Posted inRasifala

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିବ। ଏଇ ଅଳ୍ପ କେତେଦିନ ହେଲା ଯାହା ଭାବୁତ୍ଥିଲେ ତାହା ଆଜି ସୁବିଧାରେ ପାଇଯିବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ।
ବୃଷ
ବୃଷ
ରବିଙ୍କ କୋଣସ୍ଥାନରେ ଦେବଗୁରୁ ବୃହସ୍ପତି ହେତୁ କାର୍ଯ୍ୟସିଦ୍ଧି,ଅର୍ଥନୈତିକ ଅଭିବୃଦ୍ଧି,ସାମାଜିକ ପ୍ରତିଷ୍ଠାଦି ପ୍ରଦାନ କରିବେ। ସ୍ବାସ୍ଥ୍ୟ ବିଶେଷ କିଛି ଖରାପ ନଥିଲେ ମଧ୍ୟ ବିଭିନ୍ନ ପ୍ରକାରର ଘରୋଇ ଝମେଲା କାରଣରୁ ମନଟା ଭଲ ରହି ନ ପାରେ। ଆଲୋଚନାର ଶେଷ ସମୟରେ ନିଷ୍ପତ୍ତି ବଦଳାଇଲେ ଅନର୍ଥର କାରଣ ହେବ।
ମିଥୁନ
ମିଥୁନ
ତୃତୀୟାଧିପତି ସ୍ବଭାବକୁ ଦେଖୁଥିବାରୁ ବନ୍ଧୁ ପରିଜନଙ୍କ ସହାୟତାରେ ଅର୍ଥ ସମ୍ପର୍କୀତ ସୁବିଧା ପାଇବେ। ଅଟକି ରହିଥିବା କାମ ସହଜରେ ସମ୍ପନ୍ନ ହୋଇଯିବ। ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ ଯଦ୍ୱାରାକି କାମ ହାସଲ ସକାଶେ ଅନ୍ୟର ସାହାଯ୍ୟ ନେଇପାରନ୍ତି। ନିର୍ମାଣ କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ କିଛି ଅଂଶରେ ବଢ଼ିଚାଲିବ।
କର୍କଟ
କର୍କଟ
ଚନ୍ଦ୍ର ଚତୁର୍ଥ କେନ୍ଦ୍ରରେ ରହିଥିବାରୁ ଆଜିର କାର୍ଯ୍ୟପଦ୍ଧତି,ଟଙ୍କା ପଇସା କାରବାର ପାଇଁ ଅସୁବିଧା ରହିବନାହିଁ। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେ କରୁଛନ୍ତି ସେମିତି କିଛି ହେବନି। ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହେବ। ଭୁଲ୍‌ ବୁଝାମଣାରୁ ପାରିବାରିକ ଜୀବନରେ ତିକ୍ତତା ଦେଖାଦେଇପାରେ।
ସି˚ହ
ସି˚ହ
କେନ୍ଦ୍ରରେ ବୃହସ୍ପତି ଓ ରବି ଆପଣଙ୍କ ସମସ୍ତ କାର୍ଯ୍ୟକୁ ଆଶାତୀତ ଭାବରେ ସଫଳତା ପ୍ରଦାନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିପାରନ୍ତି। ଦେହ ଭଲ ରହିବ ମାତ୍ର କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିବେ। କଳା,ସାହିତ୍ୟ,ରଚନାତ୍ମକ କାର୍ଯ୍ୟରେ ପ୍ରତିଦ୍ୱନ୍ଦ୍ୱିତା, ପ୍ରତିଯୋଗିତା କଲେ ମଧ୍ୟ ସଫଳତା ଯୋଗୁ ମନ ଖୁସି ରହିବ।
କନ୍ୟା
ଏକାଦଶସ୍ଥ ବୃହସ୍ପତିଙ୍କ ପ୍ରଭାବରେ ବନ୍ଧୁଙ୍କ ଅନୁରୋଧରେ କୌଣସି କାମ ସକାଶେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ମାଲି ମକଦ୍ଦମା, ତର୍କ ବିତର୍କ, ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
କର୍ମାଧିପ ଷଷ୍ଠାଧିପତିଙ୍କ ଦୃଷ୍ଟିରେ ଥିବାରୁ ପ୍ରତ୍ୟେକ କ୍ଷେତ୍ରରେ କିଛିନାକିଛି ସଂକଟଜନକ ସ୍ଥିତି ଉପୁଜିବ। ବନ୍ଧୁଙ୍କୁ ବିଭିନ୍ନ ପ୍ରକାରର କଥା କହିବା କାରଣରୁ ବିବାଦ ବଢ଼ିପାରେ। ଶିଳ୍ପ, ବାଣିଜ୍ୟ,ରାଜନୀତି, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ସୁଫଳ ପାଇବେ। ପରିଜନଙ୍କ ସହାୟତାରେ ବକେୟା ଅର୍ଥଲାଭ ଓ ବନ୍ଧୁ ମିଳନ ଅବଶ୍ୟ ଘଟିବ।
ବିଛା
ବିଛା
କେନ୍ଦ୍ରସ୍ଥ ରାଜଯୋଗ କାରଣରୁ ଦୀର୍ଘ ଦିନର ଅଭିଳାଷ ପୂରଣ ହେବାରୁ ଖୁସି ରହିବେ। ଟିକିଏ ଟିକିଏ କଥାରେ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ମନ ଉଦାସ ରହିବ। ଅସାବଧାନତାବଶତଃ ଦବ୍ର୍ୟ ନଷ୍ଟ ହେବାରୁ ଅନ୍ୟ ଉପରେ ରାଗି ପାରନ୍ତି। ସାହିତ୍ୟ, ସାମ୍ବାଦିକତା, ରାଜନୀତି, ସଂଗଠନ ଓ କ୍ରୀଡ଼ାରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିବାରେ ଲାଗିବ ଏବଂ ବନ୍ଧୁଙ୍କ ଆଗମନର ସୂଚନା ଖୁସି କରାଇବ। କର୍ମକ୍ଷେତ୍ରରେ ସହକର୍ମୀଙ୍କଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ରାଜନୀତି ଓ ଗବେଷଣାରେ ଉନ୍ନତି କରିବେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗ ଦେବାର ସୁଅବସର ପାଇବାର ସୂଚନା ରହିଛି।
ମକର
ମକର
କର୍ମାଧିପ ଉଚ୍ଚସ୍ଥାନରେ ଥିବାରୁ ଆପଣଙ୍କ ଆଶା ଓ ଅଭିଳାଷ ପୂରଣ ହେବାରେ ଅସୁବିଧା ରହିବ ନାହିଁ। ରାହୁଙ୍କ ପ୍ରଭାବରେ ବିବାଦ ଓ ପ୍ରତିବନ୍ଧକ ଯୁକ୍ତ କାମଠାରୁ ଦୂରେଇ ରହିବା ଭଲ। ପରିବାର ସଦସ୍ୟ ପଡ଼ୋଶୀଙ୍କ କୁଟମନ୍ତ୍ରଣାରେ କ୍ରୋଧ କରିପାରନ୍ତି। ରପତ୍ାନି, କ୍ରୀଡ଼ା, ସାହିତ୍ୟ, ଏଜେନ୍ସି, ସାମ୍ବାଦିକତାରେ ପ୍ରଂଶସିତ ହେବେ।
କୁମ୍ଭ
କୁମ୍ଭ
ପରୋକ୍ଷ ଶତ୍ରୁତାରୁ ପ୍ରତିରୋଧ ଭିତରେ ଆଜିର କାମ ସମ୍ପନ୍ନ ହେବ। ଜଣେ ବନ୍ଧୁଙ୍କ ମଧ୍ୟସ୍ଥତାରେ ପାରିବାରିକ ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କଲେ ଭଲ ହେବ। ଆଇନ ସହାୟତା ଲାଭ କରିବାପୂର୍ବକ କଚେରି ମାମଲାରେ ଆଶାଜନକ ଫଳ ପାଇବେ। ଆଜିର ଯାତ୍ରା ଅବଶ୍ୟ ସଫଳ ହେବ, ତଥାପି ଟେନ୍‌ସନ ଲାଗି ରହିପାରେ।
ମୀନମୀନ
ବୃହସ୍ପତିଙ୍କ ସୁପ୍ରଭାବରେ ସ୍ବାସ୍ଥ୍ୟ ଭଲ ରହିବ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଆପଣଙ୍କ ଉଦାର ମନୋଭାବ କାରଣରୁ ସମସ୍ୟା ସମାଧାନ କରିନେବେ। ଆଜି ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କ ମନ ବୁଝତ୍ଲା ଭଳି କଥା କହି କାମ ହାସଲ କରିବେ। ସାହିତ୍ୟ, ସଙ୍ଗୀତ, ନିର୍ମାଣ, ପରିବହନ, ସଭାସମିତିରେ ସଫଳତା ହାସଲ କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁନ୍ ୭ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ ଆର୍ଥିକ ସ୍ଥିତି ମନ୍ଦ ହେବନାହିଁ। ଚନ୍ଦ୍ରଙ୍କ ସହିତ ରାହୁଙ୍କ ସଂଯୋଗ ପାରିବାରିକ ଏବଂ ସନ୍ତାନଙ୍କ ସ୍ବାସ୍ଥ୍ୟହାନିର କାରଣ ହେବ…

ରାଶିଫଳ: ଶନିବାର, ଜୁନ୍ ୬ ତାରିଖ – Daily Horoscope

ମେଷ ଆଜି ରୁକ୍ଷ ଦୃଷ୍ଟିରେ ବୁଧ ଓ ଶୁକ୍ର ଯୋଗୁ କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗ ଭଲ ରହି ନ ପାରେ। ସବୁ କିଛି ଭଲ…

ରାଶିଫଳ: ଶୁକ୍ରବାର , ଜୁନ୍ ୫ ତାରିଖ – Daily Horoscope

ମେଷ ଆଜି ହିତୈଷୀଙ୍କ ସହ ଆଲୋଚନା ପୂର୍ବକ ନୂଆ କାମର ରୂପରେଖ ପ୍ରସ୍ତୁତ କରିବେ। ଦୀର୍ଘଦିନରୁ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ…

ରାଶିଫଳ: ଗୁରୁବାର, ଜୁନ୍ ୪ ତାରିଖ – Daily Horoscope

ମେଷ ଆଜି ଯେଉଁ କାମ ଆରମ୍ଭ କରିବେ ସଫଳତା ପାଇବା କଷ୍ଟକର ହେବ। ଅବଶ୍ୟ ଯାତ୍ରା, ବାଣିଜ୍ୟ, ପରିବହନ କ୍ଷେତ୍ରରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ। ରାଜନୀତିରେ…

ରାଶିଫଳ: ବୁଧବାର, ଜୁନ୍ ୩ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାମକୁ ସଫଳତାର ସହ ସମ୍ପନ୍ନ କରିବେ। ବନ୍ଧୁଙ୍କ ନିମନ୍ତ୍ରଣ କ୍ରମେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ…

ରାଶିଫଳ: ମଙ୍ଗଳବାର, ଜୁନ୍ ୨ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର ଅନ୍ୟମାନଙ୍କୁ ଆପଣାର କରିବାରେ ସାହାଯ୍ୟ କରିବ। ପାରସ୍ପରିକ ଉତ୍ତମ ବୁଝାମଣା ହେତୁ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବ।…

ରାଶିଫଳ: ସୋମବାର, ଜୁନ୍ ୧ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମ ଚନ୍ଦ୍ରଙ୍କ ମଙ୍ଗଳଦୃଷ୍ଟ ଯୋଗୁ ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଚିନ୍ତାଜନକ ରହିବ। ଦ୍ୱିଜା ନକ୍ଷତ୍ର ଜନ ସମାଜରେ ଆଦୃତି ଲାଭ ସାଙ୍ଗକୁ ଯାନବାହନ,…

ରାଶିଫଳ: ରବିବାର, ମେ ୩୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମ ଚନ୍ଦ୍ରଜନିତ ଖର୍ଚ୍ଚଭାରର ଆଧିକ୍ୟ, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ ରହିବେ। ସମ୍ପର୍କୀୟମାନେ ନିଆଁରେ ଘିଅ ଢାଳିଲା ପରି କଥା କହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri