Posted inRasifala

ରାଶିଫଳ: ସୋମବାର , ନଭେମ୍ବର ୧୪ ତାରିଖ – Daily Horoscope

ମେଷ
ପ୍ରିୟଜନମାନଙ୍କ ସହିତ ଆଜିର ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ଅଭିଳଷିତ ଫଳ ପାଇବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା ରହିଛି। କଠୋର ପରିଶ୍ରମଜନିତ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି । ଭୁଲ୍‌ ବୁଝାମଣା କାରଣରୁ କୌଣସି ଅପରିଚିତଙ୍କ ସହ କଳହ ଲାଗିପାରେ।
ବୃଷ
ବୃଷ
ଆନୁଷଙ୍ଗିକ ସାହାଯ୍ୟ ସହଯୋଗ ଲାଭକରି ପ୍ରତ୍ୟେକ କ୍ଷେତ୍ରରେ ଉସତ୍ାହର ସହ କାମ କରିବେ। ଯେଉଁ ପରିସ୍ଥିତି ହେଉନା କାହିଁକି, ଆଦୌ ପଛକୁ ଫେରିବେ ନାହିଁ। ପାରିବାରିକ କ୍ଷେତ୍ରରେ ମନକଥା ମନରେ ମାରି ଚଳିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ସହାନୁଭୂତି ଦ୍ୱାରା ବିବାଦୀୟ ଘଟଣାର ସମାଧାନ ଘଟିବ।
ମିଥୁନ
ମିଥୁନ
ଦୀର୍ଘଦିନର ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍‌ବେଗର କାରଣ ହେବ। ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ। ମାନସିକ ସ୍ଥିତି ପୂର୍ବବତ୍‌ ରହିବା ହେତୁ ପ୍ରତ୍ୟେକ କ୍ଷେତ୍ରରେ ନୀରବତା ଅବଲମ୍ବନ କରିବାକୁ ବାଧ୍ୟହେବେ । ଅବହେଳିତ ଓ ଅସମ୍ପାଦିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି।
କର୍କଟ
କର୍କଟ
ଆମତ୍ୀୟଙ୍କ ସାହାଯ୍ୟ ପ୍ରତିଶ୍ରୁତି ଆପଣଙ୍କୁ ନୂତନ କର୍ମାରମ୍ଭ ପାଇଁ ପ୍ରେରଣା ପ୍ରଦାନ କରିବ। ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବାରେ ଅନୁକୂଳ ବାତାବରଣ ସୃଷ୍ଟି ହେବ। ସହକର୍ମୀମାନେ ପ୍ରତ୍ୟେକ କ୍ଷେତ୍ରରେ ସହଯୋଗର ହାତ ବଢ଼ାଇବେ। ଆଜିର ପ୍ରତ୍ୟୁଷରୁ ଦୂରଯାତ୍ରା ଫଳପ୍ରଦ ହେବାର ଆଶା କରାଯାଇପାରେ ।
ସି˚ହ
ସି˚ହ
ଆଜି ଚେଷ୍ଟା କରୁଥିବା କାମ ସାଙ୍ଗକୁ ଅର୍ଥ ସମ୍ପର୍କ ଦିଗରୁ ଶୁଭଫଳ ପାଇବେ। ଆକସ୍ମିକ ଭାବରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଆପଣଙ୍କୁ ମିଶିବାକୁ ଆସିଥିବା ବନ୍ଧୁଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ। ବ୍ୟବସାୟିକ କ୍ଷେତ୍ରରେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କନ୍ୟା
ସାମାଜିକ ସ୍ତରରେ ଅନ୍ୟମାନଙ୍କ ପାଇଁ ତ୍ୟାଗ ସ୍ବୀକାର କଲେ ମଧ୍ୟ ତାହାର ମୂଲ୍ୟ ସେମାନେ ବୁଝିପାରିବେ ନାହିଁ। ହାତକୁ ନେଇଥିବା କାମଗୁଡ଼ିକ ପରିସ୍ଥିତିବଶତଃ ଓଲଟା ହୋଇପାରେ । ସେବା ମନୋବୃତ୍ତି କାରଣରୁ ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। କଳା, ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାମତ୍ିକତା କ୍ଷେତ୍ରରେ ଆଦୃତ ହେବେ।
ତୁଳା
ତୁଳା
କୌଣସି କାର୍ଯ୍ୟ ସମ୍ପନ୍ନ କରିବା କ୍ଷେତ୍ରରେ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ । ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ।
ବିଛା
ବିଛା
କାର୍ଯ୍ୟହାନି କାରଣରୁ ମାନସିକ ଅସ୍ଥିରତା ବୃଦ୍ଧି ପାଇବାର ଆଶଙ୍କା ଉପୁଜିପାରେ। ସ୍ବାର୍ଥସାଧନ ମାନସରେ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। କିନ୍ତୁ କାର୍ଯ୍ୟଦକ୍ଷତା ହେତୁ ଆପଣଙ୍କ ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ। ଜମିଜମା ବିବାଦଜନିତ କୌଣସି ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ଧନୁ
ଧନୁ
ସ୍ବାସ୍ଥ୍ୟହାନି ଓ ପାରିବାରିକ ସମସ୍ୟା ପୂର୍ବ ପରି ରହିବା କାରଣରୁ ମାନସିକ ଭାରସାମ୍ୟ ହରାଇପାରନ୍ତି। ହାତକୁ ନେଇଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ଅନ୍ୟମାନଙ୍କ ସାହାଯ୍ୟ ନେବାକୁ ବାଧ୍ୟ ହେବେ। ଆଜିର ପ୍ରାତଃଭ୍ରମଣ ଉପଭୋଗ୍ୟ ହୋଇ ନ ପାରେ।
ମକର
ମକର
ଆଜି କର୍ମକ୍ଷେତ୍ରରେ ଅଟକି ରହିଥିବା କାମଗୁଡ଼ିକ ତ୍ୱରାନ୍ବିତ ହେବ। ଘରେ ବନ୍ଧୁ ମିଳନଜନିତ ଆମୋଦ ପ୍ରମୋଦର ବାତାବରଣ ସୃଷ୍ଟି ହୋଇପାରେ । ମନ ବୁଝିଲାଭଳି କଥା କହି ପଡ଼ୋଶୀମାନେ ନିିଜର କାର୍ଯ୍ୟ ହାସଲ କରିନେବେ। ପୂର୍ବରୁ ସତର୍କ ନ ହେବା କାରଣରୁ ଯାନ୍ତ୍ରିକ ତ୍ରୁଟି ସମସ୍ୟାକୁ ଦ୍ୱିଗୁଣିତ କରିପାରେ।
କୁମ୍ଭ
କୁମ୍ଭ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃଷ୍ଟି କରିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ ।
ମୀନମୀନ
ପରିବାରର ଅର୍ଥନୈତିକ ଅଭିବୃଦ୍ଧି ହେତୁ କେତେକାଂଶରେ ମନୋବଳ ବଢ଼ିଯିବ। କର୍ମକ୍ଷେତ୍ରରେ ଛୋଟ ବଡ଼ କେତୋଟି ଘଟଣାକୁ ବାଦ୍‌ ଦେଲେ ପ୍ରାୟତଃ ବିଶେଷ ଅସୁବିଧା ରହିବ ନାହିଁ। ତଥାପି ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବେ। ଅନ୍ୟମାନଙ୍କ କଥାକୁ ଗୁରୁତ୍ୱ ନ ଦେଇ କେତେକ କ୍ଷେତ୍ରରେ ଆମତ୍ନିର୍ଭରଶୀଳ ହୋଇପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ସେପ୍ଟେମ୍ବର ୨ ତାରିଖ – Daily Horoscope

ମେଷ ଆଜି ଶୁକ୍ରଙ୍କ ବ୍ୟୟସ୍ଥାନକୁ ଦୃଷ୍ଟି ଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ। ବନ୍ଧୁଙ୍କ ଗହଣରେ ନୂତନ ସ୍ଥାନ ପରିଦର୍ଶନରେ ଯାଇପାରନ୍ତି। ବ୍ୟବସାୟିକ…

ରାଶିଫଳ: ମଙ୍ଗଳବାର, ସେପ୍ଟେମ୍ବର ୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ପ୍ରଭାବରେ ମାନସିକ ଅସ୍ଥିରତା ସତ୍ତ୍ୱେ ଆର୍ଥିକ ସ୍ଥିତିର ଅଭିବୃଦ୍ଧିକୁ ପ୍ରାଧାନ୍ୟ ଦେବେ। ଶିକ୍ଷା କ୍ଷେତ୍ରରେ ସୁନାମ, ପିଲାଙ୍କ ସଫଳତା, ଉନ୍ନତ ଆଲୋଚନା, ପାରିବାରିକ…

ରାଶିଫଳ: ସୋମବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପାପଗ୍ରହ ଯୁକ୍ତ ଚତୁର୍ଥାଧିପତି ଯୋଗୁ ପାରିବାରିକ ସମସ୍ୟା ସମ୍ପର୍କରେ ଚନ୍ତା କରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବାରୁ ମନ ଭଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri