ମେଷ

ପାପଗ୍ରହ ଯୁକ୍ତ ଚତୁର୍ଥାଧିପତି ଯୋଗୁ ପାରିବାରିକ ସମସ୍ୟା ସମ୍ପର୍କରେ ଚନ୍ତା କରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବାରୁ ମନ ଭଲ ରହି ନ ପାରେ। ମଉଜିଆ କଥା କହି ବନ୍ଧୁଙ୍କ ଗହଣରେ ପରିସ୍ଥିତିକୁ ହାଲୁକା କରିପାରନ୍ତି। ବନ୍ଧୁଟି ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ ,ବରଂ କିଛି ସାହାଯ୍ୟ କରନ୍ତୁ , ଭଲ ହେବ।
ବୃଷ

ଆଜି ସକାଳୁ ଘରର କଥା, ପରିଶୋଧ କରିବାକୁ ଥିବା ଋଣ, ଦୂରଯାତ୍ରା ବିଷୟରେ ଚିନ୍ତା କରିପାରନ୍ତି। କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଓ ଦୁଃଖକୁ କଛିକ୍ଷଣ ପାଇଁ ଭୁଲି ଯିବେ । ମନ ଭିତରେ ଘାରି ହେଉଥିବା ଘଟଣା ସମାଧାନ ସକାଶେ ପରିବାରରୁ ସମର୍ଥନ ପାଇବେ ନାହିଁ।
ମିଥୁନ

ପୂର୍ବ ଘଟଣା ସମ୍ପର୍କରେ ଅବଗତ ପୂର୍ବକ ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବେ। ପାରିବାରିକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ୍ୱ ହେତୁ କୌଣସି ନିଷ୍ପତ୍ତି ନେବାରେ ବିଳମ୍ବ ହେବ। ପରୋକ୍ଷ ଶତ୍ରୁତା ମଧ୍ୟ ସାମୟିକ ଦୁଶ୍ଚିନ୍ତାର କାରଣ ହେବ। ଆର୍ଥିକ ସ୍ଥିତି, ବନ୍ଧୁ ସମ୍ପର୍କ, ଦୂରଯାତ୍ରା, ଶିକ୍ଷା, ପରୀକ୍ଷାଦି କ୍ଷେତ୍ରରେ ସଫଳତା ମିଳିବ।
କର୍କଟ

ଘାତ ଓ ପ୍ରତିଘାତ ମଧ୍ୟରେ କର୍ମକ୍ଷେତ୍ରରେ ଉତ୍ଥାନ ପତନ ଲାଗି ରହିବ। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ସମସ୍ୟା ସମାଧାନ ହେବ। ସହକର୍ମୀ ସହଯୋଗର ହାତ ବଢାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା, ଶିଳ୍ପ, ବାଣିଜ୍ୟ ଓ ସାମ୍ବାଦିକତା କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି।
ସି˚ହ

କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇ ପାରନ୍ତି। ହଠାତ୍ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ସାମାଜିକ ସ୍ତରରେ ଅଥବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା

ସହକର୍ମୀଙ୍କ ଖାମଖିଆଲି କାର୍ଯ୍ୟପଦ୍ଧତି ଫଳରେ କାମଗୁଡିକ ବିଶୃଙ୍ଖଳିତ ହୋଇଯାଇପାରେ। ଆଜି ସକାଳୁ ସକାଳୁ ବୁଲିବା ସାଙ୍ଗକୁ କିଛି ନୂତନ ଖବର ମଧ୍ୟ ପାଇ ଖୁସୀ ହୋଇଯିବେ। ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡିମୋଟର ସମ୍ପର୍କିତ କାମକୁ ପ୍ରାଧାନ୍ୟ ଦେଇ ପାରନ୍ତି।
ତୁଳା

ଭଲ ସମ୍ପର୍କ ନ ଥିବା ବ୍ୟକ୍ତିଙ୍କ ଦ୍ୱାରା ଭୁଲ୍ ଖବର ପାଇ ବିବ୍ରତ ହୋଇପାରନ୍ତି । ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତକାଲିର ଯୋଜନା ଠିକ୍ ଭାବରେ ସମ୍ପନ୍ନ କରିବା ପାଇଁ ବହୁତ ପ୍ରକାର ଚେଷ୍ଟା କରି ପାରନ୍ତି। ପରିବାରର ଆବଶ୍ୟକତାକୁ ଉପଲବ୍ଧି କରି ଗୃହକୁ ସୌଖୀନ କିମ୍ବା ମୂଲ୍ୟବାନ ପଦାର୍ଥ ଆଣିପାରନ୍ତି।
ବିଛା

ଚଳିତ ବିଷମ ପରିସ୍ଥିତିରେ ଦୂରସ୍ଥ ବନ୍ଧୁଙ୍କୁ ମନେ ପକାଇ ମନ ବ୍ୟାକୁଳିତ ରହିବ। ଚେଷ୍ଟା ସଫଳ ହେବାରେ ଜଣେ ପୁରାତନ ବନ୍ଧୁ ସାହାଯ୍ୟ କରିବେ। ବିବାଦୀୟ ପରିସ୍ଥିତିରେ କିଛି ଅଘଟଣ ଆଶଙ୍କା କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ସ୍ବାସ୍ଥ୍ୟ, ଶିକ୍ଷା, ସନ୍ତାନ ଏବଂ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିପାରନ୍ତି।
ଧନୁ

ଦୂରଯାତ୍ରା ସମୟରେ ଧନ ହାନିର ସୂଚନା ରହିଛି। ଜମା ପଟୁ ନ ଥିବା ବ୍ୟକ୍ତିମାନଙ୍କ ଦ୍ୱାରା ସମସ୍ୟା ଭିତରକୁ ଟାଣି ହୋଇ ପାରନ୍ତି। କେତେକ କ୍ଷେତ୍ରରେ ସୁଯୋଗ ପାଇଲେ ମଧ୍ୟ ସଦ୍ବ୍ୟବହାର କରିବା କାଠିକର ପାଠ ହେବ। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ପଶ୍ଚାନ୍ତେ ଅନୁତାପ କରିବାକୁ ସମୟ ମିଳିବ ନାହିଁ। କରନ୍ତୁ।
ମକର

କାମଗୁଡିକ ମଧ୍ୟ ଆଶାନୁରୂପ ନ ହେବାରୁ ମନ ଭଲ ରହି ନ ପାରେ। ବନ୍ଧୁଙ୍କ ମତିଗତି ଓ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହେଲେ ମଧ୍ୟ ପ୍ରକାଶ୍ୟରେ କିଛି କହିପାରିବେ ନାହିଁ। ଶିଳ୍ପ, ବାଣିଜ୍ୟ, କାରିଗରି, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକର ସାମ୍ନା କରିବେ। ଆର୍ଥିକ ସ୍ବଚ୍ଛଳତା ଥିଲେ ମଧ୍ୟ ପାରିବାରିକ ଅସ୍ଥିରତା କାରଣରୁ ମାନସିକ ଶାନ୍ତି ବ୍ୟାହତ ହେବ।
କୁମ୍ଭ

ଯାତ୍ରାକାଳୀନ ନିର୍ଦ୍ଦିଷ୍ଟ ସ୍ଥାନରେ ଉପସ୍ଥିତ ନ ଥିବା ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ। ଅଫିସରେ କୌଣସି ଘଟଣା ବିବ୍ରତ କରିପାରେ। ସ୍ବାଭାବିକ ଭାବେ କଥାକୁ ବିଚାର କରି କାମ କଲେ ପାରିବାରିକ, ସାମଜିକ ଓ ଆନୁଷ୍ଠାନିକ କାମରୁ ଉପକାର ମିଳିବ। ପ୍ରଶାସନ, ଆଇନ, ସାହିତ୍ୟ, ସଂସ୍କୃତି, ଗବେଷଣା କ୍ଷେତ୍ରରେ ସୁଫଳ ପାଇବେ।
ମୀନ
ପ୍ରତ୍ୟେକ ଦିଗରୁ ସାହାଯ୍ୟ ସହଯୋଗ ଲାଭକରି ଆରମ୍ଭ କରିଥିବା କାମଟିକୁ ପୂର୍ଣ୍ଣାଙ୍ଗ କରିପାରିବେ। ବାଣିଜ୍ୟ, ପରିବହନ, ଆନୁଷ୍ଠାନିକ କାମ ଓ କଚେରି ମାମଲାରୁ ଶୁଭ ଫଳ ମିଳିବ। ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ଅଫିସରେ ଅସଫଳ କାମଗୁଡିକର ସମୀକ୍ଷା କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.