Posted inRasifala

ରାଶିଫଳ: ଶୁକ୍ରବାର , ଅକ୍ଟୋବର ୨୮ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମଜନିତ ବିଭିନ୍ନ ସମସ୍ୟାକୁ କେନ୍ଦ୍ରକରି ମାନସିକ ଦ୍ୱନ୍ଦ୍ୱ ବଢ଼ିଚାଲିବ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର ସବୁ କାମ ଗୋଳିଆ ରହିବ। ଅବଶ୍ୟ ଦ୍ୱିଜା ମେଷର ଆଲୋଚନା ଓ ସମାଲୋଚନା ଭିତରେ ସମାଧାନ ପୂର୍ବକ ପରିବାରରେ ଶାନ୍ତି ଫେରି ଆସିବ। ପରିବାରରେ ଅସାବଧାନତା ହେତୁ ଦ୍ରବ୍ୟନଷ୍ଟ ହୋଇପାରେ।
ବୃଷ
ବୃଷ
ଆଜି କେତେକ କ୍ଷେତ୍ରରେ ସବୁ ଠିକ୍‌ଠାକ୍‌ ଥିବ କିନ୍ତୁ ଶେଷ ସମୟରେ ବିଗିଡି ଯାଇପାରେ। ପ୍ରକାଶନ, ପ୍ରଶାସନ, ଆଇନ ଅଦାଲତ, କଳା, କ୍ରୀଡ଼ା, ଚଳଚ୍ଚିତ୍ର ସାହିତ୍ୟ କ୍ଷେତ୍ର ପୂର୍ବପରି ଭଲ ରହିବ। ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ସ୍ତ୍ରୀଙ୍କ ସମ୍ପର୍କ ଦିଗରୁ ଲାଭବାନ୍‌ ହେବେ। ଆବଶ୍ୟକତା ପୂରଣ ଦିଗରେ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଅଧିକାଂଶ ସମୟରେ ଭୁଲ୍‌ ବୁଝାମଣା ହେତୁ ଟିକିଏ କଥାରେ କଳହ ଲାଗିପାରେ। ଟଙ୍କା ପଇସା ସମ୍ପର୍କିତ ଝମେଲାର ସମ୍ମୁଖୀନ ହେବା ସମ୍ଭାବନା ରହିଛି । କର୍ମକ୍ଷେତ୍ରରେ ସହମତିରେ କାମ କଲେ ସଫଳତା ପାଇପାରନ୍ତି। ପରିବହନ, ବ୍ୟବସାୟ, ସଭାସମିତି, ଜମିଜମା ଏବଂ ପିଲାଙ୍କ କଥା ନେଇ ଉନ୍ନତ ମାନର ଫଳ ମିଳିବ।
କର୍କଟ
କର୍କଟ
ବିଭିନ୍ନ କ୍ଷେତ୍ରରୁ ଅର୍ଥ ପାଇବେ ସତ କିନ୍ତୁ ମାନସିକ ଶାନ୍ତି ହରାଇବେ । କେତେକ କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ଆପଣ ନେଇ ପାରିବେ ନାହିଁ। ପରିବାର ଲୋକମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ବନ୍ଧୁଙ୍କ ଆଚରଣରେ ସନ୍ଦେହ ସୃୃଷ୍ଟି ହେବାର ବହୁତ ସମ୍ଭାବନା ରହିଛି।
ସି˚ହ
ସି˚ହ
କର୍ମାଧିପ ସ୍ବଭାବରୁ ଷଷ୍ଠ ହେତୁ ପରିବେଶରେ କିଛି ଗଡ଼ବଡ଼ ସୃଷ୍ଟି ଆଶଙ୍କା ରହିଛି । ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ସାମାନ୍ୟ ବିଳମ୍ବରେ ପାଇଯିବେ। କର୍ମ କ୍ଷେତ୍ରରେ ବାଧା ଉପୁଜିବ ତଥାପି ବ୍ୟସ୍ତ ହୁଅନ୍ତୁ ନାହିଁ, କାମ ଅଟକିବ ନାହିଁ । ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହି ନ ପାରେ।
କନ୍ୟା
ଦୀର୍ଘଦିନର ଚେଷ୍ଟା ପରେ ଋଣ ସୂତ୍ରରେ ଆଜି ହିଁ ଅର୍ଥଲାଭ କରିବେ। ପ୍ରତିଦ୍ୱନ୍ଦ୍ୱୀଙ୍କ କାର୍ଯ୍ୟକଳାପ, ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ଓ ଯାତ୍ରାରେ ଦୁଶ୍ଚିନ୍ତା ବଢିପାରେ। କଠୋର ପରିଶ୍ରମ କିମ୍ବା ବିଶେଷ ଭ୍ରମଣଜନିତ ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।
ତୁଳା
ତୁଳା
ଆକସ୍ମିକ ଭାବରେ ଦୀର୍ଘଦିନର ସମ୍ପର୍କର ସୂତ୍ର ଛିନ୍ନ ହେବାର ସୂଚନା ରହିଛି। ଅବହେଳା ସାଙ୍ଗକୁ କାଳକ୍ଷେପଣ ନୀତି ହେତୁ ସଫଳତା ପାଇବା କଷ୍ଟକର ହୋଇପଡ଼ିବ। ଅତି ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇ ପାରନ୍ତି। ଆର୍ଥିକ ଅଭିବୃଦ୍ଧି ନିମିତ୍ତ ତପତ୍ରତା ପ୍ରକାଶ କରିପାରନ୍ତି।
ବିଛା
ବିଛା
ସାଧାରଣ କଥାରେ ଝଗଡ଼ା ସାଙ୍ଗକୁ ପରିବାରରେ ଅଶାନ୍ତି ସୃଷ୍ଟି ହୋଇପାରେ। ବିବାଦୀୟ ପରିସ୍ଥିତିର ଦୃଢ଼ ମୁକାବିଲା କରି ଆପଣ ବିଜୟୀ ହେବେ । ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରି ଉପକୃତ ହୋଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ଧନୁ
ଧନୁ
ଯେତେ ଆଗୁଆ ପଦକ୍ଷେପ ଗ୍ରହଣ କଲେ ମଧ୍ୟ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଶାରୀରିକ ସୁସ୍ଥତା ଫେରିପାଇଲେ ମଧ୍ୟ ବିଶେଷ ହଇରାଣ ହେବାକୁ ପଡ଼ିପାରେ। ରାଜନୈତିକ କିମ୍ବା ସାଙ୍ଗଠନିକ କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ । ପାରିବାରିକ, ପରିବହନ, ହୋଟେଲ ପ୍ରଭୃତିରୁ ଆଶାଜନକ ସୁଫଳ ମିଳିବ।
ମକର
ମକର
ଭୁଲ୍‌ ବୁଝାମଣା ହେତୁକ କର୍ମକ୍ଷେତ୍ରରେ ବନ୍ଧୁ କିମ୍ବା ସହକର୍ମୀଙ୍କ ସହ ତିକ୍ତତା ଦେଖାଦେବ। ବ୍ୟବସାୟ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ କୌଣସି ଅସୁବିଧା ହେବ ନାହିଁ। ଯାତ୍ରାକାଳରେ ନିର୍ଦ୍ଦିଷ୍ଟ ସ୍ଥାନରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡିବେ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ଓ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ନିଜର ଲୋକମାନଙ୍କ କାର୍ଯ୍ୟକଳାପ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଘରକୁ ଆଗନ୍ତୁକମାନଙ୍କ ସେବା ଓ ପରୋପକାରରୁ ପ୍ରଶଂସିତ ହେବେ। ସକାଳ ସମୟରେ ବହୁ ପ୍ରତୀକ୍ଷିତ ଶୁଭଖବରଟି ପାଇପାରନ୍ତି। ନୂତନ ଭାବେ ଆରମ୍ଭ କରିବାକୁ ଥିବା କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିବେ।
ମୀନମୀନ
ଦୀର୍ଘଦିନର ଅଭିଳାଷ ପୂରଣ ହେବା ସାଙ୍ଗକୁ ଆର୍ଥିକ ଉନ୍ନତିର ମାର୍ଗ ସୁଗମ ହୋଇଯିବ। ବନ୍ଧୁଙ୍କ ସହ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନାନ୍ତର ସୃଷ୍ଟି ହୋଇପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ ଆଜିର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବା କାରଣରୁ କାମଗୁଡିକ ସହଜରେ ସମ୍ପନ୍ନ ହୋଇଯିବ। ଆତ୍ମୀୟମାନଙ୍କ ଅନୁରୋଧବଶତଃ ଦୂରଯାତ୍ରା କରିବାକୁ ପଡିପାରେ। ସାମାଜିକ ସ୍ତରରେ ସାହିତ୍ୟ, କଳା,…

ରାଶିଫଳ: ରବିବାର, ଅଗଷ୍ଟ ୨୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବନ୍ଧୁ ସମ୍ପର୍କ, ବାଣିଜ୍ୟ କ୍ଷେତ୍ର ବହୁତ ଭଲ ରହିବ। ଆପଣ ବନ୍ଧୁଙ୍କ ଅନୁରୋଧକୁ ଉପେକ୍ଷା ନ କରି ପଡୋଶୀ ଲୋକଟିକୁ ସାହାଯ୍ୟ କରି…

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri