Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୯ ତାରିଖ – Daily Horoscope

ମେଷ
ଆଜି ଭାଗ୍ୟ ସ୍ଥାନରେ ଚନ୍ଦ୍ର ଅବସ୍ଥାନ କରିଥିବାରୁ ଧର୍ମକାର୍ଯ୍ୟର ଆଲୋଚନା ପ୍ରୀତିପଦ ରହିବ। ପାରିବାରିକ ଅବ୍ୟବସ୍ଥା ଦୂରେଇଯିବା ସହ ବନ୍ଧୁମିଳନର ଆୟୋଜନ କରିବେ। ଶାରୀରିକ ସ୍ବାସ୍ଥ୍ୟର ବିଷମତା ଦୂର ହେବାରୁ ମାନସିକ ଆଶ୍ୱସ୍ତି ଅନୁଭଭ କରିବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିଲେ ବି କିଛି ଅସୁବିଧା ହେବନି।
ବୃଷ
ବୃଷ
ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ଦୃଷ୍ଟି ଭ୍ରାତୃ ସମ୍ପର୍କକୁ କ୍ଷୁଣ୍ଣ କରିପାରେ। କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଆଜିର ଯାତ୍ରା ଓ କାମରେ ସଫଳତା ପାଇବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିବେ ସତ, କିନ୍ତୁ ଅବହେଳାଜନିତ କୌଣସି ଉପଚାର କରି ନ ପାରନ୍ତି। ଆବଶ୍ୟକତା ପୂରଣ ସକାଶେ ବନ୍ଧୁଙ୍କ ଉପରେ ନିର୍ଭର କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଧନାଧିପ ସପ୍ତମସ୍ଥ ଯୋଗୁ ଆର୍ଥିକ ଆବଶ୍ୟକତା ଅପୂରଣ ରହିବ ନାହିଁ। କଥାରେ ସଂଯମତା ହରାଇ ସମସ୍ୟାକୁ ଡାକି ଆଣିଲା ଭଳି କାମ କରିପାରନ୍ତି। ଆନୁଷ୍ଠାନିକ କାମ, ପୂଜାପାର୍ବଣ, କ୍ରୀଡ଼ା, ସାହିତ୍ୟ, ପ୍ରକାଶନ ଓ ପ୍ରଶାସନିକ ସ୍ତରରେ ସମ୍ମାନ ପାଇବେ। ଗୃହ ସମସ୍ୟାକୁ ସଜାଡ଼ିବାକୁ ଯାଇ ବହୁତ ହଇରାଣ ହେବାକୁ ପଡ଼ିପାରେ।
କର୍କଟ
କର୍କଟ
ଚନ୍ଦ୍ରଙ୍କ ସୁପ୍ରଭାବ ଯାତ୍ରାକାଳୀନ ସମସ୍ୟାକୁ ପ୍ରତିହତ କଲେ ମଧ୍ୟ ମାନସିକ ସ୍ଥିତିକୁ ହଲ୍‌ଚଲ୍‌ କରିପାରେ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାକୁ ସାମ୍ନା କରିବାର ସାହସ ଜୁଟିଯିବ। ସହକର୍ମୀଙ୍କ ସହ ତିକ୍ତତା ସଙ୍ଗକୁ କରଜଦାତାଙ୍କ ଚାପ ବୃଦ୍ଧି ପାଇବ। କଚେରି ମାମଲାର ଆଶୁ ଶୁଣାଣି ହେବ କିନ୍ତୁ ତାହା ସନ୍ତୋଷଜନକ ନ ହୋଇପାରେ।
ସି˚ହ
ସି˚ହ
ଦ୍ୱିତୀୟସ୍ଥ ବୁଧାଦିତ୍ୟ ଯୋଗ ପ୍ରଭାବରେ ଅର୍ଥର ପ୍ରଚୁର୍ଯ୍ୟ, ସାମାଜିକ ସମ୍ମାନ ସହିତ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିବେ। ପାରିବାରିକ କ୍ଷେତ୍ରରେ ବୁଝାମଣା ଅଭାବରୁ ସୁସମ୍ପର୍କ ରହି ନ ପାରେ। କଳା, ସାହିତ୍ୟ, ସାମ୍ବାଦିକତା, ଶିଳ୍ପ, ବାଣିଜ୍ୟ କ୍ଷେତ୍ର ଭଲ ରହିବ। ମଘା ନକ୍ଷତ୍ରର ମାନସିକ ସ୍ଥିତି ବିଶେଷ ଭଲ ରହିବନାହିଁ।
କନ୍ୟା
ରାଶିରେ ଏକାଧିକଗ୍ରହ ଅବସ୍ଥାନ କରିଥିବାରୁ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ହାସଲ କରିବେ। ପରିବାର ଭିତରେ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ନିଜ ପରିସରରେ ପିଲାମାନଙ୍କ ସକାଶେ ଅନ୍ୟମାନଙ୍କ ନିକଟରେ ମୁଣ୍ଡ ନୁଆଁଇବାକୁ ପଡ଼ିବ। ଗୃହୋପକରଣ କିମ୍ବା ମୂଲ୍ୟବାନ୍‌ ସାମଗ୍ରୀ କ୍ରୟ କରିପାରନ୍ତି।
ତୁଳା
ତୁଳା
କର୍ମାଧିପତିଙ୍କୁ ଧନସପ୍ତମାଧିପତି ଦେଖୁଥିବାରୁ କର୍ମକ୍ଷେତ୍ରରେ ପ୍ରାଧାନ୍ୟତା ବଢ଼ିବ ଏବଂ ଅର୍ଥସଂକଟ ଦୂରହେବ। ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ଓ କୂଟନୀତି ପ୍ରୟୋଗ କରି କାମ ହାସଲ କରିବେ। କର୍ମକ୍ଷେତ୍ରରେ ବହୁତ କାମ ହାତକୁ ନେଇ ବ୍ୟଥିତ ହେବେ। ଅପ୍ରିୟ ସତ୍ୟ କହିବା ଦ୍ୱାରା ଶତ୍ରୁତା ସୃଷ୍ଟି ହେବାର ସୂଚନା ରହିଛି।
ବିଛା
ବିଛା
ନୀଚସ୍ଥ ଚନ୍ଦ୍ରଜନିତ ଶାରୀରିକ ସୁସ୍ଥତା ପୂର୍ବପରି ଅକ୍ଷୁଣ୍ଣ ରହିବ କିନ୍ତୁ ମାନସିକ ଅସ୍ଥିରତା କାମକୁ ବିଶୃଙ୍ଖଳିତ କରିପାରେ। କର୍ମକ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ଅନ୍ୟମାନଙ୍କୁ ଆପଣେଇ ନେବେ। ଏଜେନ୍ସିପ୍‌, ସାହିତ୍ୟ, ସାମ୍ବାଦିକତା, ରାଜନୀତି, କର୍ମାରମ୍ଭ ପ୍ରଭୃତିରୁ ସୁଫଳ ପାଇବେ। କାର୍ଯ୍ୟଭାର ବୃଦ୍ଧି ପାଉଥିବାରୁ ମାନସିକ ଅସ୍ଥିରତା ଲାଗିରହିବ।
ଧନୁ
ଧନୁ
ପ୍ରତ୍ୟେକ କ୍ଷେତ୍ରରେ ବୁଦ୍ଧିମତ୍ତାର ଉପଯୋଗ କରି କୃତିତ୍ୱ ଅର୍ଜନ କରିବେ। ଅଷ୍ଟମାଧିପତିଙ୍କ ପ୍ରଭାବରେ ଅନ୍ୟମନସ୍କତା କିମ୍ବା ବିସ୍ମରଣଜନିତ କୌଣସି ଜିନିଷ ହରାଇ ପାରନ୍ତି। କର୍ମ କ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ। ଯାତ୍ରା, ବାଣିଜ୍ୟ, ସାଂସ୍କୃତିକ କାମ ଓ ମନୋରଞ୍ଜନରେ ନିଜକୁ ସାମିଲ୍‌ କରିପାରନ୍ତି।
ମକର
ମକର
ପାରିବାରିକ ଜୀବନରେ ସ୍ତ୍ରୀଙ୍କ ସହ ମତାନ୍ତର ସୃଷ୍ଟି ହେବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ ଓ ନିର୍ମାଣ କ୍ଷେତ୍ରରେ ଝଗଡା ଲାଗିପାରେ। ବିବାଦୀୟ ଘଟଣାରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇବ। ପଡ଼ୋଶୀମାନେ କଅଁଳିଆ କଥା କହି କାର୍ଯ୍ୟ ହାସଲ କରିବାର ଅପଚେଷ୍ଟା କରିବେ।
କୁମ୍ଭ
କୁମ୍ଭ
ମୁଖଭାବସ୍ଥ ଶନିଙ୍କ ଯୋଗୁ ପାରିବାରିକ କ୍ଷେତ୍ରରେ ସବୁ ଜାଣି ନୀରବତା ଅବଲମ୍ବନ କରିବେ। ସାମାଜିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କାରେ ମନ ଅସ୍ଥିର ରହିବ। ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ନିକଟ ସମ୍ପର୍କୀୟଙ୍କ ଈର୍ଷା ଓ ଅସୂୟା ଭାବ ଯୋଗୁ ବିଚଳିତ ବୋଧ କରିପାରନ୍ତି।
ମୀନମୀନ

ଦୀର୍ଘଦିନ ହେଲା ଯାହା ଆଶା କରୁଥିଲେ ଆଜି ତାହା ସହଜରେ ପାଇପାରିବେ। ଆନୁଷ୍ଠାନିକ କାମରୁ କିମ୍ବା ଆଲୋଚନା ପରିସରରେ ବନ୍ଧୁଙ୍କ ସହ ମନୋମାଳିନ ଦୂରେଇ ଯିବ । ରାଶିରେ ରାହୁଜନିତ ସାମୟିକ ଅସୁସ୍ଥତା କାରଣରୁ କେତେକ କାମରେ ଅବହେଳା କରିପାରନ୍ତି । କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

ରାଶିଫଳ: ଗୁରୁବାର, ମେ ୧୪ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅଶ୍ୱିନୀ ନକ୍ଷତ୍ରର ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମନ ଅଶାନ୍ତ ରହିପାରେ। ତଥାପି ଶାରୀରିକ ସୁସ୍ଥତା, ଆର୍ଥିକ ଉନ୍ନତି ଏବଂ ପ୍ରତିଯୋଗିତାରେ ସଫଳତା…

ରାଶିଫଳ: ବୁଧବାର, ମେ ୧୩ ତାରିଖ – Daily Horoscope

ମେଷ ପ୍ରତ୍ୟେକ କାମ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। କିନ୍ତୁ ଯଦି ତରବରିଆ ପଦକ୍ଷେପ ନେବେ ତେବେ ବେଶି ହଇରାଣ ହେବାକୁ ପଡ଼ିପାରେ।…

ରାଶିଫଳ: ମଙ୍ଗଳବାର, ମେ ୧୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କେତେକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ଦୃଢ଼ ଓ କଠୋରୋକ୍ତି ଫଳରେ ମୁହଁ ସାମ୍ନାରେ କଥା କହିବାକୁ ଅନ୍ୟମାନେ ପଛେଇ ରହିବେ। ପାରିବାରିକ…

ରାଶିଫଳ: ସୋମବାର, ମେ ୧୧ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। ବନ୍ଧୁଙ୍କୁ ସୁହାଇଲା ଭଳି ମଉଜିଆ କଥା କହି ପରିସ୍ଥିତିକୁ…

ରାଶିଫଳ: ରବିବାର, ମେ ୧୦ ତାରିଖ – Daily Horoscope

ମେଷ ଆଜି ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଭଲ ରହିବ। କୃତ୍ତିକା ନକ୍ଷତ୍ରକୁ ଅର୍ଥ ଲାଭ ସହ ଶାରୀରିକ ସୁସ୍ଥତା କାମ କରିବା…

ରାଶିଫଳ: ଶନିବାର, ମେ ୯ ତାରିଖ – Daily Horoscope

ମେଷ ସମ୍ପର୍କୀୟ କିମ୍ବା ଆତ୍ମୀୟଙ୍କ ସାହାଯ୍ୟରୁ କୌଣସି କାମ ଅଟକି ରହିବନାହିଁ। ବିବାଦୀୟ ଘଟଣାରେ କୌଣସି ନିର୍ଦ୍ଦିଷ୍ଟ ପକ୍ଷକୁ ସମର୍ଥନ କରିବା ଠିକ୍‌ ହେବ ନାହିଁ। ଦ୍ୱିଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri