Posted inRasifala

ରାଶିଫଳ: ବୁଧବାର, ସେପ୍ଟେମ୍ବର ୯ ତାରିଖ – Daily Horoscope

ମେଷ
କୃତ୍ତିକା ନକ୍ଷତ୍ର ଆଜି ପ୍ରତ୍ୟେକ ଦିଗରୁ ମନ ଖୁସୀ ରହିବ, କାମଗୁଡିକୁ ପୂରା ଦମରେ କରିବା ପାଇଁ ନିଷତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା କିମ୍ବା ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ

ବନ୍ଧୁଙ୍କ ନିକଟରୁ ଯାହା ଓ ଯେତିକି ପାଉଛନ୍ତି ତାହାକୁ ଆଦରର ସହିତ ଗ୍ରହଣ କରିବା ଭଲ ହେବ। ନିଜର ସମ୍ପର୍କୀୟମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ମୃଗଶିରା ନକ୍ଷତ୍ର ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିବେ।

ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ଯେଉଁ ସମସ୍ୟା ରହିଛି ହଠାତ୍‌ କୌଣସି ଦୃଢ ପଦକ୍ଷେପ ନେଲେ ଝମେଲା ଅଧିକ ବଢି ଯାଇପାରେ। ଜମିଜମା ବିବାଦ କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ।
କର୍କଟ
କର୍କଟ
ପାରିବାରିକ କ୍ଷେତ୍ରରେ କେହି ଜଣେ ବିନା କାରଣରେ କିଛି ଅଭିଯୋଗ ଆଣିପାରନ୍ତି। ଘର କଥାନେଇ ସ୍ତ୍ରୀଙ୍କ ସହ ଆଲୋଚନା କଲେ ଆପଣଙ୍କ ଆଶଙ୍କା ଅପରାହ୍ନେ ଦୂର ହୋଇପାରିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିବେ, ଯାହା କି ବନ୍ଧୁ ଗହଣରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇପାରେ।
ସି˚ହ
ସି˚ହ
ଆଜି ବିଭିନ୍ନ ସମସ୍ୟା ମଧ୍ୟରେ ପିଲାମାନଙ୍କ ସ୍ଥିତି ସକାଶେ ମନ ଅସ୍ଥିର ରହିବ। ଆର୍ଥିକ ଅଭାବ ଓ ଅନଟନ ଜନିତ ଧାର କରଜ କରିବାହେତୁ ମନ ବେଶି ବିବ୍ରତ ରହିବ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି, ଯାହା କି ସମସ୍ୟାକୁ ବୃଦ୍ଧି କରିବ। ଇଚ୍ଛା ନ ଥିଲେ ମଧ୍ୟ ଦୂରସ୍ଥାନକୁ ଯିବା ପାଇଁ ବାଧ୍ୟ ହେବେ।
କନ୍ୟା
ସକାଳୁ ସକାଳୁ କୌଣସି ଶୁଭ ଖବର ପାଇ ମନଟି ଏକପ୍ରକାର ଖୁସୀ ହୋଇଯିବ। ବନ୍ଧୁଙ୍କ ବାଣିଜ୍ୟ, ବ୍ୟବସାୟ ଓ ନିର୍ମାଣ, କଂଟ୍ରାକ୍ଟରୀ, ହୋଟେଲ ଏବଂ ରେଷ୍ଟୁରାଣ୍ଟ ପ୍ରଭୃତିରୁ ଲାଭବାନ୍‌ ହେବେ। ବହୁତ ଦିନ ହେଲା ଇଚ୍ଛା କରୁଥିବା ଓ ଆଜି ସୁଦ୍ଧା ପାଇ ପାରି ନ ଥିବା ଜିନିଷଟି ପାଇ ପାଇ ଖୁସୀ ହେବେ।
ତୁଳା
ତୁଳା
ଆଜି ଦିନଟିରେ ଆପଣ ଯେମିତି ଚାହୁଁଛନ୍ତି ସେମିତି କାମ କରନ୍ତୁ କିଛି ଅସୁବିଧା ହେବନି। ଘରେ ପିଲାର ସ୍ବାସ୍ଥ୍ୟ ବାରମ୍ବାର ଖରାପ ହେଉ ଥିବାରୁ ମନ ଭଲ ରହିବ ନାହିଁ। କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଦୀର୍ଘ ଦିନରୁ ରହିଥିବା ସମସ୍ୟାର ସମାଧାନ ହୋଇଯିବ।
ବିଛା
ବିଛା
ଦୀର୍ଘଦିନ ହେଲା ଆପଣ ଯାହାକୁ ଭଲ ଭାବୁଛନ୍ତି ସେ ହିଁ ସମସ୍ୟାର କାରଣ ହୋଇପାରେ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା କାରଣରୁ ସ୍ତ୍ରୀଙ୍କ ସହ ମତାନ୍ତର ଘଟିବ। ବନ୍ଧୁଙ୍କ ସହ ଆଲୋଚନା ସମୟରେ ସାଧାରଣ କଥାରେ ପ୍ରତିବାଦ କରି ଟେନ୍ସନ୍‌କୁ ନିମନ୍ତ୍ରଣ କରିପାରନ୍ତି।
ଧନୁ
ଧନୁ
ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଚଳିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କଳାଧନ, କଚେରି ମାମଲା, ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା ମନକୁ ବିବ୍ରତ କରିପାରେ। ଆଜି ଏକ ଭିନ୍ନ ପରିସ୍ଥିତିରେ ଭଟ୍ଟା ପଡିଥିବା ସମ୍ପର୍କ ପୁଣି ଯୋଡିବା ସକାଶେ ପ୍ରଯନତ୍ କରିପାରନ୍ତି।
ମକର
ମକର

ଆଜି ଆପଣ ବିଶେଷ ଖର୍ଚ୍ଚାନ୍ତ ହେବେ ସିନା କାମ ଅଟକିବ ନାହିଁ, ସୁବିଧାରେ ହୋଇଯିବ। ମାଲିମକଦ୍ଦମା, ନିର୍ମାଣ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ଅଟକି ଥିବା କାମଟି ସହଜରେ ହାସଲ କରିବେ।

କୁମ୍ଭ
କୁମ୍ଭ
ଆଜିର ବିବାଦୀୟ ପରିସ୍ଥିତି ଭିନ୍ନ ଆକାର ଧାରଣ କରିପାରେ,ଏଣୁ ସତର୍କରେ କାମ କରିବା ଭଲ। କଠିନ ଶ୍ରମ ଜନିତ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବେ। ପଡା, ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ

ଆଜିର କର୍ମ କ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ଆତ୍ମୀୟଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିବ ଏଣୁ ମନ ହାଲୁକା ହୋଇଯିବ। ଗତକାଲି ରାତିରେ ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଗସ୍ତ କାଯର୍‌ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଧନିଷ୍ଠା ନକ୍ଷତ୍ରରେ ରହି ନୂତନ କର୍ମାରମ୍ଭ ସକାଶେ ମନ ବଳାଇବେ। ସକାଳୁ ସକାଳୁ ପ୍ରୀତିପ୍ରଦ ଯାତ୍ରା କରିବାର ଅପୂର୍ବ ସୁଯୋଗ ଲାଭ କରିପାରନ୍ତି।…

ରାଶିଫଳ: ବୁଧବାର, ଅଗଷ୍ଟ ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହି ଗଜକେଶରୀ ଯୋଗ ସୃଷ୍ଟି କରୁଥିବାରୁ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ପ୍ରତ୍ୟେକ ସ୍ତରରେ ରହିବ। ପାରିବାରିକ ଶାନ୍ତି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri