Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୧୦ ତାରିଖ – Daily Horoscope

ମେଷ
ବାଧକାଧିପ କର୍ମସ୍ଥ ଯୋଗୁ କର୍ମକ୍ଷେତ୍ରରେ ସମସ୍ୟା ଅବଶ୍ୟ ଲାଗି ରହିବ, କିନ୍ତୁ କିଛି ଅସୁବିଧା ହେବନାହିଁ । ପଦସ୍ଥ ବ୍ୟକ୍ତିଙ୍କ ସହଯୋଗରୁ ଅଟକି ରହିଥିବା କାମରେ ଅଗ୍ରଗତି ଘଟିବ । ଆର୍ଥିକ ସଂକଟ ଥିଲେ ମଧ୍ୟ ନୂତନ ଯୋଜନା ଆରମ୍ଭ କରିବା ସକାଶେ ମନ ବଳାଇବେ । ସମସ୍ୟା ହେତୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ
ବୃଷ
ବୃଷ

ଭାଗ୍ୟାଧିପ ପ୍ରଭାବରେ ପ୍ରତ୍ୟେକ ପ୍ରତିବନ୍ଧକକୁ ଦୃଢତାର ସହ ସମ୍ମୁଖୀନ ହୋଇ କାମ କରିବାକୁ ବାଧ୍ୟ ହେବେ । ଅନ୍ୟମାନେ ପରୋକ୍ଷରେ ବିରୁଦ୍ଧାଚରଣ କରିପାରନ୍ତି । କଳା, ସାହିତ୍ୟରେ ଉନ୍ନତି କରିବେ ଓ ପ୍ରଶଂସିତ ହେବେ । ଆର୍ଥିକ ସ୍ଥିତି କମ୍‌ଜୋର୍‌ ରହିବା ଫଳରେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟ ହୋଇପାରନ୍ତି ।

ମିଥୁନ
ମିଥୁନ
ଆପଣଙ୍କ ସହ ଭଲ ସମ୍ପର୍କ ନ ଥିବା କୌଣସି ବ୍ୟକ୍ତି ସମସ୍ୟାକୁ ବଢାଇ ଦେଇପାରନ୍ତି । ମୃଗଶିରା ନକ୍ଷତ୍ରର ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବାରେ ସମର୍ଥ ହେବେ ଓ କାମ ମଧ୍ୟ ଅଟକିବ ନାହିଁ । ପୁରୁଣା କଥାକୁ ଦୋହରାଇ ତର୍କକଲେ ଓଲଟାଫଳ ପାଇବେ ା ପୁରାତନ ରୋଗର ପୀଡା ସାମୟିକ ମନକୁ ବିଷାଦିତ କରିବ ।
କର୍କଟ
କର୍କଟ
ଆଜି ବୁଧାଦିତ୍ୟ ଯୋଗରୁ ଆପଣ ଯାହା କରନ୍ତୁ ନା କାହିଁକି, ସବୁ କାମ ସହଜ ଓ ସୁବିଧାରେ ସମ୍ପନ୍ନ କରିବେ । ବ୍ୟବସାୟରେ ଲାଭବାନ ହେବେ, ମାତ୍ର ଆଶାନୁରୂପ ନ ହୋଇପାରେ । ନୂତନ କର୍ମାରମ୍ଭ ପ୍ରୀତିପଦ ହେବ, ମାତ୍ର ଏଥିପାଇଁ ବହୁତ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡିବ । ଗଠନମୂଳକ ପ୍ରେରଣା ଦେଇପାରନ୍ତି ।
ସି˚ହ
ସି˚ହ
ଏକାଦଶସ୍ଥ ଶୁକ୍ର ଓ ରାହୁ ପ୍ରଭାବରୁ କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ପ୍ରଶାସନିକ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଆମତ୍ୀୟଙ୍କ ପରୋକ୍ଷ ଶତ୍ରୁତାରୁ ମନ ଠିକ୍‌ ରହିବ ନାହିଁ  ।
କନ୍ୟା
କାମଗୁଡିକ ରାହୁଙ୍କ ଯୋଗୁଁ ସମସ୍ୟାବହୁଳ ହେତୁ ମନରେ ସରସତା ରହିବ ନାହିଁ । ବିଳାସ ଉପକରଣ କିଣିବା ସକାଶେ ଘରୁ ବରାଦ ପାଇ ପାରନ୍ତି । ସାମାଜିକ ସ୍ତରରେ କୌଣସି କାରଣ ନ ଥାଇ ଅନ୍ୟମାନେ ଆପଣଙ୍କୁ ଦେଇପାରନ୍ତି । ବନ୍ଧୁଟି ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇ ମଧ୍ୟ ପାଖ ମାଡିବ ନାହିଁ ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଲାଗି ରହିଥିବା ସମସ୍ୟା ସମାଧାନ ହେବ । ଅଭିଳାଷ ପୂରଣ ଦିଗରେ ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିପାରେ । ସ୍ବାତୀ ନକ୍ଷତ୍ରର ମନ ଭଲ ନ ଥିଲେ ମଧ୍ୟ ଖର୍ଚ୍ଚାନ୍ତ ହୋଇ କାମକୁ ବଢାଇ ନେବେ । ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗଁୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ ।
ବିଛା
ବିଛା
ତୃତୀୟ ସ୍ଥାନ ବଳବାନ୍‌ ଯୋଗୁଁ ବନ୍ଧୁମାନଙ୍କ ସହ ଆଜିର ସକାଳୁଆ ଯାତ୍ରା ମନକୁ ଆହ୍ଲାଦିତ କରିବ । କର୍ମକ୍ଷେତ୍ରରେ ଅନ୍ୟମନସ୍କ କାରଣରୁ କିମ୍ବା ଅସାବଧାନତା ହେତୁ ଟଙ୍କା ପଇସା ହଜି ଯାଇପାରେ । ସାମାଜିକ ସ୍ତରରେ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହେବେ । କଳା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ଭଲ ବ୍ୟବହାର ପ୍ରଦର୍ଶନ କରି ସମସ୍ତଙ୍କର ପ୍ରିୟପାତ୍ର ହେବେ । ବନ୍ଧୁମାନଙ୍କ ଜରିଆରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ, କିନ୍ତୁ ଏଥିପାଇଁ ବହୁତ ଟଣାଓଟରା ଲାଗିବ । ମୂଳା ନକ୍ଷତ୍ର ସ୍ବାସ୍ଥ୍ୟହାନି କାରଣରୁ ବାରମ୍ବାର ଡାକ୍ତରଙ୍କ ପରାମର୍ଶ ପାଇଁ ଦୌଡିବାକୁ ପଡିପାରେ ।
ମକର
ମକର

ଶନି ପ୍ରଭାବରେ ସାମାନ୍ୟ ଥଣ୍ଡାଜନିତ କାରଣରୁ ଦେହଟା ଭଲ ଲାଗିବ ନାହିଁ । ପରିବାର ଭିତରେ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ । ଭଲ କଥା କହିଲେ ମଧ୍ୟ ବନ୍ଧୁ ତାହାକୁ ଭୁଲ୍‌ ଦୃଷ୍ଟିକୋଣରୁ ବିଚାର କରିପାରନ୍ତି ା ସ୍ଥଗିତ ରହିଥିବା ନିର୍ମାଣ କାର୍ଯ୍ୟରେ ଉନ୍ନତି ପରିଲକ୍ଷିତ ହେବ ।

କୁମ୍ଭ
କୁମ୍ଭ
କାମଗୁଡିକ ଅନ୍ୟମାନଙ୍କ ସକାଶେ ଯେତିକି ସହଜ ଓ ସୁବିଧାଜନକ ହୋଇପାରୁଛି ଆପଣଙ୍କ ପାଇଁ ତାହା ନ ହେବା କାରଣରୁ ଦୁଃଖ ପ୍ରକାଶ କରିବେ । ଦୃଢତାର ସହ ପାରିବାରିକ ଶୃଙ୍ଖଳା ରକ୍ଷା କରିବେ । ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ପୂର୍ବଭାଦ୍ରବ ଆନୁଷ୍ଠାନିକ କ୍ଷେତ୍ରରେ ଅସଂଗତି ଲକ୍ଷ୍ୟକରିପାରନ୍ତି ।
ମୀନମୀନ

କର୍ମକ୍ଷେତ୍ରରେ ହଠାତ୍‌ ଉପରିସ୍ଥଙ୍କ ଚାପରେ ବାହାରକୁ ଯିବାକୁ ପଡିପାରେ । ପାରିବାରିକ ସମସ୍ୟା ବିଷୟରେ ଗୁଡାଏ ଚିନ୍ତା କରି ମନକୁ ଭାରାକ୍ରାନ୍ତ କରନ୍ତୁ ନାହିଁ । ପୂର୍ବଭାଦ୍ରବ ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିବେ । ଆନୁଷ୍ଠାନିକ କାର୍ଯ୍ୟକ୍ରମରେ ଯୋଗଦେଲେ ପ୍ରଶଂସିତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୫ ତାରିଖ – Daily Horoscope

ମେଷ ଉପସ୍ଥିତ ବୁଦ୍ଧି ପ୍ରୟୋଗକରି ଆପଣ ପ୍ରତ୍ୟେକ ସମସ୍ୟାର ସରଳ ସମାଧାନ କରିପାରିବେ। ସାମାଜିକ ସ୍ତରରେ ଆପଣଙ୍କ ଦକ୍ଷତାର ମୂଲ୍ୟାୟନ ହେବା ସାଙ୍ଗକୁ ପୁରସ୍କୃତ ହୋଇପାରନ୍ତି।...

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୧୩ ତାରିଖ – Daily Horoscope

ମେଷ ପାରସ୍ପରିକ ମତଭେଦ କାରଣରୁ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍‌ନା କରିବାକୁ ପଡ଼ିପାରେ। ବନ୍ଧୁ ଓ ପରିବାର ଦିଗରୁ ମଧ୍ୟ ସମୟଟି ଅନୁକୂଳ ନୁହେଁ। ସାମାନ୍ୟ...

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୦ ତାରିଖ – Daily Horoscope

ମେଷ ଆଜି ରହିଯାଇଥିବା କାମକୁ ଶେଷ କରିବା ସକାଶେ ଚିନ୍ତା କରିପାରନ୍ତି। କ୍ରୀଡ଼ା, ସଙ୍ଗୀତ ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ବାଧକାଧିପତି ଶନିଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୩୧ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟୁଷ ଯାତ୍ରା, ମାଙ୍ଗଳିକ କାମରେ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇଉଠିବ। ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦିଚ୍ଛା...

ରାଶିଫଳ: ସୋମବାର, ମେ ୯ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ଭାଇ, ବନ୍ଧୁ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ ଅର୍ଥ ପାଇବେ। କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି...

ରାଶିଫଳ: ଗୁରୁବାର, ଫେବୃୟାରୀ ୧୮ ତାରିଖ– Daily Horoscope

ମେଷ ସାମୟିକ ପ୍ରତିବନ୍ଧକ ଥିଲେ ମଧ୍ୟ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ଆଜିର ଯାତ୍ରାରେ ଅଭିଳଷିତ ଫଳ ପାଇବେ। ବହୁ ପ୍ରତୀକ୍ଷିତ ଖବରଟି...

ରାଶିଫଳ: ବୁଧବାର, ଫେବୃୟାରୀ ୨୪ ତାରିଖ– Daily Horoscope

ମେଷ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ। ଶତ୍ରୁତା କାରଣରୁ ନିର୍ମାଣାଧୀନ କାମଗୁଡ଼ିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌...

ରାଶିଫଳ: ଶନିବାର, ଜାନୁୟାରୀ ୨୯ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ସହ ନିବିଡ଼ ସମ୍ପର୍କକୁ କେନ୍ଦ୍ରକରି କିଛିଟା ପାରିବାରିକ ସମସ୍ୟା ସୃଷ୍ଟି ହୋଇପାରେ। ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ ଏବଂ ଅଭାବ ପୂରଣ...

Advertisement
Archives

Model This Week