Posted inRasifala

ରାଶିଫଳ: ଶୁକ୍ରବାର, ମେ ୧୩ ତାରିଖ – Daily Horoscope

ମେଷ
ଆଜିର ଚନ୍ଦ୍ର ଓ ରାଶ୍ୟାଧିପତି ଷଡ଼ାଷ୍ଟକ ସ୍ଥିତି ହେତୁ ମାନସିକ ସନ୍ତୁଳନ ରକ୍ଷାରେ ଅସମର୍ଥ ହେବେ। ପ୍ରତ୍ୟେକ କାମ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ସମ୍ପନ୍ନ ହେବ। ପରୋକ୍ଷ ଶତ୍ରୁତା କାରଣରୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ଅଟକିଥିବା କାମଟି ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କରାଇନେବେ।
ବୃଷ
ବୃଷ
ପାପଗ୍ରହ ମଧ୍ୟସ୍ଥ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟହାନି ଘଟିପାରେ। ପୁନଶ୍ଚ ବିଭିନ୍ନ ପ୍ରକାରର ଘରୋଇ ଅଶାନ୍ତି କାରଣରୁ ମନଟା ଭଲ ରହିବ ନାହିଁ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରରେ ଶୁଭଫଳ ପାଇବେ। ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରୁହନ୍ତ, ନତୁବା ହଜିଯିବାର ସମ୍ଭାବନା ରହିଛି ।
ମିଥୁନ
ମିଥୁନ
ଚନ୍ଦ୍ର କେନ୍ଦ୍ରସ୍ଥ ଗୁରୁ ହେତୁ ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ପ୍ରୀତିପ୍ରଦ ରହିବ। ଆର୍ଥିକ ପରିସ୍ଥିତି ବଦଳାଇବା ପାଇଁ ଗୁରୁ୍‌ତ୍ୱପୂର୍ଣ୍ଣ ଉପାୟ ଅବଲମ୍ବନ କରିପାରନ୍ତି। କଳା, ସାହିତ୍ୟ, ବାଣିଜ୍ୟ ଓ ପରିବହନରେ ଉନ୍ନତି କରିବେ। ନିର୍ଦ୍ଦିଷ୍ଟ ଲକ୍ଷ୍ୟ ହାସଲରେ ଆଜିର ଯାତ୍ରାରେ ସଫଳତା ପାଇବାରେ କୌଣସି ଅସୁବିଧା ରହିବନାହିଁ ।
କର୍କଟ
କର୍କଟ
ଶୁଭଗ୍ରହ ପ୍ରଭାବରେ ପରିସ୍ଥିତିକୁ ଯେତେଟା ଜଟିଳ ମଣୁଛନ୍ତି ସେମିତି କିଛି ହେବନି। ଅଷ୍ଟମସ୍ଥ ଶନିଙ୍କ ହେତୁ ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ପାରିବାରିକ ଜୀବନରେ ତିକ୍ତତା ଆଶଙ୍କା ରହିଛି । ବୈବାହିକ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଗୁରୁଜନମାନଙ୍କ ପରାମର୍ଶ ଗ୍ରହଣ କରିବା ଭଲ ହେବ ।
ସି˚ହ
ସି˚ହ
ଶନିଙ୍କ ଦୃଷ୍ଟିରେ ରବିଥିବାରୁ ପଦସ୍ଥ ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହେବେ। କଠିନ ପରିଶ୍ରମଜନିତ କ୍ଳାନ୍ତିବୋଧ କରିପାରନ୍ତି। ଯେକୌଣସି ପ୍ରତିଯୋଗିତାରେ ଯୋଗଦେଲେ ସଫଳତା ଯୋଗୁ ମନ ଖୁସି ରହିବ। ମାଲିମକଦ୍ଦମା, ରଚନାତ୍ମକ କାର୍ଯ୍ୟ, ଯାତ୍ରା, ଗବେଷଣା ତଥା ପରିବହନରେ ଲାଭବାନ ହେବେ।
କନ୍ୟା
ଷଷ୍ଠସ୍ଥ ମଙ୍ଗଳ ହେତୁ ସକାଳୁ ବନ୍ଧୁଙ୍କ ଅନୁରୋଧରେ ଯାତ୍ରା କରି ବାଟରୁ ଲେଉଟି ଆସିପାରନ୍ତି। ଖଳଲୋକଙ୍କ କଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରି ହଇରାଣ ହେବେ । ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ସଭା ସମିତି, ସଂଗଠନ, ନିର୍ମାଣ ଓ ପରିବହନ କ୍ଷେତ୍ରରୁ ଶୁଭଫଳ ପାଇବେ।
ତୁଳା
ତୁଳା
ବିରକ୍ତି ପ୍ରକାଶ ଲାଗି ପରିବାରରେ ବିବାଦ ବଢ଼ିପାରେ। ଶନିଙ୍କ ନକ୍ଷତ୍ରସ୍ଥ ବୃହସ୍ପତିଙ୍କ ଯୋଗୁ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ ନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି, କଳା, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ବ୍ୟତିକ୍ରମ ପରିଲକ୍ଷିତ ହୋଇପାରେ। ବିବାହ ପ୍ରସ୍ତାବ ଭାଙ୍ଗିଯିବା କାରଣରୁ ମନ ଭଲ ରହି ନ ପାରେ।
ବିଛା
ବିଛା
ଅନୁକୂଳ ଗ୍ରହ ପ୍ରଭାବରୁ ଅଭିଳାଷ ପୂରଣଜନିତ ମନ ପ୍ରଫୁଲ୍ଲ ରହିବ। ଯାତ୍ରା ସମୟରେ ଅସାବଧାନତାବଶତଃ ଦ୍ରବ୍ୟ ନଷ୍ଟ ହୋଇପାରେ। ଜ୍ୟେଷ୍ଠା ନକ୍ଷତ୍ର ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହୋଇପାରନ୍ତି। କଳା, ସାହିତ୍ୟ, ପ୍ରକାଶନ, ସାମ୍ବାଦିକତା, ସଂଗଠନ ଓ କ୍ରୀଡ଼ାକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ ।
ଧନୁ
ଧନୁ
ସହକର୍ମୀଙ୍କ ନିକଟରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି । ବନ୍ଧୁଙ୍କ ସମ୍ମୁଖରେ ପ୍ରିୟ କଥା କହି ଭୁଲ୍‌ ବୁଝାମଣା ଦୂରେଇବା ସହ ସମସ୍ୟାକୁ ସୁଧାରି ନେବେ। ସ୍ବଗୃହୀ ବୃହସ୍ପତିଙ୍କ ପ୍ରଭାବରେ ଆଲୋଚନା ମାଧ୍ୟମରେ ଭ୍ରାତୃ ସମ୍ପର୍କରେ ଉନ୍ନତି ପରିଲକ୍ଷିତ ହେବ। ବନ୍ଧୁଙ୍କ ନିକଟରେ ବାକି ରହିଥିବା ଟଙ୍କା ପାଇବାରେ ଅସୁବିଧା ହେବ ନାହିଁ।
ମକର
ମକର
ଭାଗ୍ୟସ୍ଥାନରେ ଗୁରୁଦୃଷ୍ଟ ଚନ୍ଦ୍ର ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଧ କରାଇବ। ଉତ୍ତରାଷାଢ଼ା ନକ୍ଷତ୍ରର ମତାନ୍ତରଜନିତ ମାନସିକ ଅଶାନ୍ତି କାରଣରୁ ମନରେ ସରସତା ରହିବ ନାହିଁ। ଆଜିର ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ। ଗବେଷଣା, ସାହିତ୍ୟ କୃତି ତଥା ଏଜେନ୍ସି ଓ ସାମ୍ବାଦିକତାରେ ପ୍ରଶଂସିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ବଳଶାଳୀ ରାଶ୍ୟାଧିପ ହେତୁ ସ୍ବାସ୍ଥ୍ୟ ଭଲ ରହିବ ଏବଂ ପ୍ରତ୍ୟେକ କାର୍ଯ୍ୟରେ ଜୟଯୁକ୍ତ ହେବେ। କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ବନ୍ଧୁମାନଙ୍କ ସହ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ। ନିକଟ ସମ୍ପର୍କୀୟଙ୍କ ସହିତ ଆଜିର ଯାତ୍ରା ଅବଶ୍ୟ ସଫଳ ହେବ।
ମୀନମୀନ
ଦୀର୍ଘଦିନରୁ ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପଡ଼ିବ। କିନ୍ତୁ ଉଚ୍ଚସ୍ଥ ମଙ୍ଗଳ ହେତୁ ଅର୍ଥ ଓ ସମ୍ମାନ ପାଇବାରେ ଅସୁବିଧା ହେବନାହିଁ। ମିଥ୍ୟା ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର, ନିର୍ମାଣକ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri