Posted inRasifala

ରାଶିଫଳ: ମଙ୍ଗଳବାର, ଜାନୁଆରୀ ୫ ତାରିଖ – Daily Horoscope

ମେଷ
କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବ। ସାମାଜିକସ୍ତରରେ କାମ ହାସଲ ସକାଶେ ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରିବାକୁ ପଡ଼ିପାରେ। ଶିଳ୍ପ, ବାଣିଜ୍ୟ, ପରିବହନରେ ସାମାନ୍ୟ ଶିଥିଳତା ଦେଖାଦେବ। ପାରିବାରିକ କ୍ଷେତ୍ର ଓ ଆର୍ଥିକ ସ୍ଥିତି ପ୍ରାୟତଃ ପୂର୍ବପରି ରହିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ସହକର୍ମୀଙ୍କ ଅକାଟ୍ୟ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ନ ପଞ୍ଚିବାରୁ ବ୍ୟସ୍ତତା ବୃଦ୍ଧିପାଇବ। ଆଜିର ଯାତ୍ରାରେ ଲକ୍ଷ୍ୟସ୍ଥଳକୁ ଯିବାରେ ପ୍ରତିବନ୍ଧକର ସମ୍ମୁଖୀନ ହେବେ।
ମିଥୁନ
ମିଥୁନ
ଆଜି ବିବାଦୀୟ କଥାରେ ମଧ୍ୟସ୍ଥତା କଲେ ଅପମାନିତ ହେବାକୁ ପଡିବ। ବହୁ ବିଳମ୍ବରେ କାମଗୁଡିକ ଠିକ୍‌ ଭାବରେ ସମ୍ପନ୍ନ ହେବାରୁ ବ୍ୟସ୍ତତା ବୃଦ୍ଧିପାଇବ। ଆଲୋଚନା ପରିସରରେ ପୁରୁଣା କଥାକୁ ବେଶି ଦୋହରାଇବା ଠିକ୍‌ ହେବନି। ଅପରାହ୍ନରେ ଆଶା କରିଥିବା ଜିନିଷଟି ପାଇ ଖୁସି ହେବେ।
କର୍କଟ
କର୍କଟ
ସ୍ବାସ୍ଥ୍ୟ ଭଲ ରହିବା ସଙ୍ଗକୁ ଆଶା କରିଥିବା ଦିଗରୁ ଅର୍ଥଲାଭକରି ଖୁସି ହେବେ। ସରକାରୀସ୍ତରରୁ ପ୍ରତୀକ୍ଷା କରିଥିବା କାୈଣସି ଖବର ପାଇ ବିସ୍ମୟ ପ୍ରକାଶ କରିପାରନ୍ତି। ଶିଳ୍ପ, ବାଣିଜ୍ୟରେ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ। ବନ୍ଧୁମାନଙ୍କ ସହାୟତାରେ ପାରିବାରିକ ସ୍ଥିତିରେ ଆଂଶିକ ଉନ୍ନତି ଦେଖାଦେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଧୀର ପାଣି ପଥର କାଟେ ନୀତିରେ କାମ ହାସଲ କରିବେ। କାର୍ଯ୍ୟଦକ୍ଷତା କାରଣରୁ ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। କେତେକ କ୍ଷେତ୍ରରେ ଅମତ୍ନିର୍ଭରଶୀଳ ହେବାକୁ ଶ୍ରେୟସ୍କର ମନେ କରିପାରନ୍ତି। ବନ୍ଧୁ ଗହଣରେ ଅପ୍ରିୟ ସତ କଥା କହି ବିରୋଧୀ ହେବେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ କେତେକାଂଶରେ ଆଶ୍ୱସ୍ତି ଲାଭ କରିବେ। ଦୀର୍ଘ ଦିନର ପାରିବାରିକ ସମସ୍ୟା, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ। ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଆର୍ଥିକ ଅନଟନ ହେତୁ କେତେକ ଆବଶ୍ୟକତା ଅପୂରଣ ରହିଯାଇ ପାରେ।
ତୁଳା
ତୁଳା
ଅପ୍ରିୟ ସତ୍ୟ ପ୍ରକାଶ କରି କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅଫିସରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ନୂତନ ଯୋଜନାରମ୍ଭରେ କେତେକ ପ୍ରତିବନ୍ଧକ ଦେଖାଦେଇପାରେ। ମତଭେଦଜନିତ ପାରିବାରିକ ଅଶାନ୍ତି କାରଣରୁ ଅନ୍ୟମନସ୍କ ରହିପାରନ୍ତି।
ବିଛା
ବିଛା
କର୍ମକ୍ଷେତ୍ରରେ ଦାୟିତ୍ୱହୀନ କାର୍ଯ୍ୟକଳାପ ସମସ୍ୟାକୁ ବଢାଇ ଦେବ। ଅନ୍ୟମନସ୍କତା କାରଣରୁ କେତେକ ଭୁଲ୍‌ କରିପାରନ୍ତି। ଜମିଜମା ସମ୍ବନ୍ଧୀୟ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ। ମାଙ୍ଗଳିକ କାର୍ଯ୍ୟ ସକାଶେ କୌଣସି ଦୂରାଗତ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ଧନୁ
ଧନୁ
କୌଣସି ଜଣାଶୁଣା ବନ୍ଧୁଙ୍କ ଦ୍ୱାରା ବହୁତଦିନରୁ ଅଟକି ରହିଥିବା କାମଟି କରାଇ ନେବେ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ସାମୟିକ ବ୍ୟାହତ ହୋଇପାରେ। ଅର୍ଥାଭାବ ଯୋଗୁ ବିଚଳିତ ହେବେ। ପୂର୍ବାଷାଢା ନକ୍ଷତ୍ର ଧୈର୍ଯ୍ୟ ଧରି କର୍ମ କରିପାରିଲେ ସଫଳତା ହାସଲ କରିପାରିବେ।
ମକର
ମକର
ପରିବାରରେ ଭୁଲ୍‌ ବୁଝାମଣାରୁ ଅଶାନ୍ତିକର ପରିବେଶ ସୃଷ୍ଟି ହେବ। ବନ୍ଧୁଙ୍କ ସହ ଅଧିକାଂଶ ସମୟ ଆଳାପ ଆଲୋଚନାରେ କଟାଇବାର ସୁଯୋଗ ପାଇବେ। ଆତ୍ମୀୟଙ୍କ ସହ ଆକସ୍ମିକ କଳହଜନିତ ଅନ୍ୟମନସ୍କ ରହିପାରନ୍ତି। ନିରୁତ୍ସାହିତ ହୋଇ କର୍ମକ୍ଷେତ୍ର ପ୍ରତି ଉଦାସୀନ ରହିବାରୁ ସମାଲୋଚିତ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପରିବାରର ଆବଶ୍ୟକତା ପୂରଣ କରିବା ସକାଶେ ଧାର ଉଧାର କରିବାକୁ ପଡ଼ିପାରେ। ପାଖ ପଡ଼ୋଶୀଙ୍କ ସହଯୋଗ ଲାଭକରି ଦୀର୍ଘଦିନରୁ ଚିନ୍ତା କରିଥିବା କାମଟିକୁ ପୂରଣ କରିପାରିବେ। ସ୍ତ୍ରୀଙ୍କ ସାମୟିକ ସ୍ବାସ୍ଥ୍ୟହାନି ଯୋଗଁୁ ମନ ଅଶାନ୍ତ ରହିବାର ଆଶଙ୍କା ରହିଛି।
ମୀନମୀନ
କର୍ମକ୍ଷେତ୍ରରେ ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ଉଠିବେ। ଖଳ ଲୋକଙ୍କ ନ ଶୁଣା କଥାକୁ ବିଶ୍ୱାସ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଶାରୀରିକ ଅବସ୍ଥାରେ ଉନ୍ନତି ଘଟିବ ଏବଂ ଆର୍ଥିକ ସ୍ଥିତି ମଧ୍ୟ ବଦଳିଯିବ। ପଡ଼ୋଶୀମାନେ ପାରିବାରିକ ସମ୍ପର୍କ ବୃଦ୍ଧି ପାଇଁ ଚେଷ୍ଟିତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୩୧ ତାରିଖ – Daily Horoscope

ମେଷ ପାପଗ୍ରହ ଯୁକ୍ତ ଚତୁର୍ଥାଧିପତି ଯୋଗୁ ପାରିବାରିକ ସମସ୍ୟା ସମ୍ପର୍କରେ ଚନ୍ତା କରି ମନକୁ ବିଷାକ୍ତ କରିବେ। ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିବାରୁ ମନ ଭଲ…

ରାଶିଫଳ: ରବିବାର, ଅଗଷ୍ଟ ୩୦ ତାରିଖ – Daily Horoscope

ମେଷ ଶନିଚନ୍ଦ୍ରଙ୍କ ଯୋଗ ଗୁରୁଙ୍କ ଦୃଷ୍ଟିରୁ ଦୃଢ଼ ମନୋବଳ ନେଇ କର୍ମକ୍ଷେତ୍ରରେ ଅଗ୍ରସର ହେବେ। ଦୀର୍ଘ ଦିନରୁ ରହିଥିବା ମନୋମାଳିନ୍ୟକୁ ଦୂରେଇ ନେବା ପାଇଁ ପ୍ରଯନତ୍ କରିବେ।…

ରାଶିଫଳ: ଶନିବାର , ଅଗଷ୍ଟ ୨୯ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷ ଯାତ୍ରାକାଳରେ କୌଣସି ନୂତନ ବନ୍ଧୁଙ୍କ ସହ ବନ୍ଧୁତା ସୃଷ୍ଟିହେବ। ପରିବାରର ଖର୍ଚ୍ଚଭାର କ୍ରମଶଃ ବୃଦ୍ଧି ପାଉଥିବା ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୮ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ଅସୁବିଧା ହେବନାହିଁ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ର କରି ବିତର୍କର ସମ୍ମୁଖୀନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri