Posted inRasifala

ରାଶିଫଳ: ଶୁକ୍ରବାର , ଜୁନ୍ ୨୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ସହ ରାହୁଙ୍କ ସଂଯୋଗ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ଦୀର୍ଘ ଦିନରୁ ପରସ୍ପର ପଡୁ ନ ଥିବା ପୁଅ ବୋହୂଙ୍କ କଥା ମନକୁ ଆନ୍ଦୋଳିତ କରିବ। ପରକୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ। ସମ୍ପର୍କରେ ଫାଟ ସୃଷ୍ଟି ହେବା କାରଣରୁ ପରିବାରରେ ପରସ୍ପରକୁ ସନ୍ଦେହ କରିପାରନ୍ତି।
ବୃଷ
ବୃଷ
ବୁଧଙ୍କ ସହ ମଙ୍ଗଳ ହେତୁ ବିଭିନ୍ନ ପ୍ରକାରର ଘରୋଇ ସମସ୍ୟା ମଧ୍ୟରେ ଅଣନିଃଶ୍ୱାସୀ ହୋଇପାରନ୍ତି। ସରକାରୀ ସ୍ତରରୁ ଅର୍ଥସମ୍ବନ୍ଧିତ ଖବରଟି ପାଇ ମନ ଖୁସୀ ହୋଇଯିବ। ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ପାପଯୁକ୍ତ ଚନ୍ଦ୍ର ହେତୁ କାମଗୁଡ଼ିକ ଅଟକିରହିଥିବା କାରଣରୁ ଅନ୍ୟମନସ୍କ ରହିପାରନ୍ତି। କୌଣସି ନୂତନ କାର୍ଯ୍ୟରେ ଯୋଗଦେଇପାରନ୍ତି। ବନ୍ଧୁ ମାନଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ ସମୟ କଟାଇବେ। ଯାନ ବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ରାହୁଚନ୍ଦ୍ର ହେତୁ ମାନସିକ ଚାପ ବୃଦ୍ଧି କାରଣରୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରିବେ। ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି। ଆଜିର ଆନୁଷ୍ଠାନିକ କାମଗୁଡିକ ସଂପୂର୍ଣ୍ଣ ହେବା କଷ୍ଟକର ହୋଇପଡିବ।
ସି˚ହ
ସି˚ହ
ଏକାଦଶସ୍ଥ ରବିଙ୍କ ଯୋଗୁ ଯେଉଁ କାମରେ ହାତ ଦେବେ ଅବଶ୍ୟ ସଫଳତା ପାଇବେ। ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ମିଳିବ। ପରୋକ୍ଷ ଶତ୍ରୁତା କିମ୍ବା କ୍ରନିକ୍‌ ରୋଗଜନିତ ପୀଡାନୁଭବ କରିବେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା କ୍ରମଶଃ ଦୂରେଇଯିବାରୁ ସାମୟିକ ଖୁସୀ ରହିବେ। ବନ୍ଧୁମାନେ ଆବଶ୍ୟକୀୟ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ। ପୂର୍ବ ଯୋଜନାନୁଯାୟୀ ଆମତ୍ୀୟଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ଗୃହ, ଜମିଜମା, ମାଲିମକଦ୍ଦମା ସମ୍ପର୍କୀୟ ଆଲୋଚନା ବିଗିଡି ଯାଇପାରେ।
ତୁଳା
ତୁଳା
ପାପଯୁକ୍ତ କର୍ମାଧିପତି ହେତୁ ପ୍ରତିବନ୍ଧକର ମଧ୍ୟ ସମ୍ମୁଖୀନ ହେବାକୁ ପଡିପାରେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ହେବାକୁ ପଡ଼ିପାରେ। ବାଣିଜ୍ୟ, ପରିବହନ, ପ୍ଲଟିଙ୍ଗ କାରବାର, ଆଲୋଚନା ଓ କଚେରି ମାମଲାରେ ଶୁଭ ଫଳ ପାଇବେ।
ବିଛା
ବିଛା
କିଛି ଅସୁବିଧା ନ ଥିଲେ ମଧ୍ୟ ଶନିଙ୍କ ଯୋଗୁ ଘରୋଇ କାମକୁ ନେଇ ମନ ବିଚଳିତ ରହିବ। ସହକର୍ମୀଙ୍କ ସହ ସଦ୍‌ଭାବ ବୃଦ୍ଧି ହୋଇପାରେ, ଯାହା କି ପରକ୍ଷଣରେ ଦରକାରରେ ଆସିବ। ବାରମ୍ବାର ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ତାହାର ସ୍ଥାୟୀ ସମାଧାନ କରିବା ଭଲ ହେବ। ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ।
ଧନୁ
ଧନୁ
ଭୁଲ୍‌ ନିଷ୍ପତ୍ତି ନେଇ ପରକ୍ଷଣରେ ଅନୁତାପ କରିବାକୁ ପଡିବ। ଛୋଟ ଛୋଟ କଥାକୁ ବୃହଦାକାରରେ ଚିନ୍ତାକରି ସମସ୍ୟାକୁ ବଢାଇ ଦେଇପାରନ୍ତି। ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ଅଫିସ୍‌ରେ କୌଣସି ବ୍ୟକ୍ତିଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
ମକର
ମକର
ମଙ୍ଗଳ ଓ ବୁଧଙ୍କ ସଂଯୋଗରୁ ସମ୍ପର୍କୀୟଙ୍କୁ ସାହାଯ୍ୟ କରିବାକୁ ଯାଇ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରସ୍ପର ମତପାର୍ଥକ୍ୟ କାରଣରୁ ପାରିବାରିକ ଶାନ୍ତି ପାଇବେ ନାହିଁ।
କୁମ୍ଭ
କୁମ୍ଭ
ସ୍ବଗୃହୀଶନି ହେତୁ ଯେଉଁ କାମ ହାତକୁ ନେଇଛନ୍ତି ତାହା ସମ୍ପନ୍ନ ହେବାରେ ଅସୁବିଧା ହେବନାହିଁ। ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ ଓ ନୂତନ ବାଣିଜ୍ୟ ଯୋଡିବା ପାଇଁ ଚିନ୍ତା କରିବେ। ଅନ୍ୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମୀନମୀନ
ରବିଙ୍କ ସ୍ଥାନ ସ୍ଥିତିଜନିତ ପାରିବାରିକ ସ୍ଥିତିରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରି ପାରନ୍ତି। ପ୍ରତିରୋଧ ଦୂରେଇ ଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ। ଜମିଜମା କାରବାର, ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri