Posted inRasifala

ରାଶିଫଳ: ମଙ୍ଗଳବାର , ଅଗଷ୍ଟ ୪ ତାରିଖ – Daily Horoscope

ମେଷ
ଆଜି ବହୁ ଦିନରୁ ଥିବା ପାରିବାରିକ ସମସ୍ୟା ସମାଧାନ କ୍ଷେତ୍ରରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ। ପରିବାରର ଆବଶ୍ୟକତା ପୂରଣକରିବା ସକାଶେ ଧାର କରଜ କରିବାକୁ ବାଧ୍ୟ ହୋଇପାରନ୍ତି। ଶିଳ୍ପ, ପରିବହନ, ବାଣିଜ୍ୟ କ୍ଷେତ୍ରରେ ସୁଫଳ ପାଇବେ। ପରିବାରର ସହମତି ବିନା ଜମି କିଣାବିକା ଘଟଣାରେ ମନସ୍ତାପ କରିପାରନ୍ତି।
ବୃଷ
ବୃଷ
ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ବନ୍ଧୁଙ୍କର ଆପଣଙ୍କ ଉପରୁ ଭରସା ତୁଟିଯାଇପାରେ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। ପରିବାରରେ ସମସ୍ୟା ଦେଖାଦେଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବାପାଇଁ ସମର୍ଥ ହେବେ। ବନ୍ଧୁଙ୍କ ପରାମର୍ଶରେ ମୂଲ୍ୟବାନ୍‍ ଜିନିଷ କ୍ରୟକରିବା ସକାଶେ ମନ ବଳାଇପାରନ୍ତି।
ମିଥୁନ
ମିଥୁନ
ସମ୍ପର୍କୀୟମାନଙ୍କ ବିବାଦୀୟ ପରିସ୍ଥିତିରେ ମଧ୍ୟସ୍ଥତା କରି ଅଯଥା ଶିରୋନାସ୍ତି ଶିରଃ ପୀଡ଼ା ଭଳି ପରିସ୍ଥିତି ସୃଷ୍ଟିହେବ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିବା ସମ୍ଭାବନା ରହିଛି। ସ୍ବାସ୍ଥ୍ୟଗତ ସମସ୍ୟାର ସମାଧାନ ସକାଶେ ଅନ୍ୟମାନଙ୍କ ପରାମର୍ଶକୁ ଗ୍ରହଣ କରିବାକୁ ଶ୍ରେୟସ୍କର ମନେକରିବେ ।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଫଳରେ ଅଫିସରେ ବିନା କାରଣରେ ମିଥ୍ୟା ଅଭିଯୋଗର ସାମ୍ନା କରିବାକୁ ପଡ଼ିବ। ବ୍ୟବସାୟ କ୍ଷେତ୍ରରେ ପରିବହନରେ କିମ୍ବା ମାଲିମକଦ୍ଦମାରେ ସଫଳତା ଅବଶ୍ୟ ପାଇବେ। ଆଜିର ଯାତ୍ରା ସମୟରେ ଅତି ପ୍ରିୟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି ଖୁସିହେବେ।
ସି˚ହ
ସି˚ହ
ଅଟକି ରହିଥିବା କାମକୁ ଆଜି ସମ୍ପନ୍ନ କରିପାରିବେ। ପରିବାର ସଦସ୍ୟଙ୍କ ରୋଗ, ଋଣ ଓ ପରୋକ୍ଷ ଶତ୍ରୁତା ଯୋଗୁ ବ୍ୟସ୍ତ ରହିବେ ା ଆର୍ଥିକ ଅନଟନ ଦୂରେଇବାରେ ପଡ଼ୋଶୀଙ୍କ ଅବଦାନ ଅବିସ୍ମରଣୀୟ ରହିବ। ଯାନ ବାହନ, କଳକାରଖାନା, ହୋଟେଲ ଶିଳ୍ପ, ଲୌହ, ଷ୍ଟେଶନାରି ବ୍ୟବସାୟରେ ବିଶେଷ ଉନ୍ନତି କରିବେ।
କନ୍ୟା
ପୃଷ୍ଠପୋଷକତା ଲାଭରୁ କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରିପାରିବ ନାହିଁ। ବନ୍ଧୁଙ୍କ କଥାରେ ପ୍ରଭାବିତ ହୋଇ କୌଣସି ଭୁଲ୍‍ କାମ କରିପାରନ୍ତି। କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନ ସକାଶେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ। ସନ୍ଧ୍ୟା ସମୟଟି ପ୍ରାୟତଃ ଭଲ ରହିବ, କିଛି ଶୁଭଖବର ପାଇବେ।
ତୁଳା
ତୁଳା
ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ସଫଳତା ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। କେତେକ କ୍ଷେତ୍ରରେ ସୁଯୋଗ ହରାଇବା ସକାଶେ ବ୍ୟଥିତ ହୋଇପାରନ୍ତି। ପରିବାରରେ ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ।
ବିଛା
ବିଛା
କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନକରି ପ୍ରଶଂସିତ ହେବେ। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ଶତ୍ରୁ କୌଣସି କ୍ଷତି ନ କରିପାରିଲେ ବି ସାମାୟିକ କାମଟିକୁ ଅଟକାଇ ଦେଇପାରନ୍ତି । ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିବିଶେଷଙ୍କ ଦେଖାସାକ୍ଷାତରୁ ଉପକୃତ ହେବେ।
ଧନୁ
ଧନୁ
ଆଜି ବନ୍ଧୁଙ୍କ ସହଯୋଗରୁ ସ୍ଥଗିତ କାମକୁ ପୂରା କରିବେ। ଗବେଷଣା, ରଚନାମତ୍କ କାର୍ଯ୍ୟ, ଆଲୋଚନା, ଲେଖାପଢ଼ା କ୍ଷେତ୍ରରୁ ଶୁଭଫଳ ପାଇବେ। ଅସମର୍ଥିତ ସୂତ୍ରରୁ ଶୁଣାକଥାକୁ ବିଶ୍ୱାସକଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁ ପ୍ରତିଶ୍ରୁତି ରକ୍ଷାକରି ଠିକ୍‍ ସମୟରେ ଆସିବେ ଏବଂ ଆପଣଙ୍କ କାମରେ ସାହାଯ୍ୟ କରିବେ।
ମକର
ମକର
ପୂର୍ବ ସ୍ଥିରୀକୃତ ଆଲୋଚନାକ୍ରମେ ଆଜି ନୂତନ କାର୍ଯ୍ୟରେ ହାତ ଦେବାକୁ ସ୍ଥିର କରିବେ । ବିବାଦୀୟ ଘଟଣା ଅମୀମାଂସିତ ରହିବା କାରଣରୁ ମାନସିକ ଯନ୍ତ୍ରଣା ପାଇପାରନ୍ତି। କୌଣସି ବନ୍ଧୁଙ୍କ ଆଗମନକୁ ଅପେକ୍ଷାକରିବା ହେତୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ସଫଳତାର ସହ କାର୍ଯ୍ୟକରି ଏକପ୍ରକାର ଆନନ୍ଦ ଅନୁଭବ କରିପାରିବେ। ଆଜିର ଫେରିବା ବାଟରେ ହଠାତ୍‍ ମୂଲ୍ୟବାନ୍‍ ଦ୍ରବ୍ୟ ଲାଭ ହୋଇପାରେ। କୌଣସି ଦୁଃଖାନ୍ତକ ବିଷୟରେ ପାଖ ପଡ଼ୋଶୀ ସହାନୁଭୂତି ପ୍ରଦର୍ଶନ କରିପାରନ୍ତି। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ।
ମୀନମୀନ
ସହକର୍ମୀଙ୍କ ସହାନୁଭୂତିରୁ କାମ ସମ୍ପନ୍ନରେ ଅସୁବିଧା ହେବନାହିଁ। ପାରିବାରିକ ଜୀବନରେ ଅନାଦର ପାଇପାରନ୍ତି, ଫଳରେ ମାନସିକ ଅସ୍ଥିରତା ସୃଷ୍ଟି ହୋଇପାରେ। କଠୋର ପରିଶ୍ରମକରି ସମସ୍ୟା ସମାଧାନ କରିବାରେ ଧ୍ୟାନ ଦେବେ। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭକରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଅଗଷ୍ଟ ୩ ତାରିଖ – Daily Horoscope

ମେଷ ଦୈହିକ ଦୁର୍ବଳତା ସାଙ୍ଗକୁ ଧୈର୍ଯ୍ୟହରା ଓ ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରିଦେବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଓ ସ୍ଥିରତା…

ରାଶିଫଳ: ରବିବାର, ଅଗଷ୍ଟ ୨ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତିକୁ ଋଦ୍ଧିମନ୍ତ କରିବ। ଯେକୌଣସି ପରିସ୍ଥିତି ଓ ପରିବେଶରେ ନିଜକୁ ଆଡ୍‌ଜଷ୍ଟ କରିନେଲେ କୃତକାର୍ଯ୍ୟ ହେବେ। କର୍ମକ୍ଷେତ୍ରରେ କିମ୍ବା…

ରାଶିଫଳ: ଶନିବାର, ଅଗଷ୍ଟ ୧ ତାରିଖ – Daily Horoscope

ମେଷ ଆଜି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ହାସଲ ସକାଶେ ଦୂରଯାତ୍ରା କରିପାରନ୍ତି। କର୍ମକ୍ଷେତ୍ରରେ ଉଚ୍ଚକର୍ତ୍ତୃପକ୍ଷଙ୍କଠାରୁ ଆଶାନୁଯାୟୀ ସାହାଯ୍ୟ ପାଇବାରେ ପ୍ରତିବନ୍ଧକ ରହିବ ନାହିଁ। ଚନ୍ଦ୍ରଙ୍କ ସହ ରାହୁ ସଂଯୋଗରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri