Posted inRasifala

ରାଶିଫଳ: ସୋମବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ
କାର୍ଯ୍ୟ ହାସଲ ସକାଶେ ବିଶେଷ କିଛି ଅସୁବିଧା ନ ହେଲେ ମଧ୍ୟ ଆଶଙ୍କା କରି ମନ ଅସ୍ଥିର ରହିବ। ଦ୍ୱିଜା ନକ୍ଷତ୍ରର ସମସ୍ତ କାମ ଝିନ୍‌ଝଟ୍‌ ମଧ୍ୟରେ ଚାଲିବ। ସାମାନ୍ୟ ବିଳମ୍ବିତ ସମୟରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସବୁ ସୁବିଧା ଥିଲେ ମଧ୍ୟ ବିଚଳିତ ରହିବା କାରଣରୁ ଅଶାନ୍ତି ଅନୁଭବ କରିବେ।
ବୃଷ
ବୃଷ
ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ। ପାରିବାରିକ କ୍ଷେତ୍ରରେ ସେପରି କିଛି ବିଶେଷ ଅସୁବିଧା ହେବନାହିଁ। ବିନା କାରଣରେ ଅନ୍ୟମାନଙ୍କ ରୋଷର କାରଣ ବନିଯିବେ।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ କୌଶଳରେ କାର୍ଯ୍ୟ ହାସଲ କରିନେବେ। ସ୍ଥିର ମନ ନେଇ କାମ କଲେ ସମସ୍ୟାର ସରଳ ସମାଧାନ ହେବ। ସାମାଜିକ ସ୍ତରରେ ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ଯେଉଁ ଜିନିଷଟିକୁ ପାଇବାକୁ ଆଶା କରିଛନ୍ତି ତାହା ସାମାନ୍ୟ ବିଳମ୍ବରେ ପାଇବେ।
କର୍କଟ
କର୍କଟ
ପ୍ରତ୍ୟେକ ପରିସ୍ଥିତିରେ ଦୃଢ ପଦକ୍ଷେପ ନେଇ ସମସ୍ୟାକୁ ସୁଧାରି ନେବେ। ଆଜି କେବଳ ହାତରୁ ଖାଇ ପର ପାଇଁ ଖଟିବେ। ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ, ମାତ୍ର କିଛି ଅନିଷ୍ଟ କରି ପାରିବେ ନାହିଁ। ଯେତେ ଭଲ କାମ କଲେ ମଧ୍ୟ ଆତ୍ମୀୟଙ୍କ କଟୁ ସମାଲୋଚନାର ପାତ୍ର ହେବେ।
ସି˚ହ
ସି˚ହ
ମନ କଥାଟିକୁ ଲୁଚାଇରଖି ପ୍ରତ୍ୟକ୍ଷରେ ହସଖୁସିରେ କଥାବାର୍ତ୍ତା କରିବାକୁ ବାଧ୍ୟ ହେବେ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟସ୍ଥଳରେ ପହଞ୍ଚିବାରେ ବିଳମ୍ବ ଘଟିବ। ଗତକାଲିର ଯୋଜନା ବଦଳାଇବା କଷ୍ଟକର ହୋଇପାରେ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ଆଶଙ୍କା ରହିଛି।
କନ୍ୟା
ଆଜି ଦୂରସ୍ଥାନକୁ ଯାତ୍ରା କରିବା ସମୟରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତୁ। ଯଥାସମ୍ଭବ କମ୍‌ କଥାବାର୍ତ୍ତା କଲେ କଳହରୁ ଦୂରେଇ ରହିବାରେ ସମର୍ଥ ହେବେ। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
ତୁଳା
ତୁଳା
କର୍ମ କ୍ଷେତ୍ରରେ ଯାହା ଓ ଯେମିତି କଲେ ମଧ୍ୟ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ପ୍ରକୃତ ଘଟଣା ନ ବୁଝି ପଡ଼ୋଶୀ କ୍ରୋଧ ପ୍ରକାଶ କରିପାରନ୍ତି। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ। ଆଜି ଦିନଟିରେ ଭ୍ରମଣ, ରାଜନୀତି, ପ୍ରଶାସନ ପାଇଁ ଭଲ।
ବିଛା
ବିଛା
ଆଜି କାର୍ଯ୍ୟଦକ୍ଷତା ହେତୁ କର୍ମକ୍ଷେତ୍ରରେ ଅର୍ଥ ଓ ସମ୍ମାନ ପାଇବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ ହେବ। ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ଦୀର୍ଘଦିନର ଆଶା ଫଳବତୀ ହେବା ସହ ନୂତନ ସମ୍ପର୍କ ସ୍ଥାପିତ ହୋଇପାରେ।
ଧନୁ
ଧନୁ
ଦ୍ୱନ୍ଦ୍ୱରେ ପଡି ବନ୍ଧୁଙ୍କର ପ୍ରତ୍ୟେକ କଥାକୁ ଠିକ୍‌ ଭାବେ ବୁଝିପାରିବେନି। ଅତୀତକୁ ଧରିବସିଲେ ବର୍ତ୍ତମାନକୁ ହରାଇବାକୁ ପଡିପାରେ। ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ସାଧାରଣ କଥାକୁ ନେଇ କଳହ ସୃଷ୍ଟି ହେବ। ମହିଳାମାନେ ଯାହା ଭାବୁଛନ୍ତି, ତାହା ନିଶ୍ଚିତ ପାଇପାରିବେ।
ମକର
ମକର
ଅତୀତ ଘଟଣାକୁ ମନେପକାଇ ଭାବପ୍ରବଣତାବଶତଃ ମନୋବଳ ହ୍ରାସ ପାଇବ। ସାମାଜିକ ସ୍ତରରେ କିମ୍ବା ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରହିବ, ମାତ୍ର ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଶତ୍ରୁପୀଡ଼ାଜନିତ ଟେନ୍ସନ ଲାଗି ରହିପାରେ।
କୁମ୍ଭ
କୁମ୍ଭ
ବିଭିନ୍ନ ପ୍ରକାରର ଅସୁବିଧା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ପଡ଼ିବ। ବନ୍ଧୁଙ୍କ ମନରେ ବିଶ୍ୱାସ ହେଲା ଭଳି କାମ କରି ସଫଳତା ହାସଲ କରିବେ। ଛୋଟ କଥାଟିକୁ ବଡ଼ ଆକାରରେ ଚିନ୍ତା କରି ଅସ୍ଥିରତା ଅନୁଭଭ କରିପାରନ୍ତି। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
ମୀନମୀନ
କାର୍ଯ୍ୟ ହାସଲ ହେବା କାରଣରୁ ମାନସିକ ସ୍ଥିତି ପ୍ରାୟତଃ ଭଲ ରହିବ। ଶିଳ୍ପ, ବାଣିଜ୍ୟ, ରାଜନୀତି, ଓ କୂଟନୈତିକ ଆଲୋଚନା କ୍ଷେତ୍ରରେ ସଫଳତା ହାସଲ କରିବେ। ଅନ୍ୟମାନଙ୍କ ଭଲ ସକାଶେ ନିଜକୁ ଉତ୍ତରଦାୟୀ ହେବାକୁ ପଡିପାରେ। ଅର୍ଥହାନି ଓ ଅଭାବ ଅସୁବିଧା ଯୋଗୁ ଚିନ୍ତିତ ରହିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମେ ୨୬ ତାରିଖ – Daily Horoscope

ମେଷ ଆଜି ଗଜକେଶରୀ ଯୋଗ ହେତୁ ଯାହା କରିବେ ତାହା ନିର୍ବିଘ୍ନରେ ଫଳପ୍ରଦ ହେବ। ପାରିବାରିକ ଶାନ୍ତି, ସାମାଜିକ ସମ୍ମାନ ଏବଂ ଆନୁଷ୍ଠାନିକ କାମରେ ପ୍ରଶଂସିତ ହେବେ।…

ରାଶିଫଳ: ସୋମବାର, ମେ ୨୫ ତାରିଖ – Daily Horoscope

ମେଷ ଆଜି ସହକର୍ମୀଙ୍କ ସହଭାଗିତାରୁ ସମସ୍ତ କାର୍ଯ୍ୟରେ ସିଦ୍ଧିଲାଭ ଘଟିବ। ରବି ବୁଧ ମୁଖଭାବରେ ଅବସ୍ଥାନ କରି ଅପ୍ରିୟ ସତ୍ୟଭାଷଣରୁ ପ୍ରତ୍ୟେକ ସ୍ତରରେ ସମସ୍ୟା ସୃଷ୍ଟି କରିବେ।…

ରାଶିଫଳ: ରବିବାର, ମେ ୨୪ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ କେତୁଙ୍କ ସଂଯୋଗରୁ ବିଭିନ୍ନ କାରଣରୁ ମନ ଭଲ ରହିନପାରେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ, ଟଙ୍କା ପଇସାକୁ କେନ୍ଦ୍ରକରି କଳହ ଲାଗିପାରେ। ଦୈହିକ…

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri