ମେଷ

ଆଜି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ଅନୁକୂଳ ବାତାବରଣ ସୃଷ୍ଟି ହେବ। କଠିନ ପରିଶ୍ରମ ଜନିତ ହଠାତ୍ ସ୍ବାସ୍ଥ୍ୟରେ ସାମାନ୍ୟ ବ୍ୟତିକ୍ରମ ଦେଖା ଦେଇପାରେ। ପ୍ରଶାସନ, ଆଇନ ଅଦାଲତ,ସଭା ସମିତି ଓ ରପ୍ତାନି ବାଣିଜ୍ୟ କ୍ଷେତ୍ରରେ ଉପକୃତ ହେବେ। ବନ୍ଧୁ କିମ୍ବା ଆତ୍ମୀୟଙ୍କ ସହ ପ୍ରତ୍ୟୁଷ ଯାତ୍ରା ସଫଳ ହେବ।
ବୃଷ

ମାନସିକ ଅସ୍ଥିରତା ଦୂର ହେବ ଏବଂ କାମ ହାସଲ କରି ଆଶ୍ୱସ୍ତି ଲାଭ କରିବେ। ଜଣେ ବନ୍ଧୁଙ୍କ ପ୍ରରୋଚନାରେ ଅପରିଚିତାଙ୍କ ସହ ମିତ୍ରତା କରିବା ଦ୍ୱାରା ଅସୁବିଧା ସୃଷ୍ଟି ହେବ। ଗୃହସୀମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଅସ୍ଥିରତା ବଢ଼ିପାରେ। ସହକର୍ମୀଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନ୍ସନ ଦୂର ହେବ।
ମିଥୁନ

କର୍ମକ୍ଷେତ୍ରରେ ଭୁଲ୍ ବୁଝାମଣା କାରଣରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିକ୍ଷା, ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶା ଅନୁଯାୟୀ ଫଳ ପାଇବେ। ବନ୍ଧୁଙ୍କ ନିକଟରେ ମନକଥାକୁ ଲୁଚାଇ ରଖିପାରିବେ ନାହିଁ କିନ୍ତୁ କହି ସାରିବା ପରେ ମନସ୍ତାପ କରିବେ। ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ।
କର୍କଟ

କେତେକ କ୍ଷେତ୍ରରେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝି ନ ପାରି ବିରୋଧ କରିବେ। ଅଟକି ରହିଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପନ୍ନ ହେବ। ଘରର ବରାଦ ଅନୁଯାୟୀ ବିଳାସ ଉପକରଣ କିଣି ପାରନ୍ତି। ଶୁଣା ଖବରକୁ ବିଶ୍ୱାସକରି ଅଥବା ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍ ବୁଝିବେ।
ସି˚ହ

ଭଲ ସମ୍ପର୍କ ଥିବା ବ୍ୟକ୍ତି ଆପଣଙ୍କ ଉନ୍ନତିରେ ଈର୍ଷାପରାୟଣ ହୋଇ ସମସ୍ୟା ସୃଷ୍ଟି କରିପାରନ୍ତି। ଆଜି ପାଇଁ ବନ୍ଧୁଙ୍କ ସାହାଯ୍ୟକାରୀ ମନୋଭାବ ଓ ଅବଦାନ ଅବିସ୍ମରଣୀୟ ରହିବ। ଅର୍ଥାଭାବ, ପରୋକ୍ଷ ଶତ୍ରୁତା, ସ୍ବାସ୍ଥ୍ୟ ସମସ୍ୟା ମନକୁ ସାମୟିକ ଭାରାକ୍ରାନ୍ତ କରିପାରେ। କୌଣସି ଖୁସି ଖବର ସାମୟିକ ମନକୁ ଆହ୍ଲାଦିତ କରିବ।
କନ୍ୟା

ପରୋକ୍ଷ ଶତ୍ରୁତା କରୁଥିବା ମିତ୍ରମାନେ ଭଲ ପରାମର୍ଶ ନ ଦେଇ କିଛି ସମସ୍ୟାମୂଳକ କାମ ପ୍ରତି ପ୍ରଲୋଭିତ କରାଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ବହୁତ ଦିନର ଆଶା ପୂରଣ ହେବ ଓ ସମ୍ପର୍କୀୟଙ୍କ ଶୁଭ ସୂଚନାରୁ ଖୁସି ହେବେ।
ତୁଳା

ପରିସ୍ଥିତିକୁ ସମ୍ଭାଳି ନେବାପାଇଁ ଆପଣଙ୍କୁ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟରେ ବିଭିନ୍ନ ସମସ୍ୟା ଦେଖାଦେଇପାରେ। ସାହିତ୍ୟ, ସାମ୍ବାଦିକତା ସଙ୍ଗକୁ ସତ୍ସଙ୍ଗ ଓ ମନୋରଞ୍ଜନ କାମରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କୀୟ କଥା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ।
ବିଛା

କର୍ମକ୍ଷେତ୍ରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ବ୍ୟବସାୟୀମାନଙ୍କ ଆର୍ଥିକ ସ୍ଥିତିରେ ପରିବର୍ତ୍ତନ ଆସିପାରେ। ଯାତ୍ରା ସମୟରେ ସତର୍କ ନ ରହିଲେ ପକେଟମାର ହାବୁଡ଼ରେ ପଡ଼ିଯିବାର ସମ୍ଭାବନା ରହିଛି। ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ କିନ୍ତୁ ବିବାଦୀୟ କାର୍ଯ୍ୟ ସକାଶେ ବିବ୍ରତ ହୋଇପାରନ୍ତି।
ଧନୁ

କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରିବା ପାଇଁ ବ୍ୟସ୍ତତା ବଢ଼ି ଯାଇପାରେ। ବନ୍ଧୁମାନଙ୍କ ମିଥ୍ୟାଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ହାସଲ କରିବେ। ବାଣିଜ୍ୟ, ବ୍ୟବସାୟ, ଆନୁଷ୍ଠାନିକ କାମରେ ସଫଳତା ପାଇପାରନ୍ତି।
ମକର

କର୍ମକ୍ଷେତ୍ରରେ ପୂର୍ବଶତ୍ରୁତା ପ୍ରତି ସତର୍କ ରହିବା ଭଲ। ବନ୍ଧୁମାନଙ୍କ ଅନୁରୋଧକ୍ରମେ ସମାଜ ସଂସ୍କାରମୂଳକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସାଧାରଣ ଘଟଣାରେ ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ପିଲାଙ୍କ ଆଚରଣ ସନ୍ତୋଷଜନକ ନ ହେବା କାରଣରୁ କିଛି ମାତ୍ରାରେ ବ୍ୟସ୍ତତା ବୃଦ୍ଧି ପାଇବ।
କୁମ୍ଭ

ଆଜି ଆପଣଙ୍କର ପ୍ରତ୍ୟେକ କାମଗୁଡ଼ିକ ସୁବିଧାରେ ସମ୍ପନ୍ନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରି ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ଭିତରେ ବସନ ଭୂଷଣ ପ୍ରଭୃତି ହେତୁ ସମସ୍ୟା ଦେଖାଦେଇପାରେ। ପାରସ୍ପରିକ ଅସହଯୋଗ କେତେକ ସାଧାରଣ ସମସ୍ୟା ସୃଷ୍ଟି କରିବ।
ମୀନ
ଆଜିର ଯାତ୍ରା ସମୟରେ ସତର୍କତାର ଅଭାବ ଗୋଳମାଳିଆ ସ୍ଥିତି ସୃଷ୍ଟି କରିପାରେ। କର୍ମକ୍ଷେତ୍ରର ଫାଇଲ୍ କାମ ସକାଶେ ସମସ୍ୟାରେ ପଡ଼ି ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଆନୁଷ୍ଠାନିକ କାମରେ ଖଟଣି ବଢିଯିବାରୁ ସ୍ବାସ୍ଥ୍ୟ ହାନି ଘଟିପାରେ। ଅନ୍ୟମାନଙ୍କ ଉପରେ କିଛି ନ ବୁଝି ନ ଶୁଝି ଦୋଷାରୋପ କଲେ ନିଜେ ହିଁ ଅପଦସ୍ଥ ହେବାକୁ ପଡ଼ିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.