Posted inRasifala

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୧୪ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ ନୈରାଶ୍ୟ କ୍ରମଶଃ ଦୂରେଇଯିବ ଓ ସମ୍ମାନ, ପ୍ରତିଷ୍ଠା ଲାଭ କରିବେ। ସହମତି କାରଣରୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ। ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟରେ ରଖିଥିବା ଟଙ୍କା ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବା କାରଣରୁ ଦୁଃଖ ପ୍ରକାଶ କରିପାରନ୍ତି । ବନ୍ଧୁ ଗହଣରେ ପ୍ରିୟଜନଙ୍କ ସାନ୍ନିଧ୍ୟ ଲାଭ କରି ଖୁସି ରହିବେ।
ବୃଷ
ବୃଷ
ସମସ୍ୟା ଜାଲରେ ଛନ୍ଦିହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ କ୍ଷେତ୍ର ଭଲରେ ଚାଲିବ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ପରୋକ୍ଷ ଶତ୍ରୁତା ଦୈନିକ ଜୀବନଚର୍ଯ୍ୟାକୁ କେତେକାଂଶରେ ପ୍ରଭାବିତ କରିପାରେ।
ମିଥୁନ
ମିଥୁନ
ବିଭିନ୍ନ ଯୋଜନା କ୍ଷେତ୍ରରେ ଅନୁକୂଳ ବାତାବରଣ ଉଦ୍ୟମକୁ ସାକାର କରାଇବ। କର୍ମକ୍ଷେତ୍ରରେ ସାଧାରଣ ପରିଶ୍ରମରେ ବେଶି ସଫଳତା ପାଇବେ। ପରିଶ୍ରମ କଲେ ମଧ୍ୟ ସଂଯମତାର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ। ଆମତ୍ୀୟଙ୍କ ମିଥ୍ୟାରୋପ ଅଶାନ୍ତିର ମୁଖ୍ୟ କାରଣ ହେବାର ଆଶଙ୍କା ରହିଛି।
କର୍କଟ
କର୍କଟ
ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ୍ଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିବେ। ପ୍ରତିକୁଳ ପରିସ୍ଥିତି ଯୋଗୁ ଯୋଜନାଗୁଡ଼ିକ ଠିକ୍‌ଭାବେ ସମ୍ପୂର୍ଣ୍ଣ ହେବ ନାହିଁ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା ହେତୁ ସାମୟିକ ଖୁସି ରହିପାରନ୍ତି। ନିଜକୁ ଧର୍ମକାର୍ଯ୍ୟରେ ନିୟୋଜିତ କରିପାରନ୍ତି।
ସି˚ହ
ସି˚ହ
କର୍ମକ୍ଷେତ୍ରର ସମସ୍ୟାକୁ ସରଳ ସମାଧାନ କରିବାରେ ସମର୍ଥ ହେବେ। ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ରସାଣିତ ଓ ମଧୁମୟ କରିବ। ଆଲୋଚନା କାଳରେ ସତକଥା କହି ବିବାଦଘେରରେ ପଡ଼ିପାରନ୍ତି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
କନ୍ୟା
ଶତ୍ରୁତା କାରଣରୁ କର୍ମକ୍ଷେତ୍ରରେ ହଠାତ୍‌ କୌଣସି ମିଥ୍ୟା ଗୁଜବ ମନକୁ ଚହଲାଇଦେବ। ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧି ପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି। ଭଲ ଭଲ ଜିନିଷ କିଣିବା ସକାଶେ ମନ ବଳାଇବେ।
ତୁଳା
ତୁଳା
ଆଜିର ଯାତ୍ରା, କର୍ମାରମ୍ଭ, ସରକାରୀ କାମ, ଚୁକ୍ତିପତ୍ର ସକାଶେ ବହୁତ ଶୁଭଫଳ ପାଇବେ। ଛୋଟ ବଡ଼ ସମସ୍ୟାର ସରଳ ସମାଧାନ କରି ଏକପ୍ରକାର ଆନନ୍ଦ ଅନୁଭବ କରିବେ। ଜଣେ ପଡ଼ୋଶୀ କିମ୍ବା ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ପୁରୁଣା କଥାକୁ ଚିନ୍ତାକରି କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ ।
ବିଛା
ବିଛା
ଆଜକୁ ଅଳ୍ପ କେତେଦିନ ହେଲା ଯାହା ଖୋଜୁଛନ୍ତି ତାହା ଆଜି ପାଇପାରିବେ। ଆପଣ ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରନ୍ତୁ, ଦେଖିବେ ସବୁ ଠିକ୍‌ ହୋଇଯିବ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବା ସକାଶେ ଦିନଟି ବହୁତ ଭଲ। କଳା, ସାହିତ୍ୟ ଚର୍ଚ୍ଚା, ସଭାସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ
ଧନୁ
ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍‌ ହେବନି। ପାଖ ପଡ଼ୋଶୀଙ୍କ ଶ୍ଳେଷାମତ୍କ କଥାକୁ ଠିକ୍‌ ଭାବେ ବୁଝିବା କଷ୍ଟକର ହୋଇପାରେ। ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର
ମକର
ଆଜି କୌଣସି ଜିନିଷ ପାଇବାକୁ କେନ୍ଦ୍ରକରି ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ନିକଟ ସମ୍ପର୍କୀୟମାନେ କାଳେ ଦେବାକୁ ପଡ଼ିବ, ଏହି କାରଣରୁ ପାଖ ମାଡ଼ିବେ ନାହିଁ। ମାତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବା କାରଣରୁ ଆଶ୍ୱସ୍ତି ଅନୁଭବ କରିବେ। ପାରିବାରିକ ସମସ୍ୟା ନେଇ ଅସୁବିଧାର ସମ୍ମୁଖୀନ ହେବେ।
କୁମ୍ଭ
କୁମ୍ଭ
ନୂତନ ଜିନିଷ କ୍ରୟ ସକାଶେ ମନ ବଳିବ। ପରିବାର ମଧ୍ୟରେ ଛୋଟକଥାକୁ ଧରିବସିଲେ ଅଶାନ୍ତି କମିବା ବଦଳରେ ବଢ଼ିଯିବ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ ନତୁବା ହରାଇପାରନ୍ତି। ଦୀର୍ଘଦିନର ଶତ୍ରୁତା କେତେକ ସମସ୍ୟା ସୃଷ୍ଟି କରିବାର ଆଶଙ୍କା ରହିଛି।
ମୀନମୀନ
ଆଦୌ ଦେଉ ନ ଥିବା ବ୍ୟକ୍ତିଙ୍କ ନିକଟରୁ ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟରେ ଲାଭ ମିଳିବ ଏବଂ କୌଣସି ଅନ୍ୟ ଏକ ଉଦ୍ଦେଶ୍ୟରେ ସେହି ଟଙ୍କାକୁ ବିନିଯୋଗ କରିପାରନ୍ତି। ବନ୍ଧୁମାନଙ୍କ ମଧ୍ୟରେ ବୁଝାମଣା ସମ୍ପର୍କରେ ଉନ୍ନତି ଘଟିବା ହେତୁ ବିବାଦୀୟ ସ୍ଥିତି ଦୂର ହେବ। ପିଲାମାନଙ୍କ ସ୍ବାସ୍ଥ୍ୟ ପାଇଁ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

ରାଶିଫଳ:ଶୁକ୍ରବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ ଆଜି କୋଣଭାବସ୍ଥ ଚନ୍ଦ୍ର ପାପଗ୍ରହ ଯୁକ୍ତ କାରଣରୁ ସନ୍ତାନ ହେତୁକ ଦୁଃଶ୍ଚିନ୍ତା ଲାଗିରହିବ।ରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ବିଶେଷ ଭଲ ରହିନପାରେ। ସ୍ବଗୃହୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?