Posted inRasifala

ରାଶିଫଳ: ଶୁକ୍ରବାର, ଜାନୁଆରୀ ୮ ତାରିଖ – Daily Horoscope

ମେଷ
ଆଜି ରାହୁଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ବିଭିନ୍ନ ସମସ୍ୟା ନେଇ ମାନସିକ ସ୍ଥିତି ଭଲ ରହିବନି। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ମତାନ୍ତର ସୃଷ୍ଟିହେବ। ଯେଉଁ ବନ୍ଧୁମାନେ ପାଖ ମାଡୁ ନ ଥିଲେ ଆଜି ସେହିମାନେ ନିଜ ତରଫରୁ ମିଶିବାକୁ ଚେଷ୍ଟା କରିବେ। ସ୍ବାସ୍ଥ୍ୟରେ ଉନ୍ନତି ଘଟିବା ସହିତ ଦୁର୍ବଳତା କେତେକାଂଶରେ ଦୂର ହେବ।
ବୃଷ
ବୃଷ
ସମ୍ପର୍କୀୟମାନେ ଦୂରେଇ ଯାଉଥିବାରୁ ପରକୁ ଆପଣାର କରିବାକୁ ବାଧ୍ୟ ହେବେ। କାମର ଚାପ ବୃଦ୍ଧି ଯୋଗୁ ଆଜି ଅଫିସ୍‌ କାର୍ଯ୍ୟରେ ବେଶି ବ୍ୟସ୍ତ ରହିବେ। ଚେଷ୍ଟା କରୁଥିବା ବ୍ୟବସାୟିକ କାମରେ ଆଂଶିକ ସଫଳତା ମିଳିବ। ଲାଭାଧିପ ଯୁକ୍ତ ବୁଧଙ୍କ ହେତୁ ଆର୍ଥିକ ସ୍ଥିତି ସୁଧାରିବାକୁ ଚେଷ୍ଟାକଲେ ସଫଳତା ପାଇବେ।
ମିଥୁନ
ମିଥୁନ
ଘରଲୋକଙ୍କଠାରୁ ସହାନୁଭୂତି ନ ପାଇଲେ ମଧ୍ୟ ବାହାରେ ଅନ୍ୟମାନେ ସହଯୋଗ କରିବେ। ହଜିଯାଇଥିବା ଦ୍ରବ୍ୟ କିମ୍ବା ନିରୁଦ୍ଦିଷ୍ଟ ବ୍ୟକ୍ତିଙ୍କ ଖବର ପାଇବେ। ଆକସ୍ମିକ ପ୍ରତିବନ୍ଧକ କାରଣରୁ ଚେଷ୍ଟା କରୁଥିବା କାମ ଅସମ୍ପୂର୍ଣ୍ଣ ରହିଯିବ। ରବି ସହ ଶୁକ୍ର ଯୁକ୍ତ ହେତୁ କର୍ମକ୍ଷେତ୍ରରେ ସହକର୍ମୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି।
କର୍କଟ
କର୍କଟ
ପରିସ୍ଥିତି ସହ ଟକ୍କର ଦେଇ ଚେଷ୍ଟା ଅବ୍ୟାହତ ରଖିଲେ ସଫଳତା ପାଇବେ। ଯେମିତି ଚିନ୍ତା କରୁଛନ୍ତି, ସେହିପରି କଲେ ସବୁ ଠିକ୍‌ ହୋଇଯିବ। ଆଲୋଚନା ମଝିରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। ବାଣିଜ୍ୟ, ପରିବହନ, ବ୍ୟବସାୟ, ସଂଗଠନ, ଗବେଷଣା, ଆଇନ ଅଦାଲତରେ ସୁଫଳ ପାଇବେ।
ସି˚ହ
ସି˚ହ
ଚେଷ୍ଟା କରୁଥିବା କାମରେ ସଫଳତା ମିଳିପାରେ। ପାରିବାରିକ ଜୀବନରେ ବୁଝାମଣା ନେଇ ଅଶାନ୍ତିକର ପରିସ୍ଥିତି ଦେଖାଦେବ। ପଡୋଶୀଙ୍କ ମିଥ୍ୟା ପ୍ରତିଶ୍ରୁତି ଉପରେ ଭରସା କଲେ ଅସୁବିଧାରେ ପଡ଼ିବେ। ବ୍ୟୟାଧିପ ଚତୁର୍ଥସ୍ଥ ହେତୁ ଘର, ଗାଡ଼ି କିମ୍ବା କିଛି ଯାନ୍ତ୍ରିକ ଜିନିଷ କିଣିବା ପାଇଁ ମନ ବଳାଇବେ।
କନ୍ୟା
କର୍ମଭାବରୁ ତିନୋଟିଗ୍ରହ ଅଷ୍ଟମସ୍ଥ ଯୋଗୁଁ କର୍ମକ୍ଷେତ୍ରରେ ଆଶାନୁରୂପ ଫଳ ପାଇବେ ନାହିଁ। ବ୍ୟବହାରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡିବେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି, ଏଣୁ ଜଗିରଖି ଆଗକୁ ପାଦ ବଢାନ୍ତୁ। ବ୍ୟବସାୟ, ପରିବହନ, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ସମସ୍ୟା ରହିବ।
ତୁଳା
ତୁଳା
ସମସ୍ୟା ଲାଗିରହିଥିଲେ ମଧ୍ୟ ଆପଣଙ୍କର କୌଣସି କାମ ଅଟକିବ ନାହିଁ। ଆର୍ଥିକ ସ୍ଥିତି ମଜଭୁତ୍‌ ରହିବ ଏବଂ କୌଣସି ବ୍ୟକ୍ତିଠାରୁ ଯଥେଷ୍ଟ ସହାୟତା ପାଇବେ। ଚତୁର୍ଥଭାବ ରାହୁ ଦୃଷ୍ଟ ହେତୁ ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ନ୍ୟାୟୋଚିତ ପରାମର୍ଶ ଏବଂ ଗଠନ ମୂଳକ ପ୍ରେରଣା ଦେଇ ପ୍ରଶଂସିତ ହେବେ।
ବିଛା
ବିଛା
ରାଶିରେ କେତୁ ରହିଥିବାରୁ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ସାଧାରଣ କଥାକୁ କେନ୍ଦ୍ର କରି ସମ୍ପର୍କୀୟ ମୁହଁ ଫେରାଇ ନେବ। କାର୍ଯ୍ୟଦକ୍ଷତା କାରଣରୁ କର୍ମକ୍ଷେତ୍ରରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ଊଣା ହେବ ନାହିଁ। କଳା, ସାହିତ୍ୟ, ପ୍ରତିଯୋଗିତା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ପରୋକ୍ଷଶତ୍ରୁତା କାରଣରୁ ଭଲ କାମ କରି ମଧ୍ୟ ପ୍ରଶଂସା ପାଇପାରିବେ ନାହିଁ। ରବି ଓ ଶୁକ୍ରଯୋଗରୁ ନୂତନ ଯୋଜନା, ଅବହେଳିତ କାମ, ବାକି ରହିଥିବା ଟଙ୍କା ପଇସା, ଆନୁଷ୍ଠାନିକ କାମ ପ୍ରଭୃତିରେ ସଫଳତା ମିଳିବ। ନିଜ ଲୋକମାନେ ଦାଉ ସାଧିବା ପାଇଁ ଚେଷ୍ଟା କରିପାରନ୍ତି। ସ୍ତ୍ରୀଙ୍କ ପ୍ରେରଣା ଲାଭକରି ଉପକୃତ ହେବେ।
ମକର
ମକର
ଦ୍ୱାଦଶସ୍ଥ ଶୁକ୍ର ଓ ରବିଙ୍କ ଦୁର୍ବଳତା କାରଣରୁ କର୍ମକ୍ଷେତ୍ରରେ କେତେକ ବ୍ୟତିକ୍ରମ ଲାଗିରହିବ। କିନ୍ତୁ ସାମାଜିକ ସ୍ତରରେ ପ୍ରଶଂସା ଓ ପ୍ରୋସତ୍ାହନ ଲାଭ କରିବେ। ଦୀର୍ଘ ସମୟଧରି ବନ୍ଧୁଙ୍କୁ ପ୍ରତୀକ୍ଷା କରି ରହିବାଜନିତ ଯନ୍ତ୍ରଣା ତୀବ୍ର ହୋଇପାରେ। ରବି ଶତ୍ରୁ ନକ୍ଷତ୍ରରେ ରହିଥିବାରୁ ଆର୍ଥିକ ସଂକଟ ଦେଇ ଗତି କରିବେ।
କୁମ୍ଭ
କୁମ୍ଭ
ଆର୍ଥିକ ଦୁରବସ୍ଥା ଦୂରେଇ ନେବାରେ ବନ୍ଧୁଙ୍କ ସାହାଯ୍ୟ ଅବିସ୍ମରଣୀୟ ରହିବ। ନୂଆ ଯୋଜନା ଉପରେ ଗୁରୁତ୍ୱ ଦେବେ। ବ୍ୟବସାୟ, କଳା, ସାହିତ୍ୟ, କ୍ରୀଡ଼ା, ଚଳଚ୍ଚିତ୍ର ପ୍ରଭୃତିରେ ସମସ୍ୟା ସମାଧାନ ହୋଇଯିବ। ସଭା ସମିତି, ଚୁକ୍ତିପତ୍ର, ପରିବହନ ଓ ନିର୍ମାଣ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ସକାଳୁ ସକାଳୁ ବନ୍ଧୁଙ୍କ ନିକଟରୁ ଶୁଭ ଖବର ପାଇ ଖୁସି ହୋଇଯିବେ। ନିକଟ ସମ୍ପର୍କୀୟମାନେ କୌଣସି ଆଲୋଚନା ସକାଶେ ଡାକି ପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ମୁଖଭାବସ୍ଥ ମଙ୍ଗଳଙ୍କ ଦ୍ୱାରା ଅପ୍ରିୟସତ୍ୟ ଭାଷଣ ପାରିବାରିକ କଳହର କାରଣ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃୟାରୀ ୧୭ ତାରିଖ– Daily Horoscope

ମେଷ ଆଜି କାମ ହାସଲ କ୍ଷେତ୍ରରେ ପାରିବାରିକ ଅସହଯୋଗରୁ ଚିନ୍ତିତ ହେବେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ। ଗୃହରେ ମଙ୍ଗଳୋତ୍ସବ କାର୍ଯ୍ୟ...

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୧୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ମଧ୍ୟ ସ୍ବାଧୀନ ଭାବରେ କାର୍ଯ୍ୟ କରିବାରେ ସୁଯୋଗ ପାଇବେ ।  ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ ।  ଶତ୍ରୁମାନେ...

ରାଶିଫଳ: ଗୁରୁବାର, ଫେବୃୟାରୀ ୩ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବିବାଦୀୟ କଥା ଓ ଗୃହାରମ୍ଭ ସମସ୍ୟା ବହୁଳ ହୋଇପାରେ। ପାରିବାରିକ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇ କାମ ତ୍ୱରାନ୍ବିତ କରିବା...

ରାଶିଫଳ: ରବିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜିର ସ୍ଥଗିତ କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ ଓ ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ। ଆକସ୍ମିକ ଆବଶ୍ୟକତା...

ରାଶିଫଳ: ବୁଧବାର, ଜୁଲାଇ ୨୭ ତାରିଖ – Daily Horoscope

ମେଷ ସ୍ବେଚ୍ଛାକୃତ ଭାବରେ ଏକ ମହତ୍ତ୍ୱପୂର୍ଣ୍ଣ କାମରେ ଅର୍ଥ ବ୍ୟୟ କରିବେ। ଦ୍ୱିଜା ନକ୍ଷତ୍ରର ଅର୍ଥ ସମ୍ପର୍କକୁ ନେଇ ଭ୍ରାତୃ ବିବାଦ ଦେଖାଦେଇପାରେ । ପାରିବାରିକ...

ରାଶିଫଳ: ବୁଧବାର, ଜାନୁଆରି ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଶନି କ୍ଷେତ୍ରସ୍ଥ ଶୁକ୍ରଙ୍କ ନକ୍ଷତ୍ରରେ ଥିବାରୁ ମାନସିକ ଶିଥିଳତା ସହ ଅସ୍ଥିରତା ଭିତରେ ଦିନଟି ଅତିବାହିତ ହେବ। ବୃଶ୍ଚିକ ରାଶିସ୍ଥ ମଙ୍ଗଳଙ୍କ...

ରାଶିଫଳ: ଶୁକ୍ରବାର, ଜୁନ ୨୧ ତାରିଖ – Daily Horoscope

ମେଷ ଆଜି କର୍ମଭାବସ୍ଥ ଚନ୍ଦ୍ର ତୃତୀୟଷଷ୍ଠାଧିପ ବୁଧଙ୍କ ଦୃଷ୍ଟିରେ ପାରିବାରିକ ସ୍ବାସ୍ଥ୍ୟ ସମସ୍ୟା କିମ୍ବା ମତା‘ର ଜନିତ କଳହକୁ ନେଇ ଚିନ୍ତିତ କରାଇବ। କିନ୍ତୁ ମୁଖଭାବସ୍ଥ...

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜି ଆକସ୍ମିକ ଭାବେ ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। ନିର୍ମାଣାଧୀନ କାମର ଶେଷ ପର୍ଯ୍ୟାୟରେ ପ୍ରତିବନ୍ଧକ ଦୂର ହେବ।...

Advertisement
Archives

Model This Week