ସ୍ଥିତି ଭଲ ରହିବ। ପୂର୍ବ ପରିକଳ୍ପିତ ନୂଆଁ କରି କାମଟିଏ ଆରମ୍ଭ କରିବାକୁ ମନ ବଳାଇବେ। ଆଲୋଚନା ପରିସର, ସଭାସମିତିରେ, କଳା-ସାହିତ୍ୟରେ, ଗବେଷଣା କାର୍ଯ୍ୟରୁ ପ୍ରଶଂସିତ ହେବେ। ଯାତ୍ରା, ବ୍ୟବସାୟ, ନୂତନକର୍ମାରମ୍ଭ ପ୍ରୀତିପ୍ରଦ ରହିବ।
ବୃଷ
ବୃଷ
ଦ୍ୱାଦଶାଧିପ ରବି ଓ ବୁଧଙ୍କୁ ଦେଖୁଥିବାରୁ ବୟସ୍କବ୍ୟକ୍ତିଙ୍କ ସକାଶେ ଖର୍ଚ୍ଚାନ୍ତ ହେବେ। ରାଶିରେ ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ କିନ୍ତୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବ। ଭଲ ପାଉଥିବା ବନ୍ଧୁଟି ପରିସ୍ଥିତି ଚାପରେ ପଡି ଦୂରେଇ ଯିବ। ବନ୍ଧୁଙ୍କ ପରାମର୍ଶରେ ସତସଙ୍ଗ ଓ ଆଧ୍ୟାତ୍ମିକତା କାର୍ଯ୍ୟରେ ରୁଚି ବଳିବ।
ମିଥୁନ
ମିଥୁନ
ଶୁକ୍ରଙ୍କ ପ୍ରଭାବରୁ ବିଳାସବ୍ୟସନ ମଧ୍ୟରେ ସମୟ ଅତିବାହିତ ହେବ। ନୂତନ ପ୍ରକଳ୍ପକାର୍ଯ୍ୟ, ଆନୁଷ୍ଠାନିକ କାମ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। କଠିନ ଶ୍ରମ ଓ ଭ୍ରମଣଜନିତ ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହୋଇପାରେ। କୌଣସି ଅସଫଳତା ନେଇ ମହିଳାମାନଙ୍କ ମନ ଭଲ ରହିବ ନାହିଁ।
କର୍କଟ
କର୍କଟ
ଅଷ୍ଟମଚନ୍ଦ୍ର ଯୋଗୁ ଅନ୍ୟମାନଙ୍କ କଥାରେ ପଡି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। କିଛି ମୂଲ୍ୟବାନ ଜିନିଷ କିଣିବା ସକାଶେ ଅର୍ଥ ଆବଶ୍ୟକ ହୋଇପାରେ। ନିଜର ଲୋକମାନଙ୍କୁ ମନେଇ କାର୍ଯ୍ୟ ସାଧନ କରିବେ। ସଭାସମିତି, ପରିବହନ, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ ।
ସି˚ହ
ସି˚ହ
ଗ୍ରହସ୍ଥିତିର ସୁଫଳ ସ୍ବରୂପ ଆଜିର ଯାତ୍ରାରେ ଅଭିଳଷିତ କାର୍ଯ୍ୟ ସମ୍ପନ୍ନ କରିବେ। ପାରିବାରିିକ ସମସ୍ୟାର ସମାଧାନ କରିବା ଦିଗରେ ଜଣେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆର୍ଥିକ ଅନଟନ ଜନିତ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିପାରେ। ରୁଗ୍‌ଣ ସ୍ବାସ୍ଥ୍ୟ ଦୁଶ୍ଚିନ୍ତାର କାରଣ ହୋଇପାରେ।
କନ୍ୟା
ବନ୍ଧୁଙ୍କ ପରାମର୍ଶରେ ଋଣ ସୂତ୍ରରେ ଅର୍ଥ ପାଇବା ସକାଶେ ଯୋଜନା କରିପାରନ୍ତି। ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ବଢିପାରେ। ପ୍ରତ୍ୟେକ କ୍ଷେତ୍ରରେ ନେଗେଟିଭ୍‌ ଚିନ୍ତାଧାରା ମନକୁ ଆକ୍ରାନ୍ତ କରିବ। ବ୍ୟବସାୟ, ପରିବହନ ଓ ବାଣିଜ୍ୟରେ ପ୍ରତିବନ୍ଧକର ଆଶଙ୍କା ରହିଛି।
ତୁଳା
ତୁଳା
ପରୋକ୍ଷ ଶତ୍ରୁତାଜନିତ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମନା କରିବାକୁ ପଡିପାରେ।ଏକ ନିର୍ଦ୍ଦିଷ୍ଟ ଦିଗରେ ଖର୍ଚ୍ଚ କରିବାକୁ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବ। ସ୍ବାର୍ଥ କାରଣରୁ ଆତ୍ମୀୟମାନେ ସମାଲୋଚନା କରିପାରନ୍ତି। ବିଶାଖା ନକ୍ଷତ୍ର ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ।
ବିଛା
ବିଛା
ଶନିକ୍ଷେତ୍ରସ୍ଥ ଚନ୍ଦ୍ର ହେତୁ ମନ ଅସ୍ଥିର ରହିବ ଏବଂ କେତେକ କ୍ଷେତ୍ରରେ ଧର୍ମ ସଙ୍କଟରେ ପଡିପାରନ୍ତି। କୌଣସି ନୀଚ ଜାତିର ବ୍ୟକ୍ତିବିଶେଷ ପରୋକ୍ଷ ଭାବେ ବିରୁଦ୍ଧାଚରଣ କରିବେ। ବ୍ୟବସାୟିକ ସ୍ଥିତି ମାନ୍ଦା ହେବନାହିଁ ଏବଂ ଋଣପରିଶୋଧ କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ସରକାରୀ କାମରେ ସହଯୋଗ କରି ପଦସ୍ଥବ୍ୟକ୍ତିଙ୍କ ସୁନଜରରେ ଆସିପାରନ୍ତି। ପାଖ ପଡୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ହୋଟେଲ,ଦୋକାନ, ବ୍ୟବାସାୟ,ବାଣିଜ୍ୟ ପ୍ରଭୃତି ଆଶା କରୁଥିବା ଫଳ ଅବଶ୍ୟ ପାଇବେ। ବନ୍ଧୁଙ୍କ ସହାୟତାରେ ନୂତନ କାମଟିଏ କରି ଆମତ୍ତୃପ୍ତି ଲାଭ କରିବେ।
ମକର
ମକର

କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କଲେ ଭଲ ହେବ। ସଜାଗ ରହି କାମ କରନ୍ତୁ, କାରଣ ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବାର ଆଶଙ୍କା ରହିଛି। ଅର୍ଥ ସମ୍ପର୍କ, ବନ୍ଧୁଙ୍କୁ ଭଲ ପାଇବା, ଅତିଥି ଚର୍ଚ୍ଚା, ଯାତ୍ରାକ୍ଷେତ୍ରରେ ସଫଳତା ନିଶ୍ଚିତ ମିଳିବ।

କୁମ୍ଭ
କୁମ୍ଭ
କର୍ମ କ୍ଷେତ୍ରରେ ନିଜର ପ୍ରାଧାନ୍ୟକୁ ଜାହିର କରିବାକୁ ଯାଇ ଅପଦସ୍ଥ ହୋଇପାରନ୍ତି। କୌଣସି ପରିସ୍ଥିତିରେ ମଧ୍ୟ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ। ସତ୍‌ସଙ୍ଗ ପ୍ରତି ମନ ବଳିବ ଏବଂ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ପାଇବେ। ଗୃହ ନିର୍ମାଣ, ଗାଡି କିଣା, କରଜ ଦେବା, କାମରେ ମନ ଦେଇପାରନ୍ତି।
ମୀନମୀନ

କାର୍ଯ୍ୟସିଦ୍ଧି ଯୋଗୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ଭୁଲ୍‌ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ପାଇଁ ଦିନଟି ଶୁଭଙ୍କରୀ ରହିବ। ଚୋରୀ ଯାଇଥିବା ଜିନିଷର ଖୋଜ ଖବର ପାଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ସେପ୍ଟେମ୍ବର ୬ ତାରିଖ – Daily Horoscope

ମେଷ ଚନ୍ଦ୍ରମଙ୍ଗଳ ଯୋଗରୁ ଯେଉଁ କାମରେ ହାତଦେବେ, ସେଥିରେ ସଫଳତା ନିଶ୍ଚିତ। ମନ ଅସ୍ଥିର ରହିଲେ ମଧ୍ୟ ସଭାସମିତି, ଆନୁଷ୍ଠାନିକ ଓ ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ।…

ରାଶିଫଳ: ଶନିବାର, ସେପ୍ଟେମ୍ବର ୫ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ବିବାଦୀୟ ପରିସ୍ଥିତିକୁ ସୁଧାରି ନେବେ। ଆକସ୍ମିକ ଭାବରେ ବନ୍ଧୁଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ,…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଉଚ୍ଚସ୍ଥ ଚନ୍ଦ୍ର ହେତୁ ଗୃହ, ଭୂମି, ଗାଡି, ମୋଟର ପ୍ରଭୃତିରେ ବନ୍ଧୁବାନ୍ଧବ, ସହକର୍ମୀଙ୍କ ଦ୍ୱାରା କାର୍ଯ୍ୟ ସାଧନ କରିବେ। ସ୍ବାସ୍ଥ୍ୟ ଓ ପିଲାଙ୍କ ବିବାହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri