Posted inRasifala

ରାଶିଫଳ: ଶନିବାର, ଅଗଷ୍ଟ ୨୨ ତାରିଖ – Daily Horoscope

ମେଷ
ଆଜିର କର୍ମକ୍ଷେତ୍ରରେ ବନ୍ଧୁଙ୍କ ସହ ଆଲୋଚନା ଫଳପ୍ରଦ ହେବ। ପରିବାର ଭିତରେ ଭୁଲ୍‍ ବୁଝାମଣା କାରଣରୁ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ ଅନ୍ୟଥା ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ।
ବୃଷ
ବୃଷ
ସହକର୍ମୀଙ୍କ ସହ ସାଧାରଣ କଥାରେ ମତାନ୍ତର ଘଟିପାରେ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ସଭାସମିତିରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନିର୍ମାଣ କାଯର୍‍ୟରେ ଗତି ମନ୍ଥର ହେବ କିନ୍ତୁ ସମସ୍ୟାର ସମାଧାନ ହୋଇଯିବ। ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ ଓ ଲାଭବାନ୍‍ ମଧ୍ୟ ହୋଇପାରନ୍ତି।
ମିଥୁନ
ମିଥୁନ
କର୍ମଜଞ୍ଜାଳ ବୃଦ୍ଧି ପାଇବା କାରଣରୁ ମାନସିକ ସ୍ଥିତି ସେତେଟା ଭଲ ରହି ନ ପାରେ। ଋଣ ପରିଶୋଧ କରିବା ସକାଶେ ବିଭିନ୍ନ ପ୍ରକାରର ଧନ୍ଦା କରିବା ସକାଶେ ମନ ବଳାଇବେ। ଜଣେ ପୂର୍ବତନ ବନ୍ଧୁ ଆଜି ଆପଣଙ୍କର ମାର୍ଗଦର୍ଶକ ସାଜି ପାରନ୍ତି। ପାରିବାରିକ ସମସ୍ୟା ନିରାକରଣ ସକାଶେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି।
କର୍କଟ
କର୍କଟ
କର୍ମକ୍ଷେତ୍ରର କେତେକ ବ୍ୟତିକ୍ରମ କଥା ଓ ଆର୍ଥିକ ସମସ୍ୟକୁ ନେଇ ଚିନ୍ତିତ ରହିପାରନ୍ତି। ପାରିବାରିକ ସ୍ତରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ। ସାହିତ୍ୟ, ସଙ୍ଗୀତ ତଥା ବାଣିଜ୍ୟ, ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ବଢ଼ିପାରେ। ଆର୍ଥିକ ଦୁଃସ୍ଥିତି ପୂର୍ବପରି ରହିବା ହେତୁ ସାମୟିକ ମନ ଭାରାକ୍ରାନ୍ତ ରହିବ ।
ସି˚ହ
ସି˚ହ
ଆତ୍ମୀୟଙ୍କ ସକାଶେ ଯେତେ ସୁବିଧା ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ଗୁଡ଼ିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ସମସ୍ୟା ସମାଧାନ ଦିଗରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ ।
କନ୍ୟା
ଭୁଲ୍‍ ବୁଝାମଣା କାରଣରୁ ବୃଥା ସନ୍ଦେହ କରି ନିଜ ଲୋକଙ୍କୁ ଭୁଲ୍‍ ବୁଝିପାରନ୍ତି। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଆଶଙ୍କା ସୃଷ୍ଟି କରିବ। ବିବାଦୀୟ ପରିସ୍ଥିତି ଯୋଗୁ ପରିବହନ କ୍ଷେତ୍ରରେ ଅସ୍ଥିରତା ଦେଖାଦେଇପାରେ। ଗୃହସଜ୍ଜା, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ବିଭିନ୍ନ ଘରୋଇ କାରଣକୁ କେନ୍ଦ୍ରକରି ମନ ଅସ୍ଥିର ରହିବ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ,ନତୁବା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ରହିବା ହେତୁ ସାମୟିକ ଆଶ୍ୱସ୍ତି ଅନୁଭବ କରିବେ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବାର ସୂଚନା ରହିଛି। ଅର୍ଥ ସମ୍ପର୍କକୁ କେନ୍ଦ୍ର କରି ତର୍କର ସମ୍ମୁଖୀନ ହେଲେ ମଧ୍ୟ ବିଜୟୀ ହେବେ।
ଧନୁ
ଧନୁ
ପାରିବାରିକ ଅଶାନ୍ତିରୁ କୌଣସି କାମରେ ମନ ଲାଗିବ ନାହିଁ। ଆଲୋଚନା ପରିସରରେ ଆପଣଙ୍କ ବ୍ୟବହାର ବନ୍ଧୁଙ୍କ ମନରେ ଆଘାତ ଦେଇପାରେ। ଜମିଜମା, ବିଦ୍ୟୁତ୍‍ ଉପକରଣ ବ୍ୟବସାୟ ଓ ଶେୟାର ବଜାର, ପରିବା ଦୋକାନୀ, ହୋଟେଲ ମାଲିକ ଲକ୍ଷ୍ୟହାସଲ କରିପାରିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ପ୍ରଶଂସିତ ହେବେ।
ମକର
ମକର
ବିଭିନ୍ନ ଦିଗରୁ ସାହାଯ୍ୟ ଲାଭକରି କାର୍ଯ୍ୟ ହାସଲରେ ସମର୍ଥ ହେବେ। ବନ୍ଧୁଙ୍କ କଥାକୁ ସହଜରେ ଗ୍ରହଣ କଲେ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ପାରନ୍ତି। ପାରଷ୍ପରିକ ଆଲୋଚନା, ଗଠନମୂଳକ କାମ, ଲେଖାପଢ଼ା ଓ ଗବେଷଣା କ୍ଷେତ୍ରରୁ ଶୁଭଫଳ ପାଇବେ। ନିର୍ମାଣ, ପରିବହନ, ଜମିଜମା, ଗଠନମୂଳକ କାମରୁ ଲାଭବାନ ହୋଇପାରନ୍ତି।
କୁମ୍ଭ
କୁମ୍ଭ
ପାରିବାରିକ ବିଭିନ୍ନ ପ୍ରତିବନ୍ଧକ ମଧ୍ୟରେ ଗତି କରିବାର ବହୁ ସମ୍ଭାବନା ରହିଛି। କର୍ମକ୍ଷେତ୍ରରେ ମଧ୍ୟ ପରୋକ୍ଷ ଶତ୍ରୁତା କାରଣରୁ ସନ୍ଦେହ ଓ ଭୁଲ୍‍ ବୁଝାମଣା ଜନିତ ସମସ୍ୟା ବଢ଼ିବ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସାହାଯ୍ୟରୁ ସାମାଜିକ ସ୍ତରରେ ବିଶେଷ କିଛି ଅସୁବିଧା ରହି ନ ପାରେ।
ମୀନମୀନ
କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ସହକର୍ମୀ ସହ ବିବାଦ ବୃଦ୍ଧି ହୋଇପାରେ। ଆମତ୍ୀୟଙ୍କ ସହ ସୁସମ୍ପର୍କ ରଖିବା ପାଇଁ ଚେଷ୍ଟାକଲେ ଉପକୃତ ହେବେ। ପଛକଥା ନ ଭାବି ପରିସ୍ଥିତକୁ ସାମ୍‍ନା କରିବାକୁ ଚେଷ୍ଟା କରନ୍ତୁ। ଆଜିର ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ଲେଖାପଢ଼ାରେ ସମସ୍ୟା ସମାଧାନ ହୋଇଯିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଯୁକ୍ତିତର୍କଜନିତ କାମଗୁଡିକ ଟିକିଏ ବିଳମ୍ବ ଓ ଝମେଲା ଭିତରେ ହିଁ ହେବ। ବ୍ୟବସାୟ, ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ ବାଧାପ୍ରାପ୍ତ ହୋଇପାରେ। କଠିନ…

ରାଶିଫଳ: ଗୁରୁବାର, ଅଗଷ୍ଟ ୨୦ ତାରିଖ – Daily Horoscope

ମେଷ ପଦସ୍ଥବ୍ୟକ୍ତିଙ୍କ ଅନୁକମ୍ପାରୁ ଆଜି ଦିନ ଭିତରେ ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ସମ୍ପନ୍ନ ହେବ। ଆର୍ଥିକ ସ୍ଥିତି ସହିତ ପାରିବାରିକ କ୍ଷେତ୍ର ମଧ୍ୟ ମନ୍ଦ ହେବନି। କୌଣସି…

ରାଶିଫଳ: ବୁଧବାର, ଅଗଷ୍ଟ ୧୯ ତାରିଖ – Daily Horoscope

ମେଷ ଆଜି କର୍ମକ୍ଷେତ୍ରରେ ସହକର୍ମୀମାନଙ୍କ ସହିତ ବୁଝାମଣା ନେଇ ତିକ୍ତତା ଦେଖାଦେଇପାରେ। ବନ୍ଧୁ ସାହାଯ୍ୟ ସହଯୋଗର ଦୃଢ଼ ପ୍ରତିଶ୍ରୁତି ଦେବେ କିନ୍ତୁ ଦରକାର ସମୟରେ ପାଖରେ ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri