Posted inRasifala

ରାଶିଫଳ: ଶୁକ୍ରବାର, ମେ ୬ ତାରିଖ – Daily Horoscope

ମେଷ
ଏକାଦଶରେ ଶୁକ୍ର ଓ ମଙ୍ଗଳଙ୍କ ସଂଯୋଗ ଅର୍ଥ ଓ ଭୂସମ୍ପତ୍ତି ପ୍ରଦାନ କରିପାରନ୍ତି। ରାହୁ ଓ ବୁଧ ପ୍ରଭାବରେ ଭୁଲ୍‌ ନିଷ୍ପତ୍ତି ନେବେ ଓ ବନ୍ଧୁସମ୍ପର୍କ ହାନି ଘଟିପାରେ। ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବେ। ନିଜର ଇଚ୍ଛା ବିରୁଦ୍ଧରେ କୌଣସି କାମ କରି ଅନୁତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ଖର୍ଚ୍ଚଭାର ବୃଦ୍ଧି ସଙ୍ଗକୁ ସ୍ଥାନ ପରିବର୍ତ୍ତନର ଦୁଶ୍ଚିନ୍ତା ମନକୁ କବଳିତ କରିବ। ଧ୍ୟୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଅଳ୍ପ ସମୟ ମଧ୍ୟରେ ସବୁ ଠିକ୍‌ ହୋଇଯିବ । ପରିବାର ମଧ୍ୟରେ ନିଜର ପ୍ରତିକ୍ରିୟା ଅଶାନ୍ତି ସୃଷ୍ଟିର ମୁଖ୍ୟ କାରଣ ହୋଇପାରେ। ବାହାର ଲୋକଙ୍କ ଠାରୁ ଭୁଲ୍‌ ଖବର ପାଇ ସାମୟିକ ଭାବରେ ବିବ୍ରତ ହୋଇପାରନ୍ତି।
ମିଥୁନ
ମିଥୁନ
ଜନ୍ମରାଶିରେ ଚନ୍ଦ୍ରଙ୍କ ସ୍ଥିତି ମାନସିକ ସୁସ୍ଥତା ସଙ୍ଗକୁ ଆର୍ଥିକ ଅଭିବୃଦ୍ଧି ଘଟାଇବ। ଶୁକ୍ରଙ୍କ ପ୍ରଭାବରୁ ଖୁସି ମିଜାଜରେ କାମ କରିବାକୁ ଭଲ ପାଇବେ। ବ୍ୟବସାୟକୁ ନୂତନ ରୂପ ଦେବାର ପରିକଳ୍ପନା କରି ବନ୍ଧୁଙ୍କୁ ସହଯୋଗ କରିପାରନ୍ତି । କଳା, ସାହିତ୍ୟରେ ଉନ୍ନତି କରିବେ ଓ ସମସ୍ୟାର ସମାଧାନରେ ସଫଳ ହେବେ ।
କର୍କଟ
କର୍କଟ
ଭାଗ୍ୟସ୍ଥାନରେ ଗୁରୁଶୁକ୍ର ଆପଣଙ୍କୁ ଅପୂର୍ବ ସଫଳତାରେ ଆନନ୍ଦ ଅନୁଭବ କରାଇବ । ସାଧାରଣ କଥାକୁ ନେଇ ପରିବାରରେ କଥା କଟାକଟି ହୋଇପାରେ। ଖଳଲୋକଙ୍କ କଥାରେ ଭୁଲ୍‌ କାମ କରିପାରନ୍ତି। ପ୍ରକାଶନ, ପ୍ରଶାସନ, ରାଜନୀତି, ଆଇନ, ଅଦାଲତ ତଥା ଆନୁଷ୍ଠାନିକ କ୍ଷେତ୍ରରୁ ସଫଳତା ପାଇବେ।
ସି˚ହ
ସି˚ହ
ସପ୍ତମ କେନ୍ଦ୍ରରେ ଶନି ସହ ଶୁକ୍ର ଓ ମଙ୍ଗଳ ହେତୁ ଆକସ୍ମିକ କଳହରେ ଲିପ୍ତ ରହିପାରନ୍ତି। ପରିବାରରେ ସ୍ଥଗିତ କାମପାଇଁ କୈଫିୟତ୍‌ ଦେବାକୁ ପଡିପାରେ। ଜମିଜମା, ମାଲିମକଦ୍ଦମା, ମାଙ୍ଗଳିକ କାର୍ଯ୍ୟ ସମ୍ପର୍କୀୟ ଆଲୋଚନାରେ ଅଗ୍ରଗତି ପରିଲକ୍ଷିତ ହୋଇପାରେ। ଆକସ୍ମିକ ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି।
କନ୍ୟା
ପାପଗ୍ରହ ଯୁକ୍ତ ରାଶ୍ୟାଧିପ ଅଷ୍ଟମଭାବସ୍ଥ ହେତୁ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବ। ଚିତ୍ରା ନକ୍ଷତ୍ର ଅଟକି ରହିଯାଇଥିବା କାର୍ଯ୍ୟରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସହ ଦୂରଯାତ୍ରା କରିବାକୁ ପଡିପାରେ। ଲେଖାପଢ଼ା ତଥା ପ୍ରକାଶନ, ରଚନାମତ୍କ କାର୍ଯ୍ୟ, ସାହିତ୍ୟ, ସଙ୍ଗୀତ ଓ ସତ୍‌ସଙ୍ଗ କ୍ଷେତ୍ରରେ ଆମତ୍ତୃପ୍ତି ପାଇବେ ।
ତୁଳା
ତୁଳା
ଦଶମ ଚନ୍ଦ୍ର ପ୍ରଭାବରୁ ବନ୍ଧୁ ମିଳନ ସହିତ ଖୁସିର ଆସର ଜମିପାରେ। ଆମତ୍ୀୟଙ୍କଠାରୁ ସାହାଯ୍ୟ ସହିତ ସ୍ନେହ ଶ୍ରଦ୍ଧା ଓ ଅନୁରକ୍ତି ଲାଭ କରିବେ। ବିବାଦୀୟ ଘଟଣାର ଦିଗ ବଦଳି ଯାଇପାରେ ଅବଶ୍ୟ ଅସୁବିଧା ହେବନାହିଁ । ଗୃହ ସମସ୍ୟା ଆନୁଷ୍ଠାନିକ କାମ, ଯାନ୍ତ୍ରିକ ଶିଳ୍ପ ଓ ପରିବହନ କ୍ଷେତ୍ରରେ ଆଶା ଅନୁରୂପ ଫଳ ପାଇବେ।
ବିଛା
ବିଛା
ଚତୁର୍ଥଭାବସ୍ଥ ପାପଗ୍ରହମାନେ ପାରିବେଶିକ ସମସ୍ୟା ସୃଷ୍ଟି କରିପାରନ୍ତି; ଯାହାକି ମାନସିକ ସ୍ତରରେ ପ୍ରବଳ ଅନ୍ତଦ୍ଦର୍‌ବନ୍ଦ୍ୱ ସୃଷ୍ଟି କରିବ। ଅତି ନିଜର ବୋଲି ଭାବୁଥିବା ବନ୍ଧୁଟି ହିଁ ସ୍ବାର୍ଥବାଦୀ ହୋଇପଡିବା ଫଳରେ କେତେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ । ସାହିତ୍ୟ, କଳା, କ୍ରୀଡ଼ା, କୀର୍ତ୍ତନ ଓ ରଚନାମତ୍କ କାମରେ ଉଚ୍ଚ ପ୍ରଶଂସା ପାଇବେ।
ଧନୁ
ଧନୁ
ନୂତନ ଭାବେ କରିବାକୁ ଯାଉଥିବା କାମରେ ପ୍ରତିବନ୍ଧକ ଯୋଗୁ ଅଗ୍ରଗତି ହୋଇପାରିବ ନାହିଁ। କେତେକ କ୍ଷେତ୍ରରେ ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି। ଅସଫଳତାକୁ କେନ୍ଦ୍ର କରି ନିଜ ଲୋକଙ୍କୁ ସନ୍ଦେହ କରିବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ଅବଶ୍ୟ ଘଟିବ ।
ମକର
ମକର
ଶାରୀରିକ ସ୍ବାସ୍ଥ୍ୟ ଭଲ ରହିଲେ ମଧ୍ୟ ବ୍ୟବହାରିକ ବ୍ୟତିକ୍ରମ ସମସ୍ୟା ଓ ଅଶାନ୍ତି ସୃଷ୍ଟି କରିବ। ପରିବାର ଭିତରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ । ସନ୍ତାନଙ୍କ ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗଁୁ ମଧ୍ୟ ବିଚଳିତ ହୋଇପାରନ୍ତି। ସରକାରୀ କ୍ଷେତ୍ରରୁ ଲାଭର ଆଶା ନେଇ ଉତ୍‌ଫୁଲ୍ଲିତ ହେବେ ।
କୁମ୍ଭ
କୁମ୍ଭ
ଆଜି ଅର୍ଥନୈତିକ କାରବାର ସକାଶେ ସମୟ ଅତୀବ ଅନୁକୂଳ ରହିଛି। ପ୍ରତ୍ୟେକ କ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ। ସାମାଜିକ ସ୍ତରରେ ଯାହା କହିବେ ଅଳ୍ପ କହିବେ କିନ୍ତୁ ମରମ କଥାଟି କହି ପରୋକ୍ଷ ଶତ୍ରୁତାକୁ ଡାକି ଆଣିବେ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରେ ଆୟ ତୁଳନାରେ ବ୍ୟୟ ବୃଦ୍ଧି ଘଟିବ।
ମୀନମୀନ
ଶୁଭଗ୍ରହ ପ୍ରଭାବରୁ ସମସ୍ୟା ଓ ପ୍ରତିବନ୍ଧକ କମିବ କିନ୍ତୁ ଭାଇ ଭଉଣୀଙ୍କ ସହ ସମ୍ପର୍କ କ୍ଷୁଣ୍ଣ ହୋଇପାରେ। ମନ କଥାକୁ ମନ ଭିତରେ ସାଇତି ରଖି କାମ କରିବାକୁ ବାଧ୍ୟ ହୋଇପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରେ ଥିବା ସମସ୍ୟାର ସମାଧାନ ହେବ। ନୂତନ ସ୍ଥାନ ପରିଭ୍ରମଣ କରିବା ସକାଶେ ସୁଯୋଗ ଲାଭ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର , ଜୁଲାଇ ୧୦ ତାରିଖ – Daily Horoscope

ମେଷ ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟରୁ ଅର୍ଥଲାଭ ହେବା ସାଙ୍ଗକୁ ପ୍ରିୟଜନଙ୍କ ଦେଖାସାକ୍ଷାତ୍‍ରୁ ଖୁସି ରହିବେ। ମତପାର୍ଥକ୍ୟ କାରଣରୁ ବନ୍ଧୁ କିମ୍ବା ପରିବାର ସହ ମନୋମାଳିନ୍ୟ ସୃଷ୍ଟିର…

ରାଶିଫଳ: ଗୁରୁବାର, ଜୁଲାଇ ୯ ତାରିଖ – Daily Horoscope

ମେଷ ଆଜି ଜନ୍ମଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ମତାନ୍ତର ସାଙ୍ଗକୁ ଧନହାନିର ଆଶଙ୍କା ରହିଛି। ପାରିବାରିକ ସମସ୍ୟା ସମାଧାନ ପାଇଁ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।…

ରାଶିଫଳ: ବୁଧବାର, ଜୁଲାଇ ୮ ତାରିଖ – Daily Horoscope

ମେଷ ଆଜି ଆନୁଷ୍ଠାନିକ କାର୍ଯ୍ୟରେ ବନ୍ଧୁଗୃହକୁ ଯାତ୍ରା ସକାଶେ ମନସ୍ଥ କରିବେ। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ବନ୍ଧୁଙ୍କ ମାଧ୍ୟମରେ ପାଇବେ। ଅଶ୍ୱିନୀ ନକ୍ଷତ୍ରର ଶିଳ୍ପ, ବାଣିଜ୍ୟ,…

ରାଶିଫଳ: ମଙ୍ଗଳବାର, ଜୁଲାଇ ୭ ତାରିଖ – Daily Horoscope

ମେଷ ଆଜି ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସାଙ୍ଗକୁ ବନ୍ଧୁମାନଙ୍କ ସହ ଦୂରଯାତ୍ରା କରିବାର ମଉକା ପାଇବେ। ସହକର୍ମୀଙ୍କ ଆର୍ଥିକ ଅନୁଦାନ ସ୍ଥଗିତ କାର୍ଯ୍ୟକୁ ତ୍ୱରାନ୍ବିତ କରିବାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri