Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୭ ତାରିଖ – Daily Horoscope

ମେଷ
ଶନିଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ସ୍ଥଗିତ କାମକୁ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ଆଶାଜନକ ଫଳ ପ୍ରାପ୍ତି ଘଟିପାରେ। ଭୁଲ୍‌ ବୁଝାମଣା ଜନିତ ବିନା କାରଣରେ ମଧ୍ୟ ଅଶାନ୍ତି, କଳହର ସୂତ୍ରପାତ ହୋଇପାରେ। ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ।
ବୃଷ
ବୃଷ

ନିଜ ଲୋକମାନଙ୍କ ବିରୋଧ ସଙ୍ଗକୁ ବିଭିନ୍ନ ପ୍ରକାରର ଅଭାବ, ଅସୁବିଧାର ସାମନା କରିବାକୁ ପଡିପାରେ। ଯେତେ ଭଲରେ ରହି ଅନ୍ୟମାନଙ୍କୁ ମଧ୍ୟ ଭଲରେ ରଖିବାକୁ ଚେଷ୍ଟା କଲେ ମଧ୍ୟ ସମୟ ଓ ପରିସ୍ଥିତି ସବୁକିଛି ବିଗାଡି ଦେବ। ଅଫିସରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।

ମିଥୁନ
ମିଥୁନ
ଅର୍ଥ ସଂକଟ ଲାଗି ରହିଥିଲେ ମଧ୍ୟ ଆବଶ୍ୟକ ସମୟରେ ସହକର୍ମୀ ବନ୍ଧୁ ତାହା ପୂରଣ କରିବେ। ଆଜି ଯାଉଥିବା ରାସ୍ତାରେ ଚୋରି, ପକେଟମାର କିମ୍ବା ଅସାବଧାନତା କିମ୍ବା ଅନ୍ୟମନସ୍କ ହେତୁ ଧନ ହାନି ଘଟିବାର ପୂର୍ଣ୍ଣ ସୂଚନା ରହିଛି। ବୃଥା ସନ୍ଦେହଜନିତ କାରଣରୁ ବନ୍ଧୁମାନଙ୍କ ସହ ସାଧାରଣ କଥାରେ କଳହ ଲାଗିପାରେ।
କର୍କଟ
କର୍କଟ
କର୍ମାରମ୍ଭର ପ୍ରଥମାବସ୍ଥାରେ ଅସୁବିଧା ଭଳି ମନେହେଲେ ମଧ୍ୟ ପରକ୍ଷଣରେ ବହୁତ ସୁବିଧା ଉପଭୋଗ କରିପାରିବେ। କୌଣସି ଗୁରୁତ୍ୱପୂର୍ଣ୍ଣ କାମରେ ସାହାଯ୍ୟ ସକାଶେ ବନ୍ଧୁଙ୍କୁ ସାହାଯ୍ୟ ଭିକ୍ଷା କରିବାକୁ ପଡିପାରେ। ବ୍ୟବସାୟ, ବାଣିଜ୍ୟ କ୍ଷେତ୍ରରେ ଉନ୍ନତମାନର ସୁଫଳ ପାଇବେ।
ସି˚ହ
ସି˚ହ
ଆପଣଙ୍କ ସ୍ପଷ୍ଟବାଦିତା ଓ କାର୍ଯ୍ୟ ହାସଲର କଳା କୌଶଳକୁ ବନ୍ଧୁମାନେ ପ୍ରଶଂସା କରିପାରନ୍ତି। ପାରିବାରିକ କ୍ଷେତ୍ରରେ ରହିଥିବା ବିଷମତା ନେଇ ଚିନ୍ତିତ ଥିଲେ ମଧ୍ୟ ଆପଣଙ୍କ କାମ ଅଟକିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ବ୍ୟସ୍ତତା ପ୍ରକାଶ କରିପାରନ୍ତି।
କନ୍ୟା
ଅଟକି ରହିଥିବା କାମକୁ ପୂରାଦମରେ କରିଚାଲିବେ ତଥାପି ନିର୍ଦ୍ଦିଷ୍ଟ ସମୟରେ ସମ୍ପନ୍ନ କରିପାରିବେ ନାହିଁ। ଦୀର୍ଘ ଦିନରୁ ସାଧାରଣ କଥାରେ ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡି ହୋଇଯିବ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସାଂଗଠନିକ କ୍ଷେତ୍ରରେ କିଛି ନୂତନ ଦିଗ୍‌ଦର୍ଶନ ଦେଇପାରନ୍ତି।
ତୁଳା
ତୁଳା
ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିଲେ ମଧ୍ୟ ମାନସିକ ସ୍ତରରେ ସମ୍ପୂର୍ଣ୍ଣ ସୁସ୍ଥତା ରହିବ ନାହିଁ। ଅଫିସରେ କିମ୍ବା କର୍ମକ୍ଷେତ୍ରରେ ଯେତେ ରାଗିଥିଲେ ମଧ୍ୟ ବନ୍ଧୁଙ୍କ ମୁହଁ ସାମ୍ନାରେ କିଛି କହିପାରିବେ ନାହିଁ। ବାରମ୍ବାର ସରକାରୀ କାମରେ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।
ବିଛା
ବିଛା
କୌଣସି ଅଭାବ ଅସୁବିଧା ନ ଥିଲେ ମଧ୍ୟ କ’ଣ ହେଲା ଏଣୁତେଣୁ ଗୁଡାଏ ବେକାର କଥାରେ ମନ ଅଶାନ୍ତ ରହିବ। ନିଜ ପ୍ରତି ସମ୍ମାନ ଓ ଭକ୍ତି ପ୍ରଦର୍ଶନ କରୁଥିବା କେତେକ ବ୍ୟକ୍ତି ବେଖାତିର ମନୋଭାବ ପ୍ରଦର୍ଶନ କରିପାରନ୍ତି। ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ।
ଧନୁ
ଧନୁ
ଆଜି ଅଯଥା ଖର୍ଚ୍ଚାନ୍ତ ହେବା କାରଣରୁ ମାନସିକ ସ୍ତର ଉତେଜିତ ରହିପାରେ। ଘରେ ଅଶାନ୍ତିର ବାତାବରଣ ସଙ୍ଗକୁ କର୍ମକ୍ଷେତ୍ରରେ ଉତ୍ତେଜନା ଓ ଜମିଜମା କଳହର ଆଶଙ୍କା ରହିଛି। ଆନୁଷ୍ଠାନିକ କାମ, କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ସଙ୍ଗୀତ କ୍ଷେତ୍ରରୁ ଉପଯୁକ୍ତ ଭାବେ ସମ୍ମାନିତ ହେବେ।
ମକର
ମକର

ବିଳମ୍ବିତ ସମୟରେ ଅଭିଳାଷ ପୂରଣ ହେବାରୁ ମନରେ ବିଭିନ୍ନ ପ୍ରକାରର ଦୁର୍ଭାବନା ସ୍ଥାନ ପାଇବ। ବନ୍ଧୁଙ୍କ ସାହାଯ୍ୟରେ ପାରିବାରିକ ସମସ୍ୟାର ସରଳ ସମାଧାନ କରିବେ। ରୋଗ ଶଯ୍ୟାରେ ପଡିଥିବା ନିକଟ ସମ୍ପର୍କୀୟଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବ। ଯାତ୍ରାକାଳରେ ମିତ୍ରତା ବନ୍ଧନରେ ଆବଦ୍ଧ ହୋଇପାରନ୍ତି।

କୁମ୍ଭ
କୁମ୍ଭ
ଆଜି ଆପଣଙ୍କୁ ଘର କାମ ଛାଡି ଉପରିସ୍ଥଙ୍କ ନିର୍ଦ୍ଦେଶରେ କାମ କରିବାକୁ ବାଧ୍ୟ ହେବେ। ଅନ୍ୟମନସ୍କ କିମ୍ବା ଅସାବଧାନତାବଶତଃ କାରଣରୁ ଘରେ କୌଣସି ଦ୍ରବ୍ୟ ନଷ୍ଟ ହୋଇପାରେ। ସାମାଜିକ ସ୍ତରରେ ଅନ୍ୟଦ୍ୱାରା ପ୍ରଭାବିତ ହୋଇ କୌଣସି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇପାରନ୍ତି।
ମୀନମୀନ

ପୂର୍ବଯୋଜନାନୁଯାୟୀ ପ୍ରତ୍ୟକ କାର୍ଯ୍ୟ କରିବେ ତଥାପି କିିଛିନା କିିଛି ପ୍ରତିବନ୍ଧକକୁ ସାମନା କରିବାକୁ ପଡିପାରେ। ପାଖ ପଡୋଶୀ ଈର୍ଷାପରାୟଣପୂର୍ବକ ପରୋକ୍ଷଭାବରେ ସମାଲୋଚନା କରିପାରନ୍ତି। ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଚିନ୍ତା କରିବାକୁ ପଡିପାରେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ ଆଜି ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ଆଲୋଚନା କ୍ରମରେ ଘରର କେତେକ କାମକୁ କରିବା…

ରାଶିଫଳ: ମଙ୍ଗଳବାର, ଜୁଲାଇ ୨୧ ତାରିଖ – Daily Horoscope

ମେଷ ଆଜି ରାଶ୍ୟାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ଅବସ୍ଥାନ କରି ଶାରୀରିକ ଓ ମାନସିକ ସୁସ୍ଥତା ଅକ୍ଷୁଣ୍ଣ ରଖିବେ । କର୍ମକ୍ଷେତ୍ରରେ ଅଗ୍ରଗତି କରିବେ, କିନ୍ତୁ କିଛିଟା ପ୍ରତିରୋଧର…

ରାଶିଫଳ: ସୋମବାର, ଜୁଲାଇ ୨୦ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପରାମର୍ଶରେ ବହୁତ ଦିନରୁ ସ୍ଥଗିତ କାମଟିକୁ ହଠାତ୍‌ ଆରମ୍ଭ କରିବା ସକାଶେ ମନ ବଳାଇବେ। କୃତିକା ନକ୍ଷତ୍ର ଆଜି ଯେଉଁ କାମରେ ଯାତ୍ରା କରୁଛନ୍ତି…

ରାଶିଫଳ: ରବିବାର , ଜୁଲାଇ ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହ ସ୍ଥିତି ପ୍ରଭାବରେ ଅଭିଳଷିତ କାର୍ଯ୍ୟ ହାସଲ କରିପାରିବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବା ସହ ପାରିବାରିକ ଜୀବନରେ ସ୍ନେହ, ସହାନୁଭୂତିର ଅଭାବ ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri