Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୬ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରର କୋଣ ସ୍ଥାନରେ ରାଶ୍ୟାଧିପ ଅବସ୍ଥାନ କରି ଉନ୍ନତ ମାନସିକତା ପ୍ରଦାନ କରିବେ। ପାରିବାରିକ ପରିବେଶ ହର୍ଷଣମୁଖର ରହିବା ସହ ଅର୍ଥଲାଭ ଓ ବସ୍ତ୍ରାଳଙ୍କାର ପ୍ରାପ୍ତିରୁ ଖୁସି ହେବେ। ଆତ୍ମୀୟଙ୍କ କାର୍ଯ୍ୟକଳାପ ଦୂରଯାତ୍ରା ପାଇଁ ପ୍ରତିବନ୍ଧକ ସୃଷ୍ଟି କରିପାରେ। ଅସାବଧାନତା କାରଣରୁ କିଛି ହରାଇବାକୁ ପଡ଼ିପାରେ।
ବୃଷ
ବୃଷ
ଚନ୍ଦ୍ର ସହ ଶୁକ୍ରଙ୍କ ସମ୍ବନ୍ଧ ଯୋଗୁ ମନ ପ୍ରଫୁଲ୍ଲ ରହିବା ସହ ଆତ୍ମୀୟଙ୍କ ସହୃଦୟତାରୁ ଆନନ୍ଦିତ ହେବେ। କିନ୍ତୁ ରବିଙ୍କ ଦୁର୍ବଳତା କାରଣରୁ ପରିବାରରେ ସାଧାରଣ କଥାରେ ମତାନ୍ତର ଘଟିପାରେ। ବନ୍ଧୁ ସୁଯୋଗକୁ ସ୍ବାର୍ଥ ସାଧନ ଦିଗରେ ଲଗାଇପାରନ୍ତି। ଭୁଲ୍‌ ବୁଝାମଣାରୁ ଭାଇ କିମ୍ବା ଭଉଣୀଙ୍କ ସହ ତିକ୍ତତା ସୃଷ୍ଟିର ସମ୍ଭାବନା ରହିଛି।
ମିଥୁନ
ମିଥୁନ
ଲାଭାଧିପତିଙ୍କ ଦୁର୍ବଳତା ଜନିତ ଧନହାନି, ଅଶାନ୍ତି ଓ ଇଚ୍ଛା ବିରୁଦ୍ଧ ଯାତ୍ରା କରିପାରନ୍ତି। ଚୁକ୍ତିପତ୍ର, ଜମିଜମା କାରବାର, ଆନୁଷ୍ଠାନିକ କାମରେ ବ୍ୟତିକ୍ରମକୁ ଦେଖି ମାନସିକ ଆଘାତ ପାଇପାରନ୍ତି। ସମସ୍ୟା ସମାଧାନ କ୍ଷେତ୍ରରେ ସହକର୍ମୀମାନେ ସାହାଯ୍ୟ କରିବେ। ବନ୍ଧୁ ଓ ପରିଜନଙ୍କ ସହିତ ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ।
କର୍କଟ
କର୍କଟ
କେନ୍ଦ୍ରସ୍ଥ ରାଶ୍ୟାଧିପଙ୍କ ଅବସ୍ଥିତିଜନିତ ଶାରୀରିକ ସୁସ୍ଥତା ମନୋବଳ ବୃଦ୍ଧିରେ ସହାୟକ ହେବ। ବନ୍ଧୁଙ୍କୁ ବଦାନ୍ୟତା ଦେଖାଇ ନିଜର ଲକ୍ଷ୍ୟ ହାସଲ କରିବେ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିମାନଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ସାହିତ୍ୟ, ସାମ୍ବାଦିକତା, ପ୍ରକାଶନ, ନିର୍ମାଣ କ୍ଷେତ୍ରରେ ସହଯୋଗ, ସୁଖ ସମ୍ମାନ ପାଇ ଖୁସି ହେବେ।
ସି˚ହ
ସି˚ହ
ତୃତୀୟ ଚନ୍ଦ୍ର ହେତୁ ମନୋବଳ ଅକ୍ଷୁଣ୍ଣ ରହିଥିଲେ ମଧ୍ୟ ସାମର୍ଥ୍ୟ ଅଭାବରୁ କେତେକ କାମ ଅଟକି ରହିଯାଇପାରେ। ପାରିବାରିକ ଜୀବନରେ ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ସମ୍ପର୍କ କିଛି ମାତ୍ରାରେ ସାହାଯ୍ୟ କରିପାରେ। ବ୍ୟବସାୟ ଓ ପରିବହନ, ପ୍ରତ୍ୟୁଷ ଯାତ୍ରା ପାଇଁ ଦିନଟି ଭଲ।
କନ୍ୟା
ଏକାଧିକ ଗ୍ରହ ରାଶିରେ ଅବସ୍ଥାନ କରିଥିବାରୁ ଟିକିଏ ଟିକିଏ କଥାରେ କ୍ରୋଧିତ ହୋଇ ଅଶାନ୍ତ ବାତାବରଣ ସୃଷ୍ଟି କରିବେ। ଆଜିର କର୍ମକ୍ଷେତ୍ରର ପରିସ୍ଥିତି ଉତ୍ତେଜନାମୂଳକ ରହିପାରେ। ଜମିଜମା କାରବାର ଓ ବ୍ୟବସାୟିକ ସ୍ଥିତି ମନ୍ଦ ହେବନାହିଁ। ଆପଣଙ୍କ କାର୍ଯ୍ୟଦକ୍ଷତା ଓ କଥନଶୈଳୀରୁ ସାମାଜିକ ସ୍ତରରେ ପ୍ରଶଂସିତ ହେବେ।
ତୁଳା
ତୁଳା
ରାଶ୍ୟାଧିପତିଙ୍କ ସହିତ ଚନ୍ଦ୍ରଙ୍କ ସାନ୍ନିଧ୍ୟ ଯାହା ଚିନ୍ତା କରୁଥିବେ ତାହା ବାସ୍ତବତାରେ ପରିଣତ ହୋଇଯାଇପାରେ। ବୁଧଙ୍କ ପ୍ରଭାବରୁ ଅପ୍ରିୟ ସତ୍ୟ କହି ଅନ୍ୟମାନଙ୍କ ବିରାଗଭାଜନ ହେବେ। ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି। ଅର୍ଥ ସଂଗ୍ରହ କରିବାରେ ତପତ୍ରତା ପ୍ରକାଶକରି ଉପକୃତ ହେବେ।
ବିଛା
ବିଛା
ଭାବପ୍ରବଣତାରେ ଉତ୍‌ଫୁଲ୍ଲିତ ହୋଇ କୌଣସି ପଦକ୍ଷେପ ନେବା ଠିକ୍‌ ହେବନାହିଁ। ପାପଗ୍ରହଯୁକ୍ତ କର୍ମାଧିପତି କାରଣରୁ ପ୍ରିୟଜନଙ୍କ ସହ ଉଚ୍ଚବାଚ ଘଟିପାରେ। ବ୍ୟବସାୟକୁ ଆଗକୁ ବଢ଼ାଇବା ପାଇଁ ପଦକ୍ଷେପ ଗ୍ରହଣ କରିପାରନ୍ତି। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅଷ୍ଟମାଧିପ ଏକାଦଶସ୍ଥ ରହିଥିବାରୁ କର୍ମାରମ୍ଭରେ ପ୍ରଥମେ ସମସ୍ୟା ଆସିବ, କିନ୍ତୁ ପରକ୍ଷଣରେ ସବୁ ଠିକ୍‌ ହୋଇଯିବ। ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣ ହେବେ। ପିଲାଙ୍କ ବିବାହ ପାଇଁ ଆଲୋଚନା କରିପାରନ୍ତି। ସାମୟିକ ଭାବରେ ସ୍ବାସ୍ଥ୍ୟହାନି ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ ପ୍ରତିବନ୍ଧକ ସୃଷ୍ଟି କରିବ।
ମକର
ମକର
ସପ୍ତମାଧିପ କର୍ମଭାବସ୍ଥ ଯୋଗୁ ପରିବାର ଓ ବନ୍ଧୁବର୍ଗଙ୍କ ଦ୍ୱାରା ସହାନୁଭୂତି ଦ୍ୱାରା ଆଶ୍ୱସ୍ତି ପାଇପାରନ୍ତି। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇଯିବ। ପ୍ରତୀକ୍ଷା ପରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇ ପାରନ୍ତି। ମଙ୍ଗଳଙ୍କ ଦୁର୍ବଳତା କାରଣରୁ ପାରିବାରିକ ସ୍ଥିତି ବିଶେଷ ଭଲ ରହିନପାରେ।
କୁମ୍ଭ
କୁମ୍ଭ
ଭାଗ୍ୟସ୍ଥ ଶୁକ୍ର ଓ ଚନ୍ଦ୍ର ଆପଣଙ୍କୁ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ କରାଇପାରନ୍ତି। ଅନ୍ୟମନସ୍କ ରହିବା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ। ଅଭିମାନ କରି ରହିଥିବା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କାଗଜପତ୍ର ପାଇ ମନ ଖୁସି ହୋଇଯିବ।
ମୀନମୀନ

ଅଷ୍ଟମଭାବସ୍ଥ ଗ୍ରହଙ୍କ କୁପ୍ରଭାବରୁ ଆତ୍ମୀୟଙ୍କ ଅସହଯୋଗରେ ଚେଷ୍ଟା କରୁଥିବା କାମଟି ଅଟକି ଯାଇପାରେ। ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ପ୍ରଶଂସିତ ହେବେ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ବଳାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ, ପରିବହନ, ଲେଖାପଢ଼ା, ଯାତ୍ରା ଓ ଆଲୋଚନା କ୍ଷେତ୍ର ପାଇଁ ଦିନଟି ବହୁତ ଭଲ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ:ଶନିବାର , ସେପ୍ଟେମ୍ବର ୧୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ଜନିତ ବନ୍ଧୁ ସମ୍ପର୍କରେ ଉନ୍ନତି ହେବ। ଯାତ୍ରା, ବିବାଦ, ଗୃହାରମ୍ଭ ପାଇଁ ପ୍ରତିକୂଳତା ଆସିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। ପାରିବାରିକ…

ରାଶିଫଳ: ଶୁକ୍ରବାର , ସେପ୍ଟେମ୍ବର ୧୮ ତାରିଖ – Daily Horoscope

ମେଷ ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ର କର୍ମାରମ୍ଭ ସକାଶେ ସାହାଯ୍ୟ, ସହଯୋଗର ଅଭାବ ରହିବ ନାହିଁ। ଆନୁଷ୍ଠାନିକ, ସଭାସମିତି, ଧର୍ମକାର୍ଯ୍ୟ, ବନ୍ଧୁମିଳନ ପାଇଁ ଦିନଟି ଭଲ। ଛୋଟ ଛୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?