Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ତୃତୀୟାଧିପ ନିଜ ଭାବରୁ ଷଷ୍ଠସ୍ଥ ଯୋଗୁ ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। କର୍ମକ୍ଷେତ୍ରରେ ଅନ୍ୟର ସହଯୋଗ ନେଇ ସ୍ଥଗିତ କାମକୁ ପୂରା କରିବେ। ଶୁଣାକଥାକୁ ବିଶ୍ୱାସ କରି ଭୁଲ ମାର୍ଗ ଅନୁସରଣ କରିପାରନ୍ତି । ଯାତ୍ରା, ବ୍ୟବସାୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରଚନାତ୍ମକ କାର୍ଯ୍ୟ ପାଇଁ ଅସୁବିଧା ରହିବ ନାହିଁ।
ବୃଷ
ବୃଷ
ବ୍ୟୟାଧିପ ମଙ୍ଗଳଜନିତ ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ କାମ ସ୍ଥଗିତ ରହିବ। ପରିଜନମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ଖବର ଶୁଣି ଖୁସି ହେବେ। ଦିନଭରି କଠୋର ପରିଶ୍ରମଜନିତ ରାତିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲିଯାଇ ପାରନ୍ତି।
ମିଥୁନ
ମିଥୁନ
ଶୁଭଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତିରେ କାମ କଲେ ଉପକୃତ ହେବେ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭର ସୁଯୋଗ ମିଳିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କାମ ହାସଲ କଷ୍ଟକର ହୋଇପଡ଼ିବ। ଅଧ୍ୟାତ୍ମ୍ୟ ବାତାବରଣ ମଧ୍ୟରେ ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ।
କର୍କଟ
କର୍କଟ
ପଞ୍ଚମଭାବରେ ଗୁରୁଚନ୍ଦ୍ର ଥିବାରୁ ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପ୍ରଶଂସିତ ହେବେ। ଯାନବାହନରେ ଯାନ୍ତ୍ରିକ ତ୍ରୁଟି ସାମୟିକ ଯାତ୍ରାରେ ପ୍ରତିବନ୍ଧକ ସାଜିବ। ଯୋଗାଣ କାରବାରରେ ଉନ୍ନତି କରିବା ସାଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ। କର୍ମକ୍ଷେତ୍ରରେ ଭୁଲ୍‌ ଚିନ୍ତାପୂର୍ବକ କାର୍ଯ୍ୟହାନିରୁ କ୍ଷୋଭ ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଆଜି ଯେମିତି ଚାହୁଁଛନ୍ତି ସେହିଭଳି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପଡ଼ୋଶୀଙ୍କ ପରାମର୍ଶରେ ପରିବାରର ଅସଜଡା ପରିସ୍ଥିତିକୁ ସଜାଡି ନେବେ। ପିଲାମାନଙ୍କର କନ୍ଦଳକୁ କେନ୍ଦ୍ରକରି ଏକ ମାମୁଲି ଘଟଣାରେ ଉଚ୍ଚବାଚ୍ଚ ଘଟିପାରେ।
କନ୍ୟା
ସମସ୍ୟା ସହଜରେ ସମାଧାନ ହୋଇଯିବାରୁ ମାନସିକ ସ୍ଥିତି ଭଲ ରହିବ। ଆନୁଷଙ୍ଗିକ ସୁବିଧା ପାଇ ପଡ଼ୋଶୀଙ୍କଠାରୁ କାମ ହାସଲ କରିବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ସମସ୍ୟା ସମାଧାନ ସହ ଉଚ୍ଚ ପ୍ରଶଂସା ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦ୍ୱିଗୁଣିତ ହେବା କ୍ଷେତ୍ରରେ ନିଜର ଅବହେଳାହିଁ ମୁଖ୍ୟ କାରଣ ହୋଇପାରେ।
ତୁଳା
ତୁଳା
ରାଶିରେ କେତୁ ଥିବାରୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ କିନ୍ତୁ ବିଶେଷ କ୍ଷତି ହେବ ନାହିଁ। ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ସ୍ବଗୃହୀ ଶନିଙ୍କ ପ୍ରଭାବରୁ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ। ପାଖରେ ନଥିବା ଜିନିଷଟି ପାଇଁ ବନ୍ଧୁଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ।
ଧନୁ
ଧନୁ
ସଂକୋଚବଶତଃ ବନ୍ଧୁଙ୍କ ସାମ୍‌ନାରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ।
ମକର
ମକର
ଚତୁର୍ଥସ୍ଥ ରାହୁଙ୍କ ଯୋଗୁ ବନ୍ଧୁଙ୍କ ଅନାଦର ଭାବରୁ ସାମୟିକ ମନ ଦୁଃଖ ରହିବ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ମିଳିପାରେ । ଯାତ୍ରା ସମୟରେ ସତର୍କତା ଅଭାବରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିବେ। ତଥାପି ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ।
ମୀନମୀନ
ଉପରିସ୍ଥଙ୍କ ଅନୁକମ୍ପାରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍‌ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୬ ତାରିଖ – Daily Horoscope

ମେଷ ଶୁଭଭାବରେ ଚନ୍ଦ୍ରଥିବାରୁ ବନ୍ଧୁଙ୍କ ପରାମର୍ଶ କ୍ରମେ ମନୋରଞ୍ଜନ ଉପକରଣ ପ୍ରତି ଆଗ୍ରହୀ ହେବେ। ଗୃହ ମରାମତି, ଭୂମି, ଗାଡ଼ିମୋଟର କିଣାବିକାରେ ସମସ୍ୟା ଉପୁଜିପାରେ। ପିଲାମାନଙ୍କ...

ରାଶିଫଳ: ଶନିବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ଶୁକ୍ର ସହ ଚନ୍ଦ୍ରଙ୍କ ସଂଯୋଗ କାର୍ଯ୍ୟସିଦ୍ଧି ସାଙ୍ଗକୁ ବନ୍ଧୁମିଳନର ସୁଯୋଗ ସୃଷ୍ଟି କରିବ। ଆତ୍ମୀୟଙ୍କ ଗହଣରେ ଦୁଃଖକୁ ପାସୋରିଦେବେ। ବୁଦ୍ଧାଦିତ୍ୟ ଯୋଗ...

ରାଶିଫଳ: ମଙ୍ଗଳବାର, ମେ ୧୮ ତାରିଖ – Daily Horoscope

ମେଷ ବ୍ୟବହାରରେ ସଂଯମତା ଅଭାବରୁ ଅପ୍ରିୟ ସତ୍ୟ ଭାଷଣଜନିତ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। କାର୍ଯ୍ୟ...

ରାଶିଫଳ: ଗୁରୁବାର, ନଭେମ୍ବର ୨୮ ତାରିଖ – Daily Horoscope

ମେଷ ଆଜି ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନିକ କାମରେ ବ୍ୟୟବୃଦ୍ଧି ଘଟିବ । ଶୁକ୍ରଙ୍କ ପ୍ରଭାବରେ ଭୋଗ, ବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶର ସୁଯୋଗ...

ରାଶିଫଳ: ଶୁକ୍ରବାର , ଡିସେମ୍ବର ୨ ତାରିଖ – Daily Horoscope

ମେଷ ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ଆପଣଙ୍କୁ ବ୍ୟସ୍ତ ବିବ୍ରତ କରାଇବ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ।...

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଓ ମଙ୍ଗଳ ଷଡାଷ୍ଟକ ସ୍ଥିତିରେ ରହିଥିବାରୁ ମନ ଅନୁଯାୟୀ କୌଣସି କାମ କରିପାରିବେ ନାହିଁ। ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆପଣଙ୍କ...

ରାଶିଫଳ: ଶନିବାର, ଜାନୁଆରୀ ୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେବ। ପରିବାର ସଦସ୍ୟଙ୍କ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା...

ରାଶିଫଳ: ଗୁରୁବାର, ନଭେମ୍ବର ୪ ତାରିଖ – Daily Horoscope

ମେଷ ଆପଣ ଯେଉଁ କାମ ପାଇଁ ଚେଷ୍ଟା କରୁଛନ୍ତି ସେଥିରେ ବିଳମ୍ବରେ ସଫଳତା ପାଇବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ଅଶ୍ୱିନୀ...

Advertisement
Archives

Model This Week