Posted inRasifala

ରାଶିଫଳ: ଶୁକ୍ରବାର, ଜୁଲାଇ ୩୧ ତାରିଖ – Daily Horoscope

ମେଷ
ପରିବାରରେ ଅଯଥା ସନ୍ଦେହ ଓ ଭୁଲ୍‍ ବୁଝାମଣାଜନିତ ମତପାର୍ଥକ୍ୟର ଆଶଙ୍କା ରହିଛି। ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ପାଇଁ ମନ ଛଟପଟ ହୋଇପାରେ। କର୍ମକ୍ଷେତ୍ରରେ ସୁସମ୍ପର୍କ ଅଭାବରୁ ହାତମୁଠାରୁ ସୁଯୋଗ ଖସିଯିବାର ଆଶଙ୍କା ରହିଛି। ବ୍ୟବସାୟ, ସାମ୍ବାଦିକତା ପ୍ରକାଶନ, ଗବେଷଣା କ୍ଷେତ୍ରରେ ଶୁଭଫଳ ପାଇବେ।
ବୃଷ
ବୃଷ
ବନ୍ଧୁଙ୍କ ପରୋକ୍ଷ ବିରୋଧ କାମରେ ସମସ୍ୟା ସୃଷ୍ଟି କରିପାରେ। ଉଚ୍ଚ କର୍ତ୍ତୃପକ୍ଷଙ୍କ ଆଦେଶକ୍ରମେ କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେବେ। କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଉନ୍ନତମାନର ଫଳ ପାଇବେ। କାର୍ଯ୍ୟହାନି କାରଣରୁ ମନରେ ସରସତା ରହି ନ ପାରେ।
ମିଥୁନ
ମିଥୁନ
ଆଶା କରିଥିବା ଦିଗରୁ ଅର୍ଥ କିମ୍ବା ଈପ୍ସିତ କାର୍ଯ୍ୟ ହାସଲ ସକାଶେ ପର ଉପରେ ନିର୍ଭର କରିବାକୁ ପଡିପାରେ। ନିଜ ପରିସରର ବିଶିଷ୍ଟବ୍ୟକ୍ତିଙ୍କ ଅନୁରୋଧରେ ଧର୍ମକାର୍ଯ୍ୟରେ ବ୍ୟସ୍ତ ରହିପାରନ୍ତି। ଋଣ ପରିଶୋଧ, ବ୍ୟବସାୟିକ କ୍ଷେତ୍ର, ଅଟକି ରହିଥିବା ଘରକାମ ସକାଶେ ଅଧିକାଂଶ ସମୟ ଅନ୍ୟମନସ୍କ ରହିପାରନ୍ତି ।
କର୍କଟ
କର୍କଟ
ପ୍ରତିକୂଳ ପରିସ୍ଥିତି ମଧ୍ୟରେ ଗତି କରୁଥିଲେ ମଧ୍ୟ ଧୈର୍ଯ୍ୟହରା ନ ହୋଇ କାମ କରିପାରିବେ। ଭାଇ କିମ୍ବା ବନ୍ଧୁମାନଙ୍କ କାମରେ ସନ୍ତୁଷ୍ଟ ହୋଇପାରିବେ ନାହିଁ। ଭୁଲ୍‍ ବୁଝାମଣାବଶତଃ ସହକର୍ମୀଙ୍କ ସହିତ ସମସ୍ୟା ସୃଷ୍ଟି ହୋଇପାରେ। ମାଲିମକଦ୍ଦମା, ସଭାସମିତି, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ।
ସି˚ହ
ସି˚ହ
ଆଜି ଖୁସିର ବାତାବରଣ ମଧ୍ୟରେ ଦିନଟିକୁ କଟାଇବାର ପରିବେଶ ସୃଷ୍ଟି ହେବ। ପୂର୍ବରୁ ପ୍ରସ୍ତୁତି ନ ଥାଇ ମଧ୍ୟ କିଛି କରିବାକୁ ବାଧ୍ୟ ହୋଇପାରନ୍ତି । କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିଙ୍କ ସହାୟତା ଲାଭ କରିବେ। ସାମାନ୍ୟ ଶାରୀରିକ ଅସ୍ବସ୍ତି କିମ୍ବା ସନ୍ତାନଙ୍କ ମନସ୍ତାପ ସକାଶେ ବ୍ୟସ୍ତତା ବଢିପାରେ ।
କନ୍ୟା
ଅଭିଳଷିତ କାମ ହାସଲ କରିବାରେ ପ୍ରତ୍ୟକ୍ଷ ସମସ୍ୟା ନ ଥିଲେ ମଧ୍ୟ ପରୋକ୍ଷ ଅସୁବିଧା ଅନୁଭବ କରିପାରନ୍ତି। ଭିତରେ ଭିତରେ କୁହୁଳୁଥିବା ଅଶାନ୍ତି ଜନିତ ପାରିବାରିକ ସ୍ତରରେ ଦୁର୍ଭାବନା ବଢି ବଢି ଚାଲିବ। ଏଣେ କର୍ମକ୍ଷେତ୍ରରେ ବାରମ୍ବାର ଧୋକା ଖାଇ ଅନ୍ୟମାନଙ୍କୁ ସହଜରେ ବିଶ୍ୱାସ କରି ପାରିବେ ନାହିଁ।
ତୁଳା
ତୁଳା
ସନ୍ତାନଙ୍କ ସ୍ବାସ୍ଥ୍ୟ କିମ୍ବା କର୍ମକ୍ଷେତ୍ରରେ ସ୍ଥଗିତ କାମ ଚିନ୍ତାର କାରଣ ହେବ । ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ଦେଖାଦେବ । ପଡ଼ୋଶୀଙ୍କ ସହାୟତାରେ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି ହୋଇଯିବ। କ୍ରନିକ୍‍ ଆବଶ୍ୟକତା ଭରଣା ସକାଶେ ଧାର ସୂତ୍ରରେ ଅର୍ଥ ପାଇବା ସକାଶେ ବନ୍ଧୁଙ୍କ ସହ ଆଲୋଚନା କରିପାରନ୍ତି।
ବିଛା
ବିଛା
ବିଶିଷ୍ଟବ୍ୟକ୍ତିଙ୍କର ସଙ୍ଗଲାଭ କିମ୍ବା ଆନୁଷ୍ଠାନିକ କାମ ଅଥବା ସଭାସମିତିରେ ସମ୍ମାନିତ ହେବେ। ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ତାହା ବିନା ବାଧା, ବିଘ୍ନରେ ସମାପନ ହେବ। ପାରସ୍ପରିକ ମତଭେଦ କାରଣରୁ ପରିବାରରେ ଅସ୍ଥିରତା ଲାଗିରହିବାର ସୂଚନା ରହିଛି। କର୍ମକ୍ଷେତ୍ରରେ ସ୍ଥଗିତ କାମପାଇଁ ଅନ୍ୟକୁ କୈଫିୟତ୍‍ ଦେବାକୁ ପଡିପାରେ ।
ଧନୁ
ଧନୁ
ଅପ୍ରିୟ ସତ୍ୟ ଭାଷଣଜନିତ ଅନ୍ୟମାନଙ୍କର ଚକ୍ଷୁଶୂଳ ହୋଇପାରନ୍ତି। ଆକସ୍ମିକ ଭାବରେ ଦୂରଯାତ୍ରା ପାଇଁ ପ୍ରସ୍ତୁତ ହେବାକୁ ପଡିପାରେ। କୌଣସି ଆଗନ୍ତୁକଙ୍କ ସହ ତର୍କଜନିତ ସକାଳୁ ସକାଳୁ ମନଟା ବିଗିଡି ଯିବାର ସୂଚନା ଦେଖାଯାଏ। ପାରିବାରିକ ସ୍ତରରେ ସ୍ତ୍ରୀଙ୍କ ଚିଡା ସ୍ବଭାବ ପାଇଁ କ୍ଷୁବ୍ଧ ହୋଇପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ମିଥ୍ୟା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବ। ପାରିବାରିକ ସ୍ତରରେ ବନ୍ଧୁଙ୍କ କାର୍ଯ୍ୟକଳାପକୁ ନେଇ ଘଟଣାଗୁଡିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବେ। ଗତକାଲିଠାରୁ ଚେଷ୍ଟା କରୁଥିବା କାମରେ ଆଂଶିକ ସଫଳତା ପାଇବେ। କର୍ମକ୍ଷେତ୍ରରେ ଶାନ୍ତି ଓ ସ୍ଥିରତା ଅବ୍ୟାହତ ରହିବା ସହ ବ୍ୟବସାୟିକ କ୍ଷେତ୍ର ମନ୍ଦ ହେବନି ।
କୁମ୍ଭ
କୁମ୍ଭ
କୌଣସି ଗୁରୁତ୍ୱପୂର୍ଣ୍ଣ ବିଷୟ ନେଇ ବନ୍ଧୁଙ୍କ ସହ ଆଳାପ ଆଲୋଚନା କରିପାରନ୍ତି। କର୍ମକ୍ଷେତ୍ରରେ ଭୁଲ୍‍ ଖବର ପାଇ ବିବ୍ରତ ହେବାକୁ ପଡିପାରେ। ପରିବାରର ବାରମ୍ବାର ତାଗିଦା ଜନିତ ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାର ଅନୁଭବ କରିବେ। ବ୍ୟୟ ବୃଦ୍ଧି କିମ୍ବା ପରିବହନରେ ସମସ୍ୟ ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ମୀନମୀନ
ଯେତେ ଚେଷ୍ଟାକଲେ ମଧ୍ୟ ପରିସ୍ଥିତି ନ ବଦଳିବାରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ପରିସ୍ଥିତିକୁ ସାମ୍ନା କରିବାକୁ ଯାଇ ବନ୍ଧୁଙ୍କ ଦ୍ୱାରାସ୍ଥ ହେବାକୁ ପଡିବ। ଗୋଟିଏ କାମ ନ ସରୁଣୁ ଏକାଧିକ କାମରେ ହାତଦେବା ଠିକ୍‍ ହେବନାହିଁ। କଚେରି ମାମଲା କ୍ଷେତ୍ରରେ ସୁଫଳ ପାଇବା ସାଙ୍ଗକୁ କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ସେପ୍ଟେମ୍ବର ୧୪ ତାରିଖ – Daily Horoscope

ମେଷ ଆଜିର ପ୍ରତ୍ୟୁଷଯାତ୍ରା, ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟରେ ସଫଳତା ମିଳିବାର ଆଶା କରାଯାଇପାରେ। ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ…

ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

ମେଷ କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା…

ରାଶିଫଳ: ଶନିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ ଅଶ୍ୱିନୀ ନକ୍ଷତ୍ରର କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବାକୁ ପଡ଼ିପାରେ। ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଦୁର୍ବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?