Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୧ ତାରିଖ – Daily Horoscope

ମେଷ
ଆଜି ଲକ୍ଷ୍ମୀଯୋଗ ଥିବାରୁ ସାମଗ୍ରିକ ଦୃଷ୍ଟିକୋଣରୁ ଅର୍ଥ, ସମ୍ମାନ, ବନ୍ଧୁମିଳନ ଓ ବ୍ରହ୍ମାନନ୍ଦ ବାତାବରଣରେ ସମୟ ଅତିବାହିତ କରିବେ। ଦୀର୍ଘ ଦିନ ହେଲା ଯାହା ହୋଇପାରିନି ତାହା ପୂର୍ଣ୍ଣତା ଲାଭ କରିବ। ପିଲାଙ୍କ ସଫଳତା, ନୂତନ ବନ୍ଧୁସମ୍ପର୍କ ସ୍ଥାପନ, ଉନ୍ନତ ମାନର ଆଲୋଚନାର ସୁଯୋଗ ପାଇବେ। ପାରିବାରିକ ସମ୍ପର୍କ ବହୁତ ଭଲ ରହିବ।
ବୃଷ
ବୃଷ
କର୍ମାଧିପଙ୍କ କେନ୍ଦ୍ରାବସ୍ଥାନରୁ କ୍ଷେତ୍ର ସିଂହାସନ ଯୋଗ ପ୍ରଭାବରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ସମ୍ମାନ, ସମ୍ବର୍ଦ୍ଧନା ପ୍ରାପ୍ତ ହେବ। ପଡ଼ୋଶୀଙ୍କ ଘରୋଇ କଥାରେ ମୁଣ୍ଡ ପୂରାଇ ସମାଲୋଚିତ ହୋଇପାରନ୍ତି। ଜମିଜମା କାରବାର, ନୂତନ ଘର ତିଆରି, ଯାନବାହନ ମରାମତି, ଦୋକାନର ଉନ୍ନତୀକରଣରୁ ଉପକୃତ ହେବେ।
ମିଥୁନ
ମିଥୁନ
ରାଶିରେ ରବିଙ୍କ ସ୍ଥିତିବଶତଃ ବନ୍ଧୁଙ୍କ ସାହାଯ୍ୟ, ପଦସ୍ଥ ବ୍ୟକ୍ତିଙ୍କ ଅନୁକମ୍ପା ଓ ଆର୍ଥିକ ଦିଗରୁ ଉପକୃତ ହେବେ। ଜମିଜମା, ପୁରୁଣା ଗାଡ଼ି ଓ ଯାନ୍ତ୍ରିକ ଜିନିଷ କିଣିବା କିମ୍ବା ବିକିବା ସକାଶେ ମନ ବଳାଇପାରନ୍ତି। ପଡ଼ୋଶୀଙ୍କ ସହ ମନୋମାଳିନ୍ୟ ଘଟିପାରେ। ସାମାଜିକ କ୍ଷେତ୍ରରେ ବନ୍ଧୁଙ୍କ ମଧ୍ୟରେ ଆଲୋଚନା ଅସମାପ୍ତ ରହିପାରେ।
କର୍କଟ
କର୍କଟ
ସ୍ବରାଶିରେ ଚନ୍ଦ୍ର ଅବସ୍ଥାନ କରୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବ। କର୍ମକ୍ଷେତ୍ରରେ ଦୃଢ଼ ମନୋବଳ ନେଇ ଆଗକୁ ମାଡ଼ିଚାଲିବେ। ଆପଣଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସହକର୍ମୀମାନେ ପଛରେ ବହୁତ ସମାଲୋଚନା କରିପାରନ୍ତି। କାର୍ଯ୍ୟବ୍ୟସ୍ତ ଓ ଟେନ୍ସନ ଲାଗି ରହିବା ଯୋଗୁ ଖାଦ୍ୟପେୟ ଠିକ୍‌ ରହିନପାରେ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟିରେ ରାଶିଥିବାରୁ ଆଜି କୌଣସି କାମ ଅଟକିବ ନାହିଁ। ପାରିବାରିକ ପରିସ୍ଥିତି ଭଲ ରହିବ। ବ୍ୟବସାୟ, ବାଣିଜ୍ୟ ଓ ବ୍ୟବସାୟରୁ ଭଲ ଲାଭ ପାଇବେ; କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା ଲାଗି ରହିବା ହେତୁ ଚିନ୍ତାଗ୍ରସ୍ତ ହେବେ। ପର ଉପରେ ନିର୍ଭର କରିବା କାରଣରୁ କେତେକ ବ୍ୟତିକ୍ରମ ଦେଖାଦେଇପାରେ।
କନ୍ୟା
ଆଜି ଏକାଦଶସ୍ଥ ଚନ୍ଦ୍ରଙ୍କ ସୁପ୍ରଭାବରୁ କାମଗୁଡ଼ିକ ସମ୍ପନ୍ନ ହେବା ସାଙ୍ଗକୁ ପ୍ରତ୍ୟେକ କ୍ଷେତ୍ରରେ ଶୁଭଫଳ ପାଇବେ। ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନେ ପରିସ୍ଥିତିବଶତଃ ମିତ୍ର ସାଜିବାକୁ ଚେଷ୍ଟା କରିବେ। ଅଟକି ରହିଥିବା କାମ କରିବାକୁ ମନ ବଳାଇପାରନ୍ତି। ସାମ୍ବାଦିକତା, ପ୍ରକାଶନ ଓ ପରିବହନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ଆଜି କର୍ମସ୍ଥାନରେ ଚନ୍ଦ୍ର ରହିଥିବାରୁ ଯାତ୍ରା ପ୍ରୀତିପ୍ରଦ ରହିବ। କାମ ହାସଲ କରିବାରେ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ଗଠନମୂଳକ ପରାମର୍ଶ ଦେଇ ସହକର୍ମୀଙ୍କ ପ୍ରିୟପାତ୍ର ହେବେ। ଦୀର୍ଘ ଦିନରୁ ଅଟକି ରହିଥିବା ନିର୍ମାଣ ତଥା ବ୍ୟବସାୟଭିତ୍ତିକ କାମଗୁଡ଼ିକ ସୁରୁଖୁରୁରେ ହୋଇଯିବ।
ବିଛା
ବିଛା
କର୍ମକ୍ଷେତ୍ରରେ ସମସ୍ୟା ଲାଗି ରହିଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ, ଯଦିଓ ସମ୍ପୂର୍ଣ୍ଣ ରୂପେ ସମସ୍ୟାମୁକ୍ତ ହୋଇ ପାରିବେ ନାହିଁ। ଭାଗ୍ୟସ୍ଥ ଚନ୍ଦ୍ର ହେତୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କଟିବ।
ଧନୁ
ଧନୁ
ରାହୁଯୁକ୍ତ ମଙ୍ଗଳ ଆପଣଙ୍କୁ ସଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ସୃଷ୍ଟି କରିବ। ବିଭିନ୍ନ ସମସ୍ୟା ଥିଲେ ହେଁ ଆର୍ଥିକ ଦିଗରୁ ଉପକୃତ ହେବେ। ପାରିବାରିକ ଅଶାନ୍ତି କ୍ରମଶଃ ବୃଦ୍ଧି ପାଇବା କାରଣରୁ ଭାବପ୍ରବଣତା ବୃଦ୍ଧି ପାଇପାରେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇଯିବେ, ଫଳରେ ସମାଧାନରେ ସମୟ ବିଳମ୍ବିତ ରହିବ।
ମକର
ମକର
ଆଜି ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବହୁତ ଭଲ ରହିବ ଏବଂ ବନ୍ଧୁ ଗହଣରେ ଖୁସି ରହିବେ। ପରିବାରର କୌଣସି ବ୍ୟକ୍ତିଙ୍କ ସ୍ବାସ୍ଥ୍ୟ ସମସ୍ୟା ନେଇ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି। ଜମିଜମା କ୍ରୟ ବିକ୍ରୟ କିମ୍ବା ନୂତନ ବାଣିଜ୍ୟାରମ୍ଭ ପାଇଁ ମନ ବଳାଇ ପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଆଜି ଶୁଭ ଚନ୍ଦ୍ର ପ୍ରଭାବରୁ ଯେଉଁଠି ଯାହା କହିବେ କିମ୍ବା କରିବେ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହେବ। ସାଙ୍ଗସାଥୀଙ୍କ ସହଯୋଗରୁ ବିବଦମାନ ସ୍ଥିତିରୁ ମୁକ୍ତି ମିଳିବ। କେତେକ ଆକସ୍ମିକ ସମସ୍ୟାକୁ ନେଇ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିପାରେ। ପୂର୍ବ ପରିକଳ୍ପିତ ନୂଆ ଯୋଜନା ସକାଶେ ବନ୍ଧୁଙ୍କ ପରାମର୍ଶ ଆବଶ୍ୟକ ମନେକରିବେ।
ମୀନମୀନ
ଗ୍ରହସ୍ଥିତିକୁ ନେଇ ମନ ଅସ୍ଥିର ସାଙ୍ଗକୁ ଶାରୀରିକ ସୁସ୍ଥତା ନ ରହିବା ହେତୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ପରିବାରର ଖର୍ଚ୍ଚ ବଢ଼ିଯିବା କାରଣରୁ ମନରେ ସରସତା ରହିନପାରେ। କର୍ମକ୍ଷେତ୍ରରେ, ରାଜନୀତି ତଥା ବ୍ୟବସାୟ କ୍ଷେତ୍ରରେ ସ୍ଥିରତା ଫେରିପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ସହାୟତାରୁ ଉପକୃତ ହେବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?