Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ସହିତ କେତୁ ଯୁକ୍ତ ହୋଇଥିବାରୁ ସନ୍ତାନଙ୍କ ଯୋଗୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପାରସ୍ପରିକ ମତଭେଦ କାରଣରୁ ପାରିବାରିକ ଜୀବନରେ ଅଶାନ୍ତି ଉପୁଜିପାରେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା ସହିତ ସ୍ଥଗିତ କାମକୁ ଆରମ୍ଭ କରିପାରନ୍ତି। ବିଶେଷତଃ ଦ୍ୱିଜା ନକ୍ଷତ୍ର ଆଜି ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ।
ବୃଷ
ବୃଷ
ପାପଗ୍ରହ ଅଷ୍ଟମସ୍ଥ ହୋଇ ଧନଭାବକୁ ପ୍ରଭାବିତ କରୁଥିବାରୁ ଟଙ୍କା ପଇସା ପ୍ରତି ସାବଧାନତା ଅବଲମ୍ବନ କରିବା ଭଲ। ବନ୍ଧୁଙ୍କ ଅସୁବିଧାକୁ ସୁଧାରିବା ପରିପ୍ରେକ୍ଷୀରେ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ। ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ରହିପାରନ୍ତି। ତୃତୀୟସ୍ଥାନ ରାହୁଙ୍କ ଦୃଷ୍ଟିରେ ଥିବାରୁ ଭ୍ରାତୃ ସମ୍ପର୍କରେ ସମସ୍ୟା ସୃଷ୍ଟିହେବ।
ମିଥୁନ
ମିଥୁନ
ଧନାଧିପ ତୃତୀୟରେ ପାପଯୁକ୍ତ କାରଣରୁ ଅର୍ଥସମ୍ପର୍କୀୟ କଳହଜନିତ ମନ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଘର ଖର୍ଚ୍ଚ ଦି’ଗୁଣା ହୋଇପାରେ। ମୃଗଶିରା ନକ୍ଷତ୍ର ସକାଶେ ଋଣ କରାଇଦେବା ପାଇଁ ଜଣେ ବନ୍ଧୁ ପ୍ରତିଶ୍ରୁତି ଦେଇପାରନ୍ତି ।
କର୍କଟ
କର୍କଟ
ଷଷ୍ଠାଧିପ ଦ୍ୱାଦଶସ୍ଥ ଯୋଗୁ ଆକସ୍ମିକ ଦୂରଯାତ୍ରା କରିବାକୁ ପଡ଼ିପାରେ। ଅଶ୍ଳେଷା ନକ୍ଷତ୍ରର ସ୍ବାସ୍ଥ୍ୟ ଅବସ୍ଥା ନିମ୍ନଗାମୀ ହେବା କାରଣରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସମସ୍ୟା ରହିଥିଲେ ମଧ୍ୟ ଆପଣଙ୍କ କର୍ମପ୍ରବାହ ଆଗକୁ ଗଡ଼ି ଚାଲିବାରେ କୌଣସି ପ୍ରତିବନ୍ଧକ ରହିବନାହିଁ। ପାରିବାରିକ ସୌହାର୍ଦ୍ଦ୍ୟ, ସାମାଜିକ ସମ୍ମାନ ଓ ଆର୍ଥିକସ୍ଥିତି ମନ୍ଦ ହେବନାହିଁ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟିଜନିତ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ନ ହୋଇପାରେ। ପରିବାରରେ ସନ୍ତାନଙ୍କ ସମସ୍ୟା, ପରୀକ୍ଷାରେ ସାକ୍ଷାତ୍‌କାରଜନିତ ସାମୟିକ ମାନସିକ ଅସ୍ଥିରତା ସୃଷ୍ଟିହେବ। ଉତ୍ତରାଫାଲ୍‌ଗୁନୀ ନକ୍ଷତ୍ରର ବିବାଦୀୟ ପରିସ୍ଥିତି ନିୟନ୍ତ୍ରଣରେ ରହିବ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାର ସୁଯୋଗ ମିଳିବ। ବୈଷୟିକ ଅଭିବୃଦ୍ଧି ଘଟିବ।
କନ୍ୟା
ଚତୁର୍ଥଭାବରେ ଏକାଧିକ ଗ୍ରହ ପାରିବାରିକ ଜୀବନରେ ହଟଚମଟ ସୃଷ୍ଟି କରିପାରନ୍ତି। ଗାଡ଼ିମୋଟର ଚାଳନାରେ, ଗୁରୁତ୍ୱପୂର୍ଣ୍ଣ ଆଲୋଚନାରେ, ନିର୍ମାଣକ୍ଷେତ୍ରରେ ସତର୍କ ରହିବା ଭଲ ହେବ। ଲାଭାଧିପ ବ୍ୟୟଭାବରେ ଅବସ୍ଥାନ କରୁଥିବାରୁ କିଛି ପାଇବାକୁ ଯାଇ କିଛି ହରାଇବାକୁ ପଡ଼ିପାରେ।
ତୁଳା
ତୁଳା
ଆପଣଙ୍କ ରାଶି ପାଇଁ ଆଜିର ଗ୍ରହସ୍ଥିତି ଅନୁକୂଳ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହୋଇପାରିବ। ନିଜ ଲୋକଙ୍କ ଅପେକ୍ଷା ବାହାର ଲୋକଙ୍କ ସହ ସମ୍ପର୍କ ଦୃଢୀଭୂତ ହେବ। ସାହିତ୍ୟ, ସଙ୍ଗୀତ, ମନୋରଞ୍ଜନ କାର୍ଯ୍ୟରେ ପ୍ରଶଂସିତ ହେବେ। କିନ୍ତୁ ସ୍ବାତୀ ନକ୍ଷତ୍ର ଦୂରଯାତ୍ରାରୁ ଦୂରେଇ ରହିବାକୁ ମନସ୍ଥ କରିପାରନ୍ତି।
ବିଛା
ବିଛା
ଉଚ୍ଚାରୋହୀ ମଙ୍ଗଳଙ୍କ ଯୋଗୁ ଆଜି ଦୈହିକ, ମାନସିକ ଓ ଆର୍ଥିକ ଦିଗଟି ଭଲ ରହିବ। କିନ୍ତୁ ସ୍ବଜନ ବିବାଦ, ପଡ଼ୋଶୀଙ୍କ ଅପପ୍ରଚାର ଏବଂ କର୍ମକ୍ଷେତ୍ରରେ ଉଦାସୀନତା ଲାଗିରହିବ। ଅନ୍ୟମାନଙ୍କ ସକାଶେ ନିଜକୁ ସନ୍ତୁଳିତ ହେବାକୁ ପଡ଼ିପାରେ। ସାଙ୍ଗଠନିକ କାର୍ଯ୍ୟରେ, ରାଜନୀତିରେ, ଆନୁଷ୍ଠାନିକ କାମରେ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ଆଜିର ଗ୍ରହଯୋଗ ଆପଣଙ୍କୁ ବିବାଦ ସମାଧାନରେ, କ୍ରୟବିକ୍ରୟର ମଧ୍ୟସ୍ଥତାରେ ସଫଳତା ପ୍ରଦାନ କରିବ। ଚନ୍ଦ୍ର ଓ କେତୁ ପ୍ରଭାବରେ କୂଟନୈତିକ ଆଲୋଚନାରେ ପରିସ୍ଥିତିକୁ ନିୟନ୍ତ୍ରଣ କରିପାରିବେ। ଅନାବଶ୍ୟକ କଥାବାର୍ତ୍ତା ବିବାଦର କାରଣ ହେବ। ଦୈହିକ ସୁସ୍ଥତା, ଆର୍ଥିକ ଅଭିବୃଦ୍ଧି ଓ ଲକ୍ଷ୍ୟହାସଲରେ ଆନନ୍ଦ ଅନୁଭବ କରିପାରନ୍ତି।
ମକର
ମକର
ରବିଙ୍କ ଦ୍ୱାରା ସଂଘଟିତ ବିପରୀତ ରାଜଯୋଗ ପ୍ରଭାବରେ ବିଶିଷ୍ଟବ୍ୟକ୍ତିଙ୍କ ସହ ସୁସମ୍ପର୍କ ସ୍ଥାପିତ ହେବ। ଶୁକ୍ରଙ୍କ ଶୁଭଦୃଷ୍ଟିରୁ ମନୋରଞ୍ଜନର ମଉକା ଜୁଟିପାରେ। ପ୍ରତ୍ୟାବର୍ତ୍ତନ ପଥରେ ମୂଲ୍ୟବାନ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବା ସଙ୍ଗକୁ ସହଜରେ କାମ ମଧ୍ୟ ହାସଲ କରିପାରିବେ।
କୁମ୍ଭ
କୁମ୍ଭ
ଏକାଦଶସ୍ଥ ପାପଗ୍ରହ ଆପଣ ଠିକ୍‌ ନିଷ୍ପତ୍ତି ନେବାରେ ଦ୍ୱନ୍ଦ୍ୱରେ ପକାଇପାରନ୍ତି। ବିଶେଷ ଶ୍ରମ ଓ ଭ୍ରମଣଜନିତ ଶାରୀରିକ ଅସୁସ୍ଥତା ହୋଇପାରେ। କର୍ମକ୍ଷେତ୍ରରେ ଭାବିଚିନ୍ତି ସତର୍କତାମୂଳକ ପଦକ୍ଷେପ ନ ନେଲେ ପରେ ପସ୍ତେଇବାକୁ ପଡ଼ିବ। ବ୍ୟବସାୟିକ ଉକତ୍ର୍ଷତା ସହ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବାର ସୌଭାଗ୍ୟ ଅର୍ଜନ କରିବେ।
ମୀନମୀନ
ବୃହସ୍ପତିଙ୍କ ସୁପ୍ରଭାବରେ ଆରୋଗ୍ୟଲାଭ, କାର୍ଯ୍ୟସିଦ୍ଧି, ସଫଳ ଆଲୋଚନା ମାନସିକ ସ୍ଥିତିକୁ ଦୃଢୀଭୂତ କରିବ। କର୍ମ କ୍ଷେତ୍ରରେ ନିଚଜାତିର ବ୍ୟକ୍ତିଙ୍କ ସହ ଉଚ୍ଚବାଚ ଘଟିପାରେ। ଆଜିର ଗସ୍ତ କାଯର୍‌ୟକ୍ରମ ବାତିଲ ହୋଇପାରେ। ରାଜନୈତିକ, ସାମାଜିକ, ପ୍ରଶାସନିକ ଓ ଅର୍ଥନୈତିକ ସ୍ଥିତି ବାଧାପ୍ରାପ୍ତ ହେବନାହିଁ।

👉 Follow Dharitri – Odisha’s No.1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri