ମେଷ

ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ବିବାଦ ବୃଦ୍ଧିର ସମ୍ଭାବନା। ରଚନାତ୍ମକ କାର୍ଯ୍ୟ, ସାହିତ୍ୟ ଚର୍ଚ୍ଚା, ସଙ୍ଗୀତ ସାଧନା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇପାରନ୍ତି।
ବୃଷ

କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ଚୁପ୍ ରହି ଚଳିବାକୁ ବାଧ୍ୟ ହେବେ। ରୋହିଣୀ ନକ୍ଷତ୍ର ପାଇଁ ବନ୍ଧୁଙ୍କ ସହାନୁଭୂତି ସାମାଜିକ ସ୍ତରରେ ସାହାଯ୍ୟ କରିବ। ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ବିବାଦୀୟ ଘଟଣା ଓ ଆର୍ଥିକ ସମସ୍ୟାର ସମାଧାନ ଘଟିବ। ଶିଳ୍ପ, ବାଣିଜ୍ୟ କ୍ଷେତ୍ରରେ ପରିସ୍ଥିତି ଜଟିଳ ହେବନାହିଁ ।
ମିଥୁନ

ସ୍ବାସ୍ଥ୍ୟ ସମସ୍ୟା ଅପରିବର୍ତ୍ତିତ ରହିବା ଉଦ୍ବେଗର କାରଣ ହେବ। ଭୁଲ୍ ବୁଝାମଣାରୁ ବନ୍ଧୁଙ୍କ ସହ ମନାନ୍ତର ଘଟିପାରେ। ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା କ୍ରମଶଃ ବୃଦ୍ଧି ପାଇଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ମୃଗଶିରା ନକ୍ଷତ୍ର ସକାଶେ ପରୋକ୍ଷ ଶତ୍ରୁତା କର୍ମକ୍ଷେତ୍ରକୁ ବ୍ୟସ୍ତବହୁଳ କରିପାରେ।
କର୍କଟ

ଶୁଭଚନ୍ଦ୍ର ପ୍ରଭାବରୁ ଦୀର୍ଘ ଦିନର ସ୍ଥଗିତ କାମକୁ ଆରମ୍ଭ କରିବାର ସୁଯୋଗ ପାଇବେ। ଯାତ୍ରା ସମୟରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ସହ ସତର୍କତା ରକ୍ଷା କରିବା ଭଲ। ଅଶ୍ଳେଷା ନକ୍ଷତ୍ର ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ।
ସି˚ହ

ଆଜିର ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାମ, ଅର୍ଥ ସମ୍ପର୍କ ପ୍ରଭୃତି ଦିଗରୁ ଶୁଭଫଳ ପାଇବେ। ଏକ ମାଙ୍ଗଳିକ ପରିବେଶରେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପୂର୍ବାଫାଲ୍ଗୁନୀ ସକାଶେ କାର୍ଯ୍ୟବ୍ୟସ୍ତ ଯୋଗୁ ମିଶିବାକୁ ଆସିଥିବା ସହକର୍ମୀଙ୍କ ସହ ଆଲୋଚନା କରିବାର ଅବସର ପାଇବେ ନାହିଁ।
କନ୍ୟା

ଅସାବଧାନତା କାରଣରୁ କିମ୍ବା ପକେଟମାର ଦ୍ୱାରା ଧନହାନିର ସମ୍ଭାବନା ରହିଛି। ଗତକାଲିଠାରୁ ଚିନ୍ତା କରିଥିବା କାମଗୁଡ଼ିକ ଆଜି ପରିସ୍ଥିତିବଶତଃ ବାସ୍ତବରେ ଓଲଟା ହେବାରୁ ଦୁଶ୍ଚିନ୍ତାଗ୍ରସ୍ତ ହୋଇପାରନ୍ତି। ସାହିତ୍ୟ, ସାମ୍ବାଦିକତା ଓ ଆଧ୍ୟାତ୍ମିକତା କ୍ଷେତ୍ରରେ ଆଦୃତ ହେବେ। ହସ୍ତା ନକ୍ଷତ୍ରର ବୁଝାମଣାରୁ ପରିବାରରେ ଅଶାନ୍ତି ଦୂର ହୋଇଯିବ।
ତୁଳା

ସହକର୍ମୀଙ୍କ ସହ ସୁସମ୍ପର୍କ ଅଭାବରୁ ବିଭିନ୍ନ ସମସ୍ୟା ମଧ୍ୟରେ ଗତି କରିବାକୁ ପଡ଼ିପାରେ। ଏପରିକି କୌଣସି କାର୍ଯ୍ୟ ସମ୍ପନ୍ନ କ୍ଷେତ୍ରରେ ଚିତ୍ରା ନକ୍ଷତ୍ର ପାଇଁ ବନ୍ଧୁମାନେ ଅସହଯୋଗ କରିପାରନ୍ତି। ଅବଶ୍ୟ କର୍ମକ୍ଷେତ୍ରରେ ଶତ୍ରୁ ଉପଦ୍ରବ କ୍ରମଶଃ ହ୍ରାସ ପାଇବାର ଅନୁଭବ କରିବେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍ ହେବନାହିଁ।
ବିଛା

ଅଟକି ରହିଥିବା କାମ ଆରମ୍ଭ କରିବାକୁ ମନ ବଳାଇବେ। ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି କାରଣରୁ ବ୍ୟବସାୟରେ ମନାନ୍ତର ଦେଖାଦେବ। ଅନୁରାଧା ନକ୍ଷତ୍ର ଉଚ୍ଚସ୍ତରରେ ସମ୍ପର୍କ ବୃଦ୍ଧି ପାଇବ, ଯାହାକି ଆପଣଙ୍କ କଳ୍ପନା ବାହାରେ ଥିବା ପରି ମନେହେବ। ଗୃହସୀମା କିମ୍ବା ଜମିଜମା କାରଣକୁ ନେଇ ସମ୍ପର୍କୀୟଙ୍କ ସହ ଯୁକ୍ତିତର୍କ ଲାଗିପାରେ।
ଧନୁ

ପାପଗ୍ରହଙ୍କ କୁପ୍ରଭାବରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ହାତକୁ ନେଇଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ପାଇଁ ପରିବାରରୁ ସହଯୋଗ ପାଇବା କଷ୍ଟକର ହେବ। ନିର୍ମାଣ କ୍ଷେତ୍ରରେ ଚାପର ସମ୍ମୁଖୀନ ହେବେ। ଉତ୍ତରାଷାଢା ନକ୍ଷତ୍ର ପ୍ରିୟଜନଙ୍କ ସହିତ ଆଜିର ପ୍ରାତଃଭ୍ରମଣ ସୁଖ ବେଶ୍ ଉପଭୋଗ୍ୟ ହେବ ।
ମକର

ଆପଣ ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ପାଇବା ସକାଶେ ସାମାନ୍ୟ ବିଳମ୍ବ ଘଟିପାରେ। ନିଜ ପାଇଁ ଉପଭୋଗ୍ୟ ନ ହେଲେ ମଧ୍ୟ ଘରେ ବନ୍ଧୁ ମିଳନ ଜନିତ ଆମୋଦ ପ୍ରମୋଦର ସୁଅ ଛୁଟିବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହଠାତ୍ ସମସ୍ୟା ସୃଷ୍ଟି ହେବା କାରଣରୁ ପୂର୍ଣ୍ଣାଙ୍ଗ ହେବାକୁ ଥିବା କାମଟି ଅସମ୍ପୂର୍ଣ୍ଣ ରହିଯାଇପାରେ।
କୁମ୍ଭ

ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ପ୍ରତିବେଶୀଙ୍କ ସୌହାର୍ଦ୍ଦ୍ୟରୁ ଉପକୃତ ହେବେ। ଶତଭିଷା ନକ୍ଷତ୍ର ସକାଶେ କର୍ମକ୍ଷେତ୍ରରେ ବନ୍ଧୁଙ୍କ ଆଚରଣ ମନରେ ସନ୍ଦେହ ସୃୃଷ୍ଟି କରିବ। ସାମାନ୍ୟ କେତେକ ବ୍ୟତିକ୍ରମକୁ ବାଦ୍ ଦେଲେ ଦିନଟି ପ୍ରାୟତଃ ଭଲରେ ଅତିବାହିତ ହେବାର ସୂଚନା ରହିଛି।
ମୀନ
କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିପାରନ୍ତି। ଆଗାମୀ ମାଙ୍ଗଳିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରି କର୍ମମୁଖର ରହିବେ। ଆକସ୍ମିକ ଭାବରେ ଅଫିସ୍ରେ ନୂତନ ଦାୟିତ୍ୱ ହାତକୁ ନେବାକୁ ପଡ଼ିପାରେ। କାର୍ଯ୍ୟହାନି କାରଣରୁ ଉତ୍ତରଭାଦ୍ରପଦ୍ ନକ୍ଷତ୍ର ହତାଶାବୋଧ କରିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.