Posted inRasifala

ରାଶିଫଳ: ଶନିବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ
ଆଜି ତୃତୀୟାଧିପ ନିଜ ଭାବରୁ ଷଷ୍ଠସ୍ଥ ଯୋଗୁ ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। କର୍ମକ୍ଷେତ୍ରରେ ଅନ୍ୟର ସହଯୋଗ ନେଇ ସ୍ଥଗିତ କାମକୁ ପୂରା କରିବେ। ଶୁଣାକଥାକୁ ବିଶ୍ୱାସ କରି ଭୁଲ ମାର୍ଗ ଅନୁସରଣ କରିପାରନ୍ତି । ଯାତ୍ରା, ବ୍ୟବସାୟ, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ରଚନାତ୍ମକ କାର୍ଯ୍ୟ ପାଇଁ ଅସୁବିଧା ରହିବ ନାହିଁ।
ବୃଷ
ବୃଷ
ବ୍ୟୟାଧିପ ମଙ୍ଗଳଜନିତ ପ୍ରତିବନ୍ଧକ ଲାଗି ରହିଥିବା କାରଣରୁ କାମ ସ୍ଥଗିତ ରହିବ। ପରିଜନମାନଙ୍କ ସମ୍ବନ୍ଧରେ କୌଣସି ଶୁଭ ଖବର ଶୁଣି ଖୁସି ହେବେ। ଦିନଭରି କଠୋର ପରିଶ୍ରମଜନିତ ରାତିରେ ଅନିଦ୍ରାଜନିତ ପୀଡ଼ା ଅନୁଭବ କରିପାରନ୍ତି। ବ୍ୟସ୍ତତାର ସହ କରିଥିବା ଯାତ୍ରାରେ କୌଣସି ଜିନିଷ ସାଙ୍ଗରେ ନେବାକୁ ଭୁଲିଯାଇ ପାରନ୍ତି।
ମିଥୁନ
ମିଥୁନ
ଶୁଭଗ୍ରହ ପ୍ରଭାବରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ବୁଝାମଣା ଭିତିରେ କାମ କଲେ ଉପକୃତ ହେବେ। ସଭାସମିତିରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟଲାଭର ସୁଯୋଗ ମିଳିବ। ବ୍ୟବସାୟ ଓ ପରିବହନ କ୍ଷେତ୍ରରେ କାମ ହାସଲ କଷ୍ଟକର ହୋଇପଡ଼ିବ। ଅଧ୍ୟାତ୍ମ୍ୟ ବାତାବରଣ ମଧ୍ୟରେ ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟ ପ୍ରତି ରୁଚି ବଳିବ।
କର୍କଟ
କର୍କଟ
ପଞ୍ଚମଭାବରେ ଗୁରୁଚନ୍ଦ୍ର ଥିବାରୁ ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ପ୍ରଶଂସିତ ହେବେ। ଯାନବାହନରେ ଯାନ୍ତ୍ରିକ ତ୍ରୁଟି ସାମୟିକ ଯାତ୍ରାରେ ପ୍ରତିବନ୍ଧକ ସାଜିବ। ଯୋଗାଣ କାରବାରରେ ଉନ୍ନତି କରିବା ସାଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ। କର୍ମକ୍ଷେତ୍ରରେ ଭୁଲ୍‌ ଚିନ୍ତାପୂର୍ବକ କାର୍ଯ୍ୟହାନିରୁ କ୍ଷୋଭ ପ୍ରକାଶ କରିପାରନ୍ତି।
ସି˚ହ
ସି˚ହ
ଆଜି ଯେମିତି ଚାହୁଁଛନ୍ତି ସେହିଭଳି କାମ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ସାମାନ୍ୟ ବଚସାରୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। ପଡ଼ୋଶୀଙ୍କ ପରାମର୍ଶରେ ପରିବାରର ଅସଜଡା ପରିସ୍ଥିତିକୁ ସଜାଡି ନେବେ। ପିଲାମାନଙ୍କର କନ୍ଦଳକୁ କେନ୍ଦ୍ରକରି ଏକ ମାମୁଲି ଘଟଣାରେ ଉଚ୍ଚବାଚ୍ଚ ଘଟିପାରେ।
କନ୍ୟା
ସମସ୍ୟା ସହଜରେ ସମାଧାନ ହୋଇଯିବାରୁ ମାନସିକ ସ୍ଥିତି ଭଲ ରହିବ। ଆନୁଷଙ୍ଗିକ ସୁବିଧା ପାଇ ପଡ଼ୋଶୀଙ୍କଠାରୁ କାମ ହାସଲ କରିବେ। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ସମସ୍ୟା ସମାଧାନ ସହ ଉଚ୍ଚ ପ୍ରଶଂସା ପାଇବେ। ସ୍ବାସ୍ଥ୍ୟ ସମସ୍ୟା ଦ୍ୱିଗୁଣିତ ହେବା କ୍ଷେତ୍ରରେ ନିଜର ଅବହେଳାହିଁ ମୁଖ୍ୟ କାରଣ ହୋଇପାରେ।
ତୁଳା
ତୁଳା
ରାଶିରେ କେତୁ ଥିବାରୁ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। ଆଲୋଚନା କ୍ଷେତ୍ରରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। ବ୍ୟବସାୟରେ ମନାନ୍ତର ଦେଖା ଦେଇପାରେ କିନ୍ତୁ ବିଶେଷ କ୍ଷତି ହେବ ନାହିଁ। ମାଲିମକଦ୍ଦମାରେ ନିଜ ପକ୍ଷ ସବଳ ରହିବା ହେତୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ବିଛା
ବିଛା
ସ୍ବଗୃହୀ ଶନିଙ୍କ ପ୍ରଭାବରୁ ପାରିବାରିକ ପରିସ୍ଥିତି ପ୍ରାୟତଃ ସ୍ବାଭାବିକ ରହିବ। ନୂଆ ଯୋଜନାକୁ ବାସ୍ତବ ରୂପ ଦେବାର ଯୋଜନା କଲେ ଅବଶ୍ୟ ସଫଳ ହେବେ। ଆନୁଷ୍ଠାନିକ ସମସ୍ୟାର ସରଳ ସମାଧାନ କରି ପରୋକ୍ଷ ଭାବରେ ପ୍ରଶଂସିତ ହେବେ। ପାଖରେ ନଥିବା ଜିନିଷଟି ପାଇଁ ବନ୍ଧୁଙ୍କ ମଧ୍ୟରେ ତର୍କ ଓ ବିବାଦ ବଢ଼ିପାରେ।
ଧନୁ
ଧନୁ
ସଂକୋଚବଶତଃ ବନ୍ଧୁଙ୍କ ସାମ୍‌ନାରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ଭୁଲ୍‌ ବୁଝାମଣା ଯୋଗୁ କର୍ମକ୍ଷେତ୍ରରେ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ସମ୍ପର୍କୀୟମାନଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି। ଆଗାମୀ ମାଙ୍ଗଳିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାର ମଉକା ପାଇପାରିବେ।
ମକର
ମକର
ଚତୁର୍ଥସ୍ଥ ରାହୁଙ୍କ ଯୋଗୁ ବନ୍ଧୁଙ୍କ ଅନାଦର ଭାବରୁ ସାମୟିକ ମନ ଦୁଃଖ ରହିବ। କର୍ମକ୍ଷେତ୍ରରେ ସରକାରୀ ସ୍ତରରେ ମଉଳି ଯାଇଥିବା ଆଶା ପୁଣି କଅଁଳି ଉଠିବାର ସୂଚନା ମିଳିପାରେ । ଯାତ୍ରା ସମୟରେ ସତର୍କତା ଅଭାବରୁ ହାତ କିମ୍ବା ଗୋଡ଼ରେ ଆଘାତ ଲାଗିପାରେ। ପୁରାଣ ପଠନ ସାଙ୍ଗକୁ ଧର୍ମକାର୍ଯ୍ୟରେ ନିଜକୁ ନିୟୋଜିତ କରିବେ।
କୁମ୍ଭ
କୁମ୍ଭ
ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। କର୍ମକ୍ଷେତ୍ରରେ ନୀଚ ବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ନିଜ ଚତୁଃପାର୍ଶ୍ୱରେ ବିରୋଧ ମନୋଭାବ ପୋଷଣ କରୁଥିବା ଲୋକମାନେ ଶତ୍ରୁତା ଆଚରଣ କରିବେ। ତଥାପି ସ୍ତ୍ରୀଙ୍କ ସାହାଯ୍ୟ ଓ ଦୂରଦର୍ଶିତା ଗୁଣରୁ ମନୋବଳ ବୃଦ୍ଧି ପାଇବ।
ମୀନମୀନ
ଉପରିସ୍ଥଙ୍କ ଅନୁକମ୍ପାରୁ କୌଣସି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ। ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ବିବାଦୀୟ ଘଟଣାରେ ଟେନ୍‌ସନ ଲାଗି ରହିଥିଲେ ମଧ୍ୟ କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବ। କାର୍ଯ୍ୟବ୍ୟସ୍ତତା ଯୋଗୁ ଖାଦ୍ୟପେୟ ଠିକ୍‌ ରହି ନ ପାରେ, ଫଳତଃ ସ୍ବାସ୍ଥ୍ୟହାନିର ସମ୍ଭାବନା ରହଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri