Posted inRasifala

ରାଶିଫଳ: ଶୁକ୍ରବାର, ନଭେମ୍ବର ୬ ତାରିଖ – Daily Horoscope

ମେଷ
ଆଜି ରାହୁ ନକ୍ଷତ୍ରସ୍ଥ ଚନ୍ଦ୍ର ଆପଣଙ୍କ ସହକର୍ମୀ କିମ୍ବା ପଡୋଶୀଙ୍କ ସହ ମନାନ୍ତର ସୃଷ୍ଟି କରିବ। ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କବିତର୍କର ସମ୍ମୁଖୀନ ହେବାକୁ ପଡିପାରେ। କିନ୍ତୁ ଆପୋଷ ମିଳାମିଶାରୁ ପାରିବାରିକ ସମସ୍ୟାର ସମାଧାନ ଘଟିବାରେ କୌଣସି ଅସୁବିଧା ହେବ ନାହିଁ। ଭ୍ରମଣ ସୁଯୋଗ ଜୁଟିବା ସହ ନୂତନ ବନ୍ଧୁତା ସୃଷ୍ଟି ହେବାର ଆଶା ରହିଛି।
ବୃଷ
ବୃଷ

କର୍ମାଧିପ ରବିଙ୍କ ନକ୍ଷତ୍ରସ୍ଥ ଯୋଗୁ ଅସମ୍ପୂର୍ଣ୍ଣ କାମକୁ ପୂର୍ଣ୍ଣାଙ୍ଗ କରିବାରେ ଜଣେ ପଦସ୍ଥ ବ୍ୟକ୍ତିଙ୍କ ଅବଦାନ ରହିବ। ଘରେ ଅସାବଧାନତା ବଶତଃ ଦ୍ରବ୍ୟ ନଷ୍ଟ ହେବାରୁ କଳହ ସୃଷ୍ଟି ହୋଇପାରେ। ପରିବାରର ବରାଦାନୁଯାୟୀ ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିପାରନ୍ତି। ଅତୀତ ଘଟଣା ସ୍ବାସ୍ଥ୍ୟହାନି କିମ୍ବା ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁଁ ମନ ଉଦାସ ରହିବ।

ମିଥୁନ
ମିଥୁନ
ଧନାଧିପ ରାଶିରେ ପାପଗ୍ରହ ନକ୍ଷତ୍ରରେ ଥିବାରୁ ଆର୍ଥିକ ଅନଟନର ସମ୍ମୁଖୀନ ହେବାକୁ ପଡିପାରେ। ସାମାଜିକ ସ୍ତରରେ କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ। ଆଳସ୍ୟ ଓ ଅବହେଳା ଯୋଗୁଁ ସୁଯୋଗ ହାତଛଡା ହୋଇପାରେ। ଅନ୍ୟମାନଙ୍କର ଟୁପଟାପ୍‍ କଥା ଶୁଣି ବ୍ୟସ୍ତତା ଅନୁଭବ କରିପାରିବେ।
କର୍କଟ
କର୍କଟ
ଆକସ୍ମିକ ଭାବରେ ଉପରିସ୍ଥଙ୍କ ଆଦେଶପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ। ମନ ଖୁସୀ ହେଲା ଭଳି କୌଣସି ଖବର ଅସମର୍ଥିତ ସୂତ୍ରରୁ ପାଇ ଖୁସୀ ହୋଇପାରନ୍ତି। ରବିଙ୍କ ଦୁର୍ବଳତା କାରଣରୁ ଆର୍ଥିକ ସ୍ଥିତିରେ ଅବନ୍ନତି କେତେକ ସମସ୍ୟାର କାରଣ ହୋଇପାରନ୍ତି। କୌଣସି ବ୍ୟକ୍ତି ଈର୍ଷା ପରାୟଣ ହୋଇ ପରିସ୍ଥିତିକୁ ଭିନ୍ନ ରୂପ ଦେଇପାରନ୍ତି।
ସି˚ହ
ସି˚ହ
ଶନି ଓ ଚନ୍ଦ୍ରଙ୍କ ଷଡାଷ୍ଟକ ସ୍ଥିତି କାରଣରୁ ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ। ନିଜର ଫାଇଦା ହାସଲ ପାଇଁ ସହକର୍ମୀ ଫନ୍ଦିଫିକର କରିବା ଲାଗି ମନ ବଳାଇବେ। ମଘା ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। କର୍ମକ୍ଷେତ୍ରରେ ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ।
କନ୍ୟା
ଚନ୍ଦ୍ର ମିଥୁନ ରାଶିରେ ଥିବାରୁ କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ଟେନ୍ସନ ସୃଷ୍ଟି କରିବ। ହସ୍ତା ନକ୍ଷତ୍ର ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ନିଜ ପରିସରରେ ଅନ୍ୟମାନଙ୍କ କାର୍ଯ୍ୟକଳାପ ନିଜ ପାଇଁ ଅସନ୍ତୋଷ ସୃଷ୍ଟି କରିପାରେ। କଠୋର ପରିଶ୍ରମ କିମ୍ବା ଅନିଦ୍ରା ହେତୁକ ଜ୍ୱର ଓ ବମନ ଦେଖାଦେବାର ସୂଚନା ରହିଛି
ତୁଳା
ତୁଳା
ଭାଗ୍ୟସ୍ଥାନରେ କର୍ମାଧିପ ରହିଥିବାରୁ ଦୀର୍ଘ ଦିନର ଆଶା ପୂରଣ ହେବା ଦିଗରେ ଅନୁକୂଳ ପରିସ୍ଥିତି ସୃଷ୍ଟି ହେବ। କିନ୍ତୁ ପରିବାରରେ ପିଲାଙ୍କ ବିଶୃଙ୍ଖଳିତ ଆଚରଣରେ କ୍ଷୁବଧ୍ ହେବେ। ଚିତ୍ରା ନକ୍ଷତ୍ରର ସୁବିଧା ଥାଇ ମଧ୍ୟ ଭୋଗବିଳାସରେ ବାଧାବିଘ୍ନ ଘଟିପାରେ। ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ବିଳମ୍ବରେ ପାଇବେ।
ବିଛା
ବିଛା
ରାଶିରେ କେତୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇ ପାରନ୍ତି। ବିବାଦୀୟ ମାମଲା ମନ୍ଥର ହେବା ସହ ପୁରାତନ ରୋଗର ପୀଡା ଅନୁଭବ ହୋଇପାରେ। ଅନୁରାଧା ନକ୍ଷତ୍ର ଉଚ୍ଚବର୍ଗଙ୍କ ସହାୟତା ଲାଭକରି ଏକ ପ୍ରକାର ଆଶ୍ୱସ୍ତି ଲାଭ କରିବେ। କିନ୍ତୁ ପାଖ ପଡୋଶୀ ଈର୍ଷାନ୍ବିତ ହୋଇ ଭିନ୍ନ ପ୍ରକାରର ମନ୍ତବ୍ୟ ଦେଇପାରନ୍ତି।
ଧନୁ
ଧନୁ
ନୀଚ ରାଶିରେ ଶୁକ୍ରଥିବାରୁ କର୍ମକ୍ଷେତ୍ରରେ ଫାଇଲ୍ କାମ ବୃଦ୍ଧି ପାଇବା କାରଣରୁ ଘରକଥା ବୁଝିବା ପାଇଁ ସମୟ ପାଇବେ ନାହିଁ। ଅଭାବ ନ ଥିଲେ କ’ଣ ହେଲା ବନ୍ଧୁଙ୍କ ସଦ୍ଭାବ ସହକର୍ମୀମାନଙ୍କ ସହଯୋଗ ଲାଭ କରି କାମ ହାସଲ କରିବେ। ପୂର୍ବାଷାଢା ନକ୍ଷତ୍ରର ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହେବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ମକର
ମକର

ଶୁକ୍ରଙ୍କ ନୀଚଭଙ୍ଗ ରାଜଯୋଗ ପ୍ରଭାବରୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ପାଖ, ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ନିଜର ବଳିଷ୍ଠ ବ୍ୟକ୍ତିତ୍ୱ ପ୍ରଭାବରୁ ଉଚ୍ଚ ଆଶା କରାଯାଇପାରେ। କିନ୍ତୁ ମନରେ ଭାବୁଥିବା କଥାଟି ବନ୍ଧୁଙ୍କ ମୁହଁ ସାମ୍ନାରେ ପ୍ରକାଶ କରିପାରିବେ ନାହିଁ।

କୁମ୍ଭ
କୁମ୍ଭ
ପାରିପାର୍ଶ୍ୱିକ ପରିସ୍ଥିତି କେତେକାଂଶରେ ଭଲ ରହିବା ସହ ନୂତନ ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ। ଦ୍ୱିତୀୟସ୍ଥ ମଙ୍ଗଳଙ୍କ କୁପ୍ରଭାବରୁ ରୁକ୍ଷ ବ୍ୟବହାର ସହକର୍ମୀଙ୍କ ମନରେ ଆଘାତ ଦେଇପାରେ। ଭାବପ୍ରବଣତା ଯୋଗୁ ମନୋବଳ କ୍ରମଶଃ ହ୍ରାସ ପାଇବ କିନ୍ତୁ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ। ପଡୋଶୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି।
ମୀନମୀନ

ଆନୁଷଙ୍ଗିକ ସବୁପ୍ରକାର ସୁବିଧାଥିଲେ ମଧ୍ୟ ପାରିବାରିିକ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିବ। ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଲକ୍ଷ୍ୟସ୍ଥଳକୁ ଯିବାରେ ବିଳମ୍ବ ଘଟିବାର ସୂଚନା ରହିଛି। ରେବତୀ ନକ୍ଷତ୍ର ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ବନ୍ଧୁସମ୍ପର୍କ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ଆଶାନୁରୂପ ସୁଫଳ ପାଇବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଏପ୍ରିଲ ୨୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ସହ କେତୁଯୁକ୍ତ କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହିବ ନାହିଁ। ଉଚ୍ଚସ୍ଥ ଶୁକ୍ର ଏକାଧାରରେ କର୍ମକ୍ଷେତ୍ରରେ ବନ୍ଧୁବର୍ଗଙ୍କ ପ୍ରୀତିଭାଜନ କରାଇପାରେ। କଳା,...

ରାଶିଫଳ: ଶନିବାର, ଏପ୍ରିଲ ୨୦ ତାରିଖ – Daily Horoscope

ମେଷ ନିଜ ରାଶିରେ ରବି ଓ ବୃହସ୍ପତି ଥିବାରୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ଚନ୍ଦ୍ର ପ୍ରଭାବରୁ ପରିବହନ, ବାଣିଜ୍ୟ, ଶିଳ୍ପ କ୍ଷେତ୍ରରେ ଶିଥିଳତା ଦେଖାଦେଇପାରେ। ସମସ୍ୟା...

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଶୁଭସଂସ୍ଥିତି ପ୍ରଭାବରେ ପାରିବାରିକ ଶାନ୍ତି ଓ ସ୍ଥିରତା ସଙ୍ଗକୁ ବୈଷୟିକ ଅଭିବୃଦ୍ଧି ଘଟିବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ସମ୍ପର୍କୀୟଙ୍କ ସହାନୁଭୂତି ଲାଭ...

ରାଶିଫଳ: ଗୁରୁବାର, ଏପ୍ରିଲ ୧୮ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରୁ କୌଣସି ନୂତନ କର୍ମାରମ୍ଭ ସକାଶେ ଯୋଜନା ପ୍ରସ୍ତୁତ କରିବେ। ପାରିବାରିକ ସମସ୍ୟା ସମାଧାନ ହେବା କ୍ଷେତ୍ରରେ ଜଣେ ପ୍ରିୟବନ୍ଧୁ ସାହାଯ୍ୟ କରିପାରନ୍ତି।...

ରାଶିଫଳ: ବୁଧବାର, ଏପ୍ରିଲ ୧୭ ତାରିଖ – Daily Horoscope

ମେଷ ଆଜି ଅଶ୍ଳେଷା ନକ୍ଷତ୍ର ବ୍ୟତୀତ ଅନ୍ୟ ନକ୍ଷତ୍ର ପାଇଁ ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତିରେ ଉନ୍ନତି ହେବ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିବେ। ପ୍ରଶାସନ,...

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୬ ତାରିଖ – Daily Horoscope

ମେଷ ଆଜି ଚତୁର୍ଥ କେନ୍ଦ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ଆପଣ ଫଳପ୍ରଦ ଯାତ୍ରା ସାଙ୍ଗକୁ ସାମୟିକ ପାରିବେଶିକ ଆନନ୍ଦ ଅନୁଭବ କରିବେ। କିନ୍ତୁ ନୀଚସ୍ଥ ବୁଧଙ୍କ ସ୍ଥିତି...

ରାଶିଫଳ: ସୋମବାର, ଏପ୍ରିଲ ୧୫ ତାରିଖ – Daily Horoscope

ମେଷ ଆଜି ପ୍ରଶାସନିକ ସଫଳତା, ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସହ ସମ୍ମାନଜନକ ସ୍ଥିତିରେ ରହିବେ। କୃତିକା ନକ୍ଷତ୍ର ବନ୍ଧୁଙ୍କ ଅନୁରୋଧରେ ନୂତନ ସ୍ଥାନ ବୁଲିଯିବାର...

ରାଶିଫଳ: ରବିବାର, ଏପ୍ରିଲ ୧୪ ତାରିଖ – Daily Horoscope

ମେଷ ଆଜି ଗୁର୍ବାଦିତ୍ୟ ଯୋଗ ପ୍ରଭାବରୁ ବିଶିଷ୍ଟ ବ୍ୟକ୍ତିମାନଙ୍କ ସାନ୍ନିଧ୍ୟରୁ ସମ୍ମାନିତ ହେବେ। ବନ୍ଧୁ ପରିଜନଙ୍କ ସହ ଆଲୋଚନାରେ ସମୟ ଅତିବାହିତ କରିପାରନ୍ତି। ଉପସ୍ଥିତ ସମସ୍ୟାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri