Posted inRasifala

ରାଶିଫଳ: ଶୁକ୍ରବାର, ମେ ୦୭ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ବ୍ୟସ୍ତ ବିବ୍ରତ ମଧ୍ୟରେ ସମୟକୁ ଗଡ଼ାଇନେବେ। ଯାତ୍ରା, ବ୍ୟବସାୟ, ବାଣିଜ୍ୟ, ପରିବହନ, ସଂଗଠନ ରାଜନୀତି ପାଇଁ ଦିନଟି ବହୁତ ଭଲ। କେତେକ ବ୍ୟତିକ୍ରମ ଲାଗି ରହିବା କାରଣରୁ ଟେନ୍ସନ ପିଛା ଛାଡିବ ନାହିଁ। ଖର୍ଚ୍ଚ ରୋକିବା ପାଇଁ ଚେଷ୍ଟିତ ହେବେ, କିନ୍ତୁ ପାରିବେ ନାହିଁ।
ବୃଷ
ବୃଷ
ସାମୂହିକ କାମରେ ବନ୍ଧୁମାନଙ୍କ ପ୍ରଶଂସାସୂଚକ ବାକ୍ୟ ଆପଣଙ୍କୁ ଭାବ ବିଭୋର କରାଇବ। ପରିବାରରେ ପିଲାମାନଙ୍କ ରୁଗ୍‌ଣ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିବେ। ଅବୁଝା ବ୍ୟକ୍ତିଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ କାମ ହାସଲ କରିବାକୁ ପଡ଼ିପାରେ। ଆନୁଷ୍ଠାନିକ, ମାଙ୍ଗଳିକ କିମ୍ବା ମନୋରଞ୍ଜନ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରି ପ୍ରଶଂସିତ ହେବେ।
ମିଥୁନ
ମିଥୁନ
ଅନ୍ୟକୁ ଆପଣାର କରିବାକୁ ଯାଇ ଖର୍ଚ୍ଚକୁ ନ ଡରି କାମ କରିବେ। ଟିକିଏ ହସ ମିଶ୍ରିତ ମଧୁର କଥା ସକାଶେ ଲକ୍ଷ୍ୟହୀନ ଭ୍ରମଣ ମଧ୍ୟ କରିପାରନ୍ତି। ପରିବାରରେ ମନୋମାଳିନ୍ୟ ଦୂରେଇବା ପାଇଁ ପ୍ରଯନତ୍ କଲେ ସଫଳତା ମିଳିବାର ଆଶା କରାଯାଇପାରେ। ଅକସ୍ମାତ୍‌ ମଧ୍ୟାହ୍ନରେ ବନ୍ଧୁମାନଙ୍କଠାରୁ ଖୁସୀ ଖବର ମିଳିବ।
କର୍କଟ
କର୍କଟ
ଆଜି କର୍ମକ୍ଷେତ୍ରରେ ସ୍ବଇଚ୍ଛାରେ ନିଜ ମୁଣ୍ଡ ଉପରକୁ ଦାୟିତ୍ୱ ନେଇ ପଶ୍ଚାତ୍ତାପ କରିବାକୁ ପଡ଼ିପାରେ। ଦୂରଯାତ୍ରାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି। ଦୈହିକ ଦୁର୍ବଳତା ଯୋଗୁ ମନୋବଳ କମି ଯିବାର ସୂଚନା ରହିଛି। ଆର୍ଥିକ ବାଣିଜ୍ୟ, ବ୍ୟବସାୟରେ ଲାଭ ମିଳିବ।
ସି˚ହ
ସି˚ହ
ସ୍ବାସ୍ଥ୍ୟହାନିଜନିତ ସାମୟିକ ମନ ମାନ୍ଦା ରହିଲେ ମଧ୍ୟ ବନ୍ଧୁଙ୍କ ଆଶ୍ୱାସନାରୁ ମନ ବଦଳିଯିବ। ପ୍ରତିଦ୍ୱନ୍ଦ୍ୱିତା କିମ୍ବା ବିରୁଦ୍ଧାଚରଣ କରୁଥିବା ବ୍ୟକ୍ତିଟି ଦୋଷାରୋପ କରି ସମସ୍ୟାକୁ ବଢ଼ାଇ ଦେଇପାରନ୍ତି। ସମ୍ପର୍କୀୟଙ୍କଠାରୁ ଆବଶ୍ୟକତାଠାରୁ ଅଧିକ ଟଙ୍କା ପାଇ ଖୁସି ହେବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ଦୂରଯାତ୍ରା କରିବାକୁ ପଡ଼ିପାରେ।
କନ୍ୟା
ବନ୍ଧୁମାନଙ୍କ ଗହଣରେ ଖୁସୀରେ ସମୟ କଟାଇବେ ଓ ଖାଇବାକୁ ମଧ୍ୟ ଭଲ ମିଳିବ। କର୍ମକ୍ଷେତ୍ରରେ ଚାଲାକ୍‌ କାମ କରି ଆକସ୍ମିକ ଭାବେ ନୂତନ ସମସ୍ୟାକୁ ମଧ୍ୟ ସୁଧାରି ନେବେ। ପୁରାତନ ଗାଡ଼ିଟି ବିକ୍ରି ହୋଇଯିବା ହେତୁ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇ ପାରନ୍ତି। ସାମାଜିକ କ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ।
ତୁଳା
ତୁଳା
ଅସୁବିଧାକୁ ମନ ଭିତରେ ବାନ୍ଧି ରଖିଲେ କେବଳ ମାନସିକ କଷ୍ଟ ପାଇବା ବ୍ୟତୀତ କିଛି ଲାଭ ହେବନି। ଏଣେ ଘର କାମରେ ମନ ଲାଗିବ ନାହିଁ ତେଣେ ଖେଳି, ବୁଲି ସମୟ ନଷ୍ଟ କରିବେ। ପାରିବାରିକ ଜୀବନ, ରାଜନୈତିକ ସ୍ଥିତି ଓ ଆନୁଷ୍ଠାନିକ କାମରେ ପ୍ରଗତି ହେତୁ ସାମୟିକ ଖୁସି ରହିବେ। ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢି ବଢି ଯାଇପାରେ।
ବିଛା
ବିଛା
ସମ୍ପର୍କୀୟଙ୍କ ଭଲ କରିବାକୁ ଯାଇ କ୍ଷତିରେ ପଡିବେ। ବର୍ତ୍ତମାନ ପରିସ୍ଥିତିରେ ଅନ୍ୟମାନଙ୍କ ସହ ସାଲିସ୍‌ କରି ଚଳିବା ଠିକ୍‌ ହେବ। ବ୍ୟବସାୟ ଓ ବାଣିଜ୍ୟରେ ଆୟ ବହୁମୁଖୀ ହେବ କିନ୍ତୁ ଖର୍ଚ୍ଚ ମଧ୍ୟ କିଛି କମିବାର ନାଇଁ। ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବା ସହ ବୌଦ୍ଧିକ ବିକାଶରୁ ବୁଦ୍ଧିଜୀବୀମାନଙ୍କ ପ୍ରଶଂସାଭାଜନ ହେବେ ।
ଧନୁ
ଧନୁ
ଅସଂଯମ ଜୀବନଚର୍ଯ୍ୟାରୁ ଅନ୍ୟମନସ୍କ କିମ୍ବା ଅସାବଧାନତା କାରଣରୁ ସମସ୍ୟାଗ୍ରସ୍ତ ହୋଇପାରନ୍ତି। ବ୍ୟସ୍ତ ନ ହୋଇ ଆକସ୍ମିକ ପରିସ୍ଥିତିର ମୁକାବିଲା କଲେ ଉପକୃତ ହେବେ। ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ସତର୍କରେ କାମ କରିବା ଭଲ। ହଜି ଯାଇଥିବା ବନ୍ଧୁଙ୍କ ଖୋଜ ଖବର ପାଇପାରନ୍ତି।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ପ୍ରତିବନ୍ଧକକୁ ସାମନା କରି ଆଶା ପୂରଣ କରିପାରିବେ। ସତ୍‌ସଙ୍ଗ, ସଭାସମିତିରେ ବକ୍ତୃତା, ପ୍ରବଚନ, ଆନୁଷ୍ଠାନିକ କାମରେ ତଥା ପ୍ରତିଯୋଗିତାରେ ସଫଳ ହେବେ। ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ନିର୍ବିଘ୍ନରେ କାମ କରି ଚାଲନ୍ତୁ କିଛି ଅସୁବିଧା ହେବ ନାହିଁ। ଆଜିର ଯାତ୍ରାରେ ସମ୍ପର୍କୀୟ କିମ୍ବା ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ନିଶ୍ଚିତ ସଫଳତା ମିଳିବ। କିନ୍ତୁ ସତର୍କରେ ନ ଚଳିଲେ ବିଭିନ୍ନ ପ୍ରକାର ସମସ୍ୟାର ସାମନା କରିବାକୁ ପଡିପାରେ। ସାୟାହ୍ନେ ହଠାତ୍‌ ଜନଗହଳିପୂର୍ଣ୍ଣ ପରିବେଶରେ ସାଧାରଣ କଥାରେ କଳହର ଆଶଙ୍କା ରହିଛି। ପିଲାମାନଙ୍କ ପଢା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ
ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଜରୁରୀ କାମରେ ବାହାରକୁ ଯିବାକୁ ପଡିପାରେ। ଆଲୋଚନା ସମାଲୋଚନା, ବିତର୍କ, ପ୍ରଶାସନ, ରାଜନୀତି, ସଂଗଠନ କ୍ଷେତ୍ରରୁ ସୁଫଳ ମିଳିବ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଦେଖା ଦେଇପାରେ। ଘରର ବରାଦ ଅନୁସାରେ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri