Posted inRasifala

ରାଶିଫଳ: ମଙ୍ଗଳବାର, ଜୁନ୍ ୨୮ ତାରିଖ – Daily Horoscope

ମେଷ
ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ଦେଖାଦେବ। ଅର୍ଥ ସମ୍ଭନ୍ଧୀୟ କୌଣସି କଥା ବନ୍ଧୁଙ୍କ ନିକଟରୁ ଶୁଣି ଉଲ୍ଲସିତ ହେବେ। ପ୍ରତ୍ୟେକ ଦିଗକୁ ଲକ୍ଷ୍ୟରଖି ଗୋପନୀୟ ଆଲୋଚନା ବ୍ୟତିରେକ ସମସ୍ୟାରେ ଛନ୍ଦିହୋଇଯିବେ। ଅନ୍ୟ କଥାରେ ପ୍ରଭାବିତ ହୋଇ କିମ୍ବା ସତର୍କତାର ସହ କାମ ନ କଲେ ଫସିଯାଇପାରନ୍ତି।
ବୃଷ
ବୃଷ
ଆଜି ଏକାଧାରରେ ଅର୍ଥଲାଭ ସାଙ୍ଗକୁ ସନ୍ତାନଙ୍କ ଗୌରବରେ ଗୌରବାନ୍ବିତ ମନେକରିବେ। ସହକର୍ମୀଙ୍କ ସହ ମତାନ୍ତରଜନିତ ସମସ୍ୟା ବୃଦ୍ଧିର ସମ୍ଭାବନା ରହିଛି। ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି। କିଛି ଜିନିଷ ହଜାଇବା କାରଣରୁ ବିରସ ମନରେ ଅନୁତପ୍ତ ରହିବେ।
ମିଥୁନ
ମିଥୁନ
ଆକସ୍ମିକ ଭାବରେ ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଓ କାମଟି ବିଳମ୍ବରେ ହେବ। ଶିଳ୍ପ, ବାଣିଜ୍ୟ, କଳ କାରଖାନା, ହୋଟେଲ, ବ୍ୟବସାୟରୁ ସୁଫଳ ପାଇବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣକରି ସାମୟିକ ଆନନ୍ଦିତ ରହିପାରନ୍ତି।
କର୍କଟ
କର୍କଟ
ଉଦାରତା ଓ ସହନଶୀଳତା ଗୁଣରୁ ସମସ୍ତଙ୍କର ଆଦରଣୀୟ ହୋଇ ପ୍ରଶଂସିତ ହେବେ। ତଥାପି ସାମୟିକ ଭାବପ୍ରବଣତା କିମ୍ବା ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସାମାନ୍ୟ ତିକ୍ତତା ସୃଷ୍ଟି ହୋଇପାରେ। କରଜଦାତାଙ୍କ ଚାପ ବୃଦ୍ଧି ପାଇବା କାରଣରୁ ସାମୟିକ ଦୁଶ୍ଚିନ୍ତା ବୃଦ୍ଧି ପାଇବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟିକରିପାରେ। ଆବଶ୍ୟକତା ପୂରଣକରିବା ସକାଶେ ଧାରକରଜ କରି କାମ ଚଳାଇ ନେବେ। ଅସୁବିଧାଜନକ ସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନାବାଣୀ ମନରେ ଆଶ୍ୱସ୍ତି ଭରିପାରେ। ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
ଅଶାନ୍ତିକୁ ପ୍ରକାଶ ନ କରି ଅନ୍ୟ କାମରେ ନିଜକୁ ମଜାଇ ରଖି ପ୍ରଶଂସିତ ହେବେ। ପରିବାରର ଛୋଟ ଘଟଣାକୁ ଗୁରୁତ୍ୱ ଦେଲେ ତାହା ଅଶାନ୍ତି ସୃଷ୍ଟିର କାରଣ ହୋଇପାରେ। ଅନ୍ୟମାନଙ୍କୁ ଖୁସିରେ ରଖିବା ସକାଶେ ଯେତେ ପ୍ରକାର ଚେଷ୍ଟାକଲେ ମଧ୍ୟ ବିଫଳ ହୋଇପାରନ୍ତି। ପ୍ଲଟିଂ କାରବାର ସମସ୍ୟା ବିଜଡ଼ିତ ରହିପାରେ।
ତୁଳା
ତୁଳା
କାର୍ଯ୍ୟବ୍ୟସ୍ତତା ଓ ମାନସିକ ଚାପ ବୃଦ୍ଧି କାରଣରୁ ମନ ଅଶାନ୍ତ ରହିବ। ଆକସ୍ମିକ ଭାବରେ ଅଟକି ରହିଥିବା ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ଗୃହସୀମା କିମ୍ବା ଘରଭଡ଼ାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ସୁଯୋଗ ଆପଣା ଛାଏଁ ପାଖରେ ଆସି ଜୁଟିବ ଓ ଆଶା ନିଶ୍ଚିତ ପୂରଣ ହୋଇଯିବ।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ଠିକ୍‌ ନିଷ୍ପତ୍ତି ନେବା ସହଜସାଧ୍ୟ ନ ହୋଇପାରେ। ଯଦିଓ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବେ, କିନ୍ତୁ ସହଜ ଓ ସୁବିଧାରେ ନୁହେଁ। ଅର୍ଥନୈତିକ, ପ୍ରଶାସନିକ, ସାମାଜିକ ଓ ରାଜନୈତିକ ସ୍ଥିତି ମଧ୍ୟମ ପ୍ରକାର ରହିବ। ସାହିତ୍ୟ, ସାମ୍ବାଦିକତା, ବ୍ୟବସାୟ କ୍ଷେତ୍ରରେ ପ୍ରତିବନ୍ଧକ ଦୂରେଇଯିବ।
ଧନୁ
ଧନୁ
ଅସନ୍ତୋଷ ବନ୍ଧୁଙ୍କ ସମ୍ମୁଖରେ ବଖାଣିବା ଦ୍ୱାରା ଓଲଟା ଫଳ ଭୋଗିବାକୁ ପଡ଼ିବ। ପରିବାର ସଦସ୍ୟଙ୍କ କାର୍ଯ୍ୟ ମନକୁ ନ ପାଇଲେ ମଧ୍ୟ କିଛି କରିବାର ଉପାୟ ପାଇବେ ନାହିଁ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁ କେତେକ ବ୍ୟତିକ୍ରମ ପରିଲକ୍ଷିତ ହେବ। ଶିଳ୍ପ,ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ମନ୍ଦ ନୁହେଁ।
ମକର
ମକର
ଆପଣ କାର୍ଯ୍ୟଶୈଳୀକୁ ସରଳୀକୃତ କରି ସଫଳତା ଆଣିବାରେ ଅନ୍ୟମାନଙ୍କୁ ସାହାଯ୍ୟ କରିବେ। ଅଧିକାଂଶ ସମୟ ଦିନଟିରେ ବନ୍ଧୁଙ୍କ ମେଳରେ ରହିବାର ସୁଯୋଗ ପାଇବେ। ପିଲାଙ୍କ ସହ ଖୁସିଗପ କରିବାର ମଉକା ଜୁଟିବ। ପ୍ରକାଶନ, ସଙ୍ଗଠନ, ରାଜନୀତି, ପ୍ରତିଦ୍ୱନ୍ଦ୍ୱିତା ତଥା ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂରହେବ।
କୁମ୍ଭ
କୁମ୍ଭ
ଆଜି ଯାହା କରନ୍ତୁ କିମ୍ବା ଯୁଆଡ଼େ ଯାଅନ୍ତୁନା କାହିଁକି ପ୍ରତ୍ୟେକ କ୍ଷେତ୍ରରେ ସଫଳତା ଅବଶ୍ୟ ପାଇବେ। ଧନିଷ୍ଠା ନକ୍ଷତ୍ର ସାୟାହ୍ନେ ସାମୟିକ ଭାବରେ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି। ଆଜିର କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ। ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମୀନମୀନ
ପ୍ରତ୍ୟେକ କାମ ଗତାନୁଗତିକ ରୀତିରେ ଗଡ଼ି ଚାଲିଲେ ମଧ୍ୟ ମନ ପ୍ରାୟତଃ ଭଲ ରହିବ ନାହିଁ। ପରିବାରର ଖର୍ଚ୍ଚ ପରିମାଣ କ୍ରମଶଃ ବଢ଼ିବା କାରଣରୁ ବ୍ୟସ୍ତତା ବୃଦ୍ଧିପାଇବ। କର୍ମକ୍ଷେତ୍ରରେ ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

ରାଶିଫଳ: ଶନିବାର , ଏପ୍ରିଲ ୧୩ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି କାରଣରୁ ଆପଣଙ୍କ ଆକର୍ଷଣୀୟ ବ୍ୟବହାର ସମସ୍ୟା ସମାଧାନରେ ସହାୟକ ହେବ। ଲୋକସମ୍ପର୍କ ବୃଦ୍ଧି, ପାରିବାରିକ ସହଯୋଗ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ସହାୟତା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri