ଏପିସୋଡ ପିଛା ୫୦ ଲକ୍ଷ; ଶୋ’ର ତୃତୀୟ ସିଜନରେ ରୋଜଗାର କରିଛନ୍ତି ୪୦ କୋଟି

ବମ୍ବେ: ଟେଲି ପରଦାର ଲୋକପ୍ରିୟ କମେଡି ଶୋ’ ‘ଦ କପିଲ ଶର୍ମା ଶୋ’ର ତୃତୀୟ ସିଜନ ଶେଷ ହୋଇଛି। ଏହାପରେ କପିଲ କିଛି ଦିନର ବ୍ରେକ୍‌ ନେଇ ବିଦେଶ ଗସ୍ତରେ ଯାଇଛନ୍ତି। ଏସବୁ ଭିତରେ ଏବେ ଏହି ସିଜନକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି।

କପିଲଙ୍କ ଶୋ’ର ତୃତୀୟ ସିଜନଙ୍କୁ ଦର୍ଶକ ପସନ୍ଦ କରିଥିବାରୁ ଏହା ହିଟ୍‌ ହୋଇଛି। କପିଲ ମଧ୍ୟ ନିଜର ପାଉଣା ବଢ଼ାଇଥିବାରୁ ଭଲ ରୋଜଗାର କରିଛନ୍ତି। ପ୍ରତି ଏପିସୋଡ ଲାଗି କପିଲ ୫୦ ଲକ୍ଷ ଟଙ୍କା ନେଉଥିଲେ। ଏପରି ଭାବେ ସେ ସପ୍ତାହକୁ ୧ କୋଟି ରୋଜଗାର କରୁଥିଲେ। ଏକ ରିପୋର୍ଟ ଅନୁଯାୟୀ କପିଲଙ୍କ ଶୋ’ର ତୃତୀୟ ସିଜନରେ ୮୦ ଏପିସୋଡ ରହିଥିଲା। ହିସାବ କଲେ କପିଲ ଏଥିରେ ୪୦ କୋଟି ରୋଜଗାର କରିଛନ୍ତି।

କହିରଖୁଛୁ, ଏବେ କପିଲ କାନାଡ଼ାରେ ନିଜ ଟିମ୍‌ ସହ ଛୁଟିରେ ଯାଇଛନ୍ତି। ସେଠାର ଅନେକ ଫଟୋ ସେ ସୋସିଆଲ ମିଡିଆରେ ଛାଡ଼ୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଲଣ୍ଡନରେ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଥିବାର ନଜର ଆସିଲେ ତ୍ରିଶା-ବିଜୟ; ଭିଡିଓ ଭାଇରାଲ, ପ୍ରଶଂସକ କହିଲେ…

ଚେନ୍ନାଇ,୧୩।୯: ସୁପରଷ୍ଟାର ଥାଲାପତି ବିଜୟ ଏବଂ ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନଙ୍କ ଯୋଡ଼ିକୁ ପ୍ରଶଂସକମାନେ ଦୀର୍ଘ ଦିନ ଧରି ପସନ୍ଦ କରିଆସୁଛନ୍ତି। ଏହି ପସନ୍ଦ ସହିତ, ଉଭୟଙ୍କ ମଧ୍ୟରେ…

ଗୋବିନ୍ଦାଙ୍କ ସହ ସମ୍ପର୍କରେ ତିକ୍ତତା ମଧ୍ୟରେ, ସୁନିତା ଆହୁଜା କରିବାକୁ ଯାଉଛନ୍ତି ଏମିତି କାମ ଯାହାକୁ ନେଇ ଉଠିପାରେ ବିରାଟ ଝଡ଼! କହିଲେ ଗଣେଶ ପୂଜା ସୁଦ୍ଧା…

ମୁମ୍ବାଇ,୧୩।୯: ବଲିଉଡ ଅଭିନେତା ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ମଧ୍ୟରେ ଚାଲିଥିବା ମନୋମାଳିନ୍ୟ ସମ୍ପ୍ରତି ସୋସିଆଲ ମିଡିଆ ଏବଂ ଚଳଚ୍ଚିତ୍ର ଜଗତରେ ଚର୍ଚ୍ଚାର ବିଷୟ…

ଅଷ୍ଟ୍ରେଲିଆରେ ଇତିହାସ ରଚିଲା ପ୍ରବାସୀ ଓଡ଼ିଆଙ୍କ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’, ସବ୍ୟସାଚୀ-ଅର୍ଚ୍ଚିତା ଯୋଗ ଦେଇ…

ସିଡ୍‌ନୀ: ପ୍ରଥମଥର ପାଇଁ ଓଡ଼ିଆ ସିନେ କଳାକାରମାନଙ୍କୁ ନେଇ ସିଡ୍‌ନୀ-ମେଲବୋର୍ନ ସହରରେ ଏକ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ‘ଝିଲ୍‌ମିଲ୍‌ ରାତି’ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି…

ଖୋଲିଲା ପ୍ରୀତିଙ୍କ ଗୁମର: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମୁମ୍ବାଇ,୯।୧୨: ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏବେ ତାଙ୍କ ଆଗାମୀ ଫିଲ୍ମ ‘ଭାଇବ’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମର ପ୍ରମୋସନ୍‌ରେ ବ୍ୟସ୍ତ ଥିବା ପ୍ରୀତି ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?