Posted inRasifala

ରାଶିଫଳ: ଗୁରୁବାର, ଜାନୁଆରୀ ୭ ତାରିଖ – Daily Horoscope

ମେଷ
ଆଜି ପାରିବାରିକ କ୍ଷେତ୍ରରେ ସମସ୍ୟା ଲାଗିରହିବା କାରଣରୁ ମାନସିକ ସ୍ଥିରତା ରହି ନ ପାରେ। ପଡ଼ୋଶୀ କିମ୍ବା ସହକର୍ମୀମାନେ ସାଧାରଣ କଥାରେ ବିରକ୍ତି ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ସଦସ୍ୟମାନଙ୍କ ଉପରେ ବୃଥା ସନ୍ଦେହ କଲେ ଅସୁବିଧାରେ ପଡ଼ିବେ। ଋଣଭାର ପରିଶୋଧ ପାଇଁ ବ୍ୟସ୍ତ ରହିବେ।
ବୃଷ
ବୃଷ
ଖର୍ଚ୍ଚଭାର ବୃଦ୍ଧି ସଙ୍ଗକୁ ଆତ୍ମୀୟଙ୍କ ତାତ୍ସଲ୍ୟ ମାନସିକ ସ୍ଥିତିକୁ ଦୋହଲାଇ ଦେଇପାରେ। ଘର କାମରେ ଆଳସ୍ୟ ଓ ଅବହେଳା ଯୋଗୁଁ ସ୍ତ୍ରୀଙ୍କ କଟୁକ୍ତି ଶୁଣି ପାରନ୍ତି। ଉଚ୍ଚ ଚିନ୍ତା କରିଲେ କ’ଣ ହେବ ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ। ଆଲୋଚନା, ପ୍ରତିଯୋଗୀତାରେ ସଫଳତା ହେତୁ ଖୁସି ରହିବେ।
ମିଥୁନ
ମିଥୁନ
ସାହାଯ୍ୟର ପ୍ରତିଶ୍ରୁତି ଦେଇଥିବା ବନ୍ଧୁଙ୍କ ଉପରେ ଭରସା କରି ମୁଣ୍ଡରେ ହାତଦେବେ। କାର୍ଯ୍ୟ ହାସଲର ଶେଷ ପର୍ଯ୍ୟୟରେ ସମ୍ପର୍କୀୟ ମାନେ ହିଁ ସବୁ କିଛି ବିଗାଡି ଦେଇପାରନ୍ତି। କେତେକ କ୍ଷେତ୍ରରେ ମାନସିକ ଦ୍ୱନ୍ଦ କାମକୁ ଆଗକୁ ନେବାରେ ବିଳମ୍ବିତ କରାଇବ। ସ୍ବାସ୍ଥ୍ୟ ଭଲ ରହିବା ହେତୁ ମାନସିକ ସ୍ଥିତିମଧ୍ୟ ଦୁର୍ବଳ ରହିବ।
କର୍କଟ
କର୍କଟ
ଆଜି ବାହାର ଲୋକଙ୍କ କାମରେ ଦୂରଯାତ୍ରା କରିବାକୁ ପଡିବ। ଆପଣଙ୍କ ନମ୍ର ସ୍ବଭାବ ହେତୁ ସହକର୍ମୀମାନେ ସହଯୋଗର ହାତ ବଢାଇବେ। କୌଣସି ବନ୍ଧୁଙ୍କ ପ୍ରତି ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ମାଲି ମକଦ୍ଦମା କ୍ଷେତ୍ରରୁ ସୁଫଳ ମିଳିବ।
ସି˚ହ
ସି˚ହ
ଆଲୋଚନା ପରିସରରେ ବନ୍ଧୁଙ୍କ ଆକ୍ଷେପୋକ୍ତି ମନରେ ବାରମ୍ବାର ଆଲୋଡନ ସୃଷ୍ଟି କରିବ। କର୍ମକ୍ଷେତ୍ରରେ ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ। ଜଣେ ସହକର୍ମୀଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ। ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
କନ୍ୟା
ପ୍ରତ୍ୟେକ କ୍ଷେତ୍ରରେ ଦୃଢ ପଦେକ୍ଷପ ନେଇ କାମ ହାସଲ କରିବେ। କୌଣସି କାମ ସକାଶେ କଥା ଦେଇଥିବା ବନ୍ଧୁ ପରକ୍ଷଣରେ ଓଲଟା କଥା କହିପାରନ୍ତି। କଳା, ସାହିତ୍ୟ, କ୍ରୀଡା, ଚଳଚ୍ଚିତ୍ର ତଥା ଆଇନ ଅଦାଲତରୁ ସୁଫଳ ପାଇବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ସମାଧାନ ହୋଇଯିବ।
ତୁଳା
ତୁଳା
ଆଜି କୌଣସି ନୂତନ କାମ ଆରମ୍ବ କରିବାକୁ ମନ ବଳାଇବେ। ଆଲୋଚନା କିମ୍ବା ସଭାସମିତିରେ ଯୋଗ ଦେଇ ଲାଭବାନ ହେବେ। ସାମାଜିକ କ୍ଷେତ୍ରରେ ହାତରୁ ଖାଇ ପର ପାଇଁ ଖଟିବାକୁ ପଡିପାରେ। କଳା, ସାହିତ୍ୟ, ପ୍ରକାଶନ, ପ୍ରଶାସନରେ ସମସ୍ୟା ସମାଧାନ ହୋଇଯିବ।
ବିଛା
ବିଛା
ଏଣୁ ତେଣୁ କଥା ଚିନ୍ତା କରି ମନ ଅସ୍ଥିର ରହିବ। ପିଲାଙ୍କ ବୈବାହିକ କର୍ମ ସକାଶେ ନୂତନ ବନ୍ଧୁ ପ୍ରସ୍ତାବ ସ୍ଥିରୀକୃତ ହେବ। ଆଜିର ଯୋଗାଯୋଗରେ କେବଳ ବାଚନିକ ପ୍ରତିଶ୍ରୁତି ବ୍ୟତୀତ କିଛି ପାଇବେ ନାହିଁ। ଯିବା ରାସ୍ଥାରେ ଅଜଣାବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି।
ଧନୁ
ଧନୁ
ଆବଶ୍ୟକତା ପୂରଣ ଲାଗି କୌଣସି ପ୍ରକାରେ ଅର୍ଥ ସଂଗ୍ରହ ପାଇଁ ତତ୍ପର ହେବେ। ସମ୍ପର୍କୀୟଙ୍କୁ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। କ୍ରନିକ୍‌ ରୋଗରେ କଷ୍ଟ ପାଇବେ। ନିଜର ଲୋକମାନେ ପରୋକ୍ଷ ଶତ୍ରୁତା କରୁଥିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ କିଛି ନା କିଛି ସମସ୍ୟା ଲାଗି ରହିବ।
ମକର
ମକର
ପ୍ରତ୍ୟେକ କ୍ଷେତ୍ରରେ ସାମାନ୍ୟ ଅସୁବିଧା ଥିବାର ଅନୁଭବ କରିବେ। ପରିବାରରେ ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ଲାଗି ରହିବ। ଆପଣଙ୍କ ନିର୍ମାଣକୁ ବିରୋଧକରି ପଡୋଶୀ ପ୍ରତିବାଦ କରିପାରନ୍ତି। ଆନୁଷ୍ଠାନିକ କାମ, କ୍ରୀଡା ଓ ଚଳଚିତ୍ର କ୍ଷେତ୍ରରେ ରହିଥିବା ସମସ୍ୟାର ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଦୀର୍ଘ ଦିନରୁ ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବେ। ପିଲାମାନଙ୍କ ସକାଶେ ବିବାହ ପ୍ରସ୍ତାବ ନେଇ ବନ୍ଧୁ ଆସି ପାରନ୍ତି। ବିଭିନ୍ନ ସ୍ଥାନ ଭ୍ରମଣ ହେତୁକ କ୍ଲାନ୍ତି ଓ ଅବସାଦ ଦେଖାଦେଇପାରେ। ସ୍ତ୍ରୀଙ୍କ ସହାନୁଭୂତିପୂର୍ଣ୍ଣ କଥାରେ ମାନସିକ ଅଶାନ୍ତି ଦୂରେଇଯିବ।
ମୀନମୀନ
କର୍ମକ୍ଷେତ୍ରରେ ଟେନସନ୍‌ କମିଯିବ ଓ ସହଯୋଗ ଭିତିରେ କାମ କଲେ ଉପକାର ପାଇବେ। ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃୃଷ୍ଟି ହୋଇପାରେ। ଅଯଥା ଯୁକ୍ତିତର୍କ ହେତୁ ଦାମ୍ପତ୍ୟ ଜୀବନରେ ଝଡ ସୃଷ୍ଟି ହୋଇପାରେ। ନିର୍ମାଣଧୀନ କାମ, ଯାନ୍ତ୍ରିକଜିନିଷ କ୍ରୟ, ପାର୍ଟି ପିକ୍‌ନିକ୍‌ କରିବା ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପାପଗ୍ରହ ଯୁକ୍ତ ଚତୁର୍ଥାଧିପତି ଯୋଗୁ ପାରିବାରିକ ସମସ୍ୟା ସମ୍ପର୍କରେ ଚନ୍ତା କରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବାରୁ ମନ ଭଲ…

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri