Posted inRasifala

ରାଶିଫଳ: ବୁଧବାର, ଜାନୁଆରୀ ୬ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ସାମାନ୍ୟ ଭୁଲ୍‌ରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ପରିବାରରେ ଆକସ୍ମିକ କଳହ ଲାଗିବାର ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ପୁଞ୍ଜିଲଗାଣ ପାଇଁ ଦିନଟି ବହୁତ ଭଲ। ମିଠା କଥା କହି ବନ୍ଧୁଙ୍କ ମନରେ ବିଶ୍ୱାସ ଜନ୍ମାଇବାରେ ସମର୍ଥ ହେବେ। ସନ୍ତାନଙ୍କ କୃତୀ ଓ କୃତିତ୍ୱରୁ ଖୁସି ରହିବେ।
ବୃଷ
ବୃଷ
ଆତ୍ମୀୟ ଓ ମିତ୍ରମାନଙ୍କ ସାହାଯ୍ୟ ସହଯୋଗ ନେଇ କାର୍ଯ୍ୟ ହାସଲ କରିବେ। ନୂତନ କର୍ମାରମ୍ଭ କ୍ଷେତ୍ରରେ ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଇ ଋଣଗ୍ରସ୍ତ ହେବାକୁ ପଡ଼ିବ। ଜମିଜମା କିଣାବିକା ବାବଦରେ ରହିଥିବା ସମସ୍ୟା ଦୂରୀଭୂତ ହୋଇଯିବ। ଅନ୍ୟ କାହା କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‌ କାମ କରିପାରନ୍ତି।
ମିଥୁନ
ମିଥୁନ
ବିଶ୍ରାମହୀନ କାମ ଓ ବିଶେଷ ଭ୍ରମଣ କାରଣରୁ ଆକସ୍ମିକ ସ୍ବାସ୍ଥ୍ୟହାନିର ଆଶଙ୍କା ରହିଛି। ପରିବାରରେ ଗୁରୁତ୍ୱପୂର୍ଣ୍ଣ ସମସ୍ୟାର ସମାଧାନ ହୋଇଯିବ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନରେ ପାଇପାରନ୍ତି। ଆର୍ଥିକ ସ୍ଥିତିରେ ସାମାନ୍ୟ ପରିବର୍ତ୍ତନ ଘଟିବାରୁ ଖୁସି ହେବେ।
କର୍କଟ
କର୍କଟ
ପରିବାରର ବିଭିନ୍ନ ଅସୁବିଧା ବିଷୟ ଚିନ୍ତା କରି ମନରେ ଅସ୍ଥିରତା ଲାଗି ରହିବ। କେତେକ ଖଳପ୍ରକୃତିର ଲୋକମାନେ ଜାଣି ଶୁଣି ବିରୁଦ୍ଧାଚରଣ କରିପାରନ୍ତି। ଆଶା ଓ ବିଶ୍ୱାସ ନେଇ ବନ୍ଧୁଙ୍କ ପ୍ରହେଳିକାପୂର୍ଣ୍ଣ କଥା ଶୁଣି ମରୀଚିକା ପଛରେ ଦୌଡ଼ିପାରନ୍ତି। କୌଣସି କ୍ଷେତ୍ରରେ ପୁଞ୍ଜିଲଗାଣ ପାଇଁ ମନ ବଳାଇବେ।
ସି˚ହ
ସି˚ହ
ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ମତଭେଦ ଦେଖାଦେଇପାରେ। କର୍ମକ୍ଷେତ୍ରରେ ଆଶଙ୍କା କରୁଥିବା ଘଟଣା ସେମିତି କିଛି ହେବ ନାହିଁ। ବନ୍ଧୁଙ୍କ ମିଥ୍ୟା ଅଭିଯୋଗ ସକାଶେ ବିରକ୍ତି ପ୍ରକାଶ କରିବେ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
କନ୍ୟା
ସାମାଜିକ ସ୍ତରରେ ନିଜ ଲୋକଙ୍କୁ ମନେଇ କାମ ହାସଲ କରିବାରେ ସଫଳ ହେବେ। ସାହିତ୍ୟ, ସାମ୍ବାଦିକତା, କଳା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ପ୍ରଶଂସିତ ହେବେ। ଭାବପ୍ରବଣବଶତଃ ବନ୍ଧୁ କିମ୍ବା ସହକର୍ମୀଙ୍କୁ ଓଲଟା କଥା କହି ଅପଦସ୍ଥ ହେବେ। କଠୋର ପରିଶ୍ରମଜନିତ କ୍ଲାନ୍ତି ଓ ଅବସାଦ ଅନୁଭବ କରିପାରନ୍ତି।
ତୁଳା
ତୁଳା
ସହକର୍ମୀଙ୍କ ସହ ଗତକାଲିର ଆଲୋଚନା ଅନୁଯାୟୀ ଆଜିର କାମଗୁଡିକ ଠିକ୍‌ ଠିକ୍‌ ହୋଇଯିବ। କର୍ମକ୍ଷେତ୍ରରେ ସ୍ପଷ୍ଟବାଦିତା ଓ ସହୃଦୟତା ହେତୁ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଜିଦ୍‌ଖୋର ପ୍ରବୃତ୍ତି ତ୍ୟାଗ କଲେ କେତେକାଂଶରେ ଉପକୃତ ହେବେ। ଆକସ୍ମିକ ଭାବେ ଯାନ୍ତ୍ରିକ ତ୍ରୁଟି ଯାତ୍ରାକୁ ବିଳମ୍ବିତ ହେବାର ଆଶଙ୍କା ରହିଛି।
ବିଛା
ବିଛା
ପ୍ରତ୍ୟେକ କ୍ଷେତ୍ରରେ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିପାରିଲେ ସଫଳତା ମିଳିବ। ନୀଚ ସଂସର୍ଗରୁ ଦୂରେଇ ରହନ୍ତୁ, ନତୁବା ସମସ୍ୟା ଜାଲରେ ଛନ୍ଦି ହୋଇପଡ଼ିବେ। ସନ୍ଧ୍ୟା ସୁଦ୍ଧା ଶୀଘ୍ର ଶେଷ କରିବା ସକାଶେ ଭାବୁଥିବା କାମଟିକୁ ଶେଷ କରିପାରିବେନି। ପରିବହନ, ନିର୍ମାଣ, ଆଲୋଚନା, ସଭା ସମିତି ଓ ଚୁକ୍ତିପତ୍ର ପାଇଁ ଦିନଟି ଭଲ।
ଧନୁ
ଧନୁ
ପୂର୍ବାଲୋଚନାନୁଯାୟୀ ନୂତନ ସ୍ଥାନ ଭ୍ରମଣ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ବନ୍ଧୁଙ୍କ ପରାମର୍ଶରେ ନୂତନ କର୍ମାରମ୍ଭ ପ୍ରୀତିପଦ ହେବ ଓ ବୁଦ୍ଧିଜୀବୀଙ୍କ ଦ୍ୱାରା ପ୍ରଶଂସିତ ହେବେ। ବିବାଦୀୟ କ୍ଷେତ୍ରରେ ମଧ୍ୟସ୍ଥତା କଲେ ସମାଲୋଚିତ ହେବାକୁ ପଡିବ। ଯୁକ୍ତିତର୍କ ହେତୁ ବନ୍ଧୁଙ୍କ ସହ ସମ୍ପର୍କ ହାନି ଦୁଶ୍ଚିନ୍ତାକୁ ବଢାଇଦେବ।
ମକର
ମକର
ବନ୍ଧୁଙ୍କ ସହାୟତାରେ ଆର୍ଥିକ ଅନଟନଜନିତ ମନସ୍ତାପ ଦୂରୀଭୂତ ହୋଇଯିବ। ଅଫିସରେ ଏକାଧିକ କାମ ହାତକୁ ନେଇ ବିବ୍ରତତା ବୃଦ୍ଧି ପାଇବ। ନୂତନ କର୍ମାରମ୍ଭ, ଯାନବାହନ କ୍ରୟ, ପାରିବାରିକ ସମସ୍ୟା ନେଇ ଚିନ୍ତା କରିବେ। ବନ୍ଧୁଙ୍କ ବ୍ୟବହାରରେ ସନ୍ତୋଷ ପ୍ରକାଶ କରିପାରିବେ ନାହିଁ।
କୁମ୍ଭ
କୁମ୍ଭ
ନୂତନ ଯୋଜନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ଅନ୍ୟମାନଙ୍କ କାନକୁହା କଥା ଶୁଣି ବ୍ୟସ୍ତ ହୁଅନ୍ତୁ ନାହିଁ। ବନ୍ଧୁ ଅସୁବିଧାରେ ପକାଇବେ ନାହିଁ ବରଂ ସାହାଯ୍ୟ କରିବେ। ବାଦବିବାଦ କ୍ରମେ ଜଟିଳ ହେଲେ ମଧ୍ୟ ଆପଣ ସଫଳତା ହାସଲ କରିବେ।
ମୀନମୀନ
ପ୍ରତିକୂଳ ସମୟ ଦେଇ ଗତି କରୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଘଟଣାଗୁଡିକୁ ଅସ୍ବାଭାବିକ ମନେ କରିବେ। ଅଫିସରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପାରନ୍ତି। ଅପୂରଣୀୟ ଅଭିଳାଷ ନେଇ ନୈରାଶ୍ୟଜନିତ ଦୁଃଖ ଅନୁଭବ କରିବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରେ କାମ ପୂର୍ଣ୍ଣାଙ୍ଗର ସୁଯୋଗ ପାଇବେ। ଅପ୍ରିୟ ସତକଥା କହି ବିରୋଧୀ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ ଆଜିର ନୂତନ କର୍ମାରମ୍ଭ, ଆନୁଷ୍ଠାନିକ କର୍ମ ଆନନ୍ଦ ଉଲ୍ଲାସ ମଧ୍ୟରେ ସମ୍ପନ୍ନ ହେବ। ହିତୈଷୀମାନଙ୍କ ସହୃଦୟତାରୁ ଆପଣ ଯାହା ଚାହୁଁଛନ୍ତି, ତାହା ପାଇବାରେ କୌଣସି ଅସୁବିଧା…

ରାଶିଫଳ: ଶନିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭିନ୍ନ ପ୍ରକାର ହେତୁ ଅନ୍ୟମାନେ ଭୁଲ୍‍ ବୁଝିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ମିଳିବ। ଦୀର୍ଘ ଦିନରୁ ରହିଯାଇଥିବା…

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri