Posted inRasifala

ରାଶିଫଳ: ଶୁକ୍ରବାର, ଏପ୍ରିଲ ୨୨ ତାରିଖ – Daily Horoscope

ମେଷ
ରବି ଉଚ୍ଚଭାବରେ ରହିଥବାରୁ ଦୃଢ଼ ପଦକ୍ଷେପ ନେଇ କାମ ହାସଲ କରିବେ। ବୁଧଙ୍କ ପ୍ରଭାବରୁ ନିକଟସ୍ଥ ଲୋକଙ୍କୁ ଆପଣାର କରିବା ଦ୍ୱାରା ଅନୁକୂଳ ପରିବେଶ ସୃଷ୍ଟି ହୋଇପାରିବ। ଅତ୍ୟାବଶ୍ୟକ ସମୟରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ।
ବୃଷ
ବୃଷ
ଶୁକ୍ରଙ୍କ ସୁପ୍ରଭାବ ଆପଣଙ୍କୁ ବିଳାସ ସାମଗ୍ରୀ କ୍ରୟ ପାଇଁ ଅନୁପ୍ରେରିତ କରିପାରେ। କଳା, ସାହିତ୍ୟ, କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସଫଳତା ପାଇପାରନ୍ତି। ବ୍ୟବସାୟିକ ଦିଗରୁ ଦିନଟି ମନ୍ଦ ନୁହେଁ, ଅବଶ୍ୟ ବିଶେଷ ଲାଭବାନ୍‌ ନ ହୋଇପାରନ୍ତି। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସୁନାମ ମିଳିବ।
ମିଥୁନ
ମିଥୁନ
ଉପରିସ୍ଥଙ୍କ ଆଦେଶରେ ବାଧ୍ୟବାଧକତାର ସହ କେତେକ କାମ କରିବାକୁ ପଡ଼ିପାରେ। ପଡ଼ୋଶୀମାନେ ଈର୍ଷାନ୍ବିତ ହୋଇ ବିରୁଦ୍ଧାତ୍ମକ କଥାବାର୍ତ୍ତା କରିପାରନ୍ତି। ଅର୍ଥବଳ ଥିଲେ ମଧ୍ୟ ସହଯୋଗ ଅଭାବରୁ ହାତକୁ ନେଇଥିବା କାମଗୁଡ଼ିକ ଠିକ୍‌ ଭାବରେ ନ ହୋଇପାରେ। ଆଜିର ଫେରନ୍ତା ବାଟରେ ମିତ୍ରତା ଯୋଗୁ ମନ ଖୁସି ରହିବ ।
କର୍କଟ
କର୍କଟ
ଆଜି ପରିବାରରେ ବିବାଦୀୟ ପରିସ୍ଥିତି ଦେଖାଦେବାର ସୂଚନା ରହିଛି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଆଶାୟୀଥିବା କୌଣସି ସକାରାତ୍ମକ ଖବର ମନକୁ ଆହ୍ଲାଦିତ କରିବ। ଗୃହୋପଯୋଗୀ ଜମିଜମା ସକାଶେ କୌଣସି ବ୍ୟକ୍ତିଙ୍କ ସହ ଆଲୋଚନାରୁ ସଫଳତା ମିଳିବ।
ସି˚ହ
ସି˚ହ
ଆଜି ଆପଣ ଯାହା ଚାହୁଁଛନ୍ତି ତାହା ପାଇବା ସକାଶେ ସାମନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ । ସରକାରୀ ସ୍ତରରେ ଆକସ୍ମିକ ଭାବରେ ଗସ୍ତ କାର୍ଯ୍ୟକ୍ରମ ବାତିଲ ହୋଇଯିବାର ଆଶଙ୍କା ରହିଛି। କର୍ମକ୍ଷେତ୍ରରେ ଅଯଥା ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ପ୍ରତିଯୋଗିତା କ୍ଷେତ୍ରରେ କିମ୍ବା ମାଲିମକଦ୍ଦମାରେ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି।
କନ୍ୟା
ବନ୍ଧୁମାନଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପ୍ରତି ରହିଥିବା ଭଲ ଧାରଣା କ୍ରମଶଃ ହ୍ରାସ ପାଇପାରେ। ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁଦାୟିତ୍ୱ ବହନ କରିବାକୁ ପଡ଼ିବ। ଆବଶ୍ୟକତା ପୂରଣ କରିବା ସକାଶେ ଧାର ସୂତ୍ରରେ ଅର୍ଥ ଆଣିବେ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
ତୁଳା
ତୁଳା
ନିକଟସ୍ଥ କୌଣସି ବ୍ୟକ୍ତିବିଶେଷ ଆପଣଙ୍କ ପାଇଁ ସମସ୍ୟାର କାରଣ ସାଜିପାରନ୍ତି । ଆକସ୍ମିକ ଅର୍ଥାଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆଲୋଚନା ପରିସରରେ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ। ଆତ୍ମୀୟସ୍ବଜନଙ୍କ ପ୍ରେରଣାରେ ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ।
ବିଛା
ବିଛା
କୌଣସି ଅସୁବିଧା ନ ଥିଲେ ମଧ୍ୟ ପୁରୁଣା ସମ୍ପର୍କ ହାନି ସମ୍ବନ୍ଧିତ ସମସ୍ୟା ଦୁଶ୍ଚିନ୍ତା ସୃଷ୍ଟି କରିବ। ରାଜନୈତିକ ସ୍ତରରେ ନେତୃସ୍ଥାନୀୟ ବ୍ୟକ୍ତିବିଶେଷଙ୍କ ଦ୍ୱାରା ଉପକୃତ ହୋଇପାରନ୍ତି । ପାରିବାରିକ କ୍ଷେତ୍ରରେ ମତାନ୍ତରଜନିତ କାରଣରୁ ମନରେ ଅଶାନ୍ତି ଆସିବ। ସ୍ବାସ୍ଥ୍ୟହାନି ହେତୁ ନିରାକରଣ ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ପରାମର୍ଶ ନେଇପାରନ୍ତି।
ଧନୁ
ଧନୁ
ଆଜିର ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ। କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପାଇଁ ସମୟ ଭଲ ରହିବ। କର୍ମକ୍ଷେତ୍ର ଓ ପାରିବାରିକ ଜୀବନ ସକାଶେ କେତେକ ବ୍ୟତିକ୍ରମ ଦେଖାଦେବାର ସୂଚନା ରହିଛି।
ମକର
ମକର
ବନ୍ଧୁଙ୍କର ସାମାନ୍ୟ ଅସମ୍ମାନଜନକ କଥା ଓ ବ୍ୟବହାରରେ ଚିହିଁକି ଉଠି ଅନର୍ଥ ଘଟାଇ ପାରନ୍ତି। ଅନ୍ୟମାନଙ୍କ ସାହାଯ୍ୟ ନେଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନ ସମସ୍ୟାର ସମାଧାନ କରିବେ। କର୍ମାରମ୍ଭ ସକାଶେ ସହଯୋଗ ପାଇବା ଦୁଷ୍କର ହୋଇପାରେ। କଳା, ସାହିତ୍ୟ, ବକ୍ତୃତା ଏବଂ ଆଲୋଚନା ପାଇଁ ଦିନଟି ବହୁତ ଭଲ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। କର୍ମକ୍ଷେତ୍ରରେ ଆପଣଙ୍କ ମତ ଓ ମନ୍ତବ୍ୟକୁ ନେଇ ବିବାଦ ସୃଷ୍ଟି ହେବ। ନିଜ ଲୋକମାନେ ସେମାନଙ୍କର ସ୍ବାର୍ଥ ସାଧନକୁ ଗୁରୁ୍‌ତ୍ୱ ଦେଇ ଆପଣଙ୍କ କାମକୁ ଅବହେଳା କରିବେ । ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ଥିବା ସମସ୍ୟାର ସମାଧାନ ହୋଇଯିବ।
ମୀନମୀନ
କର୍ମକ୍ଷେତ୍ରରେ କାର୍ଯ୍ୟଦକ୍ଷତାର ଅସଲ ପରିଚୟ ପ୍ରଦାନ କରି ପ୍ରଶଂସିତ ହେବେ। ଆତ୍ମୀୟ ସ୍ବଜନାଦିଙ୍କ ବିରୁଦ୍ଧାଚରଣ କେତେକ ସମସ୍ୟା ସୃଷ୍ଟି କରିପାରେ ।ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ, ଅବଶ୍ୟ ଭଲ ନ ହେଲେ ମଧ୍ୟ ବିଶେଷ ମନ୍ଦ ନୁହେଁ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବନ୍ଧୁ ଓ ପରିଜନଙ୍କ ସହ ଦୂରଯାତ୍ରା କରି ଖୁସି ମନେଇବେ। ପାରସ୍ପରିକ ଆଲୋଚନା କ୍ରମରେ ଘରର କେତେକ କାମକୁ ସମ୍ପନ୍ନ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri