ମେଷ

ବୃହସ୍ପତିଙ୍କ ଦୃଷ୍ଟିରେ କର୍ମାଧିପ ଥିବାରୁ ଶୁଭେଚ୍ଛୁଙ୍କ ପରାମର୍ଶରେ ନୂଆ କାମ ସକାଶେ ମନ ବଳାଇବେ। ଦୈହିକ ଦୁର୍ବଳତା ସାଙ୍ଗକୁ ପାରିବାରିକ ଦ୍ୱନ୍ଦ୍ୱଜନିତ ନୈରାଶ୍ୟରୁ ଚିନ୍ତିତ ରହିପାରନ୍ତି। କଷ୍ଟଲବ୍ଧ ଅର୍ଥ ଭିନ୍ନ ବାଟରେ ଖର୍ଚ୍ଚ ହୋଇଯିବାରୁ ଦୁଃଖ ପ୍ରକାଶ କରିବେ। ନିଜ ଲୋକମାନଙ୍କ ନିକଟରୁ ସମବେଦନା ପାଇବେ ନାହିଁ।
ବୃଷ

ବିଭିନ୍ନ ସମସ୍ୟା ଜାଲରେ ଛନ୍ଦିହୋଇ ମନୋବଳ ଭାଙ୍ଗିଲାଭଳି ଅନୁଭବ କରିବେ। ଅଟକି ରହିଥିବା କାମର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସପ୍ତମାଧିପ ଧନ ଭାବସ୍ଥ ଯୋଗୁ ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ଭଲରେ ଚାଲିବ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ବନ୍ଧୁଙ୍କ ନିକଟରୁ ପାଇପାରନ୍ତି।
ମିଥୁନ

ଶନି ଦୃଷ୍ଟ ଚତୁର୍ଥାଧିପତି ହେତୁ ପରିବାରରେ ସମ୍ପର୍କ ହାନି ଫଳରେ ଚିନ୍ତିତ ହେବେ। ସଂଗଠନ, ରାଜନୀତି, ଆନୁଷ୍ଠାନିକ କାମ, କ୍ଷେତ୍ରରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ ା ନୂତନ ବ୍ୟବସାୟ ଯୋଡ଼ିବା ସକାଶେ ପ୍ରସ୍ତୁତିପର୍ବ ଆରମ୍ଭ କରିବେ। ପ୍ରତ୍ୟେକ କ୍ଷେତ୍ରରେ ସଂଯମର ଅଭାବ ଓ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ।
କର୍କଟ

ଆଜି କୌଣସି ଏକ କାମ ପାଇଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପଡ଼ୋଶୀ କେହି ନିନ୍ଦା ଗାଇବୁଲିବେ। ଯେତେ ଭଲ କାମ କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରଶଂସା ବଦଳରେ ଓଲଟା ସମାଲୋଚିତ ହୋଇପାରନ୍ତି। ବ୍ୟବସାୟ, ଶିଳ୍ପ, କଳା, ସାହିତ୍ୟ, ସାମ୍ବାଦିକତାରେ ସଫଳ ହେବେ। ପିଲାଙ୍କ ପଢ଼ା ସମସ୍ୟା ନେଇ ଚିନ୍ତିତ ହୋଇପାରନ୍ତି।
ସି˚ହ

କର୍ମକ୍ଷେତ୍ରରେ ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ଆର୍ଥିକ ଦିଗରୁ ଉପକୃତ ହେବେ, କିନ୍ତୁ ପୂର୍ଣ୍ଣ ଆବଶ୍ୟକତା ଅପୂରଣୀୟ ରହିବ। ଲାଭଭାବସ୍ଥ ମଙ୍ଗଳଙ୍କ ଯୋଗୁ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିପାରେ। ଆଲୋଚନା ପରିସରରେ ସତକଥା କହି ବିବାଦ ଘେରରେ ପଡ଼ିପାରନ୍ତି।
କନ୍ୟା

ଅତୀତ ବିବାଦକୁ କେନ୍ଦ୍ରକରି ମିଥ୍ୟା ଗୁଜବ ମନକୁ ଚହଲାଇଦେବ। ଚତୁର୍ଥଭାବକୁ ମଙ୍ଗଳ ଦେଖୁଥିବାରୁ ଆମତ୍ୀୟଙ୍କ ଅସହଯୋଗ, ଅସମ୍ମାନ ପାଇ ଦୁଃଖିତ ହେବେ। ବନ୍ଧୁଙ୍କୁ ଅର୍ଥ କିମ୍ବା ଅଳଙ୍କାର ଦେବା ନେବାକୁ କେନ୍ଦ୍ରକରି ସାମାନ୍ୟ ଝଗଡ଼ା ସୃଷ୍ଟିହୋଇପାରେ। ଖର୍ଚ୍ଚ ପରିମାଣ କ୍ରମଶଃ ବୃଦ୍ଧିପାଇବା କାରଣରୁ ସାମୟିକ ଚିନ୍ତା କରିପାରନ୍ତି।
ତୁଳା

ପିଲାଙ୍କ ବୈବାହିକ ସମ୍ପର୍କକୁ ନେଇ ନୂତନ ବନ୍ଧୁତ୍ୱ ସକାଶେ ଆଲୋଚନା କରିପାରନ୍ତି। ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ବନ୍ଧୁଙ୍କ ଜରିଆରେ ଦୀର୍ଘଦିନର ଆଶା ଫଳବତୀ ହେବ। ଧର୍ମକାର୍ଯ୍ୟ କିମ୍ବା ଆନୁଷ୍ଠାନ ସକାଶେ ସତ୍ସଙ୍ଗୀଙ୍କ ପ୍ରେରଣା ମିଳିପାରେ। ପିଲାଙ୍କ ଆଚରଣରେ ଅସନ୍ତୋଷ ବ୍ୟକ୍ତକରି ବିରକ୍ତ ପ୍ରକାଶ କରିପାରନ୍ତି।
ବିଛା

ଭାଗ୍ୟାଧିପ ରାଶିରେ ଥିବାରୁ ଦୀର୍ଘଦିନରୁ ଯାହା ମନରେ ଆଶାବାନ୍ଧି ବସିଛନ୍ତି ଆଜି ତାହା ପାଇବେ। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କଲେ ଅବଶ୍ୟ ଉପକୃତ ହେବେ। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣାଇ ନେବା ସକାଶେ ଦିନଟି ବହୁତ ଭଲ। ସାହିତ୍ୟ, ସାମ୍ବାଦିକତା, ସଭା ସମିତି ଓ ମନୋରଞ୍ଜନରେ ଆଗ୍ରହୀ ହେବେ।
ଧନୁ

ବହୁ ଦିନରୁ ଚିନ୍ତା କରିଥିବା ଯୋଜନାଟିକୁ କାର୍ଯ୍ୟକାରୀ କରିବା ସକାଶେ ମନ ବଳାଇପାରନ୍ତି। ପୂର୍ବରୁ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନିର୍ଦ୍ଦିଷ୍ଟ ସ୍ଥାନରେ ନ ପାଇ ବ୍ୟସ୍ତ ହୋଇପଡ଼ିବେ। ବିବାଦୀୟ ଘଟଣାରେ ଦୁଃସାହସିକ ପଦକ୍ଷେପ ନେବା ଠିକ୍ ହେବନାହିଁ। ବୁଧଙ୍କ ସୁପ୍ରଭାବରୁ ନୂତନ ସ୍ଥାନ ପରିଭ୍ରମଣ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବ।
ମକର

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହଠାତ୍ ସମସ୍ୟା ଭିତରକୁ ଟାଣି ହୋଇପାରନ୍ତି। ଷଷ୍ଠାଧିପତିଙ୍କ ପ୍ରଭାବରେ ଧାର କରଜ କରି କାମ ତୁଲାଇନେବାକୁ ବାଧ୍ୟ ହେବେ। ପରିହାସଯୁକ୍ତ କଥା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ, ଏଣୁ ସତର୍କତା ଅବଲମ୍ବନ କରିବା ଭଲ। ବନ୍ଧୁଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିବାରୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ।
କୁମ୍ଭ

ପରିବାରର ଆବଶ୍ୟକତା ଅନୁଭବକରି ନୂତନ ଜିନିଷ କ୍ରୟ ସକାଶେ ମନ ବଳାଇପାରନ୍ତି। କର୍ମକ୍ଷେତ୍ରରେ ଛୋଟ କଥାକୁ ଧରି ବସନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। ସପ୍ତମଭାବ ପାପଗ୍ରହ ଦୃଷ୍ଟିରେ ଥିବାରୁ ଆଜିର ଯାତ୍ରାରେ ଜିନିଷପତ୍ର ପ୍ରତି ସତର୍କ ରହନ୍ତୁ। ଦୀର୍ଘଦିନରୁ ଲାଗି ରହିଥିବା ପୁରାତନ ରୋଗପୀଡ଼ାରୁ ବିଶେଷ କଷ୍ଟ ପାଇପାରନ୍ତି।
ମୀନ
କର୍ମକ୍ଷେତ୍ରରୁ ଫେରିବା ବେଳକୁ ଘରର ଅଶାନ୍ତ ପରିବେଶ ଶାନ୍ତ ପଡ଼ିଯାଇଥିବ। ବାଟରେ ବନ୍ଧୁଙ୍କୁ ଭେଟି ଆଗାମୀ କାଲିର ଯୋଜନା ପ୍ରସ୍ତୁତକରି ପାରନ୍ତି। ଅର୍ଥ ଆଦାୟରେ ସକ୍ଷମ ହେବେ ତଥାପି ବାକ୍ ଅସଂଯମ ଯୋଗୁ ସୁସମ୍ପର୍କ ବ୍ୟାହତ ହେବ। ଧନାଧିପ ଚତୁର୍ଥକେନ୍ଦ୍ରସ୍ଥ ହେତୁ ପାରିବାରିକ ବୁଝାମଣାରେ ଉନ୍ନତି ଘଟିବ।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.