ମେଷ

ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ। କର୍ମକ୍ଷେତ୍ରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସକାଳୁ ସକାଳୁ ଯେଉଁଥିପାଇଁ ଚିନ୍ତା କରୁଥିଲେ, ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ବୃଷ

ପ୍ରତ୍ୟୁଷ ଯାତ୍ରା ମଙ୍ଗଳମୟ ହେବ ଓ ଆଶା ପୂରଣ ହେବାରେ ପ୍ରତିବନ୍ଧକ ରହିବ ନାହିଁ। ବିବାଦୀୟ ଘଟଣା ସେମିତି କିଛି ଗୁରୁତର ହେବ ନାହିଁ। ସରକାରୀ କାମରେ ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ। ସଭାସମିତିରେ କଥା କହିବାରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ।
ମିଥୁନ

ବଳବାନ୍ ବୃହସ୍ପତି ଧନଭାବସ୍ଥ ରହିଥିବାରୁ ଯେକୌଣସି ପ୍ରକାରେ ନିଜର କାମ ହାସଲ ପାଇଁ ଚେଷ୍ଟିତ ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହେବ। ଋଣ ପରିଶୋଧ ପାଇଁ ମହାଜନୀ ଚାପର ବଶବର୍ତ୍ତୀ ହୋଇପାରନ୍ତି। ସାମାଜିକ, ଅର୍ଥନୈତିକ ତଥା ରାଜନୈତିକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଅକ୍ଷୁଣ୍ଣ ରହିବ।
କର୍କଟ

ବନ୍ଧୁଙ୍କ ସହାୟତାରେ ଅର୍ଥଲାଭ ସାଙ୍ଗକୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ଭଲରେ ବିତିବ। କିନ୍ତୁ ସତର୍କତା ଅଭାବରୁ ଅନ୍ୟ ପାଇଁ ନିଜେ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ବନ୍ଧୁଙ୍କ ପରାମର୍ଶରେ ସତ୍ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ। ନିଜ ସାଧନାର କୃତୀ ଓ କୃତିତ୍ୱର ସୁପରିଣାମସ୍ବରୂପ ସମାଜରେ ପ୍ରତିଷ୍ଠିତ ହୋଇପାରନ୍ତି।
ସି˚ହ

କର୍ମକ୍ଷେତ୍ରରେ ଆମତ୍ୀୟଙ୍କ ସାହାଯ୍ୟ ଓ ସହଯୋଗ ଲାଭକରି କାର୍ଯ୍ୟ ସାଧନ କରିବେ। ସ୍ଥଗିତ କାମଗୁଡ଼ିକ ନିର୍ଦ୍ଦିଷ୍ଟ ସମୟରେ ନ ହେବାରୁ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବିବାଦୀୟ କ୍ଷେତ୍ର, କଚେରି ମାମଲା, ଯାତ୍ରା, ବାଣିଜ୍ୟ ଓ ସାହିତ୍ୟ କ୍ଷେତ୍ରରୁ ସୁଫଳ ମିଳିବ। ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କନ୍ୟା

ପାରିବାରିକ କ୍ଷେତ୍ରର କୌଣସି ଅତୀତ କଥା ମନରେ ଆଲୋଡ଼ନ ସୃଷ୍ଟି କରିବ। ଅପ୍ରିୟ ସତ୍ୟ କହିବାରୁ ବନ୍ଧୁମହଲରେ ଅପମାନିତ ହେବେ। ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃବିବାଦ ଦେଖାଦେବ। ବନ୍ଧୁଙ୍କ ଉପରେ ସେମାନଙ୍କ ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି, ଏଣୁ ଆପଣଙ୍କୁ ସମାଧାନ ସକାଶେ ମଧ୍ୟସ୍ଥତା କରିବାକୁ ପଡ଼ିପାରେ।
ତୁଳା

କର୍ମଭାବସ୍ଥ ଗ୍ରହ ଅର୍ଥ, ସମ୍ମାନ, ସାମାଜିକ ପ୍ରତିଷ୍ଠା ପ୍ରଭୃତି ପ୍ରଦାନ କରିପାରନ୍ତି। ସନ୍ତାନ ହେତୁକ କୌଣସି ସମସ୍ୟା ମନକୁ ବିବ୍ରତ କରିବାର ସୂଚନା ରହିଛି। ନିର୍ଦ୍ଦିଷ୍ଟ ସମୟରେ କାମର ପୂର୍ଣ୍ଣତା ଅଭାବରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଅନ୍ୟମାନଙ୍କର ଭୁଲ୍ ଧାରଣା ଯୋଗୁ ଭଲ କାମ କରି ମଧ୍ୟ ନିନ୍ଦା ଶୁଣିବେ।
ବିଛା

ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ଲକ୍ଷ୍ୟ କରି ଆଶ୍ୱସ୍ତି ଲାଭ କରିବେ। ମାନସିକ ସ୍ତରରେ ସଂଯମତା କାରଣରୁ ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। କୌଣସି ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ଉପରିସ୍ଥଙ୍କ ଆଦେଶାନୁସାରେ କିମ୍ବା ଘରୋଇ କାମରେ ହେଉନା କାହିଁକି ଆପଣଙ୍କୁ ଦୂରଯାତ୍ରା ପାଇଁ ପ୍ରସ୍ତୁତି କରିବାକୁ ପଡ଼ିବ।
ଧନୁ

ମନ ଅନୁଯାୟୀ କାମ କରିପାରୁଥିବାରୁ ଏକ ପ୍ରକାର ଆଶ୍ୱସ୍ତି ଅନୁଭବ କରିବେ। ନିକଟ ଅତୀତରେ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ମତପାର୍ଥକ୍ୟ କାରଣରୁ ସଭାସମିତିରେ ଆଲୋଚନା ଅସମାପ୍ତ ରହିପାରେ। କ୍ରୀଡ଼ା, କଳା, ସାହିତ୍ୟ, ଏଜେନ୍ଶିପ୍ ଏବଂ ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିବ।
ମକର

ମାନସିକ ଅସୁସ୍ଥତା କାରଣରୁ ଦେହ ଓ ମୁଣ୍ଡ ଦରଜ ଅନୁଭବ କରିବେ। ପାରିବାରିକ ଦୁଶ୍ଚିନ୍ତା ସ୍ବାଭାବିକ ଜୀବନଯାତ୍ରାକୁ ପ୍ରତିହତ କରିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ। ଅଂଶୀଦାର ବ୍ୟବସାୟୀଙ୍କ ସହ ବ୍ୟବସାୟରେ ମାନମନାନ୍ତର ଦେଖାଦେଇପାରେ।
କୁମ୍ଭ

ସପ୍ତମରେ ଏକାଧିକ ଗ୍ରହ ଥିବାରୁ ଯାତ୍ରା ଓ ବିବାଦରୁ ଦୂରେଇ ରହିବା ଭଲ। ଆଜି କେତେକ ପୁରାତନ କାମ ଶେଷ କରିବାକୁ ଅଗ୍ରାଧିକାର ଦେଇପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ହେତୁ ଜମିଜମା ବିବାଦର ଆଶୁ ସମାଧାନ ହୋଇଯିବ। ଯାନବାହନ, ନିର୍ମାଣ, ଶିଳ୍ପ, ବାଣିଜ୍ୟ ଏବଂ ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ।
ମୀନ
ମାନସିକ ସ୍ବାସ୍ଥ୍ୟ, କର୍ମକ୍ଷେତ୍ର, ବିଚାରଧାରା, ଶିକ୍ଷା, ସନ୍ତାନ ଓ ଆଲୋଚନା କ୍ଷେତ୍ର ପାଇଁ ଦିନଟି ଭଲ। ଆଗପଛ ବିଚାର କରି କାମ ନ କଲେ ଅପଦସ୍ଥ ହେବେ। ବନ୍ଧୁଙ୍କ ଅସଂଯତ କାର୍ଯ୍ୟକଳାପ ପାଇଁ ସମସ୍ୟା ବଢ଼ାଇ ଦେବ। ସାହିତ୍ୟ, ସାମ୍ବାଦିକତା, ସରକାରୀ ସ୍ତରର କାମ, ରାଜନୀତି, ସାଙ୍ଗଠନିକ କାର୍ଯ୍ୟ ନେଇ କାମର ଚାପ ବୃଦ୍ଧି ପାଇବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.