Posted inRasifala

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ। ଯାତ୍ରା, ବାଣିଜ୍ୟ, ବ୍ୟବସାୟରେ ପରୋକ୍ଷ ଶତ୍ରୁତା ସାମୟିକ ବାଧାର ସୂଚନା ରହିଛି। ଆବଶ୍ୟକତା ଅନୁଭବ କରି ନୂତନ ଗୃହୋପକରଣ କ୍ରୟ କରିପାରନ୍ତି। ଅଶ୍ୱିନୀ ନକ୍ଷତ୍ର ଆର୍ଥିକ ଅନଟନ କାର୍ଯ୍ୟର ପ୍ରଗତିରେ ପ୍ରତିବନ୍ଧକ ସୃଷ୍ଟି କରିବ।
ବୃଷ
ବୃଷ
ପରିସ୍ଥିତି ତାଡନାରେ ଇଚ୍ଛା ନ ଥିଲେ ମଧ୍ୟ କେତେକ କାମ କରିବାକୁ ବାଧ୍ୟ ହେବେ। ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। କର୍ମକ୍ଷେତ୍ରରେ ବନ୍ଧୁଙ୍କୁ କର୍ମକ୍ଷେତ୍ରରେ ସାହାଯ୍ୟ କରି ଆମତ୍ସନ୍ତୋଷ ଲାଭ କରିବେ। ମୃଗଶିରା ନକ୍ଷତ୍ରର ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖାଦେଇପାରେ।
ମିଥୁନ
ମିଥୁନ
ଆରଦ୍ରା ନକ୍ଷତ୍ରର ବିଭିନ୍ନ ପ୍ରକାରର ଅଭାବ ଅନଟନ ମାନସିକ ଶାନ୍ତିକୁ ନଷ୍ଟ କରିପାରେ। ପାରିବାରିକ ସମସ୍ୟା କ୍ରମଶଃ ବଳିଯାଉଥିବାରୁ ମନର ଦୁଃଖକୁ ଲୁଚାଇ ରଖି ବନ୍ଧୁମାନଙ୍କ ସମ୍ମୁଖରେ ହସି ହସି କଥା କହିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
କର୍କଟ
କର୍କଟ
ପୁଷ୍ୟା ନକ୍ଷତ୍ର ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ । କର୍ମକ୍ଷେତ୍ରରେ କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ପ୍ରଶାସନ, ପ୍ରକାଶନ, ଶିଳ୍ପ, ବାଣିଜ୍ୟରେ ମଧ୍ୟ ପ୍ରତିବନ୍ଧକର ଆଶଙ୍କା ରହିଛି। ଅବଶ୍ୟ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ସି˚ହ
ସି˚ହ
କର୍ମ କ୍ଷେତ୍ରରେ ଆହ୍ବାନ ବ୍ୟତିରେକ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି। ପୂର୍ବାଫାଲଗୁନୀ ନକ୍ଷତ୍ରର ପାରିବାରିକ ସ୍ତରରେ ବିଭିନ୍ନ ପ୍ରକାରର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ନିଜର ଦକ୍ଷତା ବଳରେ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। କିନ୍ତୁ ପାରିବାରିକ କ୍ଷେତ୍ରରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
କନ୍ୟା
ବନ୍ଧୁଙ୍କ ସହ ସମ୍ପର୍କକୁ ଅନ୍ୟମାନେ ଖରାପ ଦୃଷ୍ଟିରେ ଦେଖିପାରନ୍ତି । ପୂର୍ବ ରାଗ ଶୁଝାଇବାକୁ ଯାଇ ମିତ୍ରମାନେ ଶତ୍ରୁତା ଆଚରଣ କରିବେ। ଉତ୍ତରାଫାଲଗୁନୀ ନକ୍ଷତ୍ର କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତ ହେବେ। ନିର୍ମାଣ, ଯୋଗାଯୋଗ, ସଂଗଠନ, ପ୍ରଶାସନ ସ୍ତରରେ ସମସ୍ୟା ମୁକ୍ତ ରହିବ।
ତୁଳା
ତୁଳା
ସ୍ବାତୀ ନକ୍ଷତ୍ରର ବିଭିନ୍ନ କାରଣକୁ କେନ୍ଦ୍ରକରି ମାନସିକ ସ୍ଥିତି ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିବାର ସୂଚନା ରହିଛି। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ଅର୍ଥ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
ବିଛା
ବିଛା
ଆଗାମୀ ମାଙ୍ଗଳିକ କାର୍ଯ୍ୟ ସକାଶେ ନିଜର ଆମତ୍ୀୟ ମାନଙ୍କ ସହ ଆଲୋଚନା କରିପାରନ୍ତି । କର୍ମକ୍ଷେତ୍ରରେ ଶତ୍ରୁତା ପଥରୋଧ କରୁଥିବାର ସନ୍ଦେହ କରି ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଅନୁରାଧା ନକ୍ଷତ୍ର ରାଜନୀତି କ୍ଷେତ୍ରରେ ଲକ୍ଷ୍ୟ ହାସଲ କରିବେ। ସାମାନ୍ୟ ବିଳମ୍ବିତ ସମୟରେ ଆଶା ପୂରଣ ହୋଇଯିବ।
ଧନୁ
ଧନୁ
ପାରିବାରିକ କ୍ଷେତ୍ରରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ପୂର୍ବାଷାଢ଼ା ନକ୍ଷତ୍ରର ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ସ୍ବାସ୍ଥ୍ୟ ସମସ୍ୟା ଯୋଗଁୁ କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଅଟକି ରହିଯିବ। ନିର୍ମାଣାଧୀନ କାମ ପୂର୍ଣ୍ଣାଙ୍ଗ ନ ହେବା ମୂଳରେ ଅର୍ଥାଭାବ ଯୋଗୁଁ ବିଚଳିତ ହେବେ।
ମକର
ମକର
କର୍ମକ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡିବେ। ପରିବାରରେ ସାଧାରଣ ଘଟଣାକୁ କେନ୍ଦ୍ରକରି ଅଶାନ୍ତି ଉପୁଜିପାରେ । ଶ୍ରବଣା ନକ୍ଷତ୍ରର ପ୍ରତିଯୋଗିତାରେ ସଫଳତା ଯୋଗୁଁ ମନ ଖୁସି ରହିବ। ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ।
କୁମ୍ଭ
କୁମ୍ଭ
ଆଜିର କାମ ସମୟରେ ରୁକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଶତଭିଷା ନକ୍ଷତ୍ର କିନ୍ତୁ ସହମତିରେ କାମ କଲେ ସଫଳତା ପାଇପାରନ୍ତି। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହଠାତ୍‌ ହୋଇଯିବ। ନୀଚବ୍ୟକ୍ତି ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ପରିବାରରେ ସ୍ତ୍ରୀଙ୍କ ସ୍ବାସ୍ଥ୍ୟହାନି ଯୋଗଁୁ ମନ ଅଶାନ୍ତ ରହିବ।
ମୀନମୀନ
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ଟେନ୍ସନ ଜମା ଛାଡିବ ନାହିଁ। ବନ୍ଧୁଙ୍କ ପରାମର୍ଶକୁ ଅନୁଧ୍ୟାନ କରି ସମସ୍ୟା ସମାଧାନରେ ରାସ୍ତା ପାଇବେ। ପାରିବାରିକ କ୍ଷେତ୍ରରେ ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ରାଜନୈତିକ ସ୍ଥିତିରେ ଉତ୍ତରଭାଦ୍ରବ ନକ୍ଷତ୍ର ବନ୍ଧୁମାନଙ୍କ ସହାୟତାରେ ଉପକୃତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୨୪ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପ୍ରତ୍ୟୁଷ ଯାତ୍ରା, ବ୍ୟବସାୟ, ପରିବହନ, କଳା, ସାହିତ୍ୟ, ସଙ୍ଗୀତାଦି ପ୍ରତି ରୁଚି...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୨୩ ତାରିଖ – Daily Horoscope

ମେଷ ଆଜି ଅଧିକାଂଶ କ୍ଷେତ୍ରରେ ଭୟ ସୃଷ୍ଟିହେବା ସହ ଆଶଙ୍କାଜନିତ ମନ ଅସ୍ଥିର ରହିବ। କେବଳ ରବିଙ୍କ ସୁପ୍ରଭାବ ଯୋଗୁ ଝିନ୍‌ଝଟ୍‌ ମଧ୍ୟରେ ହିଁ କାମଗୁଡ଼ିକ...

ରାଶିଫଳ: ସୋମବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ ଆଜି ଅଶ୍ୱିନୀ ନକ୍ଷତ୍ରର ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଘଟିପାରେ। ବୃହସ୍ପତିଙ୍କ ପ୍ରଭାବରୁ ନୂଆ ଯୋଜନାଟିଏ କରିବା ସକାଶେ...

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri