ମେଷ

ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ। ପଡୋଶୀ ଈର୍ଷାନ୍ବିତ ହୋଇ ସାଧାରଣ କଥାରେ କଳହ କରିପାରନ୍ତି।
ବୃଷ

ଶାରୀରିକ ସ୍ବାସ୍ଥ୍ୟହାନି, ବନ୍ଧୁମାନଙ୍କ ବେଖାତିର ମନୋଭାବ ଓ ଅର୍ଥସଙ୍କଟଜନିତ ମନ ଅଶାନ୍ତ ରହିବ। ପରିସ୍ଥିତି ଅନୁଯାୟୀ କେତେକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାଯର୍ୟର ଗତି ମନ୍ଥର ହେବ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ଘର ସାଜସଜ୍ଜାରେ ବ୍ୟସ୍ତ ରହିପାରନ୍ତି।
ମିଥୁନ

କାର୍ଯ୍ୟସିଦ୍ଧି ସାଙ୍ଗକୁ ଜମିଜମା କାରବାରରେ ଆଶା ପୂରଣ ହେବ। ବିଭିନ୍ନ ସମସ୍ୟା ଲାଗି ରହିଥିଲେ ମଧ୍ୟ କାମଗୁଡିକ ଠିକ୍ ସମୟରେ କରିପାରିବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥାଭାବ କେତେକ କାମକୁ ସାମୟିକ ଅଟକାଇ ଦେବାର ଆଶଙ୍କା ରହିଛି।
କର୍କଟ

ଆଜିର ଗ୍ରହଯୋଗ ପ୍ରଭାବରୁ ପରିବାରର ସମର୍ଥନ ନେଇ କୌଣସି କାମରେ ଅଗ୍ରସର ହେବେ। ସ୍ବାସ୍ଥ୍ୟ ସମସ୍ୟା ଲାଗି ରହିଥିଲେ ମଧ୍ୟ ପରିସ୍ଥିତିବଶତଃ କାମରେ ଅବହେଳା କରିପାରିବେ ନାହିଁ। ତଥାପି ଏମିତି କେତେକ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡିପାରେ। ବ୍ୟବସାୟିକ ସ୍ଥିତି ସୁଦୃଢ ରହିବ କିନ୍ତୁ ରାଜନୈତିକ ସ୍ଥିତି ସରଗରମ ରହିବ।
ସି˚ହ

ସ୍ବଗୃହୀ ରବି ହେତୁ ଦେହ ଭଲ ରହିବ ଏବଂ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସି ଖୁସି ହେବେ। ସରକାରୀ ସ୍ତରରୁ ସାହାଯ୍ୟ, ସହଯୋଗ ପାଇବାର ଆଶା ରହିଛି। ପାପଯୁକ୍ତ ବୁଧ ହେତୁ ଆର୍ଥିକ ଅନଟନ, ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତତା ବଢ଼ିବ। ଦୀର୍ଘ ସମୟ ପରେ ଖୋଜୁଥିବା ଜିନିଷ ହଠାତ୍ ପାଇଯିବେ।
କନ୍ୟା

ସବୁ ସୁବିଧା ଥାଇ ମଧ୍ୟ ପାରିବାରିିକ ଜୀବନରେ ମାନସିକ ଶାନ୍ତିର ଅଭାବ ରହିବ। କର୍ମକ୍ଷେତ୍ରର ଅପୂରଣୀୟ ଆଶା ନିରାଶାଭାବ ସୃଷ୍ଟି କରିବ । କେତେକ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗରୁ ଉତ୍ସାହିତ ହୋଇପାରନ୍ତି। ଗୃହ ନିର୍ମାଣ କିମ୍ବା ମରାମତି ଅଥବା ସଜ୍ଜାରେ ପାଖ,ପଡୋଶୀଙ୍କ ନିକଟରୁ ସାହାଯ୍ୟ ମଧ୍ୟ ପାଇବେ।
ତୁଳା

ପାରିପାର୍ଶ୍ୱିକ ପରିସ୍ଥିତି ଭଲ ନ ଥିଲେ ମଧ୍ୟ ଆଜି କୌଣସି କାମ ଅଟକିବ ନାହିଁ। ବନ୍ଧୁଙ୍କ ପରାମର୍ଶରେ ଏକ ପ୍ରକାର ସମାଧାନର ରାସ୍ତା ବାହାର କରି ପରିବାରରେ ଶାନ୍ତି ଫେରି ଆସିବା ପାଇଁ ଚେଷ୍ଟା କରିବେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା

ପ୍ରତ୍ୟେକ କ୍ଷେତ୍ରରେ ମନ ଅନୁଯାୟୀ କାମ ନ ହେବାରୁ ବ୍ୟସ୍ତତା ପ୍ରକାଶ କରିବେ। ଆବଶ୍ୟକତା ପୂରଣ କ୍ଷେତ୍ରରେ କରଜ କରି ଚଳାଇ ନେବେ। କ୍ରୀଡ଼ା, ଲେଖାପଢ଼ା, ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ସଫଳତା ମିଳିପାରେ। ପ୍ରିୟଜନଙ୍କ ସହ ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେବାର ସୂଚନା ରହିଛି।
ଧନୁ

କର୍ମାରମ୍ଭ, ବନ୍ଧୁମିଳନ, ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହି କିମ୍ବା ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେବ। ଅଫିସ୍ କାମରେ ବ୍ୟସ୍ତ ରହି ଘରର ଆବଶ୍ୟକତା ପୂରଣ କଥାକୁ ଭୁଲି ଯାଇପାରନ୍ତି। ରାଜନୀତି, ପ୍ରଶାସନିକ ସ୍ତରରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ।
ମକର

କର୍ମ ପରିସର ବୃଦ୍ଧି କାରଣରୁ ଘରର ଅସମ୍ପୂର୍ଣ୍ଣ କାମ ପୂର୍ଣ୍ଣାଙ୍ଗ କରିବାରେ ବିଳମ୍ବ ଘଟିବ। ରୋଜଗାର ବୃଦ୍ଧି ପାଇବ ଓ କୌଣସି କ୍ଷେତ୍ରରେ ତାହାକୁ ବିନିଯୋଗ ପାଇଁ ଚେଷ୍ଟା କରି ଉପକୃତ ହେବେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ହଠାତ୍ ବନ୍ଧୁମାନଙ୍କ ଅନୁରୋଧ କ୍ରମେ ଦୂରଯାତ୍ରାର ସୁଯୋଗ ପାଇପାରନ୍ତି।
କୁମ୍ଭ

ଆଜି ଆମତ୍ୀୟମାନଙ୍କ ସହଯୋଗରେ ସହଜ ଓ ସୁବିଧାରେ ଆଜିର କାମଗୁଡିକ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅନ୍ୟମାନଙ୍କର ପ୍ରତିବନ୍ଧକ ଯୁକ୍ତ କାମ ଆପଣଙ୍କ କୌଣସି କାମକୁ ଅଟକାଇ ପାରିବ ନାହିଁ। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହୋଇପାରନ୍ତି।
ମୀନ
ସ୍ବାସ୍ଥ୍ୟ ସମସ୍ୟା ରହିଥିଲେ ମଧ୍ୟ ବନ୍ଧୁଙ୍କ ସାହାଯ୍ୟ, ସହଯୋଗରେ କାମକୁ ଆଗେଇ ନେବେ। ପରିବାରରେ ଅସନ୍ତୁଷ୍ଟ ରହିଥିବା ନିଜ ଲୋକଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହେବେ। ନିର୍ମାଣ ଓ ପରିବହନରେ ସଫଳତା ହାସଲ କରିବେ। ପରିବାରରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ମତାନ୍ତରଜନିତ ଝଗଡା ଲାଗିପାରେ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.